• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

lord ganesh
ଦୁବ ଓ ବରକୋଳି ପତ୍ର ଶ୍ରୀ ଗଣେଶଙ୍କୁ ଅର୍ପଣ କରନ୍ତୁ

ଆଜି ୨୦୨୦ ମସିହା, ଫେବୃଆରୀ ମାସ ୭ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

moon
ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

ନୂଆଦିଲ୍ଲୀ: ଏମିତି ଏକ ସମୟ ଥିଲା, ଆକାଶରୁ ଜହ୍ନ ନିଖୋଜ ହୋଇଗଲା। ଦିନେ ଗଲା, ଦୁଇଦିନ ଗଲା…ଜହ୍ନ ଆସିଲାନି। ଭାଳେଣି ପଡ଼ିଗଲା ଲୋକଙ୍କ ଭିତରେ। କି ବିପର୍ଯ୍ୟୟ ଆସିଲା ? ଏମିତି ଆଶଙ୍କା ଭିତରେ ଏକମାସ ବିତିଗଲା। ହେଲେ ନିଖୋଜ ଜହ୍ନର ଠିକଣା ମିଳିଲାନି। ଏହା କୌଣସି ଗପ ନୁହେଁ। ଏକଦମ୍‌ ସତ କଥା। ଏକାଦଶ ଶତାବ୍ଦୀରେ ଘଟିଥିଲା ଏମିତି ଏକ ଘଟଣା। ପ୍ରାୟ ୧ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ। ଖାଲି ଜହ୍ନ ନୁହେଁ, […]

loctus
ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ପଙ୍ଗପାଳ ସମସ୍ୟା ନେଇ ଆଜି ଆଲୋଚନା ହୋଇଛି। ଏହାର ମୁକାବିଲା ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଙ୍ଗପାଳ ଏବେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶା ଆସିବା ସମ୍ଭାବନା ରହିଛି। ପବନର ଦିଗ ଅନୁସାରେ ଗତିବିଧି ପରିବର୍ତ୍ତନ କରୁଛନ୍ତି। ଏଥିଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ସୀମାବର୍ତ୍ତି […]

modi.JPG-1111
ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି

ନୂଆଦିଲ୍ଲୀ: କରୋନା ବିପତ୍ତି ଭିତରେ ବି ଦେଶରେ ବଢ଼ି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହି ଗ୍ରାଫ୍ ସବୁଠୁ ଉଚ୍ଚରେ । ତାଲିକାର ଶୀର୍ଷରେ ରହିଛି ଓଡ଼ିଶା । ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ କଳାପରେ କେତେ ସନ୍ତୁଷ୍ଟ ଅଛନ୍ତି ଭାରତୀୟ ? ଜାଣିବାକୁ IANS-C VOTER ସଂସ୍ଥା ପକ୍ଷରୁ ନିକଟରେ ଦେଶବ୍ୟାପୀ ଏକ ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ  ପ୍ରାୟ ୬୫.୬୯ ପ୍ରତିଶତ […]

Capture
ପୁଅକୁ ପିଟି ପିଟି ହତ୍ୟା କଲେ ବାପା

ଉମରକୋଟ: ଯେଉଁ ପୁଅର ହାତ ଧରି ଦିନେ ଚାଲି ଶିଖାଇ ଥିଲେ ସେଇ ପୁଅକୁ ପିଟି ପିଟି ହତ୍ୟା କରିଦେଲା ବାପା। ଏଭଳି  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ରାଇଘର ଥାନା ସରଗୁଲି ଗାଁର ଅମଲ ବସୁ। ୧୦ ବର୍ଷ ତଳେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହି ଅପରାଧରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ପରେ ଦ୍ୱିତୀୟ ବିବାହ କରି କୁମୁଲି ଛକରେ ପରିବାର ସହ ରହୁଥିଲେ। ୨ୟ ପତ୍ନୀଙ୍କ ପୁଅ ଅସିତ୍‌ ଓ ବିଶ୍ୱଜିତ୍‌ଙ୍କ […]

river
ଆଈର ହାତ ଧରି ନଦୀ ପାର ହେଉଥିଲା ୪ ବର୍ଷର ନାତୁଣୀ, ଭାସିଗଲା

ରାଉରକେଲା: ଆଈର ହାତ ଧରି ନଦୀ ପାର ହେଉଥିଲା। କେମିତି କେଜାଣି ହାତ ଖସିଗଲା ଆଉ ଭରା ନଦୀର ସୂଅରେ ଭାସିଗଲା ୪ ବର୍ଷର କୁନି ଝିଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲାରେ। ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୟସ୍କା ମହିଳା ତାଙ୍କର ଦୁଇଜଣ ନାତି ନାତୁଣୀକୁ ଧରି ଆସିଥିଲେ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟକୁ । ସେଠାରେ କାମ ସାରି ପୁଣି ପିଲାମାନଙ୍କ ସହ  କାଠ […]

batya
୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେଇପାରେ ‘ନିସର୍ଗ’

ନୂଆଦିଲ୍ଲୀ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଇପାରେ ନିସର୍ଗ । ଏହାର ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ୯୦ରୁ ୧୧୫ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ପବନର ବେଗ ୧୨୫ କିମି ବି ଛୁଇଁପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ।  […]

bron
ରାଜଧାନୀରୁ ଜବତ ହେଲା ବିପୁଳ ଧଳା ଜହର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର। କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଛକରୁ ଏହାକୁ ଜବତ କରିଛି। ଜବତ ବ୍ରାଉନସୁଗରର ଦାମ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ୨ ଜଣ ବ୍ୟକ୍ତି ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିଲା।   ଖବର ପାଇ STF ସେମାନଙ୍କୁ ଖଣ୍ଡଗିରି ଛକରୁ ଧରିଥିଲା।  ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଉକ୍ତ ବାଇକକୁ ଜବତ କରିଛି STF । ଏହି ଘଟଣା ପରେ ରାଜଧାନୀରେ […]

covid
୧୪୧ କରୋନା ପଜିଟିଭ ଚିହ୍ନଟ, ୨୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମିଳିଛି। ଏଥିସହିତ ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୯୧ ଜଣ ଚିକିତ୍ସି ହେଉଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ହୋଇଥିବା ୧୪୧ ଜଣ ୧୮ ଜିଲ୍ଲାର। ଗଞ୍ଜାମ […]

hospital
ଭାଇଭଉଣୀଙ୍କ ସମେତ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଘରର ବଡ଼ ପୁଅଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାର। ପୁଅର ଶବଘରେ ପଡ଼ିଥିବାବେଳେ  ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗତକାଲି ରାତିରେ ପରିବାରର ୫ ଜଣ ସଦସ୍ୟ ଫିନାଇଲ ପିଇ ଦେଇଛନ୍ତି।  ମାଆ, ୩ ଭଉଣୀ ଓ ଜଣେ ଭାଇ […]

america
କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜଳୁଛି ଆମେରିକା; ୪୦ ସହରରେ କର୍ଫ୍ୟୁ

ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦଙ୍ଗା  ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି।  ଦଙ୍ଗା ରାଜଧାନୀ ୱାଶିଂଟନ ଡିସି ଏବଂ ହ୍ୱାଇଟ୍‌ହାଉସ ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ପରିସ୍ଥିତିକୁ ଦେଖିବା ପରେ ଓ୍ୱାଶିଂଟନ୍ ଡିସିରେ […]