• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

mla
ମକା ଫସଲରେ ବିଧାୟକ ; ଭିଡ଼ିଓ ଭାଇରାଲ୍‌

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ମକା ଜମିରେ କୀଟନାଶକ ଔଷଧ ସିଞ୍ଚନ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଘରେ ଜନ୍ମ ନେଇଥିବା ବିଧାୟକ ପେଷାରେ ଜଣେ ଓକିଲ। ଜିଲ୍ଲାର ରାଇଘର, ଉମରକୋଟ,ଝରିଗାଁ,ଡାବୁଗାଁ ଏବଂ ଚନ୍ଦାହାଣ୍ଡିରେ ଚଳିତ ବର୍ଷ ମକା ଚାଷରେ ପୋକ ଲାଗିଥିବା ଖବର ପାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଭିନ୍ନ ଅଂଚଳ ଗସ୍ତ କରିବା ସହ ଚାଷୀଙ୍କ ସହ […]

old man
ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ବୃଦ୍ଧ ଗିରଫ

ରାୟଗଡା  : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ଗତ ରାତିରେ ନାବାଳିକା ଜଣକ ଘରେ ଶୋଇଥିବା ବେଳେ ବେଣିଆ ଜଳ ନାମକ ଜଣେ ବୃଦ୍ଧ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ନାବାଳିକା ଜଣକ ଉଠି ପଡି ପାଟି କରିବାରୁ ସେ ଫେରାର୍ ହୋଇଯାଇଥିଲେ। ସକାଳୁ ପୀଡିତାଙ୍କ ପରିବାର ପକ୍ଷରୁ କଲ୍ୟାଣସିଂପୁର ଥାନାରେ ଏତଲା […]

saree
ବାନ୍ଧକଳାରେ ଦେଶାତ୍ମବୋଧର ଛିଟା

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି। ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି […]

representational image
ହାତଗୋଡ଼ ବାନ୍ଧି ନାବାଳିକାଙ୍କୁ ଗଣଦୁଷ୍କର୍ମ

ବୈାଦ୍ଧ : ହାତ ଗୋଡ଼ ବାନ୍ଧି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବୈାଦ୍ଧରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଦୁଇ ଜଣ ଅଭିଯୁକ୍ତ ନାବାଳିକା ଜଣକୁ ବଳପୂର୍ବକ ଉଠାଇ ନେଇ ପ୍ରଥମେ ହାତଗୋଡ଼ ବାନ୍ଧି ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବୌଦ୍ଧ ଥାନାରେ ପୀଡ଼ିତାଙ୍କ ପରିବାର ଲୋକେ ଏତଲା ଦେବା ପରେ ପୋଲିସ ଦୁଇ ଅଭିଯୁକ୍ତ ଟିକୁ କୁମ୍ଭାର ଓ ପିଙ୍କୁ ବରିହାଙ୍କୁ […]

bus
ଯାତ୍ରୀବାହୀ ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର(ରଂଜିତ୍‌ ପାକଳ) : ଯାତ୍ରୀବାହୀ ବସ୍‌ରେ ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ। ହଠାତ୍  ଯାତ୍ରୀମାନେ ବସ୍ ଭିତରେ ଧୂଆଁ ଦେଖି ଚିତ୍କାର କରିଥିଲେI ଡ୍ରାଇଭର ଯାତ୍ରୀ ମାନଙ୍କୁ ତତ୍‌କ୍ଷଣାତ ଓହ୍ଲାଇ ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ I ବସ୍‌ର ଏସିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଇଛିI ଏଥିରେ ଯାତ୍ରୀମାନଙ୍କ କୌଣସି କ୍ଷୟକ୍ଷତି […]

SNAKE BITE
ସାପ କାମୁଡ଼ାରେ ଭାଇଭଉଣୀ ମୃତ

ସୁନ୍ଦରଗଡ଼  : ସାପ କାମୁଡ଼ାରେ ଭାଇଭଉଣୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ସୁବୁଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ,ଗତକାଲି ରାତିରେ ବର୍ଷା ଦଣ୍ଡସେନା (୧୩ ବର୍ଷର) ଓ ତାଙ୍କ ଭାଇ ଅବିନାଶ (୮ ବର୍ଷର)ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସପିଟାଲ ନେବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି।

koraput-1
କୋରାପୁଟ କଂଗ୍ରେସରେ ଫାଟ ; ତେଜିଲା ଗୋଷ୍ଠୀ ବିବାଦ

କୋରାପୁଟ  : କୋରାପୁଟ କଂଗ୍ରେସରେ ପୁଣି ତେଜିଲା ଗୋଷ୍ଠୀ ବିବାଦ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା କଂଗ୍ରେସରେ ଥିବା ଫାଟ ଆଜି ପୁଣି ଥରେ ଦେଖାଦେଇଛି।  ସମ୍ୱର୍ଦ୍ଧନା ସଭା ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା। ରାଲିରେ ପ୍ରଦୀପଙ୍କ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଏବଂ ୨ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ। ବିଧାୟକ କୈଳାସ କୁଲେସିକା, କୃଷ୍ଣଚନ୍ଦ୍ର ଶଗରିଆ ସାମିଲ […]

pratap sarangi
ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ। ପ୍ରତାପ ଆଜି ସକାଳେ ହଠାତ୍‌ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ପହଞ୍ଚିବାବେଳେ ଡାକ୍ତର ନ ଥିବା ଦେଖିବାକୁ ପାଇଥିଲେ। ଏହାସହ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ ଅଭିଯୋଗ ହୋଇଥିଲା। ଡାକ୍ତରଙ୍କ ପାଇଁ କ୍ୱାର୍ଟର ହୋଇଥିବାବେଳେ, ଏଠାରେ ଡାକ୍ତର ରହୁନଥିବା ଦେଖିବାକୁ ପାଇଥିଲେ। ତେବେ ଏଭଳି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତାପ।

bjd
ବିବାଦ ଭିତରକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ରାଜ୍ୟ ବିଜେପି

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ  ପ୍ରେସମିଟ୍‌ରେ କହିଛନ୍ତି ଯେ, ଶ୍ରୀମନ୍ଦିର ଆଇନ ଅନୁସାରେ ଏକ ଫାଉଣ୍ଡେସନ ଫଣ୍ଡ୍ କମିଟି ରହିଛି। ମୁଖ୍ୟମନ୍ତ୍ରୀ ଏହି ଫାଉଣ୍ଡେସନ ଫଣ୍ଡ୍ କମିଟିର ଅଧ୍ୟକ୍ଷ ଥିବା ବେଳେ ଗତ ୧୮ ବର୍ଷ ଭିତରେ କେତେଥର କମିଟିର ବୈଠକ ଡାକିଛନ୍ତି ବୋଲି ପୀତାମ୍ବର ପ୍ରଶ୍ନ କରିଛନ୍ତି। ତେଣୁ ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ଦାୟୀ ବୋଲି ପୀତାମ୍ବର […]

rape pipili
ଶ୍ୱଶୁରଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ; ଅଭିଯୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଲା ପୁଲିସ

ପିପିଲି : ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଥିବା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖିଲା ପୁଲିସ। ତାଙ୍କ ନାଁ ପଞ୍ଚୁ ମଲ୍ଲିକ। ତାଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି। ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ଗତକାଲି ପଞ୍ଚୁ ମଲ୍ଲିକଙ୍କ ନାଁରେ ପିପିଲି ଥାନାରେ ଏତଲା ଦେଇଥିଲେ ତାଙ୍କ ବୋହୂ। ନିଜେ ମୋବାଇଲ୍ କ୍ୟାମେରାରେ ସୁଟ୍ କରିଥିବା ଏକ ଆପତ୍ତିଜନକ ଭିଡ଼ିଓକୁ ମଧ୍ୟ ପୁଲିସକୁ ଦେଇଥିଲେ। ତାସହ ଯୌତୁକ […]

virat
ବିରାଟଙ୍କ ୪୨ତମ ଦିନିକିଆ ଶତକ

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର ଏହି ଖାଲିସ୍ଥାନକୁ ପୂରଣ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏହି ମ୍ୟାଚରେ ବିରାଟ୍ ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ […]

abductor husband
ସ୍ତ୍ରୀଙ୍କୁ ଅପହରଣ କରୁଥିଲେ ସ୍ୱାମୀ

କଳାହାଣ୍ଡି: ସ୍ୱାମୀ ନିଜ ସ୍ତ୍ରୀକୁ ଅପହରଣ କରୁଥିବା ବେଳେ ଚିତ୍କାର ଶୁଣି ରାସ୍ତାରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ପତ୍ନୀ। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ। ଅଭିଯୋଗ ଅନୁସାରେ ଗତ ୩ବର୍ଷ ହେଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଥିଲା। ଉଭୟ ଅଲଗା ରହୁଥିବା ବେଳେ, ଗତକାଲି ସ୍ୱାମୀ ସ୍ତ୍ରୀକୁ ଘରୁ ଜୋରଜବରଦସ୍ତ ନେଇଯାଇଥିଲେ। ସ୍ୱାମୀ ଏକ ଗାଡ଼ିରେ ପତ୍ନୀଙ୍କୁ ନେଇଯାଉଥିବା ବେଳେ ଧର୍ମଗଡ ଚାରିଛକ ନିକଟରେ କିଛି ଲୋକ ମହିଳାଙ୍କ […]

AIIMS
AIIMS ନର୍ସିଂ ଅଫିସର ପଦବିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର / ଦିଲ୍ଲୀ ; ଏମସ ( All India Institute Of Medical Science) ରେ 551 ନର୍ସିଙ୍ଗ ଅଫିସର ପଦବିରେ ନିଯୁକ୍ତି ପାଇଁ ଵିଜ୍ଞପ୍ତି ପ୍ରକାଶ ପାଇଛି ପଦବିର ନାମ– ନର୍ସିଙ୍ଗ ଅଫିସର ଗ୍ରୁପ B ପଦବି ସଖ୍ୟା – ୫୫୧ UR-୨୭୯ SC-୮୨ ST-୪୧ OBC-୧୪୯ ଶିକ୍ଷାଗତ ଯୋଗ୍ୟତା – ନର୍ସିଂରେ ସ୍ନାତକ/ଡିପ୍ଲୋମା ବୟସ ସୀମା– ୧୮ ବର୍ଷରୁ ୩୦ ବର୍ଷ ଭିତରେ ଅାବେଦନ କରିପାରିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ […]

-heatwave
୪୨.୩ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ଭୁବନେଶ୍ୱର: ମୌସୁମୀର ଦେଖା ନଥିବାବେଳେ ଆକାଶରୁ ଯେମିତି ନିଆଁ ବର୍ଷୁଛି। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀ ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁନ୍ ୮ ତାରିଖରୁ ଓଡିଶାକୁ ମୌସୁମୀ ଛୁଇଁ ଦୁର୍ବଳ ହୋଇଯାଇଛି। ଗତ ୪  ଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାରା ଓଡିଶାରେ ହିଟ୍ ୱେଭ୍ ସତର୍କତା ଜାରି […]

fileld
ଯୁବକଙ୍କ ମହତ ପ୍ରୟାସ ; ଗାଁର ଚାଷୀଙ୍କୁ ଚାଷକାମରେ କରୁଛନ୍ତି ସହଯୋଗ

ନୂଆପଡ଼ା ( ମାୟାଧର ସରାଫ ) : ହାତରେ ହାତ ମିଳାଇ ସମାଜରେ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ।  କାନ୍ଧରେ କାନ୍ଧ ମିଶାଇ ଗରିବ ଅସହାୟଙ୍କ କଷ୍ଟକୁ ଲାଘବ କରିବାର ଏ ଚେଷ୍ଟା । ଶିକ୍ଷିତ ହୋଇବି, ଚାକିରି ଓ ଚାକଚକ୍ୟ ଅପେକ୍ଷା ସେବାକୁ ନିଜର ସଂପଦ କରିଥିବା ଏଇ ଯୁବକ ଯୁବତୀମାନେ, ଏବେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ। ଗୋଇଯୋର ଗାଁର ୨୫ ଜଣ ଯୁବକ ଯୁବତୀ ମା ବଞ୍ଜାରୀ ଯୁବସଂଘ […]

vlcsnap-
ସମ୍ପତ୍ତି ପାଇଁ ବାପାକୁ ମାରିଦେଲା ପିଶାଚ ପୁଅ

ଗଞ୍ଜାମ: ସଂପତ୍ତି ପାଇଁ ବାପାକୁ ମାରିଦେଲା ପିଶାଚ ପୁଅ । ଯେଉଁ ବାପା ନିଜେ ଭୋକିଲା ରହି ପୁଅ ପେଟରେ ମୁଠାଏ ଦାନା ଦେବାକୁ ଦିନ ରାତି ଏକାକାର କରିଥିଲା ସେହି ପୁଅ ଆଜି ବାପାର ହତ୍ୟାକାରୀ ସାଜିଛି।  ଏଭଳି ଏକ ଦୁଖଃଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସମରଝୋଳ ଗାଁରେ। ସମରଝୋଳ ଗାଁର ଦିବାକର ନାମକ ଜଣେ ବ୍ୟକ୍ତି ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ନିଜ ବାପାଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା […]

electricity
ନାଁକୁ ବିଜୁଳିରେ ବଳକା ରାଜ୍ୟ ; ଦିନକୁ ବାହାରୁ କିଣାହେଉଛି ୧୨ରୁ ୧୬ କୋଟି ଟଙ୍କାର ବିଦ୍ୟୁତ୍

ଭୁବନେଶ୍ୱର : ନାଁକୁ ବିଜୁଳିରେ ବଳକା ରାଜ୍ୟ। ହେଲେ ଏବେ କିନ୍ତୁ ଘୋର ସମସ୍ୟା ସ୍ଥିତି। ଏମିତି ଯେ ବିଜୁଳି ଚାହିଦା ଭରଣା ପାଇଁ ବଜାରରୁ ଦୈନିକ ହଜାରେ ମେଗାଓ୍ୱାଟ୍ ବିଜୁଳି କିଣୁଛନ୍ତି ରାଜ୍ୟ ସରକାର। ଯାହାର ଦାମ୍ ୧୨ରୁ ୧୬ କୋଟି ଟଙ୍କା। ହେଲେ କାହିଁକି ଏଭଳି ସ୍ଥିତି ? କୁହାଯାଉଛି ଭରତପୁର ଦୁର୍ଘଟଣା ପରେ ଏମ୍‌ସିଏଲ୍ କୋଇଲାଖଣି ଗୁଡ଼ିକରେ ପାଖାପାଖି ଦୁଇସପ୍ତାହ ଧରି ଆନ୍ଦୋଳନ ଚାଲିବାରୁ କୋଇଲା ଯୋଗାଣରେ ଗୁରୁତର ପ୍ରଭାବିତ ହେଲା। ଯାହାର […]

child h
ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ

ଅନୁଗୁଳ: ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ। ଅନୁଗୁଳ ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକଙ୍କ ଘରେ ଜଣେ ୮ ବର୍ଷୀୟା ନାବାଳିକା ଶିଶୁ ଶ୍ରମିକ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ଏହି ନାବାଳିକାକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ରଜରେ ଘରକୁ ଯାଇ ଫେରିବା ବେଳେ  ଶିଶୁକୁ ଉଦ୍ଧାର କରିଛନ୍ତି  ଚାଇଲ୍ଡ ଲାଇନ୍ ଓ ପୋଲିସ। ଅନୁଗୁଳ ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକ ଗତ କିଛି ମାସ ହେଲା […]

dhawana
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ; ଧୱନ୍ ଆଉଟ୍

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟି-୨୦ ସିରିଜରେ ନିରାଶ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ମ୍ୟାଚର ପ୍ରଥମ ଓଭରର ତୃତୀୟ ବଲରେ ଘରୋଇ ଦଳର ବାମହାତୀ ପେସର ଶେଲଡନ୍ କଟ୍ଟରେଲ୍ ଧୱନଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ତାଙ୍କ ସହ ଓପନ୍ କରୁଥିବା ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି କ୍ରିଜରେ […]