• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

strike
ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ। ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲରେ ମାନ୍ୟତା ଦାବିରେ ଘାସି ସମାଜ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜିଲ୍ଲାର ଅନ୍ୟାନ୍ୟ ସଂଗଠନ ସାମିଲ ହୋଇଛନ୍ତି। ଗତ ୨ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୯ମାସର ଶିଶୁର ମୃତ୍ୟୁ ପରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚିକିତ୍ସା ଅବହେଳାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

hospital
ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ଅଭିଯୋଗ

ରାଇରଙ୍ଗପୁର( ରାଜେଶ ଶର୍ମା) :  ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ। ଅଭିଯୋଗ ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ ତିରିଂ ଗାଁର ଦୀନବନ୍ଧୁ ମାଝୀଙ୍କ ଗର୍ଭବତୀ ପତ୍ନୀ ଖୁଦୀ ମୁର୍ମୁଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ହେଲେ ଚିକିତ୍ସା ପାଇଁ ସେଠାରେ ୧ ହଜାର ଟଙ୍କା ଡାକ୍ତର ଲାଞ୍ଚ ମାଗିଥିଲେ। ଟଙ୍କା ନଦେବାରୁ […]

encounter --vbbsr
ରାଜଧାନୀରେ ଡବଲ ଏନକାଉଣ୍ଟର ; ଗୁଳିମାଡରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର : ରାଜଧାନୀରେ ଅପରାଧୀଙ୍କ ଲଗାତାର ଅପରାଧ ଘଟଣାକୁ ଚେକ୍ ଦେବାକୁ ଆକ୍ସନ ମୋଡରେ କମିଶନରେଟ୍ ପୁଲିସ। ଆଜି ଭୋରରୁ  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଭଇଁଚୁଆରେ ଡବଲ  ଏନକାଉଣ୍ଟର କରିଛି କମିଶନରରେଟ୍ ପୁଲିସର ମିଳିତ ଟିମ୍। ଏହି ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।  ଆହତ ଦୁହେଁ ହେଲେ ପୋଡା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ।  ଭଇଁଚୁଆରେ ପାଖରେ ଗତ ରାତିରେ ଅରୁଣ ଓ ବିବେକ ଡକାୟତି ଯୋଜନା କରୁଥିବା ଖବର […]

situ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାହସୀ ବାଳକ ସିତୁ

ପଟ୍ଟାମୁଣ୍ଡାଇ (ପ୍ରବିର ନାୟକ) :  କୁନି ବୟସରେ ସାହସିକତାର ପ୍ରମାଣ ଦେଖାଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସିତୁ ମଲ୍ଲିକ ଆଉ ନାହାନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ସେ ଆଖି ବୁଜିଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜଳି ଛକରେ ଏକ ହାଇୱା ଧକ୍କାରେ ସେ ପ୍ରାଣ ହରାଇଛନ୍ତି। ସିତୁ ସହ ତା ପୀଉସି ପୁଅ ଭାଇର ମଧ୍ୟ ଜୀବନ ଯାଇଛି। ତାଙ୍କ ନାଁ ବାପି ମଲ୍ଲିକ, ଘର ରାଜକନିକା ନୂଆଁଖୁଣ୍ଟା ଗାଁ। […]

bill-1
ଆତଙ୍କବାଦ ବିରୋଧରେ ଆହୁରି କଠୋର ହେଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ଆଇନକୁ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। ଅନ ଲ ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ ଆମେଣ୍ଡମେଣ୍ଟ ବିଲ୍-୨୦୧୯ ରାଜ୍ୟସଭାରେ ଗୃହିତ ହେବା ପରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ତଦନ୍ତ ଏଜେନ୍ସିଗୁଡିକୁ ଏଣିକି ଅଧିକ କ୍ଷମତା ମିଳିବ। ପୂର୍ବରୁ ସଂଗଠନ ଓ ଏହା ସହିତ ଜଡିତ ଲୋକଙ୍କୁ ଆତଙ୍କବାଦୀ ରୂପେ ଚିହ୍ନଟ କରାଯାଉଥିଲା। ମାତ୍ର ନୂଆ ଆଇନ ଦ୍ୱାରା ଏଣିକି ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କୁ ବି ଆତଙ୍କବାଦୀ […]

kapil dev
କଟକ ଆସିବେ କପିଳ ଦେବ

କଟକ : କଟକ ବାରବାଟୀ ଆସିବେ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ। ଫୋନି ବାତ୍ୟାରେ ବାରବାଟୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଫ୍ଲଡ ଲାଇଟ୍ ଭାଙ୍ଗିରୁଜି ଯାଇଛି। ଆସନ୍ତା ଡିସେମ୍ବର ୨୨ତାରିଖରେ କଟକରେ ୱାନଡେ ମ୍ୟାଚ୍ ଥିବାରୁ ତାପୂର୍ବରୁ ସମସ୍ତ ନିର୍ମାଣ କାମ ସାରିବା ପାଇଁ ବିସିସିଆଇକୁ ଅନୁରୋଧ କରି ଚିଠି ଲେଖିଥିଲା ଓସିଏ। ତେବେ ବିସିସିଆଇ ଏନେଇ ଗ୍ରୀନ ସିଗ୍‌ନାଲ ଦେଇଥିବା ବେଳେ ଷ୍ଟାଡ଼ିୟମରେ ମରାମତି କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓସିଏ […]

worm
ଚାଷୀଙ୍କ ନିଦ ହଜାଇ ଦେଇଛି ‘ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ’

ରାଜଗାଙ୍ଗପୁର/ ଭୁବନେଶ୍ୱର  : ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪ ଶହ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ। କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ ପୋକ ଧାନ, ପନିପରିବା ସହ ୧୨୦ ପ୍ରକାର ଫସଲ ଲାଗି ଏହାକୁ ଖୁବ୍ କମ୍ ଦିନରେ ଧ୍ୱଂସ କରିପାରେ। ତେଣୁ ଏହି ପୋକ ଚିହ୍ନଟ ସହ ଦମନ […]

monkey
ପାଣି ପିଇ ଟ୍ୟାପ୍‌ ବନ୍ଦ କରୁଛି ମାଙ୍କଡ଼, ମଣିଷ ଶିଖିବ କେବେ?

ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍‌ଟକ୍‌ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ,ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍‌ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। What a beautiful message for humans! […]

big b
ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ : ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ୱାଇ : ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ। କୁଲି ଫିଲ୍ମ ଦୁର୍ଘଟଣା ପରେ ଆଜିର ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଅମିତାଭ୍ ବଚ୍ଚନ। ତେଣୁ ଫ୍ୟାନ୍ ମାନେ ଅଗଷ୍ଟ ୨କୁ ତାଙ୍କର ଦ୍ୱିତୀୟ ଜନ୍ମ ଦିବସ ବା ପୁନର୍ଜନ୍ମ ଦିବସ ରୂପେ ପାଳିଥାନ୍ତି। ୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବେଙ୍ଗାଲୁରୁରେ ‘କୁଲି’ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସ ସୁଟିଂ ବେଳେ ପ୍ରାଣଘାତୀ ଦୁର୍ଘଟଣାର ଶିକାର ହୋଇଥିଲେ ଅମିତାଭ୍। ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍  କ୍ୟାଣ୍ଡି […]

ctc murder
କଟକ ଓଏମ୍‌ପି ଛକ ଡବଲ ମର୍ଡର ଘଟଣା ; ଅଭିଯୁକ୍ତ ନାରାୟଣ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ

କଟକ : କଟକ ଓଏମ୍‌ପି ଛକ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ନାରାୟଣ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୁଲିସ। ତେବେ ଏହି ହତ୍ୟାକାଣ୍ଡରେ ଏବେ ବି ଅନେତ ତଥ୍ୟ ଲୁଚି ରହିଥିବା ବେଳେ ରାଣୀହାଟ ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ରହିଛି କି ନାହିଁ ତାହା ଏବେବି ସ୍ପଷ୍ଟ ହୋଇନି। ରାଣୀହାଟ ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ଥିବା ପୂର୍ବରୁ ପୁଲିସ କହିଥିଲା। ହେଲେ ଏହି ଘଟଣାରେ ଆବଶ୍ୟକ ପ୍ରମାଣ ଯୋଗାଡ କରିପାରିନି ପୁଲିସ। […]

jaga kalia
କଟକ ଆସିବେ ଜଗା,କାଳିଆ

ଭୁବନେଶ୍ୱର : କଟକ ଏସ୍‌ସିବି ମେଡିକାଲ୍‌ ଆସିବେ ଜଗା ଓ କାଳିଆ। ଦିଲ୍ଲୀ ଏମ୍‌ସରୁ କଟକ ସ୍ଥାନାନ୍ତର ପାଇଁ ହୋଇଛି ନିଷ୍ପତ୍ତି। ଖୁବ୍‌ ଶୀଘ୍ର ସ୍ଥାନାନ୍ତରିତ ହେବେ ବୋଲି କହିଲେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ  କିଶୋର ଦାସ। ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର ପାଇଁ ଯୋଜନା ଥିଲା। ମାତ୍ର ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଜଗା ଓ କାଳିଆଙ୍କୁ ରଖିବାକୁ ରାଜି ନୁହଁନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସେଥିପାଇଁ କଟକ ଏସ୍‌ସିବି ନିଆଯିବ। […]

farmer
ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ ; ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା

ଫୁଲବାଣୀ /ଚାନ୍ଦବାଲି : ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ। କନ୍ଧମାଳରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି। ଫଳରେ ଧାନ ଚାଷ ପ୍ରଭାବିତ ହୋଇଛି। କମ୍‌ ବର୍ଷା ଯୋଗୁ ଚାଷଜମି ଗୁଡିକରେ ମାଟି କାଦୁଅ ହୋଇପାରୁନି, ତେଣୁ ଚାଷୀ ତଳି ପ୍ରସ୍ତୁତ କରି ରଖିଥିଲେବି ରୋଇ ପାରୁ ନାହାନ୍ତି। ଜିଲ୍ଲାର ସଦର ମହକୁମା ଫୁଲବାଣୀ ବ୍ଲକ ରୁଜାଙ୍ଗୀ ଗାଁରେ ଶହଶହ ଏକର ଜମିରେ ଚାଷ କାମ ହୋଇପାରୁନି। ଫାଙ୍କା ପଡିଛି ଜମି। […]

rain in odisha
ଲଘୁଚାପ ଟଳିଲା; ଏବେ ଓଡ଼ିଶାରେ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଲା। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ  ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ତେବେ ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁ ଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି। ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ […]

death--
ପାଣି ଟାଙ୍କିରେ କାମ କଲାବେଳେ ୩ ଶ୍ରମିକଙ୍କର ମୃତ୍ୟୁ

ଭୁବନେଶ୍ୱର : ଅକାଳରେ ଝଡ଼ିଗଲା ତିନି ତିନିଟି ଜୀବନ।  ନିର୍ମାଣାଧୀନ ଓ୍ୱାଟର ସମ୍ପର ସେଣ୍ଟ୍ରି ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ।  ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ସମାରନ ମୁନିଆନ, ବସୁଦେବ ମଣ୍ଡଳ ଓ ଭିଗୁରାମ ମଣ୍ଡଳ । ଏମାନଙ୍କ ଘର ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳରେ ବୋଲି କୁହାଯାଉଛି। ସେଣ୍ଟ୍ରି ଖୋଲିବାକୁ ସମ୍ପ୍ ଭିତରକୁ ପ୍ରଥମେ ଜଣେ ଶ୍ରମିକ ପଶି ଅଣନିଃଶ୍ୱାସୀ ହୋଇପଡ଼ିବାରୁ ତାଙ୍କୁ ଉଦ୍ଧାର କରିବାକୁ […]