• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pratap dev
''ପରୀ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିଜେପି ଓ କଂଗ୍ରେସ"

ବିଜେପିର ପଦଯାତ୍ରା ଓ କଂଗ୍ରେସର ଏସପି ଅଫିସ ଘେରାଉକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପରୀ ହତ୍ୟା ଏକ ଅପରାଧ ଘଟଣା ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି।

murder
ପୁଅକୁ ହାଣି ହତ୍ୟାକଲା ବାପା

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ବାପ ଭୁଲିଗଲା ରକ୍ତ ସମ୍ପର୍କ। ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିଲେ

Soroj sethi
ସରୋଜ ସେଠୀଙ୍କ ଘରେ ଏସଆଇଟି

ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼। ଯଦୁପୁରରେ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ୨ ଜଣିଆ SIT ଟିମ୍। ସରୋଜଙ୍କ ମାଆଙ୍କୁ ଏସଆଇଟି ପଚରାଉଚରା କରୁଥିବା ଜଣାପଡିଛି। ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।

anubhab
ଅଡିଓ କ୍ଲିପର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସକୁ ଚିଠି ଲେଖିଲେ ଅନୁଭବ

ପୁରୀ ଘାଟ ଥାନାରେ ୧୬୧ ଧାରାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିଛି ପୋଲିସ। ୩ ଦିନ ତଳେ ରାତିରେ ସେ କାମରେ ଘରୁ ବାହାରକୁ ଯାଇ ଫେରିବାବେଳେ ତାଙ୍କ ରୁମରେ ସ୍ୱାମୀ ଅନୁଭବ ତାଲା ପକାଇ ଦେଇଥିଲେ। ଫଳରେ ତାଙ୍କୁ ଘଣ୍ଟାଏ ଧରି ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା।

farmer
ଆଜିଠୁ ଅନଶନ କରିବେ ଚାଷୀ

ନୂଆଦିଲ୍ଲୀର ସୀମାରେ ଚାଷୀମାନେ ଆଜିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରକରିଛନ୍ତି। ଆଜି ସଂପୂର୍ଣ୍ଣ ଭାବେ ଉପବାସୀ ରହି ପ୍ରତୀକାତ୍ମକ ଅନଶନ କରିବେ ଚାଷୀ। ଦିଲ୍ଲୀର ଚାରିପଟେ ଆନ୍ଦୋଳନରତ କୃଷକମାନେ ଉପବାସ ରହିବେ ବୋଲି ଗତକାଲିଠାରୁ ଘୋଷଣା କରିଛନ୍ତି।

tunki
ଆସ ବୁଲିଯିବା ଟୁଙ୍କି ଜଳପ୍ରପାତ

ଶୀତ ରୁତୁ ଆସିଲେ ମନେ ପଡ଼େ ପର୍ଯ୍ୟଟନ ସ୍ଥଳୀ। ପର୍ଯ୍ୟଟନର ବିକାଶ ହେଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ ବିଭିନ୍ନ ସ୍ଥାନକୁ। ଏଭଳି ଏକ ପର୍ଯ୍ୟଟନୀ ସ୍ଥଳ ହେଲା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଟୁଙ୍କି ଜଳ ପ୍ରପାତ।

Bhitarkanika
ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ମୁଣ୍ଡ ଟେକିଲା ବିବାଦ

ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ। ଭିତରକନିକାକୁ ଅଭୟାରଣ୍ୟ ମାନ୍ୟତା ମିଳିବା ବେଳେ ୪୧୦ ଟି ଗାଁ ଅଭୟାରଣ୍ୟ ମଧ୍ୟରେ ରହିଥିଲା। ୪ ଦଶନ୍ଧି ପରେ ଭିତରକନିକା ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ମାତ୍ର ରାଜନଗର ବ୍ଲକର ୫୨ଟି ଗାଁ ଏଥିରୁ ବାଦ ପଡିଛି

SORE
ପେସାରେ ଇଞ୍ଜିନିଅର, ହେଲେ ନିଶା ସାମାଜିକ ଉଦ୍ଭାବନ

ପେସାରେ ଇଞ୍ଜିନିଅର୍, ହେଲେ ବି ଲୋକେ କିଭଳି ଚାକିରି ପାଇଁ ବାହାରକୁ ନଯାଇ ଘରେ ନିଜର ବୁଦ୍ଧି ଓ କୌଶଳ ଖଟାଇ ସ୍ୱାବଲମ୍ବୀ ହୁଅନ୍ତୁ, କିଛି ଏଭଳି ମହତ୍ ଲକ୍ଷ୍ୟ ରଖିଛନ୍ତି ବାଲେଶ୍ୱରର ମିହିର ପଣ୍ଡା ଏଥିପାଇଁ ତାଙ୍କୁ ଲିମ୍କା ରେକର୍ଡସରେ ସ୍ଥାନ ମିଳିଛି।

sky
ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ। ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ।ହେବେ ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଏହି ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା।

M. Venkaiah Naidu
ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ସ୍ୱଦେଶୀ ଟିକା: ଉପରାଷ୍ଟ୍ରପତି

ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ଦୁଇ ଦିନ ତଳେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ।

coronavirus
ୟୁକେରେ ପୁଣି ବେକାବୁ ହେଲାଣି କରୋନା

ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କୁ ଘରୁ ନବାହାରିବାକୁ ଲକଡାଉନ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି।

naveen
ରାଜ୍ୟ ପରିଷଦ ବୈଠକରେ କି ବାର୍ତ୍ତା ଦେବେ ନବୀନ?

ଆଜି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ।  ଏଥିରେ ରାଜ୍ୟ ପରିଷଦର ସମସ୍ତ ସଦସ୍ୟ ଅର୍ଥାତ୍ ପାଖାପାଖି ୩୭୪ଜଣ ସଦସ୍ୟ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ଏଥିରେ ଦଳର ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ଅନ୍ୟ ନେତା ମାନେ ଉପସ୍ଥିତ ରହିବେ।

congress
ରାଜ୍ୟର ଆଜି ସମସ୍ତ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ପରୀ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଚୋରି, ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାର ପ୍ରତିବାଦ କରିବ କଂଗ୍ରେସ। ଆଜି ରାଜ୍ୟର ସମସ୍ତ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି।

bjp
ପରୀକୁ ନ୍ୟାୟ ଦେବା ଦାବିରେ ଆଗେଇ ଚାଲିଛି ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା। ପରୀର ଗାଁ ନୟାଗଡ଼ ଯଦୁପୁର ଅଭିମୁଖେ ୫ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି। ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାହାରିଛନ୍ତି ବିଜେପିର କର୍ମୀ ଓ ନେତା।

crime branch
ପରୀ ଘଟଣାରେ ଗିରଫ ବ୍ୟକ୍ତିଙ୍କୁ ଆଜି ପକ୍ସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ପରୀ ମାମଲାରେ ଗିରଫଦାରି। ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ତେବେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯାଇନାହିଁ। ଆଜି ତାଙ୍କୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ

winter-flex
ଏହି ଜିଲ୍ଲା ଗୁଡିକରେ ପ୍ରବଳ ଶୀତ ହେବ

ରାଜ୍ୟରେ ପୁଣି ବଢିବ ଶୀତ। ଆଗାମୀ ୨୪ ଘଂଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ଅନୁସାରେ, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଯାଇଛି। ଏହାସହ ୧୧ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

train
ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍

ହାତୀକୁ ଧକ୍କା ଦେବା ଫଳରେ ପୁରୀରୁ ସୁରତ ଯାଉଥିବା 02827 ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନର ଇଂଜିନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଭବାନୀପାଲି ନିକଟରେ ଟ୍ରେନଟି ଏକ ହାତୀକୁ ଧକ୍କା ଦେଇଥିଲା।

puri
ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

Jammu kashmir
ଜାମ୍ମୁରେ ଯୁଆଡେ ଚାହିଁବେ କେବଳ ବରଫ ହିଁ ବରଫ

ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।

bjpbengal-1605168594
ପରୀ ପାଇଁ କାଲିଠୁ ବିଜେପି କରିବ ପଦଯାତ୍ରା

ପରୀ ପାଇଁ ପଦଯାତ୍ରା କରିବ ବିଜେପି। ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀକୁ ନ୍ୟାୟ ଦେବାକୁ ପଦଯାତ୍ରା କରିବ ରାଜ୍ୟ ବିଜେପି ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ରାଜ୍ୟ ବିଜେପିର ଏହି ପଦଯାତ୍ରା। ମିଳିଥିବା ସୂଚନା ଅନୁସାରେ,  ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିବ ଏହି ପଦଯାତ୍ରା।

lekhashree
ଏସଆଇଟି ଉପରେ ଗର୍ଜିଲେ ଲେଖାଶ୍ରୀ

SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର। କାହାକୁ ଏସଆଇଟି ସୁରକ୍ଷା ଯୋଗାଉଛି ? କାହିଁକି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

Chandipur
ଭାରତୀୟ ସେନାକୁ ମିଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍

ଭାରତୀୟ ସେନାକୁ ମଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଆର୍ଟିଲେରି ଗନର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଏହାସହ ଏହାର ଶକ୍ତି ଓ ସାମର୍ଥର ପ୍ରଦର୍ଶନ କରାଯାଇଛି। ATAGS ଶ୍ରେଣୀରେ ନିର୍ମାଣ ହୋଇଛି ଏହି ଗନ୍।