• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

emp
ଜୁଲାଇ ୩୧ ପର୍ଯ୍ୟନ୍ତ ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଘରୁ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଆମ ସମସ୍ତଙ୍କ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି ହୋଇଛି। ତେଣୁ ଘରୁ କାମ କରିବା ପ୍ରକ୍ରିୟାକୁ ଅଧିକ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଘରୁ କାମ […]

patient
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ସମ୍ପୃକ୍ତ ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ସୂଚନା। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏମାନେ ଭୁବନେଶ୍ୱରର ବୋଲି ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେଶ ୭୯ ଓ କେବଳ ଭୁବନେଶ୍ୱରରେ ଆକ୍ଟିଭ କେଶ […]

dog
ନିଷ୍ଠୁର ସାଜିଲା ମଣିଷ, ଭୋକିଲା ପେଟରେ ମାଡ଼ ସହିପାରିଲାନି ଗର୍ଭବତୀ କୁକୁର

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ଦୁଇ ମୁଠା ଖାଇବା ପାଇଁ ପଶୁ ଜନ୍ତୁମାନେ ଡ଼ହଳବିକଳରେ ଆଉଟୁପାଉଟୁ ହେଉଛନ୍ତି। ଏପରି ସଙ୍କଟ ସମୟରେ ତାଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ମଣିଷ ସାଜିଲା ଘାତକ।  କରୋନା ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରୁଥିବା ବେଳେ ନିଷ୍ଠୁର ମଣିଷ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି, ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍‌ରେ। ଗର୍ଭବତୀ କୁକୁରକୁ ଆକ୍ରମଣ ପରେ କୁକୁରର […]

liquor
ବାହାର ବନ୍ଦ ଭିତରେ ବେପାର, ଧରିଲା ପୋଲିସ୍

ଦିଗପହଣ୍ଡି: ବାହାର ପଟେ ସିଲ, ହେଲେ ପଛ ପଟେ ଚାଲିଥିଲା ଚୋରା ମଦ ଭାଟି। ପୋଲିସର ଚଢ଼ାଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଏକ ଦେଶୀମଦ ଭାଟିକୁ କିଛି ଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ସିଲ  କରାଯାଇଥିଲା। ହେଲେ ଆଗ ପାଖେ ସିଲ ଥିବା ବେଳେ ମଦ ଭାଟି ପଛପଟୁ […]

main-quanrntine
କରୋନା ଲକ୍ଷଣ ଦେଖାଗଲେ ଘରେ କେଉଁ ସବୁ ନିୟମ ପାଳନ କରିବେ?

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଲାଗି ଜାରି ହେଲା ହୋମ୍ କ୍ୱାରେଣ୍ଟାଇନ୍‌ ଗାଇଡ୍ ଲାଇନ୍। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଛି। ଏଥିରେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ହୋମ୍ କ୍ୱାରେଣ୍ଟିନରେ ରହିବା ଲାଗି ସୂଚନା ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ ପରେ କ୍ୱାରେଣ୍ଟିନରେ ରହିପାରିବେ। ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ। ପରିବାର ଲୋକଙ୍କ ସଂସ୍ପର୍ଶରେ ଯେପରି ନଆସିବେ ସେଥିଲାଗି […]

3-districts
କରୋନା ସଂକ୍ରମିତ ଅଞ୍ଚଳରେ ଚାଲିଛି ସ୍ୱାବ ସଂଗ୍ରହ, ଆହୁରି ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଆଜି ବାସୁଦେବପୁରରୁ ୨ ଓ ବନ୍ତ ବ୍ଲକର ଜଣକଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଏହି ୩ ଜଣ ଅଲଗା ଅଲଗା ପଞ୍ଚାୟତର ଓ ସେହି ପଞ୍ଚାୟତକୁ ତତକ୍ଷଣାତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କହିଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩୨ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭେଇଲାନ୍ସ ଜୋନ୍ କରାଯାଇଛି। ଏହି ଅଞ୍ଚଳରେ ୧୦ […]

