• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corona-00000
୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। […]

balakot-airstrike
ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କୀ

ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କବାଦୀ। ତେବେ ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି। ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖୁଥିବା ଏହି କୁଟନୀତିଜ୍ଞ ଏବେ ଏକ ଟିଭି ଡିବେଟରେ ଭାଗ ନେଇ ୩ଶହ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି।

sc 1
ଦୁର୍ଘଟଣାରେ ମୃତ ଦମ୍ପତିକୁ ବୀମା କ୍ଷତିପୂରଣ ମାମଲାର ବିଚାର କରି ଯୁଗାନ୍ତକାରୀ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ

ଜଣେ ରୋଜଗାରିଆ ସ୍ୱାମୀଠୁ କମ୍ ମୂଲ୍ୟବାନ ନୁହେଁ ତାଙ୍କ ଗୃହିଣୀ ପତ୍ନୀଙ୍କ ଜୀବନ। ଅଫିସ୍ ଯାଉଥିବା ସ୍ୱାମୀ ଭଳି ଘର ଚଳାଉଥିବା ସ୍ତ୍ରୀଙ୍କର ଜୀବନ ବି ସମ ପରିମାଣରେ ମୂଲ୍ୟବାନ। ଏପ୍ରିଲ ୨୦୧୪ରେ ଦିଲ୍ଲୀରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ଦମ୍ପତିଙ୍କ ପରିଜନଙ୍କୁ ବୀମାରାଶି ପ୍ରଦାନ ସମ୍ପର୍କିତ ମାମଲାର ବିଚାର ବେଳେ ଏଭଳି କହିଛନ୍ତି ସର୍ବୋଚ୍ଚ କୋର୍ଟ।

bjp bjd
ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ

ପୌର ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ। ଭୁବନେଶ୍ୱର ବିନ୍ଦୁ ସାଗର ପୁନରୁଦ୍ଧାରକୁ ଆଳ କରି ରାଜନୀତି ଏବେ ଜୋର ଧରିଛି। ଆଜି ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଉତ୍ସବ ପାଲଟିଥିଲା ରାଜନୈତିକ କାର୍ଯ୍ୟକ୍ରମ। ସଭାସ୍ଥଳରେ ହିଁ କର୍ମୀ ହାତାହାତି ହୋଇଥିବା ବେଳେ ମଞ୍ଚ ଉପରେ ବି ଉଭୟ ଦଳ ପରସ୍ପରକୁ ବାକ୍ୟ ବାଣ ମାରିଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ଜାରି ରହିଥିଲା।

khabr-odisha-indonesia
ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା : ଇଣ୍ଡୋନେସିଆ ପୁଣି ନିଖୋଜ ହୋଇଗଲା ବିମାନ। ମିଳିଥିବା ସୂଚନା ଅନୁସାରେ ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଇଣ୍ଡୋନେସିଆରେ ବିମାନ ନିଖୋଜ, କାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ#Indonesia #SriwijayaAirflight pic.twitter.com/LtV53Iua31 — ଓଟିଭି (@otvkhabar) January 9, 2021 ତେବେ ଜାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିମାନରେ […]

purandeswari
"ଲୋକଙ୍କ ସେବା କରିବାକୁ ଆମେ ଚାହୁଁ"

"ଭାରତୀୟ ଜନତା ପାର୍ଟି ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ହୁକୁୁମ ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି"। ତେବେ ନିଜର ବ୍ରହ୍ମପୁରର ଗସ୍ତରେ ଆବସରରେ ଦଳୀୟ କର୍ମୀଙ୍କୁ କିଛି ଏପରି ସମ୍ବୋଧନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ।

vistara
ଭିସ୍ତାର ଏୟାରଲାଇନ୍ସର ଜବରଦସ୍ତ ଅଫର, ଏତିକି ଟଙ୍କାରେ ଆପଣ ବି କରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ: ମାତ୍ର ୧୨୯୯ ଟଙ୍କାରେ ଆପଣ କରିପାରିବେ ବିମାନ ଯାତ୍ରା। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ଏୟାରଲାଇନ୍ସ ଏମିତି ଅଫର ଦେଇଛି। ନିଜର ଷଷ୍ଠ ତମ ବାର୍ଷିକି ଉତ୍ସବରେ ଯାତ୍ରୀଙ୍କ ଲାଗି ଏମିତି ଦମଦାର ଅଫର ଘୋଷଣା କରିଛି କମ୍ପାନୀ। ତେବେ ମାତ୍ର ୧୨୯୯ ଟଙ୍କା ଦେଇ ଆପଣ ବି ବିମାନରେ ବସିବାର ସୁଯୋଗ ପାଇବେ। ମିଳିଥିବା ସୂଚନା ଅନୁସାରେ, ବିମାନର ପ୍ରିମିୟମ ଇକୋନୋମିକ […]

Biker-bombJPG
ପୋଲିସ ଉପରକୁ ବୋମାମାଡ

କଟକ: ଆଠଗଡରେ ପୋଲିସ ଉପରକୁ ବୋମାମାଡରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଏପରି ଉତ୍ତେଜନା ପ୍ରକାଶ ପାଇଥିବା ନେଇ ସୂଚନା ରହିଛି। ତେବେ ଖୁଣ୍ଟୁଣି ଥାନା ଡ଼ାଳଭାବ ଗାଁରେ ପୋଲିସ ଉପରକୁ ବୋମାମାଡ ହୋଇଛି। ପ୍ରକାଶଯୋଗ୍ୟ, ଯେଉଁମାନଙ୍କ ଜମି ଉପରେ ଟାୱାର ଲାଇନ ଟଣା ହେଉଥିଲା ସେମାନେ କ୍ଷତିପୂରଣ ମାଗିଥିଲେ। ବିନା କ୍ଷତିପୂରଣରେ କେମିତି ତାର ଟଣାଯିବ ସେନେଇ ପ୍ରଶ୍ନ କରିଥିଲେ ଚାଷୀ? #ଆଠଗଡ଼: ପୋଲିସ […]

Bibekananda-1
ଜାଣନ୍ତୁ କେମିତି ଥିଲା ବିବେକାନନ୍ଦଙ୍କର ପିଲା ଓ କଲେଜ ଦିନର ଜିବନି

ବିବେକାନନ୍ଦ। ଏହି ନାଁ ସହ ଆମେ ପ୍ରାୟ ସମସ୍ତେ ପରିଚିତ। କହିବାକୁ ଗଲେ, ଦେଶରେ  ବୋଧୁଏ ଏମିତି କେହି ନଥିବେ ଯିଏ କି ସ୍ୱାମୀ ବିବେକାନନ୍ଦକୁ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପୁରୁଷଙ୍କ ସମ୍ପର୍କରେ କିଛି ତଥ୍ୟ....ଯେମିତି କି କେବେ ଏହି ଧରାପୃଷ୍ଠରେ ଜନ୍ମ ହୋଇଥିଲେ ବିବେକାନନ୍ଦ ଓ କେମିତି କଟିଥିଲା ତାଙ୍କ ପିଲାଦିନ ସହ ପୂରା ଜୀବନି...

Password-KO
ଜାଣନ୍ତୁ କେଉଁ ଦେଶର ପାସପୋର୍ଟ କେତେ ପାୱାରଫୁଲ?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପାୱାରଫୁଲ ପାସପୋର୍ଟ ହେଉଛି ଜାପାନର। ଗ୍ଲୋବାଲ ରାକିଂର ସୂଚନା ଅନୁସାରେ ୨୦୨୧ ମସିହାର ଏହି ଦେଶର ପାସପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଜାପାନରେ ରହୁଥିବା ଲୋକ ଏହି ପାସପୋର୍ଟକୁ ଆଧାର କରି ୧୯୧ ବିନା କୌଣସି ଭିସାରେ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି। ଏବେ ନୁହେଁ ବରଂ ଗତ ୪ ବର୍ଷ ଧରି ଜାପାନ ଏହି ରାକିଂରେ ପ୍ରଥମ ସ୍ଥାନରେ ହିଁ ରହୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। […]

Aparajita-Sarangi-1
"ଅପରାଧ ବଢୁଛି, ଦଣ୍ଡ ବିଧାନ କମୁଛି"

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ହିଂସାକାଣ୍ଡ ବଢି ଚାଲିଛି।  ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି- ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟୟ ସ୍ଥିତିକୁ ଦେଖି ଉଦ୍‌ବେଗ ପ୍ରକାଶ କରିବା ସହ ବିଜେପି କର୍ମୀ ବେଶୀ ଆକ୍ରମଣର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି। ଏ ନେଇ ଡିଜିପିଙ୍କୁ ତଥ୍ୟ ସମ୍ବଳିତ ଚିଠି ଲେଖିଛନ୍ତି ସାଂସଦ । ଚିଠିରେ ସେ ଉଲ୍ଲେଖ କରିଛନ୍ତି […]

NIALI-LADY-up
ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା: ହେଲେ କାହିଁକି?

କଟକ : ରାସ୍ତା ଉପରେ ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା। କିଛି ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବଜାରରେ। ମିଳିଥିବା ସୂଚନା ଅନୁସାରେ,  ନିଆଳି ପଞ୍ଚାୟତର ୧୦ ନମ୍ବର ଓ୍ୱାର୍ଡର ପୂର୍ବତନ ଓ୍ୱାର୍ଡ ସଭ୍ୟା ହାଜୋ ବିବି ପୂର୍ବତନ ଭିଏଲଡବ୍ଲୁ ତ୍ରିଲୋଚନ ସାହୁଙ୍କୁ ଘୋଷାରି ଘୋଷାରି ବିଚ୍ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ଭିଏଲଡବ୍ଲୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆବାସ ଯୋଜନା ନ ଦେବା ଯୋଗୁଁ […]

DG-office
ମାହାଙ୍ଗା ଡବଲ ମର୍ଡର ଘଟଣା: ଡିଜି ଅଫିସ ଘେରିଲା ବିଜେପି

ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ।

harshabardhan
ଡ୍ରାଏରନର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମହାଭ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି।ମିଳିଥିବା ସୂଚନା ଅନୁସାରେ,  ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

air-pollution
କରୋନାଠୁ ବି ଅଧିକ ଜୀବନ ନେଉଛି ବାୟୁ ପ୍ରଦୂଷଣ

କରୋନା ମହାମାରୀ ନାଁ ଶୁଣିଲେ ଆମେ ସମସ୍ତେ ସାଧାରଣ ଭାବରେ ଚିନ୍ତା କରନ୍ତି। କାରଣ ଏହି ମହାମାରୀ ଏତେ ଭୟଙ୍କର ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି। ତେଣୁ ଏହି ଭୂତାଣୁକୁ ଆମେ ସମସ୍ତେ ଡରିବା ସ୍ୱାଭାବିକ କଥା।

bank
ଶବ ଉଠାଇଲା ଟଙ୍କା ?

ବିଶ୍ୱାସ ହେଉ ନଥିଲେ ବି ସତ। ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଗଲା ମୃତଦେହ। ଏମିତି ଘଟଣା ସମ୍ପର୍କରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଥିବେ। ଆଜ୍ଞା ହଁ, ବିଶ୍ୱାସ ହେଉ ନଥିଲେ ବି ସତ। ଏମିତି ଘଟଣା ଘଟିଛି ବିହାର ପାଟଣାରେ।

Smoke
୨୧ ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ ୭ ବର୍ଷ ଜେଲ ଯିବ

୨୧ ବର୍ଷ ହୋଇନଥିଲେ ଧୂମପାନ ମନା। ନିୟମ ଉଲଙ୍ଘନ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ତଣ୍ଡ। କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛି କେନ୍ଦ୍ର।

prakash-mishra
"ରାଜ୍ୟ ପୋଲିସରେ ସ୍ୱଚ୍ଛତା ନାହିଁ"

ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରକାଶ ମିଶ୍ର। କହିଲେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି।

Pratap
ଏତଲାରେ ନାଁ ଥିଲେ ବି କାହିଁକି ଗିରଫ ହୋଇନାହାନ୍ତି ପ୍ରତାପ ଜେନା?

ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ କଟକ ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ। କହିଲେ,  ଦୁର୍ନୀତିରେ ବୁଡ଼ି ରହିଛି ଏଠାକାର ରାଜ୍ୟ ସରକାର ।

Toll gate
ଆମେ ଟୋଲଗେଟରେ କାହିଁକି ଦେବା ଟ୍ୟାକ୍ସ?

ଟୋଲଗେଟ୍। ଏହି ନାଁ ସହ ଆପଣମାନେ ସମସ୍ତେ ପରିଚିତ। କାରଣ ରାସ୍ତାରେ ଗଲାବେଳେ ଏଠାରେ ଆମେ ସମସ୍ତେ ଟିକସ ଦେଇଥାଆନ୍ତି। କହିବାକୁ ଗଲେ, ରାସ୍ତାରେ ଯା'ଆସ ଲାଗି ସରକାର ଆମମାନଙ୍କଠାରୁ ଏଠାରେ ଟ୍ୟାକ୍ସ ଆଦାୟ କରନ୍ତି।

Flower
ଫୁଲ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ

ଫୁଲ ଚାଷ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ। ଫୁଲ ଚାଷ କରି ପରିବାର ପ୍ରତିିପୋଷଣ କରୁଛନ୍ତିି ବାଲେଶ୍ୱର ଏବଂ ଆସିକାରେ ୨ ଫୁଲ ଚାଷୀ। ତେବେ ନିଜେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଫୁଲ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି

representational image
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ। ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ। ଏଥିସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲ॥ ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ ବି କରିଥିଲା ପୋଲିସ।

NALCO
‘କୋଭିଡ୍ ସ୍ଥିତିରେ ବି ନାଲ୍‌କୋ ଆଲୁମିନିୟମ ଭଲ କାମ କରିଛି‘

ସେପଟେ, ପୁରୀ ସିଦ୍ଧ ମହାବୀର ଫ୍ଲାଏ ଓଭର ର୍ନିମାଣ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର। ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ର୍ନିମାଣ ପାଇଁ ଦାବି ହୋଇଆସୁଛି।