Advertisment

Railway Recruitment 2024: ଉତ୍ତର ରେଳବାଇରେ ଚାକିରି; ଚୟନ ହେଲେ ମାସକୁ ୨ ଲକ୍ଷରୁ ଅଧିକ ଦରମା

ଭାରତୀୟ ରେଳବାଇରେ ଚାକିରି ପାଇବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଉତ୍ତର ରେଳବାଇ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ପୋଷ୍ଟ୍ ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Senior Resident Job in Indian Railways

Senior Resident Job in Indian Railways

ଭାରତୀୟ ରେଳବାଇରେ ଚାକିରି ପାଇବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଉତ୍ତର ରେଳବାଇ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ପୋଷ୍ଟ୍ ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ନେଇପାରିବେ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସିନିୟର ରେସିଡେଣ୍ଟ ପଦବୀ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ଏହି ଆବେଦନ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ମୋଟ ୨୫ଟି ପଦବୀ ପାଇଁ ଏହି ଆବେଦନ ଚାଲିଛି।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍‌ସାଇଟ୍‌ nr.indianrailways.gov.in କୁ ଯାଇ ଯାଞ୍ଚ୍ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Senior Resident Job in Indian Railways apply for 25 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୱାକ୍-ଇନ୍-ଇଣ୍ଟରଭିୟୁ ଆରମ୍ଭ – ୨୭ ମେ ୨୦୨୪
  • ୱାକ୍-ଇନ୍-ଇଣ୍ଟରଭିୟୁ ଶେଷ – ୨୮ ମେ ୨୦୨୪

ଖାଲି ପଦବୀ:

  • ଆନାସ୍ଥେସିଆ – ୪ଟି ପୋଷ୍ଟ୍
  • ସାଧାରଣ ଚିକିତ୍ସା – ୧୦ଟି ପୋଷ୍ଟ୍
  • ସାଧାରଣ ସର୍ଜରୀ – ୩ଟି ପୋଷ୍ଟ୍
  • ଅର୍ଥୋପେଡିକ୍ସ – ୧ଟି ପୋଷ୍ଟ୍
  • ENT – ୧ଟି ପୋଷ୍ଟ୍
  • ପେଡିଆଟ୍ରିକ୍ – ୨ଟି ପୋଷ୍ଟ୍
  • ରେଡିଓଲୋଜୀ – ୨ଟି ପୋଷ୍ଟ୍
  • ପାଥୋଲୋଜୀ – ୧ଟି ପୋଷ୍ଟ୍
  • OBST ଏବଂ GYNAE – ୧ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • MCI / NBE ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୩୭ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୬୭,୭୦୦ ଟଙ୍କା
  • ସର୍ବନିମ୍ନ ମାସିକ ଦରମା –୨,୦୮,୭୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ୱାକ୍-ଇନ୍-ଇଣ୍ଟରଭିୟୁ:

ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ସେମାନଙ୍କର ଉପଯୁକ୍ତ ଆବେଦନ ଫର୍ମ ଓ ଆକଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ ସକାଳ ୮.୩୦ରେ ଅଡିଟୋରିୟମ୍, ପ୍ରଥମ ମହଲା, ଏକାଡେମିକ୍ ବ୍ଲକ୍, ଉତ୍ତର ରେଳ କେନ୍ଦ୍ରୀୟ ହସ୍ପିଟାଲ୍, ନୂଆଦିଲ୍ଲୀରେ ପହଞ୍ଚିବା ଜରୁରୀ।

Indian Railways Indian Railway Jobs Govt Jobs
Advertisment
Advertisment