• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Delta Flight
ଚଳନ୍ତା ବିମାନର କବାଟ ଖୋଲିଦେଲେ ଯାତ୍ରୀ: ଆଉ ତା'ପରେ ହେଲା କଣ?

ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକି ଚାଲିଆସିଲେ ୨ ଜଣ ବ୍ୟକ୍ତି। ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ। ଏପରି ଘଟଣା ଘଟିଛି ଆମେରିକାରେ। ମିଳିଥିବା ସୂଚନା ଅନୁସାରେ, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ସକ୍ରିୟ ଥିବା ସ୍ଲାଇଡରରୁ ଦୁଇଜଣ ଲୋକ ବାହାରି ଆସିଥିଲେ।

Gas
ଇଫକୋ କାରଖାନାରେ ଗ୍ୟାସ ଲିକ୍ ହୋଇ ୨ ମୃତ

ଇଫକୋ କାରଖାନାରେ ବଡଧରଣର ଦୁର୍ଘଟଣା। ଆମୋନିଆ ଗ୍ୟାସ ଦୁର୍ଘଟଣା ହେବାରୁ ୨ ଜଣ କର୍ମଚାରୀଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତି ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି ।

arun-bothara
ଯଦୁପୁରରେ ପହଞ୍ଚି ଓଡ୍ରାଫ୍ ଟିମ ସହ ଆଲୋଚନା କରୁଛନ୍ତି ଅରୁଣ ବୋଥ୍ରା

ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା। 

farmer
ଚାଷୀଙ୍କ ପୋଷ୍ଟରକୁ ନେଇ ତେଜିଲା ବିବାଦ

ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଜୋରଦାର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ସେମାନଙ୍କର ଅର୍ଥାତ୍ ଚାଷୀଙ୍କ ଗୋଟିଏ ଦାବି କେନ୍ଦ୍ର ସରକାର ଯେ,ପର୍ଯ୍ୟନ୍ତ ଚାଷୀଙ୍କ ଦାବିକୁ ମାନିନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଛନ୍ତି।

egg
ଅଣାୟତ ଅଣ୍ଡାଦର, ଗୋଟିଏ ଅଣ୍ଡାର ଦାମ ୩୦ ଟଙ୍କା

ଅଣାୟତ ଅଣ୍ଡାଦର। ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି ଅଣ୍ଡାର ଦାମ। ୩୫୦ ଟଙ୍କାରେ ପହଞ୍ଚିଲାଣି  ଗୋଟିଏ ଡଜନ ଅଣ୍ଡାର ଦାମ।। ଅର୍ଥାତ୍ ଗୋଟିଏ ଅଣ୍ଡାର ଦାମ ପାଖାପାଖି ୩୦ ଟଙ୍କା ରହିଛି। ଯାହାକି ଲୋକଙ୍କୁ ବିଚଳିତ କରୁଛି ତାହା ନୁହେଁ ବରଂ ଆତଙ୍କିତ ମଧ୍ୟ କରୁଛି

pari murder case
ସରକାରଙ୍କ ତଣ୍ଟିର କଣ୍ଟା କାଢିବାକୁ ଯାଇ ସରୋଜର ମୁଣ୍ଡ ଗଡାଇଲା କି SIT?

ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ସରୋଜ ସେଠୀର ଭଉଣୀଙ୍କ ବି ନିଜ ଭାଇକୁ ନିର୍ଦ୍ଦୋଷ ବୋଲି ବାରମ୍ବାର କହୁଛନ୍ତି। ମାଆ ବି କହୁଛନ୍ତି ପୁଅ ନିର୍ଦ୍ଦୋଷ। ସରୋଜ ସେଠୀର ଗିରଫଦାରୀ ପରଠୁ ଗୋଟିଏ କଥା ହିଁ କହିଆସୁଛନ୍ତି ଉଭୟେ।

pari murder case
ଯୌନ କ୍ଷୁଧାକୁ ମେଣ୍ଟାଇବାକୁ ଯାଇ ନାବାଳିକାକୁ ହତ୍ୟା କରିଥିଲା ଅଭିଯୁକ୍ତ?

ବର୍ବର, ଜଘନ୍ୟ, ବୀଭତ୍ସ ଓ ବିରଳ। ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ସାଙ୍ଘାତିକ ତଥ୍ୟ ପଦାକୁ ଆଣିଛି ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ, SIT। ପ୍ରେସମିଟରେ ଏହି ଜଘନ୍ୟ କାଣ୍ଡର ଅଡୁଆ ସୂତାକୁ ଫିଟାଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

sarna keonjhar
'ସାର୍ଣ୍ଣା ଧର୍ମକୁ ଦିଅ ସ୍ୱତନ୍ତ୍ର ସ୍ଥାନ'

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଆଜି ସାର୍ଣ୍ଣ। ଧର୍ମକୁ ମାନ୍ୟତା ଦାବିକରି ଆଦିବାସୀମାନେ ବିରାଟ ରାଲି କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ବିଧାନ ଅଧିକାର ପାଇବା ଦାବି ସହ ଆସନ୍ତା ବର୍ଷଠାରୁ ଜନଗଣନାରେ ସାର୍ଣ୍ଣା ଧର୍ମକୁ ସ୍ୱତନ୍ତ୍ର ସ୍ଥାନ ଦେବା ଲାଗି ସେମାନେ ଦାବି କରିଛନ୍ତି।

farmer
'ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବୁ ନାହିଁ'

ଧାନ କିଣା ପାଇଁ ରାସ୍ତା ରୋକ । ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରୟ ଅନୁମତି ଦାବିରେ ରାସ୍ତା ରୋକ । ରାସ୍ତା ଉପରେ ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ରୋକ କରିଛନ୍ତି ଶତାଧିକ ଚାଷୀ ।

budha
ବାଲ୍ୟ ବେଳର ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

ସାମାନ୍ୟ କଥାରୁ ହତ୍ୟାକାଣ୍ଡ। ନିମିଶକେ ମଧ୍ୟରେ ଚାଲିଲା ଜୀବନ। ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ମଙ୍ଗଳପୁର ଗାଁ ରେ। ଭାବି ପାରିଲେ ନାହିଁ ପିଲାଦିନେ ଏକାଠି ବସୁଥିଲେ, ଖେଳୁଥିଲେ କିନ୍ତୁ କ୍ଷଣିକ କ୍ରୋଧ ପାଖରେ ହଜିଗଲା ପିଲାଦିନର ସ୍ମତି ଓ ଭଲ ପାଇବା।

rape
ନାବାଳିକା ଦୁଷ୍କର୍ମ ପଛରେ ଅଶ୍ଳୀଳ ଭିଡିଓ ହିଁ କାରଣ ?

ଯଦୁପୁର ନାବାଳିକା ଦୁଷ୍କର୍ମ ପଛରେ ଅଶ୍ଳୀଳ ଭିଡିଓ ହିଁ କାରଣ। ଆଜି ପ୍ରେସମିଟ୍ କରି କିଛି ଏପରି ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। SIT ମୁଖ୍ୟଙ୍କ କହିବା ଅନୁସାରେ, ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା କହିଛି ଅଭିଯୁକ୍ତ। ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା।

sarad mamata
ଶରଦ-ଦିଦି ଆଲୋଚନା: ଜାଣନ୍ତୁ କଣ କହିଲେ ମମତା?

ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ। ୨ ନେତାଙ୍କ ଆଲୋଚନା ସମୟରେ  ବିରୋଧୀ ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି

odisha-hight-court
ହାଜତ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ପୁରୀ ହାଜତ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଘଟଣାର ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ଏହାସହ ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଛି କି ନାହିଁ ତାହା ମଧ୍ୟ ପଚାରିଲେ। କେବଳ ଏତିକି ନୁହେଁ ବରଂ ପୋଲିସଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ପଚାରିଲେ ବୁଝିଛନ୍ତି ହାଇକୋର୍ଟ।

ମନଗଢା କାହାଣୀ କହୁଛି ଏସଆଇଟି ?

ନୟାଗଡ ନାବାଳିକା ଦୁଷ୍କର୍ମ ଘଟଣାରେ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରେସମିଟ୍ କରି ସୂଚନା ଦେଲେ ଏସଆଇଟି ମୁଖ୍ୟ। ତେବେ ବୋଥ୍ରାଙ୍କ ପ୍ରେସମିଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ନାବାଳିକା ଝିଅର ବାପା ଅଶୋକ ସାହୁ। ଅଶୋକ କହିଛନ୍ତି ଯେ, ସେ ପିଲା ଏପରି ନୁହେଁ , ତାଙ୍କୁ ମୋହରା କରାଯାଉଛି। ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବାରୁ ସେମାନେ ଏଭଳି ନାଟକ କରୁଛନ୍ତି।

bothra
ସରୋଜ ଉପରେ କାହିଁକି ସନ୍ଦେହ କରିଥିଲା ଏସଆଇଟି?

ଯଦୁପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ଖବର ଆସୁଛି । ତେବେ ଏହାରି ମଧ୍ୟରେ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନାବାଳିକା ଘଟଣାରେ ସରୋଜକୁ କାହିଁକି ସନ୍ଦେହ ଘେରକୁ ଆଣିଥିଲା ଏସଆଇଟି?

Arun-Bothra
ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ : ଅରୁଣ ବୋଥ୍ରା

ନୟାଗଡ଼ ପରୀ ହତ୍ୟା ମାମଲାରେ ଖୋଳତାଡ ପାଇଁ ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।  ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ପରର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି ଯେ,  ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ।

toll gate
ରାସ୍ତାରେ ଆଉ ରହିବ ନାହିଁ ଟୋଲଗେଟ୍

ଖୁବଶୀଘ୍ର ଦେଶରଉ ଉଠିଯିବ ଟୋଲଗେଟ୍। ଆଉ ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲଗାଇବା ଲାଗି ପଡିବ ନାହିଁ ଲମ୍ବା ଲାଇନ କି ବାରମ୍ବାର ଦେବାକୁ ପଡିବ ନାହିଁ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ।

pari murder case
ପରୀ ହତ୍ୟାର ପ୍ରମାଣ ପାଇଁ ଶୁଖାଯିବ ଗାଁ ପୋଖରୀ !

ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼। SITର ୨ ଜଣ ଅଧିକାରୀ ଯଦୁପୁରରେ ପହଞ୍ଚି ସରୋଜ ସେଠୀଙ୍କ ମାଆଙ୍କୁ ପଚରାଉଚରା କରିଛି। ଘଟଣାରେ ପ୍ରମାଣ ଯୋଗାଡ଼ ପାଇଁ ପୋଖରୀକୁ ଶୁଖାଯିବ ବୋଲି ସୂଚନା ମିଳିଛି। ଯଦୁପୁର ଗାଁରେ ଥିବା ପୋଖରୀକୁ ଶୁଖାଯିବା ଲାଗି ଯୋଜନା ହେଉଥିବା ଜଣାପଡ଼ିଛି।

atm
ସିସିଟିଭି ବନ୍ଦ କଲେ, ଟଙ୍କା ଲୁଟ୍ କଲେ

ଏଟିଏମ୍ ଭିତରେ ପଇନ୍ତରା ପରେ ଚାଲାକାର ସହ ଏଟିଏମ୍ ସିସିଟିଭି ବନ୍ଦ କରି ଲୁଟ୍। ଏଭଳି କିଛି ଲୁଟ ଘଟଣା ଘଟିଛି ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ। ସ୍ଥାନୀୟ ଅଂଚଳରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ୍ କଟରରେ ଏଟିଏମକୁ କାଟି ଲୁଟ୍ ହୋଇଛି। ଏଟିଏମରୁ ପାଖାପାଖି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ ହୋଇଥିବା ନେଇ ମିଳିଛି ସୂଚନା।

akash pathak
ଜେଲ ଗଲେ ଆକାଶ ପାଠକ

୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଜେଲ୍ ଗଲେ ଆକାଶ। ତେବେ ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ ପାଠକ। ସେ କହିଛନ୍ତି ମୁଁ ସେମିତି କୌଣସି କଥା ମାନିନାହିଁ।

pratap dev
''ପରୀ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିଜେପି ଓ କଂଗ୍ରେସ"

ବିଜେପିର ପଦଯାତ୍ରା ଓ କଂଗ୍ରେସର ଏସପି ଅଫିସ ଘେରାଉକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପରୀ ହତ୍ୟା ଏକ ଅପରାଧ ଘଟଣା ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି।