ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି। ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫। ମହାରାଷ୍ଟ୍ରରେ […]
ଭୁବନେଶ୍ୱର:ଆଜି ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ୭୬ଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି। ଆଜି ଚିହ୍ନଟ ହୋଇଥିବା ୭୬ ଜଣ ୧୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ ୧୬, ଖୋର୍ଦ୍ଧା ଓ […]
ଯାଜପୁରରୋଡ: ୮ ବର୍ଷର ପିଲାଟିଏ। ଜାଣେନି କ’ଣ ଭୁଲ..କ’ଣ ଠିକ। ୩୦ ଫୁଟ ଉଚ୍ଚରେ ବସି ରାଜରାସ୍ତାରେ ଧାଉଁଧିବା ଗାଡ଼ିକୁ ଦେଖିବା, ସହରର ଦୃଶ୍ୟ ଉପଭୋଗ କରିବା ଖୁବ୍ ମଜା ଲାଗୁଥିଲା। ତାର କୌତୁହଳୀ ମନ ତାକୁ ଟାଣି ନେଉଥିଲା ୩୦ ଫୁଟ ଉଚ୍ଚ ଟ୍ରାନ୍ସଫର୍ମର ଉପରକୁ। ହେଲେ ଦେଖିବା ଲୋକର ଛାତି ଥରି ଯାଉଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡିରେ। ରଗଡି ସ୍ଥିତ ଯାଜପୁରରୋଡ […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରୁ। ଅଭିଯୋଗରୁ ଜଣାଯାଇଛି, ଉଭୟେ ସ୍ୱାମୀ-ସ୍ତ୍ରୀ କିଛି ଦିନ ତଳେ ଦିଲ୍ଲୀରୁ ଗାଁକୁ ଫେରିଥିଲେ। ତେଣୁ ଘରକୁ ନ ଯାଇ ଉଭୟ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତ ରାତିରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସ୍ୱାମୀଙ୍କୁ ଫୋନ୍ କରିଥିଲେ […]
ପୁରୀ: କରୋନା ଯେତେ ଦୁଃଖଦ ଅନୁଭୂତି ଆଣୁନା କାହିଁକି, ସୌରଭ-ପିଙ୍କିଙ୍କ ପାଇଁ କିନ୍ତୁ ସ୍ମରଣୀୟ ହୋଇ ରହିବ। ତାଙ୍କ ପ୍ରେମକୁ ଦିନେ ପରିବାର ଲୋକେ ଏଡାଇ ଦେଲେ। ପ୍ରେମକୁ ସଫଳ କରିବା ପାଇଁ ଉପାୟ ନ ପାଇ ଉଭୟେ ସମାଜ ଆଖିରୁ ଲୁଚି ଲୁଚି ପଳାଇଥିଲେ। ହେଲେ ଆଜି କରୋନା ପାଇଁ ସେଇ ସମାଜ ତାଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇଛି। ପୁରୀ ଜିଲ୍ଲା ନିମାପଡା ଶଗଡା ଅଞ୍ଚଳର ସୌରଭ ଓ ପିଙ୍କିରାଣୀ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ଅଧିକ ଜୀବନହାନି ଆଶଙ୍କା ରହିଛି । ଏପରି ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO। ବର୍ତ୍ତମାନ ହାତଗଣତି କିଛି ଦେଶ କରୋନା କବଳରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଅନେକ ବିତ୍ତଶାଳୀ ରାଷ୍ଟ୍ର ଏବେ ବି ସଂକ୍ରମଣ ସହ ଲଢ଼େଇ କରୁଛନ୍ତି । ଏହି ସବୁ ଦେଶରେ ଦିନକୁୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢୁଛି । କରୋନା ପ୍ରଭାବିତ ଦେଶ ବର୍ତ୍ତମାନଠାରୁ ଦ୍ୱିତୀୟ ପର୍ଯ୍ୟାୟ […]
ରାଉରକେଲା: କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାରକୁ ନେଇ ରାଉରକେଲାରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି। ରାସ୍ତା ଉପରେ ଉଭୟ ପୋଲିସ-ଜନତା ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୁଲିସ୍ ଉପରକୁ ଟେକା, ପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାରେ ୧୫ରୁ ଅଧିକ ପୁଲିସ୍ କର୍ମୀ ଆହତ ହୋଇଥିବା ଜଣାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା […]
ଭୁବନେଶ୍ୱର:ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ସୋନପୁରକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା। ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। କଟକର ସର୍ବାଧିକ ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ବଲାଙ୍ଗୀରରୁ ୧୪, କେନ୍ଦୁଝରରେ ୮, […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅବୁଧାବିର ବଲି ଅହଦ (କ୍ରାଉନପ୍ରିନ୍ସ) ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶଖେ ହସିନାଙ୍କୁ ଇଦ୍ ମୁବାରକ ଜଣାଇଥିଲେ । ଏଥିସହିତ କରୋନା ଭାଇରସ୍ ମହାମାରୀର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୋଦି ତାଙ୍କର ଟ୍ୱିଟରରେ ଲେଖିଛନ୍ତି ମୋହମ୍ମଦ ବିନ ଜାୟଦ ଏବଂ ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ର ଲୋକଙ୍କୁ ଇଦର ମୁବାରକ । ଏଥିସହିତ ପ୍ରଧାନମନ୍ତ୍ରୀ ୟୁଏଇରେ ଥିବା ଭାରତୀୟ […]
ଭବାନୀପାଟଣା: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସହ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର […]
ଭଦ୍ରକ: ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ପୋଲିସ କର୍ମୀ । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଚାରି ପାଞ୍ଚ ଜଣ ପୋଲିସ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ପିଟି ଚାଲିଛନ୍ତି । ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ଜଣକ ମାସ୍କ ନ ପିିନ୍ଧି ରାସ୍ତାରେ ବୁଲୁଥିଲେ। ଏହି ସାମାନ୍ୟ ଅପରାଧ ପାଇଁ ତାଙ୍କୁ ଧରି ପୋଲିସ ଏଭଳି ଅମାନୁଷିକ ଭାବେ ତାଙ୍କୁ ପିଟି ଚାଲିଛି। […]