ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍ଡାଉନ ୪.୦। ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍ ଅନ୍ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି । ଅନ୍ଲକ୍-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୯୪ରେ ପହଞ୍ଚିଛି । ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୯୧ ହଜାର ୮୧୯ ଆରୋଗ୍ୟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୩୦ ଜଣଙ୍କର ମୃତ୍ୟୁ […]
ଆଜି ୨୦୨୦ ମସିହା, ଫେବୃଆରୀ ମାସ ୩ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ମନୋରଞ୍ଜନ ଧର୍ମୀ ଚ୍ୟାନେଲ ତରଙ୍ଗରେ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ମେଗା ଧାରାବାହିକ। ଲୋକପ୍ରିୟ ଧାରାବାହିକ ମାୟା, କୁଆଁରୀବୋହୂ, ନୂଆବୋହୂ, ସାବିତ୍ରୀ, ତାରାତାରିଣୀ ଓ ସିନ୍ଦୁରର ଅଧିକାର ଆଜିଠୁ ପୁଣି ଥରେ ତରଙ୍ଗରେ ପ୍ରସାରିତ ହେବ । ସେହିପରି ଓଡ଼ିଶାର ସବୁଠୁ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ପମ୍ ନେଇ ‘EXCUSE ME, ଯାହା କହିବି, ସତ କହିବି’ର ସିଜନ-ଥ୍ରୀ ମଧ୍ୟ ଆଜିଠୁ ରାତି ୧୦ଟାରେ ପ୍ରସାରିତ ହେବ। କରୋନା କଟକଣା ପାଇଁ ଦୀର୍ଘ […]
ଭୁବନେଶ୍ୱର:ରାଜ୍ୟରେ ପୁଣି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଛି ସୂଚନା। ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ […]
ଭୁବନେଶ୍ୱର: ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ସାଂଘାତିକ ଅବ୍ୟବସ୍ଥା ଆଉ ବିଭ୍ରାଟ। କେଉଁଟି ଖାଇବାକୁ ନାହିଁ ତ କେଉଁଠି ଶୋଇବାକୁ ଜାଗା ନାହିଁ। କେଉଁଠି ପାଣି ନାହିଁ ତ କେଉଁଠି ଲାଇଟ୍ ନାହିଁ। ପୁଣି କେଉଁଠି ସଙ୍ଗରୋଧ କେନ୍ଦ୍ରରେ ପ୍ରଶାସନିକ ନିର୍ଯାତନା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ର ଥିଲା ନିଆରା । ଏଠି ସମସ୍ୟା ଥାଇପାରେ ହେଲେ ମିଳୁଥିବା ସ୍ନେହ, ସହନଭୂତି ଏସବୁ ଦୁଃଖକୁ ଦୂରେଇ ଦେଉଥିଲା। ସେଥିପାଇଁ ତ ଏହି କେନ୍ଦ୍ରରେ […]
ଆଜି ୨୦୨୦ ମସିହା, ଫେବୃଆରୀ ମାସ ୨ ତାରିଖ, ରବିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର:ଆଉ କିଛି ସମୟ ପରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ରାଜ୍ୟବାସୀ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’। ସାଢେ ୫ଟା ବାଜିବାକୁ ଆଉ ମାତ୍ର କେତେ ମିନିଟ ବାକି। କରୋନା ମୁକାବିଲା କରିବାରେ ରାଜ୍ୟବାସୀ ସଫଳ ହୋଇଛନ୍ତି। ତେଣୁ କରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆଜି ସାଢେ ୫ଟାବେଳେ ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ […]
ପୁରୀ: ଆସୁଛି ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ବସିଛନ୍ତି। ହେଲେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଭକ୍ତଙ୍କୁ ହତାଶ କରିଛି। ସ୍ନାନଯାତ୍ରାରେ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଭକ୍ତମାନଙ୍କୁ ସିଧାସଳଖ ଦର୍ଶନର ସୁବିଧା ମିଳିବ ନାହିଁ। ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏପରି ସୂଚନା […]
ପୁରୀ:ଆସୁଛି ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଦିନ ଟ୍ରେନ, ବସ୍ ଚଳାଚଳ ବନ୍ଦ ରହିବା ପରେ ଏବେ ସ୍ୱାଭାବିକ ରହିଛି। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ […]
ପେଇଚିଂ: କରୋନା ଭାଇରସକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏବେ ଲଦାଖ ସୀମାନ୍ତକୁ ନେଇ ଭାରତ-ଚୀନ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଭାରତ, ଆମେରିକା ନୁହେଁଁ, ଏବେ କରୋନା ଭାଇରସକୁ ନେଇ ସାରା ଦୁନିଆ ଚୀନକୁ ଘେରିଛି। ତଥାପି ଚୀନର ଦିମାକ୍ କମିନି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ନ କରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଲାଗି କହିଛନ୍ତି। ଅନ୍ୟପକ୍ଷେ […]
ରାୟପୁର:ଛତିଶଗଡ଼ର ନକ୍ଲଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ଅମଦଇ ଘାଟି କ୍ୟାମ୍ପରେ ଯବାନମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଫଳରେ ୨ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ବସ୍ତର ଆଇଜି ପି.ସୁନ୍ଦର ପି କହିଛନ୍ତି, ନାରାୟଣପୁର ଜିଲ୍ଲାର ଛୋଟଡୋଙ୍ଗର ଥାନାର ଘାଟି ଅଞ୍ଚଳରେ ଛତିଶଗଡ଼ ସୁରକ୍ଷାକର୍ମୀଙ୍କ ୯ମ ବାଟାଲିଅନର କ୍ୟାମ୍ପ ପଡ଼ିଥିଲା। କ୍ୟାମ୍ପରେ ଶୁକ୍ରବାର ରାତିରେ […]