• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

blast
ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ରେ ବିସ୍ଫୋରଣ ! ୩ଜଣ  ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର : ବଲାଙ୍ଗିରରେ ଘଟିଛି ଏକ  ଅଭାବନୀୟ ଘଟଣା । ସୁଖର ମାହୋଲରେ ଦୁଃଖର ଛାୟା ଖେଳିଯାଇଛି । ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ରେ ବିସ୍ଫୋରଣ ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ,ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ ଖୋଲିବା ବେଳେ ଏହି ବିସ୍ଫୋରଣ ଘଟିଛି ।  ବର, କନ୍ୟା ଏବଂ ବରର ଜେଜେ ମା’ ଗୁରୁତର  ହୋଇଛନ୍ତି  । ସମସ୍ତଙ୍କୁ ବଲାଙ୍ଗିର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତ […]

matric exam
ସରିଲା ମାଟ୍ରିକ ପ୍ରଥମ ଦିନର ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ସରିଛି।  ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା କେନ୍ଦ୍ରରେ ପରୀକ୍ଷା ହେଉଛି।  ଆଜି ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ।  ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା।  ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତର ଖାତା ଦିଆଯାଇଥିଲା।  ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିଥିଲା ୧୫ ମିନିଟ୍‌୩୦ରେ ସରିଛି। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ […]

sahidnagar
ଘଟଣାର ୩୬ ଘଣ୍ଟା ପରେ ବି ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ

ଭୁବନେଶ୍ୱର : ମାଡ଼ ଖାଇ ବି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଏତଲା ରୁଜୁ ହୋଇଛି। ହେଲେ ଘଟଣାର ୩୬ ଘଣ୍ଟା ପରେ ବି ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ। ଗତକାଲି ଠାରୁ ସିସିଟିଭି ଫୁଟେଜ ପାଇ ତଦନ୍ତ କରୁଥିବା ପୁଲିସ କାହାକୁ ଗିରଫ କରି ପାରିନାହିଁ। ଅଭିଯୁକ୍ତମାନେ ଶାସକ ଦଳର ହୋଇଥିବାରୁ, ପୁଲିସ ନିଜ ଉପରେ ହୋଇଥିବା ଆକ୍ରମଣକୁ ବି ହଜମ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି। […]

tathagata---1
ନିର୍ବାଚନ ନ ଲଢ଼ିବା ନେଇ ଓଟିଭିକୁ ସ୍ପଷ୍ଟ କଲେ ତଥାଗତ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଓଟିଭି ସହ କଥା ହୋଇ ତଥାଗତ ଏନେଇ ସ୍ପଷ୍ଟ କରିଛନ୍ତି। ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡୁଛନ୍ତି ବୋଲି ତଥାଗତ କହିଛନ୍ତି। ସାମ୍ବାଦିକତା କର ଓ ଘରେ ରୁହ ବୋଲି ପୁଅ କହିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ସବୁ ସାମ୍ବାଦିକ ମୁଣ୍ଡ ବିକି ଦେଇଛନ୍ତି। ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକଙ୍କର […]

1
ଦିନିକିଆ କଶ୍ମୀର ବନ୍ଦ

ଜମ୍ମୁ-କଶ୍ମୀର : ଦିନିକିଆ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା। ଏହି ବନ୍ଦ ପାଳନ କରୁଛି ଜମ୍ମୁ ଓ କାଶ୍ମୀର ଟ୍ରେଡର୍ସ ଆସୋସିଏସନ। ଜମାତ୍-ଏ- ଇସଲାମିକୁ ବ୍ୟାନ୍‌ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀରର ଜମାତ୍-ଏ- ଇସଲାମିକୁ ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ ଆଶଙ୍କା ଦୃଷ୍ଟିରୁ ଏହି ବ୍ୟାନ୍ ଲଗାଯାଇଥିବା କେନ୍ଦ୍ର […]

DPCL
ଡିପିସିଏଲ୍‌ କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଡିପିସିଏଲ୍‌(ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌)ର କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ପରିମାଣରେ କୋଇଲା ସହ ସେଠାରେ ଥିବା କିଛି ମେସିନ୍ ପୋଡ଼ି ଯାଇଛି। ଧାମରା ଦମକଳ କେନ୍ଦ୍ରର ୨ଟି ଗାଡ଼ି ସହ କମ୍ପାନୀ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ନୂଆକରି ନିର୍ମାଣ ହୋଇଥିବା ଏହି କୋଇଲା ବେଲ୍ଟରେ ଜାହାଜରୁ ଆସି କୋଇଲା ଗଚ୍ଛିତ ହୋଇ […]

all india band
ସମ୍ବିଧାନ ବଞ୍ଚାଅ କମିଟିର ଭାରତ ବନ୍ଦ ଡାକରା

ମାଲକାନଗିରି( ଜିତେନ୍ଦ୍ର ବେଉରା): ସମ୍ବିଧାନ ବଞ୍ଚାଅ ଆହ୍ୱାନରେ ସମ୍ବିଧାନ ସୁରକ୍ଷା କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ ହେଉଛି। ମଞ୍ଚର ଡାକରାକୁ ସମର୍ଥନ କରି ମାଲକାନଗିରିରେ ବନ୍ଦ ପାଳନ ହୋଇଛି। ଫଳରେ ଜିଲ୍ଲାରେ ଜନଜୀବନ ଠପ୍ ହୋଇଛି। ସେହିପରି ନବରଙ୍ଗପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା […]

matric exam
ହ୍ୱାଟ୍ସ ଆପ୍‌ରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍!

କେନ୍ଦ୍ରାପଡ଼ା: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଠିକ୍ ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍ସ ଆପ୍‌ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। କିଏ ଏହି ପ୍ରଶ୍ନପତ୍ରକୁ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ପରୀକ୍ଷା ଆରମ୍ଭରୁ ଏଭଳି ବିଭ୍ରାଟ ସୃଷ୍ଟି ହେବା […]

gg
ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହୋଇଛି ମୃତଦେହ। ମୃତ ଛାତ୍ରୀ ହେଉଛନ୍ତି ସରୋଜିନୀ ଦାସ। ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ।  ସେ ପଟ୍ଟାମୁଣ୍ଡାଇ ରମାଦେବୀ ନର୍ସିଂ କଲେଜରେ ପାଠ ପଢୁଥିଲେ। ସେ ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଅନ୍ତର୍ଗତ ବେଲତଳ ଗାଁରେ ଭଡ଼ାରେ ରହୁଥିଲେ। ଗତକାଲି ରାତିରେ ପୁଲିସ ଖବର ପାଇ ଭଡ଼ା ଘରକୁ ଯାଇ ସରୋଜିନୀଙ୍କ […]

matric exam
ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହେବାସହ ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ରହିଛି। ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ। । ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଆନ୍ସର ବୁକ୍ଲେଟ୍ ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀ ୧୫ ମିନିଟ୍‌ ସମୟ ପାଇବେ। ଠିକ୍ ୯ଟାରୁ ପରୀକ୍ଷା ଆରମ୍ଭ ହେବ। […]

tathagata
ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ !

ଭୁବନେଶ୍ୱର : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଏ ନେଇ ସେ ଗତକାଲି ଅନୁଗୁଳରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଖୁବ୍‌ ଶୀଘ୍ର ସେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି। ସାମ୍ବାଦିକତାକୁ ପୁଣି ଗୁରୁତ୍ୱ ଦେବେ ବୋଲି ତଥାଗତ କହିଥିବା ସୂଚନା ମିଳିଛି। ତଥାଗତ ସତପଥୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ […]

kotia
କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍

ଜୟପୁର : ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍ ।  ଚନରେଡି ବାଲସା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍ ଉତ୍ସର୍ଗ କରିଛନ୍ତି । ସେଠାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ନିକଟ ସ୍କୁଲକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରତି ସପ୍ତାହରେ ଥରେ […]

ମାଲକାନଗିରି ଚିତ୍ରକୋଣ୍ଡାରେ ମାଓ ତାଣ୍ଡବ : ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ମାଲକାନଗିରି  : ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ତାଣ୍ଡବ । ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ । ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ , ମାଓବାଦୀମାନେ ରାତିରେ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପାଖାପାଖି ୨୦ଜଣ  ମାଓବାଦୀ ସୋମବାର ରାତିରେ ଆସି ହତ୍ୟା କରିଥିବା ଜଣାପଡିଛି । ମାଓବାଦୀମାନେ ରବିବାର ଦିନ ସେହି ଗାଁର ଆଉ ଜଣଙ୍କୁ ମଧ୍ୟ ଅପହରଣ […]

ind
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ନାଗପୁର : ଆଜି ନାଗପୁରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ସୁଦୃଢ଼ ରହିଛି। ୫ ଟିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱ ରହିଛି।  ଗତ ମ୍ୟାଚ୍ ଓପନର ଶିଖର ଧୱନ ସଫଳ ହୋଇନଥିଲେ। ତେଣୁ ଆଜିର ମ୍ୟାଚ୍‌ରେ ତାଙ୍କ ଉପରେ ବିଶେଷ ନଜର ରହିବ। ଯୁବ ଅଲ୍ ରାଉଣ୍ଡର୍ ବିଜୟ ଶଙ୍କରଙ୍କୁ ଆଜିର ମ୍ୟାଚ୍‌ରେ ସ୍ଥାନ ମିଳିପାରେ। […]

afganiastan
୮ ଜଣ ଆତଙ୍କବାଦୀଙ୍କୁ ମାରି ୩୦ ଜଣ ନାଗରିକଙ୍କୁ ମୁକ୍ତ କଲେ ଆଫଗାନୀ ସେନା

କାବୁଲ୍ : ଆଫଗାନୀ ସେନା ଲଖମନ୍ ପ୍ରାନ୍ତରେ ଥିବା ଏକ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବଂ ୩୦ଜଣ ନାଗରିକ ମୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ , ସୁରକ୍ଷା କର୍ମୀମାନେ ସୋମବାର ଦିନ ଏଲାଇନଗର ଦିଲ୍ଲାର ଦାରା-ଏ-ସଙ୍ଗର ଅଂଚଳରେ ଥିବା ବିଦ୍ରୋହିଙ୍କ ଏକ ଆଡ୍ଡା ଉପରକୁ ଅତର୍କିତ ଚଢାଉ […]

railway
ରେଲୱେ ଗ୍ରୁପ-ଡ଼ି ଆବଶ୍ୟକୀୟ ଯୋଗ୍ୟତାରେ ପରିବର୍ତ୍ତନ: ପୁଣି ଧାରଣାକୁ ଓହ୍ଲାଇବେ ଛାତ୍ରଛାତ୍ରୀ!

ଭୁବନେଶ୍ୱର: ପୁଣି ଥରେ ଧାରଣାକୁ ଓହ୍ଲାଇବେ ରେଲୱେ ଆଶାୟୀ ପ୍ରାର୍ଥୀ। ରେଲୱେ ଗ୍ରୁପ-ଡ଼ି ପଦବୀ ପାଇଁ ଆବଶ୍ୟକୀୟ ଯୋଗ୍ୟତାରେ କିଛି ପରିବର୍ତ୍ତନ ନେଇ ଆସନ୍ତା ସପ୍ତାହରେ ପୁନର୍ବାର ଛାତ୍ରଛାତ୍ରୀମାନେ ଧାରଣା କରିପାରନ୍ତି ବୋଲି ସୂଚନା ମିଳିଛି। ବୟସ ସୀମାରେ ପରିବର୍ତ୍ତନ ନେଇ ଛାତ୍ରଛାତ୍ରୀମାନେ ଗତ ଫେବୁଆରୀ ୧୭ ରେ ରାଜଧାନୀ ସ୍ଥିତ ରେଲ ସଦନ ସମ୍ମୁଖରେ ଧାରଣାରେ ବସିଥିଲେ। ମାତ୍ର ପରେ ସେମାନଙ୍କ ଦାବି ପୂରଣ ନେଇ ରେଲୱେ ଅଧିକାରୀଙ୍କ ଆଶ୍ୱାସନ ପରେ ଧାରଣାରୁ ଓହରିଥିଲେ। “ଯଦି […]

BK Sharma
ହୋଟେଲ୍, ଜୁଏଲାରୀ ସପ୍ ଓ ମଲ୍ କୁ ଅଗ୍ନିଶମ ବିଭାଗର ନୋଟିସ୍

ଭୁବନେଶ୍ୱର: ଅଗ୍ନି ନିର୍ବାପନ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ନେଇ ଅଗ୍ନିଶମ ବିଭାଗ ରାଜଧାନୀର ୧୩ଟି ପ୍ରତିଷ୍ଠାନକୁ ଆଜି ନୋଟିସ୍ ଜାରି କରିଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ଏହି ୧୩ଟି ସଂସ୍ଥା ମଧ୍ୟରେ ହୋଟେଲ, ମଲ୍, ଓ ଜୁଏଲାରୀ ସପ୍ ରହିଛି। ତେବେ ୨ ମାସ ମଧ୍ୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବାକୁ ନୋଟିସରେ ଉଲ୍ଲେଖ ରହିଛି।