• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

winter
ଶୀତରେ ଥରୁଛି ସାରା ଓଡିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସି ଆସିଛି ପାରଦ। ଜାଡ଼ରେ ଥରୁଛି ସାରା ରାଜ୍ୟ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଥଣ୍ଡାର ପ୍ରକୋପ। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୮ ଦଶମିକ ୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮ ଦଶମିକ ୫, ଭବାନୀପାଟଣାରେ ୯, କେନ୍ଦୁଝରଗଡ଼ରେ ୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

puri
ଆଜି ଦ୍ୱିତୀୟ ଦିନ ଲାଗି ଜଗା ଦର୍ଶନ କରୁଛନ୍ତି ପୁରୀବାସୀ

ଆଜି ଦ୍ୱିତୀୟ ଦିନ ପାଇଁ ଜଗା ଦର୍ଶନ କରିବେ ପୁରୀ ବାସିନ୍ଦା। ଆଜି ୪, ୧୩, ୧୬, ୧୮, ୨୦ ନମ୍ବର ୱାର୍ଡ ବାସିନ୍ଦା ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଅନୁମତି ରହିଛି। କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା ମନ୍ଦିର। ମନ୍ଦିର ଖୋଲିବା ପରେ ପର୍ଯ୍ୟାୟକ୍ରମେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ୍ ଧରି ଲାଇନ୍ ଲଗାଇବା ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି।

lord lingaraj
ଆଜି ଖୋଲିବ ଲିଙ୍ଗରାଜ ମନ୍ଦିର

୯ ମାସର ପ୍ରତୀକ୍ଷାର ଅନ୍ତ। ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଆଜିଠୁ ଆସନ୍ତା ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ କରାଯାଇଛି ବ୍ୟାରିକେଡ୍। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବେ।

2020 politics
୨୦ରେ ଚର୍ଚ୍ଚାରେ ଥିଲେ ଏହି ୨୦ ନେତା: ଜାଣନ୍ତୁ କିଏ କାହିଁକି ହୋଇଥିଲେ ଚର୍ଚ୍ଚିତ

୨୦୨୦ ମସିହାରେ ରାଜ୍ୟଠଉ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣା ବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୁନଚ୍ଛେଦ ଟାଣିପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ...

Modi-farmers
ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।

delhi-farmers-protest
କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚାଷୀ: କଣ କହିଲା ସଂଗଠନ?

ଆଲୋଚନା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଚାଷୀ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଆମ ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି କି ଏଥି ପ୍ରତି ଗମ୍ଭୀର ନୁହଁନ୍ତି ସରକାର। ଯଦି ଆଇନ ପ୍ରତ୍ୟାହାର ପାଇଁ ରାଜି ନ ହୁଅନ୍ତି, ଆଲୋଚନାର କିଛି ମୂଲ୍ୟ ନାହିଁ।

terrorists killed in encounter
ସକାଳୁ ସକାଳୁ ୩ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି।

Bijara temple
୨୯ ରୁ ଖୋଲିବ ବିରଜା ମନ୍ଦିର, କିନ୍ତୁ ଏହି ଦିନଠୁ ପୁଣି ରହିବ ବନ୍ଦ

ଆସନ୍ତା ୨୯ରୁ ଖୋଲିବ ଯାଜପୁରର ମା ବିରଜା ମନ୍ଦିର। ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଦର୍ଶନ କରିପାରିବେ ଭକ୍ତ, ଗହଳି ଏଡ଼ାଇବାକୁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ: ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ। ତେବେ କରୋନା ଲାଗି ପାଖାପାଖି ୯ ମାସ ହେବ ମନ୍ଦିର ବନ୍ଦ ରହିଥିଲା। ବର୍ତ୍ତମାନ ସମୟରେ ଧୀରେ ଧୀରେ ମନ୍ଦିର ଖୋଲୁଛି।

Ganjam Collector
ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

puri
ଜଗା ଦର୍ଶନ କରୁଛନ୍ତି ସେବାୟତ ପରିବାର

୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର। ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ଜଗା ଦର୍ଶନର ଆଜି ତୃତୀୟ ଦିନ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରୁଛନ୍ତି। ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

Modi
ଚାଷୀଙ୍କ ସହ ପୁଣି ଆଲୋଚନା କରିବ କେନ୍ଦ୍ର ସରକାର

ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଆଲୋଚନା ପାଇଁ ଆସିବାକୁ କୁହାଯାଇଛି। ପୂର୍ବରୁ କିଛି ସଂଗଠନକୁ କେନ୍ଦ୍ର ଜାଣିଶୁଣି ଭିନ୍ନ ଭିନ୍ନ ତାରିଖରେ ଆଲୋଚନା ପାଇଁ ଡାକି ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।

Pari bjp
ପରୀ ଆନ୍ଦୋଳନ: ଗାଁ ଗାଁ ଘର ଘରକୁ ନେବ ବିଜେପି

ପରୀକୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁ ଏବଂ ଘର ଘରକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତକାଲି ଇଟାମାଟିରୁ ଆରମ୍ଭ କରିଥିବା ଏହି ଯାତ୍ରା ସାରେ ଯଦୁପୁରରେ ପହଂଚିଥିଲା। ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସିଧାସଳଖ ପରୀ ଘରକୁ ଯାଇ ମାଆ ଓ ବାପାଙ୍କୁ ଭେଟିଥିଲେ। ସେମାନଙ୍କୁ ସମବେଦନା ଜଣାଇଥିଲେ ବିଜେପି ନେତ୍ରୁବୃନ୍ଦ।

puja
ଟାୟାରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୋତା

ବ୍ୟବହାର ପରେ ଅଦରକାରୀ ଟାୟାରକୁ ଲୋକେ ବାହାରେ ଫୋପାଡି ଦିଅନ୍ତି। କିନ୍ତୁ ଏଥିରୁ ଯେ ଏତେ ସୁନ୍ଦର ଉପଯୋଗୀ ଜିନିଷ ତିଆରି ହୋଇପାରିବ, ତାହା କେହି ଭାବି ନଥାନ୍ତି ଯାହା କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁଣେର ଜଣେ ମହିଳା ଟାୟାରରୁ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଜୋତା ଓ ଚପଲ।

Mamata banarjee
ମଞ୍ଚ ଉପରେ ନାଚିଲେ, ଝୁମିଲେ ମମତା ବାନାର୍ଜୀ

ନାଚିଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।  ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।

FasTag
ଜାନୁଆରୀ ପହିଲାରୁ ଟୋଲ୍ ଗେଟରେ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍

ଦେଶର ସମସ୍ତ ଟୋଲଗେଟରେ ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥା କରାଯିବା ସହ ଗାଡ଼ି ଚାଳକ ଏଥିପ୍ରତି ସଚେତନ ହୋଇ ଫାଷ୍ଟଟ୍ୟାଗ୍ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।

winter
ଥରୁଛି ଓଡିଶା: ଜାଣନ୍ତୁ କେତେ ଦିନ ପରେ କମିବ ଶୀତ

ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ । ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି।

Karnjia
୨୮ ବର୍ଷ ହେଲାଣି ସରିପାରୁନାହିଁ ପ୍ରକଳ୍ପ?

ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ଦୀର୍ଘ ବର୍ଷ ହେଲା ପ୍ରକଳ୍ପ ଆଗକୁ ବଢ଼ି ପାରୁନି। ୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଏବେ ୯୦୦ କୋଟି ଟଙ୍କା ହୋଇଗଲାଣି।

D-BROTHERS
ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ରିମାଣ୍ଡରେ ନେଲା ପୋଲିସ

ସିଡିଏ ଘରୁ ପୁଳି ପୁଳା ଗୁଳି ଓ ବନ୍ଧୁକ ଜବତ ହେବା ମାମଲାରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍। ଜେଲରେ ଥାଇ କଟକରେ ଡି ବ୍ରଦର୍ସ କିପରି ଚଳାଇଥିଲେ ବନ୍ଧୁକ କାରବାର?

pm-modi
ଚାଷୀଙ୍କୁ ଆଜି କଣ କହିବେ ମୋଦି?

ଆଜି ପୁଣି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ନୂଆ କୃଷି ଆଇନ ସଂପର୍କରେ ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ ବୋଲି ସୂଚନା ରହିଛି।

Bhubaneswar ANM
ଶୀତ କାକରରେ ଥରି ଥରି ବଡଦିନ ପାଳିଲେ ଏଏନଏମ କର୍ମୀ

ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ଏଏନ୍ଏମ୍ କର୍ମୀ।  ଛଟେଇକୁ ବିରୋଧ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଜାରି ରହିଛି ଆନ୍ଦୋଳନ। ଗତ ମାସଠାରୁ ଧାରଣାରେ ବସିଥିବା ଏନ୍ଏମ୍ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଧାରଣା ସ୍ଥଳରେ ପାଳନ କରିଛନ୍ତି ବଡ଼ ଦିନ। ସ୍ୱାସ୍ଥ୍ୟକର୍ମୀ ମାନେ ଏକତ୍ରିତ ହୋଇ କେକ୍ କାଟିବା ସହ ନିଜ ନିଜ ମଧ୍ୟରେ ବଡ଼ ଦିନକୁ ପାଳନ କରିଛନ୍ତି।

Christmas Day
ଧରାବତରଣ କଲେ ପ୍ରଭୁ ଯୀଶୁ, କରୋନା କଟକଣା ମଧ୍ୟରେ ପାଳନ ହେଉଛି ବଡଦିନ

ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଆଜି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି ।ଯେଉଁ ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଳମ୍ବୀ ସେହି ସମୟ ଆସି ପହଞ୍ଚିଥିଲା। କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ଏଥର ନଥିଲା ସେହି ସରାଗ