• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

deogarh
ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ପାଳନ

ଦେବଗଡ଼: ଭୂମିହୀନଙ୍କୁ ଘରଡ଼ିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଜି ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ପୁରୁଣା ପୋଷ୍ଟ ଅଫିସ ଛକ ନିକଟରେ ଶହ ଶହ ସଂଖ୍ୟାରେ ଲୋକ ରାଜରାସ୍ତାରେ ଶୋଭାଯାତ୍ରା କରିବା ସହ ରାସ୍ତାରୋକ କରିଥିଲେ। ବନ୍ଦ ପାଳନ ଯୋଗୁଁ ମୁମ୍ବାଇ-କୋଲକାତା ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଦେବଗଡ଼ରେ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡିକ […]

representational image
ୟୁକାଲିପଟାସ ଜଙ୍ଗଲକୁ ପଶି ଆସିଛନ୍ତି ହାତୀପଲ

କେନ୍ଦୁଝର: କେନ୍ଦୁଝରରରେ ହାତୀ ଆତଙ୍କ। ପାଟଣା ରେଞ୍ଜ୍ ଚେମଣା ଗାଁ ପାଖରେ ଥିବା ଜଙ୍ଗଲକୁ ପଶି ଆସିଛନ୍ତି ହାତୀ ପଲ। ସ୍ଥାନୀୟ ୟୁକାଲିପଟାସ୍‌ ଜଙ୍ଗଲକୁ ଏହି ହାତୀ ପଲ ପଶି ଆସିଛନ୍ତି। ଏହି ପଲରେ ପ୍ରାୟ ୨୦ରୁ ଅଧିକ ହାତୀ ଥିବା ଜଣାପଡ଼ିଛି। ମୟୂରଭଞ୍ଜରୁ ବୈତରଣୀ ନଦୀ ପାର୍‌ ହୋଇ ଗତକାଲି ରାତିରେ ଏହି ହାତୀପଲ ଆସିଥିବା ଜଣାପଡିଛି। ହାତୀ ବର୍ତ୍ତମାନ ଜଙ୍ଗଲରେ ରହିଛନ୍ତି।  ହାତୀପଲକୁ ଦେଖି ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି। […]

Malkanagiri Planning Board meeting
ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।

arjun tendulkar
U-19 ଟିମ୍‌ରେ ସ୍ଥାନ ପାଇଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ ପଡିଆରେ ପୁଣିଥରେ ନଜର ଆସିବେ ତେନ୍ଦୁଲକର!  କିନ୍ତୁ ଏହିଥର ସେଇ ଚର୍ଚ୍ଚିତ ଚେହେରା ସଚିନ ତେନ୍ଦୁଲକର ନୁହଁନ୍ତି  ବରଂ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ। ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଛନ୍ତି ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଆସନ୍ତା ସେପ୍ଟେମ୍ବର ମାସରେ ୧୯ ବର୍ଷରେ ପଦାର୍ପଣ କରିବେ ସଚିନଙ୍କ ପୁଅ। ଅର୍ଜୁନ ତେନ୍ଦୁଲକର  ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ସହ ଦୁଇଟି ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଦଳ ସହ […]

anugul
ଅନୁଗୁଳ ବସ୍‌ଷ୍ଟାଣ୍ଡରୁ ୨ ଶିଶୁଙ୍କୁ ଉଦ୍ଧାର କଲେ ଲୋକେ

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ଡରେ ବୁଲୁଥିବାଳେ ୨ ଶିଶୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଦୁଇ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଦୁଇ ଶିଶୁ ଭାଇ ଭଉଣୀ ବୋଲି ଜଣାପଡ଼ିଛି।  ଅନୁଗୁଳ ଥାନାରେ ଦୁଇ ଶିଶୁଙ୍କୁ ରଖି ସେମାନଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଦୁଇ ଶିଶୁଙ୍କ ଘର ଢେଙ୍କାନାଳରେ ହୋଇଥିବା ଭଉଣୀ ଜଣକ କହୁଥିବାବେଳେ ଆଉ କିଛି କହିପାରୁନାହାନ୍ତି। ତେବେ ଉଦ୍ଧାର […]

balasore
SBI ଗ୍ରାହକ ସେବା କେନ୍ଦ୍ରରୁ ଠକେଇ ଘଟଣା: ତଦନ୍ତ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରୁ ହୋଇଥିବା ଠକେଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।  ଆଞ୍ଚଳିକ ଶାଖା ଏବଂ ମୁଖ୍ୟ SBIର ତିନି ଜଣିଆ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।  ତେବେ ଗ୍ରାହକଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି। ସେପଟେ  ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାଲିକଙ୍କ ଅଜାଣତରେ ଏସବୁ ହୋଇଥିବା ଜଣାପଡ଼ିଛି।  ଏହାସହ ତଦନ୍ତ ପରେ ଯଦି […]

raja
ରଜୋ ନୁହେଁ ରଜ

ଭୁବନେଶ୍ୱର: ରଜ, ଓଡ଼ିଶାର ଏକ ଗଣପର୍ବ।  ରଜରେ ଭଲ ବ୍ୟବସାୟ ପାଇଁ ବ୍ୟବସାୟୀ ମାନେ ରାସ୍ତାଘାଟରେ ହୋର୍ଡିଂ ଜରିଆରେ ଏବଂ ଖବରକାଗଜରେ ବିଜ୍ଞାପନ ଦେଉଛନ୍ତି।  ହେଲେ ଏହି ବିଜ୍ଞାପନ ଗୁଡିକରେ ରଜ ବଦଳରେ ଲେଖାହୋଇଛି ରଜୋ।  ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି। ରଜୋ ନୁହେଁ ରଜ  ସୋସିଆଲ ମିଡିଆରେ ଏବେ ଛାଇ ଯାଇଛି ଏହି ସ୍ଲୋଗାନ।  ଏହି ସ୍ଲୋଗାନ ହେଉଛି ପ୍ରତିବାଦର ସ୍ୱର।  ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ  […]

bus accident
ପଥଚାରୀଙ୍କ ଉପରେ ମାଡ଼ିଗଲା ବସ୍‌

ଭବାନୀପାଟଣା: ଭବାନୀପାଟଣା ଚାଞ୍ଚେର ନିକଟରରେ ବସ୍ ଧକ୍କାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଗତ ରାତିରେ ଚାଞ୍ଚେର ନିକଟରେ ଜଣେ ପଥଚାରୀଙ୍କ ଉପରେ ବସ୍ ମାଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ବୋରିଗୁମ୍ମା-ବରଗଡ଼ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

anubhaba
ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ : ବଢୁଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ। ମହିଳା ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ମାମଲାରେ ଆସନ୍ତା ୭ରୁ ୧୦ ଦିନ ଭିତରେ ଫାଇନାଲ୍ ରିପୋର୍ଟ ଦାଖଲ କରିବ କଟକ ପୁଲିସ। ଏ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ଡିସିପି। ଆହୁରି ମଧ୍ୟ କହିଛନ୍ତି, ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। […]

koraput
ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି

ଜୟପୁର: କୋରାପୁଟ ବରିପୁଟରେ ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ  ପ୍ରୟାସ ଜାରି ରହିଛି।  ଗତକାଲି ସେନାର ଦ୍ୱିତୀୟ ଟିମ୍ ପହଞ୍ଚିବା ପରେ ଏବେ ବ୍ଲାଷ୍ଟିଂ ଜରିଆରେ ଉଦ୍ଧାର ଏବଂ ପଥର ହଟାଇବା କାମ ଆରମ୍ଭ ହୋଇଯାଇଛି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ସେଥିପାଇଁ ଗତକାଲି ରାଞ୍ଚିରୁ ମଧ୍ୟ ସେନାର ଆଉ ଏକ ଟେକ୍‌ନିକାଲ ଟିମ୍‌ […]

puri triple m,urder
ପଟ୍ଟନାୟିକିଆ ଟ୍ରିପଲ ମର୍ଡର ; ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ପୁରୀ : ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ପୁଲିସ ଏ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନବୀନ କହିଛନ୍ତି। ଏ ମାମଲାରେ ଏଯାଏଁ ୬ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚାଲିଛି। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପର୍ଯ୍ୟାପ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ ସହ ମୃତକଙ୍କ ପରିବାରକୁ ମଧ୍ୟ ସୁରକ୍ଷା […]

pranav
ନାଗପୁରରେ ଆର୍‌ଏସ୍‌ଏସ୍‌ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ପ୍ରଣବ

ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍‌ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ। ବିବିଧତା ମଧ୍ୟରେ ଏକତା ଭାରତର ସ୍ୱତନ୍ତ୍ର ପରିଚୟ। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ରାଷ୍ଟ୍ରବାଦ ଧର୍ମ, […]

patkura
ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

କେନ୍ଦ୍ରାପଡ଼ା / ଭୁବନେଶ୍ୱର :  ବିଧାନସଭାରେ ରହୁନାହାଁନ୍ତି ଶାସକ ଦଳର ଅଧିକାଂଶ ବିଧାୟକ କି ମନ୍ତ୍ରୀ। କାରଣ ଏବେ ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ବ୍ୟସ୍ତ।  ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ପ୍ରଶ୍ନକାଳରେ ବାଚସ୍ପତି ବିଜେଡିର କିଛି ପ୍ରଶ୍ନକର୍ତ୍ତା ବିଧାୟକଙ୍କ ନାଁ ଡାକିଥିଲେ ବି ଅଧଂକାଶ ଅନୁପସ୍ଥିତି ଥିଲେ। ବିଧାୟକ ରାଜେନ୍ଦ୍ର ସାହୁ, ପ୍ରୀତିରଂଜନ ଘଡ଼େଇ, ପ୍ରତାପ ଦେବ, ଅନନ୍ତ ଜେନା ଓ ପ୍ରଶାନ୍ତ ବେହେରା। ପ୍ରଶ୍ନକାଳରେ ଶାସକ ଦଳର ଏସବୁ […]

biju1
ସରକାରଙ୍କ ବିଜୁ ଯୁବ ବାହିନୀକୁ ଝଟ୍‌କା

ଭୁବନେଶ୍ୱର : ଆାଦିବାସୀ ଇଲାକାରେ ବିଜୁଯୁବ ବାହିନୀକୁ ଝଟ୍‌କା। ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ଯୋଜନା ଆଡକୁ ଢଳୁ ନାହାଁନ୍ତି ପାଠୁଆ ଯୁବକଯୁବତୀ।  ମାଟ୍ରିକ ପାସ ଯୁବକ ଯୁବତୀ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟ୍ୟକ୍ଷ  ପଦରେ ରହି ପାରିବେ ବୋଲି ପୂର୍ବରୁ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ସରକାର। ତେବେ ବି଼ଡମ୍ବନା ହେଉଛି ଆଦିବାସୀ ବହୁଳ ବ୍ଲକର ଜଣେ ବି କେହି ମାଟ୍ରିକ ପାସ ପିଲା ଏଥିପାଇଁ ଆବେଦନ କଲେ ନାହିଁ। ଯାହା ସରକାରଙ୍କ ଅକଲ […]

stem banana
ବିଷ ଛାଡ଼ନ୍ତୁ, ପିଅନ୍ତୁ ଏହି ଅମୃତ

ଆମେ କଦଳୀ ତ ସବୁବେଳେ ଖାଉଛେ କିନ୍ତୁ କଦଳୀ ମଞ୍ଜା କ୍ୱଚିତ୍ ଖାଉଛୁ। ଭାରତରେ ଯଦିଓ କଦଳୀ ମଂଜାକୁ ପରିବା ଆକାରରେ ଖିଆଯାଏ ତେବେ ବହୁତ୍ କମ୍ ଲୋକ ମଂଜାର ଜୁସ୍ ପିଇଥା’ନ୍ତି। କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଇଲେ ଆପଣ ସର୍ବଦା ନିରୋଗ ରହିବେ । ଏହା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଷତୁଲ୍ୟ ମୃଦୁ ପାନୀୟକୁ ଇଜ୍ଜତ ଦେଇ ପିଇବା ବଦଳରେ ଏହି ଦେଶୀ ଅମୃତକୁ […]

kala
ରିଲିଜ୍ ହେଲା ଫିଲ୍ମ ‘କାଲା’

ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ […]