• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ମାତିଛନ୍ତି ହାଇ ପ୍ରୋଫାଇଲ ଲୁଟେରା । ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିଲେ । ହିନ୍ଦୀରେ କଥା ହେଉଥିବା ଏକ ଦମ୍ପତିଙ୍କ ଏଭଳି କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ ରୋଡ଼ଠାରେ । ଲୁଇସ ରୋଡ଼ଠାରେ ଥିବା ରେବା ଗାର୍ମେଣ୍ଟ ନାମକ ଦୋକାନରୁ ଚୋରି ହୋଇଛି ।

ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ । ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ଓ ପୁରୁଷ ଏକ ଧଳା ରଙ୍ଗର କାରରେ ଆସୁଛନ୍ତି । ଦୋକାନ ଭିତରକୁ ପ୍ରବେଶ କରୁଛନ୍ତି । ମହିଳା ଜଣଙ୍କ ସେଲ୍ସମ୍ୟାନଙ୍କୁ ଡାକି କିଛି କିଣିବା ପାଇଁ ସାଇଡ୍ ହେବା ପରେ କାଉଣ୍ଟର ଡ୍ର ଖୋଲି ମଉକା ଦେଖି ହାତସଫେଇ କରୁଛନ୍ତି ପୁରୁଷ ଜଣଙ୍କ ।

ଅଧିକ ପଢ଼ନ୍ତୁ: ଚାଲିଥିଲା ପୋଲିସ ଚେକିଂ; କାର୍‌ ଭିତରୁ ମିଳିଲା ନଗଦ ୫ଲକ୍ଷ

ଏନେଇ ବଡ଼ଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବ୍ୟବସାୟୀ ଜଣଙ୍କ । ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗତ କିଛିଦିନ ତଳେ ଏକ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଅଭିଯୁକ୍ତଙ୍କଠାରୁ ଏକ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରିଥିଲା ପୋଲିସ ।

ଅଭିଯୁକ୍ତଙ୍କ ମଧ୍ୟରୁ ଶୁଭ୍ରକାନ୍ତ ବେହେରା ନାମରେ ୩୧ଟି ମାମଲା ଥିବା ବେଳେ ବିଶ୍ୱଜିତ ଦାସ ନାଁରେ ୩୮ ଓ ମଧୁସୂଦନ ମହାନ୍ତି ନାଁରେ ହତ୍ୟା ଅଭିଯୋଗ ସହ ୧୨ ଟି ମାମଲା ବିଭିନ୍ନ ଥାନାରେ ରହିଛି । ଗତ ଦୁଇମାସ ହେଲାଣି ବିଭିନ୍ନ ଜିଲ୍ଲା ପୋଲିସର ନିଦ ହଜାଇ ଦେଇଥିଲା ଏହି ଗ୍ୟାଙ୍ଗ । ରାଜଧାନୀରେ ଏବେ ସବୁଦିନ କୌଣସି ନା କୌଣସି ସ୍ଥାନରୁ ହେଉଛି ଲୁଟ୍‌ । ଆପାର୍ଟମେଣ୍ଟ ହେଉ ଅବା ଘର, ତାଲା ପଡ଼ିଥିବା ଘର ଉପରେ ଏବେ ଲୁଟେରାଙ୍କ ନଜର ।

ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ସହ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା । ପାତ୍ରପଡାଠାରୁ ପାହାଳ, ଧଉଳିରୁ ନନ୍ଦନକାନନ । ସତେ ଯେମିତି ଲୁଟେରାଙ୍କ ଚରାଭୂଇଁ ପାଲଟିଛି ସାରା ରାଜଧାନୀ । ଗତ ୬ ମାସରେ ୧୪ଟି ଆପାର୍ଟମେଣ୍ଟରୁ ପାଖାପାଖି ୩୪ଟି ଫ୍ଲାଟରେ କଳାକନା ବୁଲାଇ ଦେଲେଣି ଲୁଟେରା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି ।

 

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ମନ୍ତ୍ରୀ PSଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍, ଜବତ ହେଲା ପୁଳା ପୁଳା ଟଙ୍କା

ବାରମ୍ବାର ଚୋରି ହେଉଛି, କିନ୍ତୁ ନା ଚୋରକୁ ଧରି ପାରୁଛି କମିଶନରେଟ ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି । ଆଉ ତ୍ରାହି ମିଳୁନି ଲୁଟେରାଙ୍କ ଲୁଟତରାଜରୁ...ଆଉ ଶାନ୍ତିରେ ନିଦ ହେଉନି ଆପାର୍ଟମେଣ୍ଟରେ...ଜନଶୂନ୍ୟ ଫ୍ଲାଟରେ ପଶୁଛନ୍ତି ଲୁଟେରା...ସଂଘବଦ୍ଧ ହୋଇ କଳାକନା ବୁଲାଇ ହୋଇ ଯାଉଛନ୍ତି ସୀମାପାର୍ । ଗତ ୫ରୁ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟକୁ ଏଭଳି ଟାର୍ଗେଟ କରିସାରିଲେଣି ଲୁଟେରା । ତେବେ କେଉଁଠି ରହୁଛି ଭୁଲ ? ଆପାର୍ଟମେଣ୍ଟରେ ନିଯୁକ୍ତ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ୱହୀନତା ନା କମିଶନରେଟ୍ ପୋଲିସର ଢିଲା ଦାୟିତ୍ୱପଣିଆ ?