Advertisment

ଆଣ୍ତାମାନ ଛୁଇଁଲା ମୌସୁମୀ; ୨୨ ସୁଦ୍ଧା ଲଘୁଚାପ !

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ।

author-image
Manoranjan Behera
Monsoon

Monsoon

ଆଣ୍ଡାମାନ ସାଗର ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ବଙ୍ଗୋପସାଗର ସହ ନିକୋବର ଦ୍ୱୀପ ବି ଛୁଇଁଛି ମୌସୁମୀ ବାୟୁ। ମୌସୁମୀ ବାୟୁ ପ୍ରବାହରେ ବର୍ଷା ଲାଗି ରହିବ। ବାତ୍ୟା ନେଇ କୌଣସି ଆକଳନ କରାଯାଇନି। ମାତ୍ର ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି।

Advertisment

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ। ୨୨ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣପାଗ ବିଭାଗ ସୂଚନା ଦେଇଛି। ତେବେ ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ।

ଏଥିସହ ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇରୁ ତିନି ଦିନ ଯାଏଁ କାଳବୈଶାଖୀର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଆସନ୍ତା ୨୨ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି।

Weather Update Rain Alert Weather News Monsoon
Advertisment
Advertisment