• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ମୋବାଇଲ୍_ ଟର୍ଚ୍ଚରେ ପଡ଼ିଲା ଷ୍ଟିଚ୍_
ନବନିର୍ମିତ ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ୍‌ ଟର୍ଚ୍ଚରେ ହେଲା ରୋଗୀସେବା

ନୟାଗଡ଼: ଡାକ୍ତରଖାନାରେ ଥିଲା ଚକାଚକ୍‌। ବହୁ କୋଟି ଟଙ୍କା ବ୍ୟୟରେ ଅଳ୍ପଦିନ ତଳା ନିର୍ମାଣ କରାଯାଇଛି। ହେଲେ ଭିତରେ ଅନେକ ଅବ୍ୟବସ୍ଥା। ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ନାହିଁ। ଏପଟେ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚ ଲାଇଟ୍ ଜଳାଇ ଜଣେ ଗୁରୁତର ଆହତ ବ୍ୟଙ୍କିଙ୍କର ଚିକିତ୍ସା କରାଗଲା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଜ […]

jagannatha
ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ। ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛି ମାତ୍ରାରେ ଅବ୍ୟବସ୍ଥା ଥିବାରୁ ଅସନ୍ତୋଷ ଥିଲା।  […]

trump
G-7 ସମ୍ମିଳନୀ ପାଇଁ ମୋଦିଙ୍କୁ ଆମନ୍ତ୍ରଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ: G-7 ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । G-7 ସମ୍ମିଳନୀ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଟ୍ରମ୍ପ ଟେଲିଫୋନ୍ ଯୋଗେ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିସହ ଚୀନ୍-ଭାରତ ସୀମା ବିବାଦ ଏବଂ ଉଭୟ ଦେଶରେ କରୋନା ସ୍ଥିତି ନେଇ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସଂସ୍କାର ନେଇ ମଧ୍ୟ ଆଲୋଚନା ହୋଇଛି । […]

vacc
ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର:ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି।  ରାୟଗଡ଼ାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ। ତାଙ୍କୁ […]

jais
ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ୍‌ ଟପ୍‌ କମାଣ୍ଡର ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଜି ଏକ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଲଓ୍ୱାମା କଙ୍ଗନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀ ମସୁଦ୍ ଅଜହରର ନିକଟତମ ତଥା ଜେଶ୍‌ର ଟପ୍‌ କମାଣ୍ଡରକୁ ନିପାତ କରି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, କଙ୍ଗନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ଗୁଇନ୍ଦା ସୂତ୍ରରୁ ଜାଣିବା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପେରେନ କରାଯାଇ ଥିଲା। ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଆତଙ୍କବାଦୀଙ୍କ […]

court
‘ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ’

ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ସୋମବାର ଏକ ଘରୋଇ ମାମଲାର ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି, ସ୍ୱାମୀ  ସ୍ତ୍ରୀର  ଫୋନ୍‌ କଲ ବିନା ଅନୁମତିରେ ରେକର୍ଡି କରିପାରିବ ନାହିଁ। ହାଇକୋର୍ଟରେ ପାରବାରିକ ବିବାଦର ଶୁଣାଣି ବେଳେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଫୋନ ରେକର୍ଡିଂ ଶୁଣାଇଥିଲେ। ଏହି କ୍ରମରେ କୋର୍ଟ କହିଛନ୍ତି, ଫୋନ୍ କଲ୍ ରେକର୍ଡ ବାବଦରେ ତାଙ୍କ ସ୍ତ୍ରୀ ଅବଗତ ନଥିଲେ। ଏଥିସହ ବିନା ଅନୁମତିରେ କାହାର କଲ୍ ରେକର୍ଡ କରିବା ଅପରାଧ ବୋଲି […]

୧୧୧୧୧
ଭାରତୀୟ ସେନାଙ୍କ ଅଭ୍ୟାସ ଇଲାକାରେ ସ୍ଥିତି ମଜବୁତ୍‌ କଲା ଚୀନ୍

ନୂଆଦିଲ୍ଲୀ:ଲଦାଖରେ ଚୀନ-ଭାରତ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ଭାରତୀୟ ସେନାର କିଛି ଯବାନ କରୋନା ସଂକ୍ରମିତ ହେବା ପରେ ନିୟନ୍ତ୍ରଣ ରେଖା ପାଖରେ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ଅଭ୍ୟାସକୁ କିଛି ସମୟ ପାଇ ଘୁଞ୍ଚାଇ ଦେଇଥିଲା ଭାରତ। ଏହାର ଫାଇଦା ନେଇ ଚୀନ ସେନା ଭାରତୀୟ ସେନାର ପାଟ୍ରୋଲିଂ କରୁଥିବା ଇଲାକାକୁ ମାଡି ଆସି ସେଠାରେ ନିଜ ସ୍ଥିତି ସୁଦୃଢ କରି ନେଇଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି […]