• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sahid
"ସୁଯୋଗ ମିଳିଲେ ପାକିସ୍ତାନ ସହ ଲଢ଼େଇ କରିବି "

ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁ.... ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂରିବାକୁ ଥିବା ବେଳେ ସେନା ଦିବସ ଅବସରରେ ସେହି ବୀରପୁଅକୁ ଝୁରୁଛି ନିଜ ଜନ୍ମମାଟି ଓ ସାରାଦେଶ।

naveen
ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣକୁ ନେଇ ତେଜିଲା ରାଜନୀତି

ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତର ୨୫ ହଜାର ୨୭୫ ହେର ଜମି ଜଳସେଚିତ ହେବ ଫଳରେ ୩ ଲକ୍ଷରୁ ଅଧିକ ଚାଷୀ ସିଧାସଳକ ଉପକୃତ ହେବେ।

kunduli-case
ପୁଣି ଚର୍ଚ୍ଚାରେ କୁନ୍ଦୁଲି ମାମଲା

ଜୟପୁର ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଯେଉଁ ତଥ୍ୟ ଦାଖଲ କରାଯାଇଛି, ସେଥିରେ ପୀଡ଼ିତାଙ୍କ ପରିବାର ସନ୍ତୁଷ୍ଟ ନୁହନ୍ତି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି, ପୋଲିସର ରିପୋର୍ଟ ଅନୁସାରେ ଦୁଷ୍କର୍ମର କିଛି ପ୍ରମାଣ ମିଳିନଥିଲା ଏବଂ ମାମଲାରେ ତଥ୍ୟଗତ ତ୍ରୁଟି ଥିଲା।

prakash-rao-ru-guruji
ଜଣେ ସମର୍ପିତ ମଣିଷର ସଂଘର୍ଷମୟ ଜୀବନ କାହାଣୀ

ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ।

farmer
"କାହିଁକି ଚାଷୀ ଆନ୍ଦୋଳନ କରୁଛନ୍ତି ତାହା ସେ ନିଜେ ବି ଜାଣିନାହାନ୍ତି"

ଆଉ ଅନ୍ୟପଟେ, କେନ୍ଦ୍ର ଆଇନରେ ସଂଶୋଧନ ନକଲେ ଆନ୍ଦୋଳନ ସରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଚାଷୀ। ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।

rape
ମକର ବୁଡ଼ ପାଇଁ ଯାଇଥିଲେ, ଗଣଦୁଷ୍କର୍ମର ଶିକାର ହେଲେ

ମକର ବୁଡ଼ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘଟଣାଟି ମୟୂରଭଞ୍ଜ ବାରିପଦାରେ ଘଟିଛି। ତେବେ ଘଟଣା ସମ୍ପର୍କରେ ଟାଉନ ଥାନାରେ ଏତଲା ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି। ତେବେ ଆଜି ମକର ବୁଡ ପକାଇବାକୁ ଭୋର ସମୟରୁ ଘରୁ ବାହାରିଥିଲେ ଗଣଦୁଷ୍କର୍ମର ଶିକାର ହୋଇଥିବା ସମ୍ପୃକ୍ତ ଯୁବତୀ।

Naveen
"ଦେଶର ବିକାଶ ମଡେଲ କଳାହାଣ୍ଡି "

କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରକଳ୍ପ ଉଦଘାଟନ ଅବସରରେ ନବୀନ କହିଛନ୍ତି ଯେ, "ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି।

lohri
ସୀମାରେ ଲୋହ୍ରୀ ପର୍ବ ପାଳିଲେ ଯୱାନ

ଲୋହ୍ରୀ ପର୍ବକୁ ବେଶ ଆନନ୍ଦଉଲ୍ଲାସର ସହ ପାଳନ କଲେ ସୀମାରେ କର୍ତ୍ତବ୍ୟରତ ଯବାନ। ନାଚ, ଗୀତ କରିବା ସହ ବେଶ ଉତ୍ସାହର ସହ ଯୱାନମାନେ ଏହି ପର୍ବ ପାଳନ କରିଛନ୍ତି। କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜାମ୍ମୁ ଓ କାଶ୍ମୀର ପୁଞ୍ଚ ଅଞ୍ଚଳରେ।

corona
୨୪ ଘଣ୍ଟାରେ ରାଜ୍ୟରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ, କ୍ୱାରେଣ୍ଚଟିନରୁ ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ ହେଲେ ଏବେବି ପିଛା ଛାଡିନାହିଁ ଭୟ।

naveen
ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

deadbody
ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ଦେହାନ୍ତ

ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ୬୨ବର୍ଷରେ ହୃଦଘାତରେ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତେବେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।

ekalabtya
ବଲାଙ୍ଗୀରର ଏକଲବ୍ୟ, ଏମିତି ଲକ୍ଷ୍ୟ ସାଧନା ଯେ ଯିଏ ଦେଖିଲେ ସିଏ ବାହା ବାହା କରିବ

ଇଚ୍ଛା ଅଛି, ଉଦ୍ୟମ ବି ଅଛି। ହେଲେ ବାଟ ରୋକୁଛି ଦାରିଦ୍ର୍ୟ। ଆମେ କହୁଛୁ, ବଲାଙ୍ଗିର ସହରର ୨ ଯୁବ କ୍ରୀଡ଼ା ପ୍ରତିଭାଙ୍କ କଥା।  ସମ୍ବଳ ଓ ସୁବିଧା ସୁଯୋଗର ଘୋର ଅଭାବ ସତ୍ତ୍ୱେ, ସେମାନେ ରାଜ୍ୟ ସ୍ତରୀୟ ସୁଟିଂ ଚାମ୍ପିୟନ୍ସିପରେ ମେଡାଲ୍ ଜିତି ପାରିଛନ୍ତି। ବଲାଙ୍ଗିର ପାଇଁ ସୁନାମ  ବି ଆଣିଛନ୍ତି।

kidny
କିଡ଼ନୀ ଦେବା ଲାଗି କହି ଲକ୍ଷ ଲକ୍ଷ ଟଙ୍କା ଠକିନେଲେ

କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।

Baijayant Panda
"ରାଜ୍ୟରେ ବିଗିଡି ଯାଇଛି ଆଇନଶୃଙ୍ଖଳା ସ୍ଥିତି"

ଗତକାଲି ଧର୍ମେନ୍ଦ୍ର, ଆଉ ଆଜି ବୈଜୟନ୍ତ ମାହାଙ୍ଗାରେ ହତ୍ୟାର ଶିକାର ଦଳୀୟ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ସ୍ମୃତିସଭାରେ ଯୋଗ ଦେଇ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ୪ବର୍ଷ ତଳେ ସେ ନିଜେ ବି ଏଠୁ ରାଜନୈତିକ ହିଂସାର ଅନୁଭୂତି ନେଇ ଯାଇଥିଲେ।

D-prakesh-Row
ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛା ରଖିଥିଲେ ଡି. ପ୍ରକାଶ ରାଓ

ନିଜର ମାନବସେବାର ମନୋଭାବ ଓ କାର୍ଯ୍ୟଶୈଳୀ ପାଇଁ ସାରା ଦେଶର ଆଜି ତାଙ୍କୁ ଝୁରୁଛି। ବଞ୍ଚିଥିବା ସମୟରେ ମୃତ୍ୟୁପରେ ନିଜ ଶରୀରକୁ ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ ସେ। ତେବେ ତାଙ୍କର ଏପରି କଥାକୁ ତାଙ୍କୁ ଆହୁରି ବେଶ ପରିଚିତ କରାଇପାରିଥିଲା। କାରଣ ପିଲାଙ୍କ ପାଠ ପଢା ଲାଗି ସେ ନିଜ ଶରୀରକୁ ଦାନ କରିବାକୁ ଚାହିଁଥିଲେ।

supremecourt
ନୟାଗଡ ନାବାଳିକା ହତ୍ୟା ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କଲେ SC

ନୟାଗଡ଼ ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ନିତିଦିନ ହିଁ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ତେବେ ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ନାବାଳିକାଙ୍କ ମାଆ ସୌଦାମିନୀ। ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

d prakash rao
ଚା' ଦୋକାନ କରି ବି ସ୍କୁଲ ଖୋଲିଥିଲେ.....ମେଡିକାଲ ଯାଉଥିଲେ, ଅଚିହ୍ନାଙ୍କୁ ସାହାଯ୍ୟ କରୁଥିଲେ

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।  କଟକ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି.ପ୍ରକାଶ। କରୋନାରେ ଆକ୍ରାନ୍ତ ହେବା ପରେ ୩ ସପ୍ତାହ ହେଲାଣି ତାଙ୍କର ଚିକିତ୍ସା ଚାଲିଥିଲା।

bird flue
କୁକୁଡ଼ା ପାଳନର ସ୍ୱପ୍ନକୁ ଭାଙ୍ଗିଦେଲା ବାର୍ଡ ଫ୍ଲୁ....ଜାଣନ୍ତୁ କଣ ରହିଛି ପୂରା ଘଟଣା

କଲବଲ କଲାଣି ବାର୍ଡ ଫ୍ଲୁ। ମହାମାରୀ ପରି ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ। କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର କାୟା ବିସ୍ତାର କରୁଛି ଏହି ରୋଗ। ତେବେ ମିଳିଥିବା ସୂଚନା ଅନୁସାରେ,  ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ

kidny
କିଡନୀ ଦେବା ପାଇଁ କହି ଟଙ୍କା ନେଇଥିଲେ, ପୋଲିସ ହାତରେ ଗିରଫ ହେଲେ

ଜୀବନ ସହ ଖେଳ। କିଡନି ଯୋଗାଇ ଦେବାକୁ କହି ସାଢେ ୫ ଲକ୍ଷ ଟଙ୍କା ଲୁଟିଥିବା ଯୁବକ ଗିରଫ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୂଆପଡ଼ା ଅଞ୍ଚଳର ହିମାଂଶୁ ଭୂଷଣ ନନ୍ଦ। ୨୦୧୯ ମସିହା ଏପ୍ରିଲ ମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ରୁପ୍ସା ରାଉତପଡ଼ାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କର କିଡନି ଆବଶ୍ୟକ ଥିଲା।

DMET
ଚଳିତ ବର୍ଷଠାରୁ ପୁରୀ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ପୁରୀବାସୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷଠାରୁ ହିଁ ପୁରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ, ମାତ୍ର ଶହେଟି ସିଟରେ ଆଡମିଶନ ପାଇଁ ଅନୁମତି ମିଳିଛି। ଏଣୁ ଚଳିତ ବର୍ଷରୁ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।

collage (1)
ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣା: ବିଜେପି ଓ ବିଜେଡି ମଧ୍ୟରେ ଟ୍ୱିଟର ୱାର

ଭୁବନେଶ୍ୱର: ମୟୂରଭଞ୍ଜରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣାରେ ଦୁଇ ଦଳ ମଧ୍ୟରେ ଚାଲିଲା ଟ୍ୱିଟର ୱାର। ଘଟଣାକୁ ନେଇ ବିଜେଡି ବିଧାୟକ(ଯାଜପୁର) ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୱିଟରରେ ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ଦୁର୍ନୀତି ମୁଖା ଖୋଲିବା ପରେ ହିଂସ୍ର ହୋଇ ଉଠୁଛି ବିଜୁ ଜନତା ଦଳ। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ବିଜେଡି ଭଡ଼ାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର […]

gnjei
ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ

ଚିତ୍ରକୋଣ୍ଡା: (ରିପୋର୍ଟ- ରତ୍ନାକର ପ୍ରଧାନ)ପୋଲିସ ଲୋଗୋ ଲଗାଇ ଗଂଜେଇ ଚୋରା ଚାଲାଣ। ପୋଲିସ ଡ୍ରେସ୍ ପିନ୍ଧି ଗାଡ଼ିରେ ପୋଲିସ ଲୋଗୋ ଲଗାଇ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ମାଲକାନଗିରି ଓରକେଲ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା, ରାଜୀବ କୁମାର ଓ ଆକାଶ କୁମାର। ଦୁଇ […]

corona-1111
ରାଜ୍ୟରେ ୨୪ ଘଣ୍ଟାରେ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ଜଣ ୧୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୯ ଲୋକାଲ କେସ ଥିବା ଜଣାଯାଇଛି।

Police
ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ

କଟକ ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ। କଟକ ଗୋପାଳପୁରର ପାଇକସାହି ବାଲିଘାଟରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢାଉ କରିଛି। ଚଢାଉରେ ୭ଟି ଟ୍ରାକ୍ଚର ସହ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ଗିରଫଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ଏଥିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବାଲି ଚୋରା ଚାଲାଣ ହେଉଥିବା