arnab-goswam
ରିପବ୍ଲିକ୍‌ ଟିଭି ଏଡିଟର ଅର୍ଣ୍ଣବ ଗୌସ୍ୱାମୀଙ୍କୁ ୧୦ ଘଣ୍ଟା ଜେରା

ମୁମ୍ବାଇ: କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଟିପ୍ପଣୀ ମାମଲାରେ ରିପବ୍ଲିକ୍ ଟିଭି ଏଡିଟିର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଘଣ୍ଟା ଧରି ଜେରା। କଂଗ୍ରେସର ଅଭିଯୋଗ ଆଧାରରେ ଅର୍ଣ୍ଣବଙ୍କୁ ଆଜି ସକାଳୁ ଜେରା କରୁଛି ମୁମ୍ବାଇର ଏନଏମ୍ ଜୋଶୀ ମାର୍ଗ ପୋଲିସ। ସକାଳ ୯ଟା ୨୦ରୁ ସେ ଥାନାକୁ ଯାଇଥିବା ବେଳେ ସେବେଠୁ ପୋଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ପଲଘର ଅଞ୍ଚଳରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ […]

police
ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ କୋଭିଡ୍ ସହ ଲଢେଇ କରୁଥିବା ପୋଲିସ୍‌ କର୍ମଚାରୀଙ୍କ ଏହି ସମୟରେ ସେମାନଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍ ଜରିଆରେ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟମାନଙ୍କ ଭଳି ରାଜ୍ୟର ପୋଲିସ କର୍ମଚାରୀମାନେ ବି କୋଭିଡ ସହ ଲଢେଇ କରିବାରେ ଆଗଧାଡ଼ିରେ ରହୁଥିବାରୁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର।

coronaa
କରୋନା କବଳରେ ବିଶ୍ୱ: ଜାଣନ୍ତୁ, କେଉଁ ଦେଶରେ କେତେ ଆକ୍ରାନ୍ତ?

ନ୍ୟୁୟର୍କ: ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମୃତ୍ୟୁ। ଅଦ୍ୟାବଧି ୨ ଲକ୍ଷ ୭ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଆମେରିକାରେ ୫୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଛି। ଆମେରିକା ତଳକୁ ରହିଛି ସ୍ପେନ୍। ସ୍ପେନ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୨୯ ହଜାର ପାର ସହ ମୃତ୍ୟୁ ସଂଖ୍ୟା ୨୩ ହଜାର ୫ ଶହ ଛୁଇଁଛି। ସେହିଭଳି ଇଟାଲୀରେ […]

china
ଚୀନରୁ ଟେଷ୍ଟିଂ କିଟ୍‌ ଆଣିବାକୁ ମନା କଲା ଭାରତ

ନୂଆଦିଲ୍ଲୀ: ଚୀନର ଦୁଇ କମ୍ପାନୀ ଯୋଗାଇଥିବା ସମସ୍ତ ରାପିଡ୍ ଟେଷ୍ଟ କିଟ୍ ବାତିଲ କରିଛି କେନ୍ଦ୍ର ଭାରତକୁ ଚୀନ ତ୍ରୁଟିଯୁକ୍ତ କିଟ୍ ଯୋଗାଇଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତ ସରକାରଙ୍କର ଗୋଟିଏ ବି ଟଙ୍କା ନଷ୍ଟ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ରାପିଡ୍ ଟେଷ୍ଟ କିଟ୍‌ରେ ପରୀକ୍ଷା ବନ୍ଦ ସହ ସମସ୍ତ କିଟ୍ ଫେରାଇବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। RT-PCR ଜରିଆରେ […]

patient
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ ଛୁଇଁଲା

ନୂଆଦିଲ୍ଲୀ: ଆଜି ଗୋଟିଏ ଦିନରେ ୬୦ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ  ସର୍ବାଧିକ ୩୪୨ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ମଧ୍ୟପ୍ରଦେଶ ମୃତ୍ୟୁ ସଂଖ୍ୟା ୧୦୬, ଗୁଜରାଟରେ ୫୧, ରାଜଧାନୀ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୫୪ ରହିଛି। ସେପଟେ ୬ ହଜାର ୩୬୧ ଜଣ ସୁସ୍ଥ ହୋଇଥିବାରୁ ଦେଶରେ ଏବେ ଆକ୍ଟିଭ୍ କେଶ୍ ୨୧ ହଜାର ୧୩୨ ରହିଛି। ଆଜି କରୋନା ଅପଡେଟ୍ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା […]

