କୁଲଗାମ:ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ ୱାମପୋରାରେ ଲୁଚି ରହିଥିଲେ। ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଦୁଇ ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ଶୁଣି ନ ଥିଲେ। ଶେଷରେ ସୁରକ୍ଷାକର୍ମୀ ଉଭୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ନିହତ ଆତଙ୍କୀ ଦ୍ୱୟ ଲସ୍କର-ଏ-ତୋଏବାର ବୋଲି […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ ବଢୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ହେଲେ କରୋନାର ପ୍ରାଣଘାତୀ ଭୟ କମିବାରେ ଲାଗିଛି। ଭାରତରେ କରୋନା ଭାଇରସ କେସ୍ ଫଟାଲିଟି ରେଟ୍ (Case Fatality Rate)ଶୁକ୍ରବାର ୨.୮୪ ପ୍ରତିଶତ ଥିଲା । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୩ ପ୍ରତିଶତ ତଳକୁ ଆସିଛି । ଅର୍ଥାତ୍ କରୋନା […]
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରକୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିବାରୁ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଡିଓ ବାର୍ତ୍ତା ଜରିଆରେ କରୋନା ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଘଡ଼ିସନ୍ଧି […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ ଜିଲ୍ଲାରେ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତିରେ ସର୍ବାଧିକ ୧୦ ଜଣ […]
ପୁରୀ: ଲକଡାଉନ୍ ପାଇଁ ଦୀର୍ଘ ଅଢ଼େଇ ମାସ ବନ୍ଦ ରହିବା ପରେ ଆଜିଠୁ ପୁଣି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟକ୍ରମ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ କାମ ଚାଲିଛି। ପ୍ରଥମେ ଉତ୍ତରପାର୍ଶ୍ୱ ପାଖରୁ ଉଚ୍ଛେଦ କାମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ। ଏହି ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକର ଉଚ୍ଛେଦ କରାଯିବ। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା। ତେବେ […]
ନୂଆଦିଲ୍ଲୀ: ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଚିହ୍ନଟ କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଏହି ଆତଙ୍କବାଦୀ ଜଣଙ୍କ ସୋପିଆନ୍ ଅଞ୍ଚଳର ହିଦାୟତୁଲ୍ଲା ମଲ୍ଲିକ । ଗତକାଲି ସୁରକ୍ଷାବଳର ଅପରେସନରେ ଧରାପଡ଼ିଥିବା ବିସ୍ଫୋରକ ବୋଝେଇ କାରର ମାଲିକ ହେଉଛି ହିଦାୟତୁଲ୍ଲା। ଗତ ବର୍ଷ ଜୁଲାଇରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦିନ୍ ସହ ଯୋଡି ହୋଇଥିଲା ହିଦାୟତୁଲ୍ଲା। ଏହି ଘଟଣାରେ ପୋଲିସ ଅଧିକ ଛାନଭିନ୍ କରୁଛି । ୨୦୧୯ […]
ନୂଆଦିଲ୍ଲୀ: ସପ୍ତମ ଶ୍ରେଣୀ ଛାତ୍ରଙ୍କ ସ୍ମାର୍ଟ ଓ୍ୱାର୍କ । ଲକଡାଉନ ସମୟରେ ଘରେ ରହି ବିକଶିତ କରିଛନ୍ତି ଏକ ସ୍ମାର୍ଟ ରୋବର୍ଟ। କୋରନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଓ୍ୱାର୍ଡ ବୟ, ନର୍ସ, ଡାକ୍ତରଙ୍କୁ ଏହି ରୋବର୍ଟ କାମରେ ଆସିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବେଳେ ସେମାନେ ସିଧାସଳଖ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କ ପାଖରେ ସଂକ୍ରମଣ ହେବାର ଭୟ ଅଧିକ ଥାଏ। ତେଣୁ କରୋନା ରୋଗୀଙ୍କ ପାଖକୁ […]
ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି । ଲାଇଭ ଟିଭି କାର୍ଯ୍ୟକ୍ରମ ଚାଲିଥିବାବଳେେ ଏକ ମାଙ୍କଡ ଟିଭି ହୋଷ୍ଟଙ୍କୁ ହଠାତ୍ ଆକ୍ରମଣ କରୁଛି । ଏହାପରେ ଜଣେ ଆକ୍ଟରଙ୍କ ଇଣ୍ଟରଭ୍ୟୁ ନେଉଥିବା ହୋଷ୍ଟ ଇଣ୍ଟରଭ୍ୟୁ ଛାଡ଼ି ଷ୍ଟୁଡିଓରୁ ଦୌଡ଼ି ପଳାଉଛନ୍ତି । ସାକ୍ଷାତକାର ଚାଲିଥିବାବେଳେ ଏକ ମାଙ୍କଡ ହଠାତ୍ ଆଙ୍କରଙ୍କ ଉପରକୁ ଆକ୍ରମଣ କରିଥିଲା । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଏହି ଭାଇରାଲ ଭିଡିଓ ଇଜିପ୍ଟର ବୋଲି ଜଣାଯାଇଛି । ଇଜିପ୍ଟର ଅଲ […]
ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ‘୨୦୨୪ ସୁଦ୍ଧା ଉଡ଼ାନ ଯୋଜନାରେ ଆଉ ୧୦୦ ଏୟାରପୋର୍ଟ ନିର୍ମାଣ କରାଯିବ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେ ଓ ଆଉ ୨ଟି ପ୍ରୋଜେକ୍ଟସ୍ ୨୦୨୩ ସୁଦ୍ଧା ଶେଷ ହେବ। ଏହାସହ ଆଗାମୀ ଆର୍ଥିକ ବର୍ଷରେ ଟ୍ରାନ୍ସପୋର୍ଟ ଇନ୍ଫ୍ରାଷ୍ଟ୍ରକ୍ଚର୍ ପାଇଁ ୧.୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପ୍ରମୁଖ […]
ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣରୁ ମୁକ୍ତ ବ୍ୟକ୍ତିଙ୍କ ଇମ୍ୟୁନିଟି ପାୱାର ଅଧିକ ହୋଇଯାଇଥାଏ ବୋଲି ଆଜିଯାଏ ବିଶ୍ୱାସ ଥିଲା । ହେଲେ ସଦ୍ୟ ଏକ ଗବେଷଣାରୁ ଜଣାଯାଇଛି, ସଂକ୍ରମଣରୁ ମୁକ୍ତ ଲୋକଙ୍କ ଇମ୍ୟୁନିଟି ମାତ୍ର ୬ ମାସ ପର୍ଯ୍ୟନ୍ତ କାମ କରିଥାଏ । ସେଥିପାଇଁ ଯେଉଁ ଲୋକମାନଙ୍କୁ କରୋନାମୁକ୍ତ ବୋଲି ଘୋଷଣା କରାଯାଉଛି, ପୁଣି ଥରେ ସେମାନଙ୍କୁ ରୋଗ ସଂକ୍ରମଣ କରିବାର ଭୟ ରହିଛି । କରୋନା ମୁକ୍ତ ହେବା ପରେ ଲୋକଙ୍କ ଇମ୍ୟୁନିଟି ବଢିଯାଏ । ତାଙ୍କ […]
ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଯେଉଁ ସ୍ଥିତି ଉପୁଜିଛି ତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଭଲ ମୁଡ୍ ରେ ନାହାନ୍ତି ବୋଲି କହିଛନ୍ତି ଟ୍ରମ୍ପ। ସେ ଏକଥା ମଧ୍ୟ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବଡ଼ ସଂଘର୍ଷ ଚାଲିଛି। ୧. ୪ ବିିଲିୟନ ଜନସଂଖ୍ୟା ଥିବା ଏହି ଦୁଇ ରାଷ୍ଟ୍ର ସାମରିକ କ୍ଷେତ୍ରରେ ବେଶ୍ […]
ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ପ୍ରାରମ୍ଭିକ ଭାଷଣରେ ମୋଦି ସରକାରଙ୍କ ସଫଳତା କଥା ବଖାଣି ଥିଲେ। ସେ କହିଥିଲେ, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ। ଜିଏସ୍ଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ […]
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୬୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାରୁ ଆକ୍ରାନ୍ତ ୬୩ ଜଣଙ୍କ ମଧ୍ୟରୁ ୬୧ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା। ଆଜି ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ସର୍ବାଧିକ ୧୨ ଜଣ ଥିବାବେଳେ ଜଗତ୍ସିଂହପୁରର ୧୧, ଢେଙ୍କାନାଳର ୯ […]
ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍କେସ୍ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍କେସ୍ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି। ନିର୍ମଳା ସୀତାରମଣଙ୍କ ଏହା ହେଉଛି ଦ୍ୱିତୀୟ ସାଧାରଣ ବଜେଟ୍। ଅନ୍ୟପକ୍ଷରେ ବଜେଟ୍ […]
ଆଜି ୨୦୨୦ ମସିହା, ଫେବୃଆରୀ ମାସ ୧ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…