Advertisment

୫ ଟଙ୍କିଆ କୁର୍‌କୁରେ ଆଣିଦେଲାନି ସ୍ୱାମୀ; ଡିଭୋର୍ସ ମାଗିଲା ସ୍ତ୍ରୀ..ଦେଖନ୍ତୁ ଭିଡିଓ

କୁରକୁରେ ଉଜାଡିଦେଲା ସୁନାର। ୫ ଟଙ୍କିଆ କୁରକୁରେ ନଦେବାରୁ ଡିଭୋର୍ସ ମାଗିଲା ସ୍ତ୍ରୀ। ଦର୍ଶକବନ୍ଧୁ ଆମ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି ଏହି ପ୍ୟାକେଟ ଖାଦ୍ୟ।

author-image
Manoranjan Behera
ଅଦ୍ୟତନ ହୋଇଛି
Marriage Dispute

Marriage Dispute

ସ୍ୱାମୀ-ସ୍ତ୍ରୀଙ୍କ ବନ୍ଧନ ହେଉଛି ଏକ ପବିତ୍ର ବନ୍ଧନ। ବିବାହ ବେଦୀରେ ଜନ୍ମଜନ୍ମକୁ ସାଥୀ ହୋଇ ରହିବାର ଶପଥ ନେଇଥାନ୍ତି ଦୁହେଁ। କିନ୍ତୁ ଯେଉଁସବୁ ଘଟଣା ଗୁଡିକ ଏବେ ସାମ୍ନାକୁ ଆସୁଛି ସତେ ଯେପରି ଏହି ପବିତ୍ର ବନ୍ଧନ ଏବେ ଏକ ଡ୍ରାମାରେ ପରିଣତ ହୋଇଗଲାଣି। ଛୋଟ ଛୋଟ କଥାରେ ଦମ୍ପତି ଛାଡପତ୍ର ପରି ଚରମ ନିଷ୍ପତ୍ତି ନେଉଛନ୍ତି। ଆପଣ ମଧ୍ୟ ନ୍ୟୁଜରେ ଶୁଣିଥିବେ କିଏ ଶାଢୀ ନଦେବାରୁ ଛାଡପତ୍ର ମାଗିଲାଣି ତ କିଏ ଚାହା ନଦେବାରୁ। କିନ୍ତୁ ଆଜିର ଘଟଣାରେ ୫ ଟଙ୍କିଆ କୁରକୁରୀ ଆଣିବା ପାଇଁ ଭୁଲିଯିବାରୁ ପତ୍ନୀ ନିଜ ସ୍ୱାମୀଙ୍କୁ ଡିଭୋର୍ସ ମାଗିଛନ୍ତି।

Advertisment

ଏହି ବିଚିତ୍ର ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ଆଗ୍ରାରେ। ସୂଚନା ମୁତାବକ ଆଗ୍ରାର ସାହାଗଞ୍ଜରେ ଗତବର୍ଷ ବିବାହ କରିଥିବା ଏକ ଦମ୍ପତି ରହୁଥିଲେ। ସ୍ତ୍ରୀ ଜଣକ କୁରକୁରୀ ଖାଇବାକୁ ଖୁବ ପସନ୍ଦ କରୁଥିଲେ। ସେଥିପାଇଁ ସେ ସ୍ୱାମୀଙ୍କୁ ଅଫିସରୁ ପେରିବା ବେଳେ ୫ ଟଙ୍କିଆ କୁରକୁରୀ ଆଣିବାକୁ ବରାଦ କରୁଥିଲେ। ତେବେ ଦିନେ ସ୍ୱାମୀ ଜଣକ କୁରକୁରୀ ଆଣିବାକୁ ଭୁଲିଯାଇଥିଲେ। ବାସ୍ ଏହି ଛୋଟ କାରଣ ପାଇଁ ୨ ଜଣଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ବିବାଦ। ପ୍ରବଳ ପାଟିତୁଣ୍ଡ ପରେ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। କିଛିଦିନ ପରେ ସେ ଛାଡପତ୍ର ପାଇଁ ପୋଲିସ ପାଖକୁ ଯାଇଥିଲେ। ତେବେ ସାହାଗଞ୍ଜ ଥାନା ଅଧିକାରୀ ଦମ୍ପତ୍ତିଙ୍କୁ ଫ୍ୟାମିଲି କାଉସେଲିଂ ପାଇଁ ପରାମର୍ଶ ଦେଇଥିଲା।

ସ୍ୱାମୀଙ୍କ ଅଭିଯୋଗ ଥିଲା ସ୍ତ୍ରୀ ପ୍ରତିଦିନ କୁରକୁରେ ଖାଇବା ପାଇଁ ଜିଦ କରୁଥିଲେ। ପତ୍ନୀଙ୍କ ଏହି କୁରକୁରେ ଖାଇବା ନିଶା ତାଙ୍କ ଚିନ୍ତାର କାରଣ ପାଲଟିଥିଲା। ତେବେ ସ୍ତ୍ରୀ ଅଭିଯୋଗ ମୁତାବକ ସ୍ୱାମୀ ତାଙ୍କୁ ଶାରିରୀକ ନିର୍ଯାତନା ଦେଉଥିଲେ। ସେଥିପାଇଁ ସେ ଛାଡପତ୍ର ଆବେଦନ କରିଛନ୍ତି।

Advertisment

Divorce Marriage Dispute
Advertisment
Advertisment