• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

narayana wife---
ସିରିଏଲ କିଲର ହତ୍ୟା ଘଟଣାରେ ନୂଆ ମୋଡ ; ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି କହିଲେ ପତ୍ନୀ

ନୟାଗଡ଼ (ଆର୍ତ୍ତତ୍ରାଣ ସାହୁ):  କଟକ କଟକ ସିରିଏଲ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତିକୁ ତାଙ୍କ ପରିବାର ଲୋକଙ୍କ ଖଣ୍ଡନ। ପୁଲିସ ପ୍ରକୃତ ଅଭିଯୁକ୍ତକୁ ଧରିବାରେ ବିଫଳ ହେବାରୁ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ତାଙ୍କ ପତ୍ନୀ ଓ ଗ୍ରାମବାସୀ। କଟକରେ ଗତ ୨୨ ଓ ୨୩ତାରିଖରେ ଘଟିଥିଲା ତିନି ତିନିଟି ହତ୍ୟାକାଣ୍ଡ। ତେବେ ୨୨ ତାରିଖ ଦିନ ନାରାୟଣ ତାଙ୍କ ଭୁବନେଶ୍ୱରରେ ଥିବା ଭଉଣୀ ଘରେ ରହିଥିଲେ ବୋଲି କହିଛନ୍ତି ପରିବାର ଲୋକେ। ଅନ୍ୟପଟେ […]

rain
ଅଗଷ୍ଟ ୩ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଏବେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା ‘ସୋଆ’ର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦ୍ରର ସୂଚନା ଅନୁଯାୟୀ, ୨ ତାରିଖରେ ସୃଷ୍ଟି […]

house
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ ଯାଇ ହନ୍ତସନ୍ତ ହିତାଧିକାରୀ

ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ପକ୍କା ଘର ତୋଳିବାକୁ ଯାଇ କିଏ ପ୍ଲିଣ୍ଟରେ ଅଟକିଛି, ତ କିଏ କେବଳ ନିଅଁ ପାଖରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ପାଇବା ପରେ ଧାର ଉଧାର କରି ଘର ତିଆରି କରୁଛନ୍ତି ହିତାଧିକାରୀ। କିନ୍ତୁ ପ୍ରଥମ କିସ୍ତ ଟଙ୍କା ଆସିବା ପରିବର୍ତ୍ତେ, କାମ ବନ୍ଦ କରିବାକୁ ଏନ୍ଏସିରୁ ନୋଟିସ ଆସିବା ପରେ ଏବେ ଚିନ୍ତାରେ ଢେଙ୍କାନାଳ ଜିଲ୍ଲା ଭୁବନ ୩ନଂ ୱାର୍ଡର ୮ ଜଣ ହିତାଧିକାରୀ। ଘର ନଥିବାରୁ […]

dna test
ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ

ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲା। ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଆବେଦନ କରିଥିବା ସୂଚନା ମିଳିଛି। ୮ବର୍ଷ ତଳେ ଜୟଶ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ତାଙ୍କ ଝିଅ ବିଜୟିନୀ ମିଶ୍ର ଅଭିଯୋଗ କରିବା ପରେ, ପୁଲିସ କିଛି ଦିନ ତଳେ ତାଙ୍କ ମୃତଦେହ ଅବଶେଷକୁ ମାଟି ଖୋଳି ଉଦ୍ଧାର କରିଥିଲା। […]

banshadhara
କୂଳ ଲଙ୍ଘୁଛି ବଂଶଧାରା ; ଭୟ ଓ ଆଶଙ୍କାରେ ବହୁ ଚାଷୀ

ଗୁଣପୁର( ଇନ୍ଦ୍ରଜିତ୍ ପଣ୍ଡା)  : କୂଳ ଲଙ୍ଘୁଛି ବଂଶଧାରା। ନଦୀ ଆଁରେ ଲୀନ ହୋଇଗଲାଣି ବହୁ ଚାଷଜମି। ଏବେ ନଦୀ ଚାରିପାଖେ ଯାହା କିଛି ଚାଷ ଜମି ଅଛି, ତାହା ବି ବାଲିଚରି ଯିବ। ଏହାକୁ ନେଇ ଭୟ ଓ ଆଶଙ୍କାରେ ଅଛନ୍ତି ରାୟଗଡ଼ା ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ଚାଷବାସ କରୁଥିବା ବହୁ ଚାଷୀ। ହାତରେ ଜମି ପଟ୍ଟା ଅଛି। ନିଜ ନାଁରେ ଥିବା ଚାଷଜମିକୁ ଖୋଜୁଛନ୍ତି ଏହି ବ୍ୟକ୍ତି। କିନ୍ତୁ ଜାଣି ପାରୁ ନାହାନ୍ତି। କେଉଁଠି […]

photo lover
ପ୍ରେମ ସଂପର୍କକୁ କେନ୍ଦ୍ର କରି ଯୁବକଙ୍କ ବେକ କାଟିଥିବା ଅଭିଯୋଗ

ପାଟକୁରା ( ମନୋଜ ସ୍ୱାଇଁ): ଆଜିକାଲି ପ୍ରେମ ସଂପର୍କକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ସାମନାକୁ ଆସୁଛି। କିଏ ଏକ ତରଫା ପ୍ରେମ କରି ଆତ୍ମହତ୍ୟା କରୁଛି ତ କିଏ ପ୍ରତିଶୋଧ ପରାୟଣ ହୋଇଉଠୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଅଞ୍ଚଳରେ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଝିଅ ଘର ଲୋକେ ଜଣେ ଯୁବକର ବେକ କାଟି ଦେଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । […]

triple
ରାଜ୍ୟସଭାରେ ଆଗତ ହେଲା ଟ୍ରିପଲ ତଲାକ୍ ବିଲ୍

ନୂଆଦିଲ୍ଲୀ : ତିନ୍ ତଲାକ ବିଲ୍‌ର ରାଜ୍ୟସଭା ଟେଷ୍ଟ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହରେ ବିଲ୍ ଉପସ୍ଥାପନ କରିଛନ୍ତି। ଏହା ପରେ ରାଜ୍ୟସଭାରେ ବିଲ୍‌କୁ ନେଇ ଆଲୋଚନା ଚାଲିଛି। ଏହି ବିଲ୍ ଅନୁସାରେ ତିନ୍ ତଲାକ୍‌ ଜରିଆରେ ଛାଡ଼ପତ୍ର ଦେଲେ, ତାକୁ କ୍ରିମିନାଲ ଅଫେନ୍ସ ବୋଲି ଧରାଯିବ ଏବଂ ଦୋଷୀକୁ ୩ ବର୍ଷ ଜେଲ୍ ଦଣ୍ଡ ମଧ୍ୟ ମିଳିବ। ରାଜ୍ୟସଭାରେ ଆଜି ବିଲ୍ ଆଗତ କରି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ […]

play-card-in-heath-van
ସ୍ୱାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଗାଡ଼ିରେ ଚାଲିଛି ତାସ୍‌ଖେଳ ; ଭିଡିଓ ଭାଇରାଲ

ମୁନିଗୁଡା: ଗାଁ ଗାଁରେ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ରହିଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି।  କିନ୍ତୁ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ ଗାଡ଼ିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ କୁରଲି ଅଞ୍ଚଳକୁ […]

coal mines
ଆନ୍ଦୋଳନ ଯୋଗୁ ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ବନ୍ଦ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ  ଗତ ୨୩ ତାରିଖରେ  ବ୍ଲାଷ୍ଟିଂ ଯୋଗୁ ମାଟି  ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି  ବିଜେପି ଆନ୍ଦୋଳନ ଚଳାଇ ଆସିଛି। ଏଥିଯୋଗୁ ଖଣିରୁ ଉତ୍ତୋଳନ କାର୍ଯ୍ୟ ଠପ୍ ହୋଇପଡ଼ିଛି। ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ସହ […]

representive image
କୁକୁଡା ପାଇଁ ଗଲା ନାବାଳିକାଙ୍କ ଜୀବନ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କୁକୁଡା ପାଇଁ ବଳିପଡ଼ିଲେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭରପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତଙ୍କ ନାଁ ସମୀର ଡୁଙ୍ଗଡୁଙ୍ଗ। ସୂଚନାଅନୁସାରେ, ରୋଶନିଙ୍କ ଘରେ ଥିବା ସାତୋଟି କୁକୁଡ଼ା ହଠାତ୍ ମରିଯାଇଥିଲେ। ତେବେ ତାଙ୍କ ପଡୋଶୀ ସମୀରଙ୍କ ପରିବାର ଲୋକେ ଏହି କୁକୁଡାକୁ ବିଷ ଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।  ଏଥିରେ ସମୀରଙ୍କ […]

killer--8
ସିରିଏଲ୍ କିଲର୍‌କୁ ଘନ ଘନ ଜେରା ; ହତ୍ୟାର କାରଣ ଖୋଜୁଛି ପୁଲିସ

କଟକ : କଟକରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲର୍‌କୁ ଘନ ଘନ ଜେରା।  କାହିଁକି ସେ ଲୋକଙ୍କୁ ହତ୍ୟା କରୁଥିଲା, ହତ୍ୟା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ତାହା ଖୋଜୁଛି ପୁଲିସ। ଲଗାତର ୩ ଜଣ ନିରାଶ୍ରୟ ଲୋକଙ୍କୁ ହତ୍ୟା ପରେ କଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୁକ୍ତ ନୟାଗଡ଼ ଓଡ଼ଗାଁ ଅଞ୍ଚଳର ନାରାୟଣ ସାହୁକୁ ଗତକାଲି ଧରିଥିଲା ପୁଲିସ। ସୂଚନା ଅନୁସାରେ, ଲୋକଙ୍କୁ ଧାରୁଆ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କରିବାରେ […]

rain in odisha
ରାଜ୍ୟର ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମୁନସୁନ୍ ଟ୍ରଫଲାଇନ୍ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ଏଥିସହ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ୯ ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼। ତେବେ ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି। ଏନେଇ […]

triple talaq
ଟ୍ରିପଲ ତଲାକ୍ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ/ ଭୁବନେଶ୍ୱର :  ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବା ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ସମର୍ଥନ କରିବ ବିଜୁ ଜନତା ଦଳ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହି ସୂଚନା ଦେଇଛନ୍ତି। ସେପଟେ ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ଲୋକସଭାରେ ପାସ୍ ହୋଇସାରିଥିବା ଏହି ବିଲ୍‌କୁ ରାଜ୍ୟସଭାରେ ପାସ୍ କରିବା ପାଇଁ ବିଜେପି […]

computer
ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

କୋଣାର୍କ( ସଞ୍ଜୟ ପତି) : ରାଜ୍ୟରେ ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୪ ହଜାର ହାଇସ୍କୁଲରେ ଚାଲୁଥିବା ଇ-ବିଦ୍ୟାଳୟ ପାଇଁ ଆଉଟସୋର୍ସିଂରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ଦିଆଯାଇଥିଲା। କିଛି କମ୍ପ୍ୟୁଟର ଶିକ୍ଷକଙ୍କ ନିଯୁକ୍ତି ଅବଧି ଗତ ମାର୍ଚ୍ଚରୁ ସରିଯାଇଛି।  ଆଉ କିଛି ଶିକ୍ଷକଙ୍କ ନିଯୁକ୍ତି ଅବଧି ଏଇ ଅଗଷ୍ଟରେ ସରୁଛି। ସେହିପରି କମ୍ପ୍ୟୁଟର ଶିକ୍ଷକଙ୍କ ଅଭାବ ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଅପର ପ୍ରାଇମେରୀ, ନୋଡାଲ […]

sahid diwas
ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ

ମାଲକାନଗିରି ( ଜିତେନ୍ଦ୍ର ବେଉରା) :  ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏହାକୁ ଆଦିବାସୀ କମିଟି ନାମକ ଏକ ସଂଗଠନ ବିରୋଧ କରୁଥିବା ନେଇ ପୋଷ୍ଟର ଲଗାଯାଇଛି। ଓଡ଼ିଶା ସୀମାନ୍ତ ଆନ୍ଧ୍ରର ରୁଡକୋଟାରେ ଏକ ଅସ୍ଥାୟୀ ଶାନ୍ତି ସ୍ତୁପ ନିର୍ମାଣ କରାଯାଇଛି। ଏହିଠାରେ ହିଁ ଆଦିବାସୀ କମିଟି ନାଁରେ ଏଭଳି ପୋଷ୍ଟର ଲାଗିଛି। ମାଓ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସାଧାରଣ ଲୋକଙ୍କ ନାଁ ମଧ୍ୟ ପୋଷ୍ଟରରେ ରହିଛି।  ମାଓ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏମାନଙ୍କୁ ମାରିଥିବା […]

red alert
ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାକୁ ରେଡ୍‌ ଆଲର୍ଟ

କୋରାପୁଟ ( ସୂର୍ଯ୍ୟପଣ୍ଡା) : ଲଗାଣ ବର୍ଷା ପାଇଁ କୋରାପୁଟ ଜିଲ୍ଲାକୁ ରେଡ୍‌ ଆଲର୍ଟ। ଗତ ୪ ଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଏଥିପାଇଁ ରାଜ୍ୟ ପାଣିପାଗ ବିଭାଗ ଦ୍ୱାରା କୋରାପୁଟକୁ ରେଡ୍‌ ଆଲର୍ଟ ଦିଆଯାଇଥିବା ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡା, ବୋରିଗୁମ୍ମା ଓ ଜୟପୁର ଅଞ୍ଚଳରେ ପ୍ରାୟ ୧୨ ଟି ଘର ଭାଙ୍ଗି ଯାଇଥିବା ବେଳେ ବୈପାରିଗୁଡ଼ା ବ୍ଲକ୍‌ […]