• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gajapati
ଗୁମର ଖୋଲିଲେ ଗଜପତି

ଭୁବନେଶ୍ୱର : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁହଁ ଖୋଲିଲେ ଗଜପତି ମହାରାଜ।  ଚାବି ହଜିବା ଘଟଣାରେ ତାଙ୍କର ସାମାନ୍ୟତମ ଭୂମିକା ନାହିଁ। ବିଦେଶରୁ ଥାଇ ଓଟିଭିକୁ ଦେଇଥିବା ଏକ୍ସକ୍ଲୁସିଭ୍ ଲିଖିତ ପ୍ରତିକ୍ରିୟାରେ ଏକଥା ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଭିତର ଭଣ୍ଡାର ଚାବି ରଖିବା କିମ୍ବା ଏହାର ଦାୟିତ୍ୱରେ ଗଜପତିଙ୍କ ଭୂମିକା ନାହିଁ। ଗଜପତି ଆହୁରି ଲେଖିଛନ୍ତି […]

mobile
ରେଷ୍ଟୁରାଣ୍ଟରେ ଖାଉଥିଲେ, ଫାଟିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।  ଜଣେ  ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ  କଏଦ୍‌ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ […]

pond2
ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ)  : ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ବ୍ଲକ୍‌ ଆଏବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଖୋଲିବା ଯୋଜନା ଲାଗି ଆସିଥିବା ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ଆସିଛି। ଯୋଜନାରେ ଦେଢ଼ ଏକର ଜମି ଉପରେ ଏକ ନୂତନ ପୋଖରୀ ଖୋଳିବା ଲାଗି ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନରଣପୁର ଗାଁରେ ଏକ ନୂତନ ପୋଖରୀ ଖୋଳିବା ବଦଳରେ ପୂର୍ବରୁ ଥିବା ପୁରୁଣା ପୋଖରୀ […]

binika9
ଥାନାରେ ପୁଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୁଲିସର ତନାଘନା

ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ବିନିକା ଥାନାରେ ପୁଲିସକୁ ସ୍ଥାନୀୟ ବ୍ୟକ୍ତିଙ୍କ ମାଡ଼ ଅଭିଯୋଗ। ବିନିକା ଥାନା ଏସ୍ଆଇ ଅଭିମନ୍ୟୁ ସେଠୀଙ୍କୁ ସ୍ଥାନୀୟ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣ ନାମକ ବ୍ୟକ୍ତି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଭିଯୁକ୍ତ ପାଣୁ କର୍ଣ୍ଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ମାମଲାକୁ ନେଇ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣଙ୍କ ସମେତ ଅନ୍ୟ ଦୁଇ ବ୍ୟକ୍ତିଙ୍କ […]

otv team
ଅସୁବିଧାରେ ପଡିଥିବା ମହିଳାଙ୍କୁ ମେଡିକାଲରେ ପହଞ୍ଚାଇଲେ ଓଟିଭି ଟିମ୍‌

ଭୁବନେଶ୍ୱର : ରାଜଧାନୀରେ ଅଟୋ ଓ ଟାକ୍ସି ଚାଳକଙ୍କ ଆନ୍ଦୋଳନବେଳେ ସାମନାକୁ ଆସିଲା ଓଟିଭି ଟିମ୍‌ର ଦାୟିତ୍ୱବୋଧର ଚିତ୍ର। ଏକ ଅସୁସ୍ଥ ଶିଶୁ ଓ ପରିବାର ଲୋକଙ୍କୁ ମେଡିକାଲ ପହଞ୍ଚାଇଲା ଓଟିଭି ଟିମ୍।  ସୂଚନା ଅନୁସାରେ ଭୁବନେଶ୍ୱର ବାଳକାଟିର ରଶ୍ମିତା ରଥ ନାମ୍ନୀ ମହିଳା ତାଙ୍କ ଅସୁସ୍ଥ ଶିଶୁକୁ ଧରି ଏକ ଅଟୋରେ କ୍ୟାପିଟାଲ ହସ୍ପିଟାଲ ଆସୁଥିଲେ। ହେଲେ କଳ୍ପନା ଛକରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ ଆନ୍ଦୋଳନରତ ଅଟୋ ଓ ଟାକ୍ସି ସଂଘର କର୍ମକର୍ତ୍ତା। ଶିଶୁର ସ୍ୱାସ୍ଥ୍ୟାବସ୍ଥା […]

raygarha
ରାୟଗଡା ଓ ଟିଟିଲାଗଡ ମଧ୍ୟରେ ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ

ରାୟଗଡା : ୧୧ମାସ ଧରି ରାୟଗଡା ଓ ଟିଟିଲାଗଡ ମଧ୍ୟରେ ବାତିଲ ହୋଇଥିବା ଦୁଇଟି ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି।  ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଓ ବିଶାଖାପାଟନାମ୍-ଦୁର୍ଗ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଚଳିତମାସ ଶେଷ ସୁଦ୍ଧା ଆଉ ତିନିଟି ଟ୍ରେନ୍‌ ଚଳାଚଳ କରାଯିବ ବୋଲି ରାୟଗଡାର ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇ ୧୬ରେ ନାଗାବଳୀ ନଦୀରେ ବନ୍ୟା ଯୋଗୁଁ ଥେରୁବାଲିର ପୂଜାରୀଗୁଡା ନିକଟରେ ପୋଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଏଥିଯୋଗୁ […]

kartina
ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍‌ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କୈଫ।  ଆଜି  ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା । କ୍ୟାଟ୍ରିନା କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ପ୍ରତିଭା କ୍ଷେତ୍ରରେ ମଧ୍ୟ ତାଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର। ଏହାପରେ ବଲିଉଡରେ ଭାଗ୍ୟ ପରୀକ୍ଷା କରି ଆଜି […]

seabeach
ନିଖୋଜ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର

ପୁରୀ : ପୁରୀରେ ଗତକାଲିଠାରୁ ନିଖୋଜ ଥିବା କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ପେଣ୍ଠକଟା ନିକଟ ସମୁଦ୍ର ବେଳାଭୂମିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତ୍ରିପୁରା ପୋଲିସର  କନଷ୍ଟେବଲ ସୁମନ ନାଥ। ସେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଚକ୍ରତୀର୍ଥ ରୋଡସ୍ଥିତ ଏକ ହୋଟେଲରେ ସେ ରହିଥିଲେ। ତେବେ ଗତକାଲି ସେ ହୋଟେଲରୁ ବାହାରି ଆଉ ଫେରିନଥିଲେ। ସୁମନ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ପୁରୀ ସି-ବିଚ୍‌ ଥାନାରେ ଏତଲା ଦେଇଥିଲେ।

bjp
ଜମୁଛି ପାଟକୁରା ନିର୍ବାଚନ ପ୍ରଚାର

ପାଟକୁରା  : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପାଟକୁରା ପ୍ରଚାର। ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ ନେତା। ପାଟକୁରାରେ ରୋଡ୍ ଶୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ରୋଡ୍ ଶୋ’ରେ ଦଳର ବରିଷ୍ଠ ନେତା କେଭି ସିଂଦେଓ, ସମୀର ଦେ ଓ ନିବେଦିତା ପ୍ରଧାନ ପ୍ରମୁଖ ସାମିଲ ହୋଇ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି। […]

crocodile-1
କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ। ଗତକାଲି କୁମ୍ଭୀର ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଜି ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ବିଜୟ ପାତ୍ର। ସେ ଗତକାଲି ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକ ପ୍ରଶାସନକୁ ଜଣାଇବା ପରେ ଓଡ୍ରାଫ ଟିମ୍‌ ସହାୟତା ନିଆଯାଇଥିଲା। ଆଜି ବିଜୟଙ୍କ କ୍ଷତାକ୍ତ ମୃତ ଶରୀର ଉଦ୍ଧାର […]

dengue
ଭୁବନେଶ୍ୱରରେ ଡେଙ୍ଗୁ ନେଲା ଏ ବର୍ଷର ପ୍ରଥମ ଜୀବନ

ଭୁବନେଶ୍ୱର : ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ଭୁବନେଶ୍ୱରରରେ ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ଦିନ ତଳେ ଆକ୍ରାନ୍ତ ହୋଇ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ମହିଳାଙ୍କର ଅନ୍ୟ ଜଣେ ସମ୍ପର୍କୀୟା ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ତାଙ୍କ ସ୍ୱାମୀ ଓ ପୁତୁରା। ସେପଟେ ରାଜ୍ୟରେ ଡେଙ୍ଗୁ […]

crocodile attack in ali
ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

 ଆଳି ( ବନମାଳୀ ସାହୁ) : ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ସାହୁପଡ଼ା ଗାଁରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ମୁତାବକ, ଗାଁର ସୁବାସ ବରାଳ ଆଜି ଦିନ ୧୧ଟାରେ ଗାଧୋଇବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ।  ଏହି ସମୟରେ ହଠାତ୍  ଏକ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି ଚାଲିଛି।

dharmendra
ଚାବି ହଜିବା ସତ ହୋଇଥିଲେ ସାଂଘାତିକ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାବି ହଜିବା ଯଦି ସତ ହୋଇଥାଏ ତେବେ ଭାବନାତ୍ମକ ଦୃଷ୍ଟିରୁ ଏହା ସାଂଘାତିକ। ଘଟଣାକୁ ୨ ମାସ ହେଲାଣି ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି। ଟିକେ ଟିକେ କଥାରେ ଆଇନ ତା ବାଟରେ ଯିବ କହନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ […]

narasingha-bishnu
ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ହୋହାଲ୍ଲା କରି ଜାଣିଶୁଣି କହିବାକୁ ସୁଯୋଗ ଦେଉନି। କହିବା ପାଇଁ ପାଳି ଆସିଲା ବେଳେ ଅଟକାଯାଉଛି।  ଏଥିପାଇଁ ଫିକ୍ସିଂ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ ଅଚଳାବସ୍ଥା କଲେ କେହି ସମ୍ଭାଳି ପାରିବେନି ବୋଲି ବିଷ୍ଣୁ କହିଛନ୍ତି।  ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜବାବ ଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ […]

bcci
କୋଚ୍ ଖୋଜିବା ଆରମ୍ଭ କଲା BCCI !

ନୂଆଦିଲ୍ଲୀ : ବିଶ୍ୱକପ୍‌ରୁ ବାଦ୍ ପଡ଼ିବା ପରେ କୋଚ୍ ଖୋଜିବା ଆରମ୍ଭ କରିଛି ବିସିସିଆଇ। ମୁଖ୍ୟ କୋଚ୍ ସମେତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହାସହ ସାଇକୋ ଥେରାପିଷ୍ଟ, ଆଡମିନ୍‌ଷ୍ଟ୍ରେଟିଭ୍ ମ୍ୟାନେଜର ପାଇଁ ବି ଦରଖାସ୍ତ ଆହ୍ୱାନ କରାଯାଇଛି। ତେବେ ଏହି ପଦବୀରେ ଥିବା ପୁରୁଣା ସଦସ୍ୟଙ୍କୁ ବଦଳି କରାଯିବ ନାଁ ପୁରୁଣା ଅଧିକାରୀ ରହିବେ ସେ ନେଇ କୌଣସି ସୂଚନା ମିଳିପାରିନି। ଦୁଇ ବର୍ଷକୁ ଥରେ ବିସିସିଆଇର […]

block
ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ବିରୋଧୀ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍‌ ଭିତରୁ ବାହାରି ପାରିନଥିଲେ। ଏନେଇ ଶ୍ରୀମତୀ ବଳ ଆଜି ରାତିରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂରା ଘଟଣା ଏମିତି। ଆଜି ଅପରାହ୍ନରେ ଶ୍ରୀମତୀ ବଳ ଅଫିସରେ କାମ କରୁଥିଲେ। […]

journalist
ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ ରାଜ୍ୟ ସରକାର। ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଘୋଷଣା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି  ସରକାର। ନିକଟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଥିଲେ। ସରକାର ଆଜି ଆହୁରି ଅନେକ ଯୋଜନା ଘୋଷଣା କରିଛନ୍ତି।  ଏହି ସବୁ ଯୋଜନା ମଧ୍ୟରେ ରହିଛି, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ, […]

puri 9
ରଥଯାତ୍ରା ଡ୍ୟୁଟି ସାରି ବିଶ୍ରାମ ନେଉଥିବା ବେଳେ ଚାଲିଗଲା ହାବିଲଦାରଙ୍କ ଜୀବନ

ପୁରୀ : ଶ୍ରୀକ୍ଷେତ୍ରର ରଥ ଯାତ୍ରାରେ ଅଭାବନୀୟ ଘଟଣା। ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଜଣେ ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ IRBର ହାବିଲଦାର ପତିତପାବନ ଦାସ। ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।