didi
ପୁଣି ରୁଷିଲେ ଦିଦି! କହିଲେ, ଆମ କଥା କେନ୍ଦ୍ର ଶୁଣୁନି

କୋଲକାତା: କରୋନା ଗାଇଡଲାଇନକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ମମତା। କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ପଶ୍ଚିମବଂଗର ଆପତ୍ତି। କରୋନା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନେବା ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ଏଭଳି ନକରି ତରବରିଆ ନିଷ୍ପତ୍ତି ନେଉଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଗୋଟିଏ ପଟେ ଲକଡାଉନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ […]

bus
ସୁରତରୁ ଗଡ଼ିଲା ବସ୍‌, ଫେରିଲେ ଓଡ଼ିଆ

ସୁରତ:  ଗୁଜୁରାଟ ସୁରତରୁ ଗଂଜାମ ବାହାରିଲା ୪ ବସ୍। ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା। ଯାତ୍ରୀ ଓ ବସ୍‌କୁ ଯିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛନ୍ତି। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାକୁ ଆସୁଛନ୍ତି। ତେବେ ଦୀର୍ଘ ଦିନ ପରେ ନିଜ ମାଟିକୁ […]

contement
ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ

କୋରାପୁଟ: ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ୭ କିମି ପରିବ୍ୟାପ୍ତ ଅଞ୍ଚଳ ବଫର ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରକାଶଥାଉକି,  ରାଜ୍ୟରେ ଆଜି ଗୋଟିଏ ଦିନରେ  ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା, […]

city
କଟକ ପାଇଁ କ'ଣ ରହିଛି କଟକଣା? CMC ଦେଲା ତାଲିକା

କଟକ: କରୋନା କଟକଣା ସମୟରେ କଟକ ସହରରେ ସକାଳ ୭ରୁ ୧୧ଟା ଯାଏ ଖୋଲିବ ହୋଲସେଲ୍ ଓ ରିଟେଲ ଦୋକାନ। ସେହିଭଳି ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଦୋକାନ ଖୋଲିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଖିଲାପ କଲେ ଆଇନ ଅନୁଯାୟୀ […]

rain
ଦାନା ବାନ୍ଧୁଛି ଲଘୁଚାପ! ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ ୩ ମଧ୍ୟରେ ମିଆଁମାର ମୁହାଁ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ  ଆଣ୍ଡାମାନ […]

modi33
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଲେନି ୨ ରାଜ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହୋଇଥିବା ଆଲୋଚନାରେ ଭାଗ ନେଲେନି କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ତାଲିକାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନାଁ ନଥିବା ଯୋଗୁଁ ସେ ବୈଠକରେ ଯୋଗ ଦେଇନାହାନ୍ତି। ଏନେଇ କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କାଯର୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି […]

boat
ଜଳପଥରେ ଚେନ୍ନାଇରୁ ଚିକିଟି ଆସିଲେ ୩୯, ଅଧାବାଟରୁ ମତ୍ସ୍ୟଜୀବୀ ଗାଏବ!

ବ୍ରହ୍ଣପୁର: ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ ଆନ୍ଧ୍ର ପ୍ରଦେଶ ଏବଂ ସୋନପୁର ଅଞ୍ଚଳରେ ଓହ୍ଲାଇଥିବା ସୂଚନା ମିଳିଛି। ପୂର୍ବରୁ ଲକଡାଉନ୍ ଭାଙ୍ଗି ଚେନ୍ନାଇରୁ ଗଞ୍ଜାମ ଆସିଥିଲେ ବହୁ ମତ୍ସ୍ୟଜୀବୀ। ସମୁଦ୍ର ପଥରେ ମତ୍ସ୍ୟଜୀବୀ ଏବଂ […]