• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

triple talaq
ଟ୍ରିପଲ ତଲାକ୍ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ/ ଭୁବନେଶ୍ୱର :  ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବା ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ସମର୍ଥନ କରିବ ବିଜୁ ଜନତା ଦଳ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହି ସୂଚନା ଦେଇଛନ୍ତି। ସେପଟେ ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ଲୋକସଭାରେ ପାସ୍ ହୋଇସାରିଥିବା ଏହି ବିଲ୍‌କୁ ରାଜ୍ୟସଭାରେ ପାସ୍ କରିବା ପାଇଁ ବିଜେପି […]

computer
ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

କୋଣାର୍କ( ସଞ୍ଜୟ ପତି) : ରାଜ୍ୟରେ ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୪ ହଜାର ହାଇସ୍କୁଲରେ ଚାଲୁଥିବା ଇ-ବିଦ୍ୟାଳୟ ପାଇଁ ଆଉଟସୋର୍ସିଂରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ଦିଆଯାଇଥିଲା। କିଛି କମ୍ପ୍ୟୁଟର ଶିକ୍ଷକଙ୍କ ନିଯୁକ୍ତି ଅବଧି ଗତ ମାର୍ଚ୍ଚରୁ ସରିଯାଇଛି।  ଆଉ କିଛି ଶିକ୍ଷକଙ୍କ ନିଯୁକ୍ତି ଅବଧି ଏଇ ଅଗଷ୍ଟରେ ସରୁଛି। ସେହିପରି କମ୍ପ୍ୟୁଟର ଶିକ୍ଷକଙ୍କ ଅଭାବ ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଅପର ପ୍ରାଇମେରୀ, ନୋଡାଲ […]

sahid diwas
ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ

ମାଲକାନଗିରି ( ଜିତେନ୍ଦ୍ର ବେଉରା) :  ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏହାକୁ ଆଦିବାସୀ କମିଟି ନାମକ ଏକ ସଂଗଠନ ବିରୋଧ କରୁଥିବା ନେଇ ପୋଷ୍ଟର ଲଗାଯାଇଛି। ଓଡ଼ିଶା ସୀମାନ୍ତ ଆନ୍ଧ୍ରର ରୁଡକୋଟାରେ ଏକ ଅସ୍ଥାୟୀ ଶାନ୍ତି ସ୍ତୁପ ନିର୍ମାଣ କରାଯାଇଛି। ଏହିଠାରେ ହିଁ ଆଦିବାସୀ କମିଟି ନାଁରେ ଏଭଳି ପୋଷ୍ଟର ଲାଗିଛି। ମାଓ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସାଧାରଣ ଲୋକଙ୍କ ନାଁ ମଧ୍ୟ ପୋଷ୍ଟରରେ ରହିଛି।  ମାଓ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏମାନଙ୍କୁ ମାରିଥିବା […]

red alert
ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାକୁ ରେଡ୍‌ ଆଲର୍ଟ

କୋରାପୁଟ ( ସୂର୍ଯ୍ୟପଣ୍ଡା) : ଲଗାଣ ବର୍ଷା ପାଇଁ କୋରାପୁଟ ଜିଲ୍ଲାକୁ ରେଡ୍‌ ଆଲର୍ଟ। ଗତ ୪ ଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଏଥିପାଇଁ ରାଜ୍ୟ ପାଣିପାଗ ବିଭାଗ ଦ୍ୱାରା କୋରାପୁଟକୁ ରେଡ୍‌ ଆଲର୍ଟ ଦିଆଯାଇଥିବା ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡା, ବୋରିଗୁମ୍ମା ଓ ଜୟପୁର ଅଞ୍ଚଳରେ ପ୍ରାୟ ୧୨ ଟି ଘର ଭାଙ୍ଗି ଯାଇଥିବା ବେଳେ ବୈପାରିଗୁଡ଼ା ବ୍ଲକ୍‌ […]

virat-rohit
ରୋହିତଙ୍କ ସହ ମନୋମାଳିନ୍ୟକୁ ଖଣ୍ଡନ କଲେ ବିରାଟ

ମୁମ୍ବାଇ:  ରୋହିତ ଶର୍ମାଙ୍କ ସହ କୌଣସି ପ୍ରକାର ବିବାଦକୁ ଖଣ୍ଡନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି। ରୋହିତଙ୍କ ପ୍ରଦର୍ଶନକୁ ସେ ସବୁବେଳେ ପ୍ରଶଂସା କରି ଆସିଛନ୍ତି। ଖେଳ ପରେ ଚେଞ୍ଜିଂ ରୁମ୍‌ରେ ସେ ସବୁବେଳେ ସାଥୀଙ୍କ ସହ ମଜା କରିଥାନ୍ତି ଓ ସାଥୀ ଖେଳାଳି କ୍ରିକେଟ ମାଧ୍ୟମରେ ଦେଶକୁ ଆଗକୁ ନେବାକୁ ଚେଷ୍ଟା କରୁଥିବାବେଳେ ଗଣମାଧ୍ୟମରେ ଏଭଳି ଅପପ୍ରଚାର କିପରି ହେଉଛି ବୋଲି ପ୍ରଶ୍ନ କରିଛନ୍ତି କୋହଲି।  ୱେଷ୍ଟ ଇଣ୍ଡିଜ ଗସ୍ତ ପୂର୍ବରୁ କୋଚ୍ […]

collector in pady field
ଜମିରେ ଧାନ ରୋଇଲେ ଜିଲ୍ଲାପାଳ

ଗଂଜାମ : ଚାଷୀଙ୍କ ସହ ଜମିରେ ଧାନ ରୋଇଲେ ଜିଲ୍ଲାପାଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍‌ ମଥୁରା ପଂଚାୟତର ଭରସା ଗ୍ରାମରେ। ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ନେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଅଂଚଳକୁ ଯାଇଥିଲେ। ଏହି ସମୟରେ ସେଠାରେ ନିଜେ କାଦୁଅ ଜମିରେ ଧାନ ରୋଇଥିଲେ। […]

rain
ଦୁଇ ଦିନର ଲଗାଣ ବର୍ଷା ପରେ ମାଲକାନଗିରି ସ୍ଥିତିରେ ସାମାନ୍ୟ ସୁଧାର

ମାଲକାନଗିରି  : ଲଗାଣ ବର୍ଷାରେ ବେହାଲ ହୋଇଯାଇଥିବା ମାଲକାନଗିରି ଜିଲ୍ଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତ ଦୁଇଦିନ ଧରି  ଜିଲ୍ଲାର ଶତାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଗତକାଲି ଠାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସେପଟେ ଲଗାଣ ବର୍ଷାରେ ଦୁଇଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।  ପଡିଆ ବ୍ଳକରେ ମାଟି କାନ୍ଥ ପଡି ଜଣେ ଭୀମା କାବାସି ନାମକ ମହିଳା ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ,ମହିଳା ଜଣକ ଘରେ ଥିବାବେଳେ ହଠାତ […]

constabla
ସାହସିକତା ଦେଖାଇଥିବା ଲେଡି କନଷ୍ଟେବଳ ହେଲେ ସସ୍‌ପେଣ୍ଡ !

କଟକ : ନିଲମ୍ବିତ ହେଲେ କଟକ ମାଲଗୋଦାମ ଥାନା ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା। ଗଣମାଧ୍ୟମକୁ ବାଇଟ୍ ଦେବା ଅଭିଯୋଗରେ ତାଙ୍କୁ ସସ୍‌ପେଣ୍ଡ୍ କରିଛନ୍ତି ଡିସିପି। ସସ୍‌ପେଣ୍ଡ୍ ହୋଇଥିବା କନଷ୍ଟେବଳଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ହୋଇଥିଲା। ସମ୍ପୃକ୍ତ କନଷ୍ଟେବଳ ଲୁଟେରାକୁ କାବୁ କରିବା ପରେ ପୁଲିସ ଜିମା ଦିଆଯାଇଥିଲା। ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ପୃକ୍ତ ମହିଳା କନଷ୍ଟେବଳ। ସୂଚନା ଅନୁସାରେ, ମାଲଗୋଦାମ ଥାନାର ମହିଳା କନଷ୍ଟେବଳ ଗୀତାଞ୍ଜଳି ଆଜି ସକାଳେ ଥାନାକୁ ଯାଉଥିବା ବେଳେ ଲୁଟେରାଟି […]

rajarani
ରାଜାରାଣୀ ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ ସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ […]

puri6
ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି ; ଧରା ପଡିଲେ ଜରିମନା

ପୁରୀ : ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍‌ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥାହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ବୈଠକ ପରେ ଶ୍ରୀମନ୍ଦିର […]

rain
ମାସେ ନିଖୋଜ ପରେ ଅମାନିଆ ମୌସୁମୀ: କେଉଁଠି ପ୍ରବଳ ବର୍ଷା ତ କେଉଁଠି ଉଭାନ୍

ଭୁବନେଶ୍ୱର : ବିଳମ୍ବରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲୁଚକାଳି ଖେଳ ଏବେ ଚାଷୀକୁଳକୁ ଚିନ୍ତାରେ ପକାଇଛି। ଟ୍ରଫ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ କେଉଁଠି ପ୍ରବଳ ବର୍ଷା ହେଉଛି ତ ଆଉ କେଉଁଠି ଏବେ ବି ପଡ଼ିଆ ଶୁଖିଲା ପଡ଼ିଛି। ଗତ ଦୁଇ ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ମାଲକାନଗିରି ଜିଲ୍ଲାରେ ଶତାଧିକ ଗାଁ […]

odisha secretariat
'ମଦମୁକ୍ତ ଓଡିଶା ଗଠନ ପାଇଁ ନାହିଁ ସରକାରଙ୍କ କୌଣସି ପ୍ରସ୍ତାବ'

ଭୁବନେଶ୍ୱର : ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କର ନାହିଁ କୌଣସି ପ୍ରସ୍ତାବ। ଆଜି ବିଧାନସଭାରେ ଏଭଳି ସ୍ପଷ୍ଟ ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏକ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି, ପଡ଼ୋଶୀ ରାଜ୍ୟମାନଙ୍କରେ ନିଶା ନିବାରଣ ହୋଇନଥିବାରୁ ସେଠାରୁ ଆମ ରାଜ୍ୟକୁ ଚୋରା ମଦ ଆସିବାର ଆଶଙ୍କା ରହିଛି, ଯାହା ସୁଯୋଗରେ ନିଶା ବ୍ୟବସାୟୀ ଅଧିକ ସକ୍ରିୟ ହେବେ। ସେପଟେ ରାଜ୍ୟରେ ବେଆଇନ ଦେଶୀ ମଦ ବିକ୍ରି ବଢୁଥିବା ନେଇ […]

killer cuttack
ସିରିୟଲ କିଲରର ପର୍ଦ୍ଦାଫାଶ ; ମଣିଷ ମାରି ମଜା ନେଉଥିଲା

କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍‌ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଫିଲ୍ମ ଷ୍ଟାଇଲରେ ସେ ମଣିଷ ମାରୁଥିଲା ଏବଂ ହସି ହସି ତା’ର ମଜା […]

sachiba
ବଦଳିବ ରାଜ୍ୟ ସଚିବାଳୟର ନାଁ

ଭୁବନେଶ୍ୱର : ବଦଳିବ ରାଜ୍ୟ ସଚିବାଳୟର ନାଁ। ସଚିବାଳୟକୁ ଲୋକସେବା ଭବନ ନାଁରେ ନାମିତ କରାଯିବ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଲୋକାୟୁକ୍ତ। ରାଜ୍ୟ ସରକାର ଖୁବଶୀଘ୍ର ପୁଲିସ ବିଲ୍ ପାସ୍ କରିବା ପାଇଁ ମଧ୍ୟ ପଦକ୍ଷେପ ନେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟରେ ୫ଟି ଏୟାରଷ୍ଟ୍ରିପ୍‌ ଅପଗ୍ରେଡ୍ କରାଯିବା […]

viral photo sebayata
ଶ୍ରୀମନ୍ଦିର ସେବାୟତ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବା ଭିଡିଓ ଭାଇରାଲ

ପୁରୀ : ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ନିର୍ଦ୍ଦିଷ୍ଟ ରୀତିନୀତି ଅନୁଯାୟୀ ହୋଇଥାଏ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ ଏହି ସମସ୍ତ ନୀତି କରିଥା’ନ୍ତି। ଏଭଳି ନୀତିକାନ୍ତି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ। ହେଲେ ଏବେ ଶ୍ରୀମନ୍ଦିରର ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହେଇଛି। ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ମହାପ୍ରଭୁ ଶ୍ରୀବଳଭଦ୍ର, […]

brown sugaradda
ଭୁଶୁଡ଼ିଲା ହଳଦୀପଡ଼ିଆ ବ୍ରାଉନସୁଗାର ଆଡ୍ଡା

ଭୁବନେଶ୍ୱର :  ବ୍ରାଉନସୁଗାର ମାଷ୍ଟରମାଇଣ୍ଡ ଛୋଟା ଓରଫ୍ ଶୁଭ୍ରାଂଶୁ ପରିଡାଙ୍କ ପରେ ଏବେ ହଳଦି ପଡିଆରେ ଥିବା ନିଶା ବେପାରୀଙ୍କ ପଡିଛି ପାଳି। ଭାଙ୍ଗିଛି ନିଶାବେପାରୀଙ୍କ ଆଡ୍ଡା। ନିଶା କାରବାରର ଭୂସ୍ୱର୍ଗ ରାଜଧାନୀର ହଳଦି ପଡ଼ିଆରେ ଥିବା ୬ ଜଣ ନିଶାବେପାରୀଙ୍କ ଘରକୁ ମାଟିରେ ମିଶାଇଛି ପ୍ରଶାସନ। ଘର ନୁହେଁ, ଏ ଥିଲା ନିଶା କାରବାର ନେଟଓ୍ୱର୍କ କଣ୍ଟ୍ରୋଲ ରୁମ୍‌। ନିଶା ବେପାରୀଙ୍କ ଘରକୁ ମିଳିତ ଭାବେ ଭାଙ୍ଗିଛନ୍ତି ବିଡିଏ, ବିଏମସି ଓ ପୁଲିସ। ସରକାରୀ ସ୍ଥାନରେ […]