କୋଲକାତା: ପତ୍ନୀ ଧୋକ୍କା ଦେଲେ। ତାଙ୍କ ଅଗୋଚରରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଲେ। ଏଥିପାଇଁ ତାଙ୍କର ସୁଖ, ଶାନ୍ତି ନଷ୍ଟ ହେଲା, ଅନେକ ବଦନାମ୍ ବି ସହିବାକୁ ପଡ଼ିଲା। ଏଥିପାଇଁ ସ୍ୱାମୀ ମାଗିଛନ୍ତି ୧୦୦ କୋଟିର କ୍ଷତିପୂରଣ । ତାହା ପୁଣି ପତ୍ନୀଙ୍କୁ ନୁହେଁ, ପତ୍ନୀଙ୍କ ପ୍ରେମିକଙ୍କୁ। ଏପରି ଘଟଣା ଘଟିଛି କୋଲକାତା ଅଞ୍ଚଳରେ। ପଶ୍ଚିମବଙ୍ଗ କୋଲକାତାର ଏହି ବ୍ୟକ୍ତିଜଣକ ଜାଣିବାକୁ ପାଇଲେ ଯେ, ତାଙ୍କ ପତ୍ନୀଙ୍କର ୧୪ ଜଣ ପ୍ରେମିକ ଅଛନ୍ତି ଏବଂ ସେମାନଙ୍କ […]
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ଼୍ ନୋଟ୍କୁ ନେଇ ବଡ଼ ଖୁଲାସା ହୋଇଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଲେଖିଥିବା ଫୋରେନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ […]
ନୂଆଦିଲ୍ଲୀ: ସିଂଗାପୁରରେ ରହୁଥିବା ଜଣେ ୫୯ ବର୍ଷୀୟ ମୂଳ ଭାରତୀୟ ନର୍ସଙ୍କୁ ତାଙ୍କର ସେବା ପାଇଁ ମିଳିଛି ରାଷ୍ଟ୍ରପତି ପୁରସ୍କାର। କୋଭିଡ-୧୯ ପରି ବିପଦକାଳିନ ସ୍ଥିତିରେ ଏହି ଭାରତୀୟ ମୂଳ ନର୍ସ ନିଜ ଜୀବନକୁ ପାଣି ଛଡେଇ ଯେପରି ରୋଗୀଙ୍କ ସେବା କରିଥିଲେ ତାହାକୁ ଦେଖି ସିଂଗାପୁର ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି। ଏ ନେଇ ସେଠିକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମୂଳ ଭାରତୀୟ ନର୍ସଙ୍କ ନାମ କଳା ନାରାୟଣସାମୀ। ତାଙ୍କ ସହିତ […]
ନୂଆଦିଲ୍ଲୀ: ଯଦି ଛୁଆ ଉପରେ ବିପଦ ଆସେ, ତା’ହେଲେ ପରିସ୍ଥିତି ଯାହାବି ହେଉନା କାହିଁକି ଛୁଆର ସୁରକ୍ଷା ଦେବାପାଇଁ ମା’ ଆଗେଇ ଆସେ। ଏବେ ଏମିତି ଜଣେ ମହିଳାଙ୍କ ସାହସିକତାକୁ ନେଇ ବେଶ୍ ଚର୍ଚ୍ଚା। ଜୀବନକୁ ବାଜି ଲଗାଇ କିଭଳି ଭାବରେ ଜଣେ ମହିଳା ତାଙ୍କର ୪ ବର୍ଷର ଝିଅକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିଛନ୍ତି, ତା’ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, […]
ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଷ୍ଟାଇଲିଶ୍ ହିରୋ ନୀତିନ୍ଙ୍କ ଏନ୍ଗେଜ୍ମେଣ୍ଟ୍ ସରିଛି। ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଏନ୍ଗେଜ୍ମେଣ୍ଟ୍ ହୋଇଥିଲା। ଏନ୍ଗେଜ୍ମେଣ୍ଟ୍ର ଫଟୋ ନୀତିନ୍ ସୋସିଆଲ୍ ମିଡିଆରେ ଶେଆର୍ କରିଛନ୍ତି। ଏହି ଫଟୋରେ ଉଭୟ ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ନୀତିନ୍ ଟ୍ରାଡିସ୍ନାଲ୍ ଅଫ୍ ହ୍ୱାଇଟ୍ କୁର୍ତ୍ତା ପିନ୍ଧି ଥିବାବେଳେ ଶାଲିନୀ ଅରେଞ୍ଜ ଓ ରେଡ୍ ରଙ୍ଗର […]
ବେଙ୍ଗାଲୁର: କରୋନା ରୋଗୀଙ୍କ ସେବା କରୁଥିଲେ। ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ ପଡ଼ିଗଲେ ରୋଗରେ। ହେଲେ ଦୁଃଖର ବିଷୟ, ତାଙ୍କର ଚିକିତ୍ସା କରିବାକୁ କେହି ଆଗେଇ ଆସିଲେନି। ତିନି ତିନିଟା ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବନି ବୋଲି କହି ଫେରାଇ ଦେଲା। ଶେଷରେ ଏକା ଏକା ମୃତ୍ୟୁ ସହ ଲଢି ଆଖି ବୁଜିଦେଲେ ଜଣେ ୫୦ ବର୍ଷ ବୟସ୍କ ଏଇ କରୋନା ଯୋଦ୍ଧା। ଡାକ୍ତର ମଞ୍ଜୁନାଥ ଏସ୍ଟି କନକପୁରା ତାଲୁକର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି […]
ଗ୍ରେନୋବଲ୍: ଫ୍ରାନ୍ସରେ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଫଳରେ ସେହି ମହଲାରୁ ଦୁଇ ଭାଇ ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦୁଇ ଭାଇ ଜୀବିତ ଅଛନ୍ତି। ବିଲ୍ଡିଂ ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍ ସେ ଦୁହିଁଙ୍କୁ ବଞ୍ଚାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। #COVID19 #accident #grenoble ( Ce mardi il a y’a […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମେଡିସିନ୍ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ବଡ଼ ଖୁସିର ଖବର ମିଳିଛି। କରୋନାର ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍ ସକାରାତ୍ମକ ପ୍ରଭାବ ପକାଉଥିବା ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦାବି କରିଛି। କମ୍ପାନୀ କହିଛି, ତୃତୀୟ ପର୍ଯ୍ୟାୟ କ୍ଲିନିନାଲ୍ ଟ୍ରାଏଲରେ ଦେଶର ୭ଟି କ୍ଲିନିକରେ ୧୫୦ଜଣ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି ଏବଂ ଏଥିରେ ସଫଳତା ମଧ୍ୟ ମିଳିଛି। ୧୫୦ ଜଣ […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) । ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ […]
ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ଟିଭି ସିରିୟଲ୍, ଆଲ୍ବମ୍, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ୪ […]
ନୂଆଦିଲ୍ଲୀ: ସଚିନ ପାଇଲଟ୍ ମାମଲାରେ ଶୁଣାଣି କରିପାରିବେ ରାଜସ୍ଥାନ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତିନିଜଣିଆ ଖଣ୍ଡପୀଠ ରହିତାଦେଶ ଦେବାକୁ ମନା କରିଛନ୍ତି। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଚପାଇ ଦେଇ ହେବ ନାହିଁ। ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଓ ତାଙ୍କ ୧୮ ସମର୍ଥକଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି ସିପି ଯୋଶୀ କରିଥିବା ଆବେଦନ ଉପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ସେହିପରି […]
ଚେନ୍ନାଇ: ତାମିଲନାଡୁ ରାଜଭବନରେ କରୋନା। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏକାଥରରେ ୮୪ କରୋନା ପଜିଟିଭ ବାହାରିଛନ୍ତି। ଏହାପରେ ତାମିଲନାଡୁ ରାଜଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତାମିଲନାଡୁ ରାଜଭବନରେ କାର୍ଯ୍ୟରତ ୮୪ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ନମୂନା ପଜିଟିଭ ଆସିଛି। ତେବେ ଏମାନଙ୍କ ମଧ୍ୟରୁ କୌଣସି ଆକ୍ରାନ୍ତ ରାଜ୍ୟପାଳଙ୍କ ସଂସ୍ପର୍ଶରେ ଆସି ନ ଥିବା ସୂଚନା ମିଳିଛି। ଏଠି କହି ରଖିବୁ, ଆଜି ଦେଶରେ କରୋନା ପଜିଟିଭଙ୍କ […]
ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ ଏକ ବେଙ୍ଗକୁ ଆଣି ତା’ର ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା […]
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ। ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ […]
ମା‘ର ହୃଦୟ ତା’ର ସନ୍ତାନ ପାଇଁ ସବୁବେଳେ ମମତାରେ ଛଳଛଳ। ସନ୍ତାନର ଆଖିରେ ଲୁହ ଦେଖିଲେ ବିଳପି ଉଠେ ମା’ର ହୃଦୟ। ସେ ସନ୍ତାନ ତା’ର ନିଜର ହେଉ ବା ଅନ୍ୟର। ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି ଯାହା ଅନାବିଳ ମାତୃତ୍ୱର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନି। ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ଗାଈ ୪ଟି ଛୋଟ ଛୋଟ କୁକୁରକୁ କ୍ଷୀର ପିଇବାକୁ ଦେଉଛି। ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍ […]
ଇମ୍ଫାଲ: ମଣିପୁରରେ ରାଜନୈତିକ ଅସ୍ଥିରତା ଦୂର ଲାଗି ତତ୍ପର ହୋଇପଡ଼ିଛି ବିଜେପି। ବିଧାୟକଙ୍କ ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ ସରକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୂର ଲାଗି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଇମ୍ପାଲ ପଠାଯାଇଛି। ଦୁଇ ନେତା ମୁଖ୍ୟମନ୍ତ୍ରୀ ସିଂ, ଦଳୀୟ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା […]
ରାଉରକେଲା(ପବନ ତିୱାରୀ) : ‘ହଇରେ ଆଳିଆ, କ’ଣ ଆଜି କ୍ଲାସକୁ ଡେରିରେ ଆସିଲୁ ? ….ମୋ ବାପାଟା ପରା, ଏଇ ୫/୭ ବର୍ଷ ଦୁନିଆ ଭୁଲି ଯା। ମଞ୍ଚ ଦେଖ, ଲାଇବ୍ରେରୀ ଦେଖ, ନାଟକ ଶିଖ। ଦିନ ଆସିବ, ତୁ ଦୁନିଆ ସାରା ବୁଲିବୁ…। ତାଙ୍କର ଏଇ କେଇପଦ କଥା ମୋ ଜୀବନର ଗତିପଥକୁ ବଦଳାଇ ଦେଇଛି। ବାପାଙ୍କ ପରି ଛାତ୍ରଙ୍କୁ ଏମିତି ବୁଝାଉଥିବା ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ପ୍ରଫେସର ବିଜୟ ମହାନ୍ତି ଆଉ ନାହାନ୍ତି। ହେଲେ […]
କଟକ: କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୨୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଟି ଲୋକାଲ କେସ୍ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୨୩୬ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।
ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍ଡାଉନ୍ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ ବାପା ୪ମାସର ତା’ର ଶିଶୁ କନ୍ୟାକୁ ୪୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ଘଟଣା ଆସାମର କୋକ୍ରାଝର ଜିଲ୍ଲାରେ ଘଟିଛି। ଖବର ଅନୁଯାୟୀ, ଲକ୍ଡାଉନ୍ ସମୟରେ କାମ […]
ଭୁବନେଶ୍ୱର: ଭୁବନେଶ୍ୱରରେ ସଂଗୀନ ରୂପ ଧାରଣା କଲା କରୋନା। ଆଜି କେବଳ ଦିନକରେ ୧୨୬ ପଜିଟିଭ୍ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ୯୩ କ୍ୱାରେଣ୍ଟିନ ସେଣ୍ଟରର ଏବଂ ୩୩ ଲୋକାଲ କଣ୍ଟାକ୍ଟ କେସ୍। ସବୁଠାରୁ ବଡ଼ କଥା ହେଲା, କରୋନା ବିରୋଧୀ ଯୁଦ୍ଧରେ କଣ୍ଟା ସାଜିଲା ମଞ୍ଚେଶ୍ୱରର ଅଟା କଳ। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଅଟା କଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ୨ ଦିନରେ ମୋଟ ୬୧ […]
ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ସେହିପରି ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ମଧ୍ୟ ନଦୀ ବନ୍ଧ […]
ଭୁବନେଶ୍ୱର: କାଶରୁ ଜଣାପଡ଼ିପାରେ କରୋନା। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି। ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି। ନିପି ପକ୍ଷରୁ ଏକ ଆପ୍ ଏକ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ। ଏହାର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ […]
ରାଞ୍ଚି: କରୋନା ପାଇଁ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିୟମ ରହିଛି। କିନ୍ତୁ ଝାଡ଼ଖଣ୍ଡ ସରକାର କରୋନା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଝାଡ଼ଖଣ୍ଡରେ କରୋନା ନିୟମ ଉଲ୍ଲଙ୍ଘନ ଓ ମାସ୍କ ନପିନ୍ଧିବା ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୨ ବର୍ଷର ଜେଲ୍ ହୋଇପାରେ। ଝାଡ଼ଖଣ୍ଡ କ୍ୟାବିନେଟ୍ ବୁଧବାର ସଂକ୍ରମକ ରୋଗା ଅଧ୍ୟାଦେଶ-୨୦୨୦ ପାରିତ କରିଛି। ଏଥିରେ କୁହାଯାଇଛି, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଙ୍ଘନ ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ […]