• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

heat wave
ଆକାଶରୁ ହେଉଛି ଅଗ୍ନିବର୍ଷା!

ଭୁବନେଶ୍ୱର: ଖରା ନୁହେଁ ତ, ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛଇ। ଦିନ ୧୦ଟା ହେଲା ମାତ୍ରେ ଏମିତି ଝାଞ୍ଜି ପବନ ବହୁଛି ଯେ, ଘରୁ ବାହାରି ହେଉନି।  ଦିନ ୧୨ଟାରୁ ୩ଟା ଯାଏଁ ତାତି ଅଧିକ ଅସହ୍ୟ ହେବ ବୋଲି କୁହାଯାଇଛି। ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ […]

student
ପାଠପଢ଼ା ଚାପରୁ ଛାତ୍ରୀଙ୍କ ଆତ୍ମହତ୍ୟା !

ନବରଙ୍ଗପୁର  : ପାଠ ଚାପରୁ ଆତ୍ମହତ୍ୟା । ନବରଙ୍ଗପୁର ସହର ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବାଥରୁମ୍‌ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ମଧ୍ୟ ଜବତ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସୁଶୀଳା ପୂଜାରୀ। ତାଙ୍କ ଘର କୋଷାଗୁମୁଡ଼ା ଅଞ୍ଚଳରେ। ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ପାଠ ବୁଝିପାରୁନଥିବା ନେଇ ତାଙ୍କ ବାପାଙ୍କ ସହ […]

medical counselling
ମେଡ଼ିକାଲ ଆଡ଼ମିଶନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ମେଡିକାଲ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ Ojee.nic.inରେ ଅନ୍‌ଲାଇନ୍‌ ଯୋଗେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ୍ କରିବେ। ଜୁନ୍ ୧ ଓ ୨ରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ ଓ ଲକିଂ କରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଲାଗି ଜୁନ୍‌ ୨୬ରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୨୬ରୁ ୨୯ ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇ ଜୁନ୍ ୩୦ରେ ଷ୍ଟେଟ୍ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ […]

sambalpur
ଦୁଲୁକୁଛି ସମ୍ବଲପୁର; ଶେଷ ପର୍ଯ୍ୟାୟରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର: ଶେଷ ପର୍ଯ୍ୟାୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ସୋମବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଦେବ ଦମ୍ପତିଙ୍କ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଏବେ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୬ହଜାରରୁ ଅଧିକ କଳାକାର ମଧ୍ୟ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୩୫ ପ୍ଳାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଦେବ ଦମ୍ପତିଙ୍କ ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି […]

india--1
ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

ହୋଭ୍: ଇଂଲଣ୍ଡରେ ଚାଲିଥିବା ଅଣ୍ଡର୍-୧୯ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ୬ ୱିକେଟରେ ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ଅଣ୍ଡର୍-୧୯ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ଅଣ୍ଡର୍-୧୯ ଟିମ୍ ୪୮.୪ ଓଭରରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ବିଜୟୀ ହୋଇଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର […]

Shilpa-Shetty-pregnant-750x430
ଶିଳ୍ପାକୋ କ୍ୟା ହୁଅା ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣି ଗର୍ଭବତୀ ହୋଇଥିବା ନେଇ ଚର୍ଚ୍ଚା I ମୁମ୍ବାଇର ଏକ କ୍ଲିନିକରୁ ଏହି ସେଲିବ୍ରିଟି ଶିଳ୍ପପତି ଫେରୁଥିବା ବେଳର ଫଟୋକୁ ନେଇ ସୋସିଅାଲ ମିଡିଅାରେ ଚର୍ଚ୍ଚା ଜୋର ଧରିଛି I ଶିଳ୍ପାକୋ କ୍ୟା ହୁଅା ଟ୍ୟାଗ୍ ଲାଇନ ଥାଇ ଏହି ଫଟୋ ଭାଇରାଲ ହେଉଛି । #ShilpaKoKyaHua KUCH NAHI! Hey Bhagwan ?I get a preventive health check done at SRL regularly to know that […]

flood 2
ବେକାବୁ ହେଲାଣି ବନ୍ୟା, ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍‌ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଏଯାଏ ୧୭୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ […]

IMG-20180618-WA0274
କପାଳଲୋଚନ ମନ୍ଦିରରେ ଶିବ ବିବାହ ଉତ୍ସବ

ଭୁବନେଶ୍ୱର: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଭୁବନେଶ୍ୱର ଡମଣା ଗାଁ କପାଳଲୋଚନ ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶନିବାର ପାରମ୍ପରିକ ରୀତିରେ ମଙ୍ଗଳକୃତ୍ୟ ଓ ଅଭିଷେକ ସଂପନ୍ନ କରାଯାଇଥିଲା I ରବିବାର ସକାଳୁ କପାଳ ଲୋଚନ ମହାଦେବଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା I ଈଶ୍ୱର ପାର୍ବତୀଙ୍କ ଏହି ପବିତ୍ର ବିବାହ ଉତ୍ସବରେ ବରପିତା ଭାବେ ପ୍ରମୋଦ ବେହେରା ଓ କନ୍ୟାପିତା ଭାବେ ବେଣୁଧର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ […]

congress
କଶ୍ମୀର ପ୍ରସଙ୍ଗ: ‘ପାକିସ୍ତାନ ପାଇଁ କଂଗ୍ରେସ ଓ ମମତାଙ୍କ ଭଳି ଲୋକ ଭାରତରେ ଅଛନ୍ତି’

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍‌ଲାମାବାଦର ଏକ ଚ୍ୟାନେଲ୍‌ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର […]

heat-1
ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ। ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ। ଗତକାଲି ଭଳି ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ତାତି। ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା। ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଗତ ୧୦ ବର୍ଷର ତାପମାତ୍ରା ରେକର୍ଡକୁ ଦେଖିଲେ, ୨୦୧୨ ଜୁନ୍‌ରେ ରାଜଧାନୀର ପାରଦ […]

population
୨୦୨୧ ଜନଗଣନା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର :  ୨୦୧୧ରୁ ୨୦୨୧ । ୧୦ ବର୍ଷରେ କେତେ ବଢ଼ିଛି ଆମ ଦେଶର ଜନସଂଖ୍ୟା ? ଲୋକ କେତେ ? ଘର କେତେ ? ନାଗରିକ କେତେ ? ୨୦୨୧ରେ ଏ ବଡ଼ ପ୍ରଶ୍ନର ଉତ୍ତର ପାଇବାକୁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବବୃହତ୍ତ ଗଣନା ଅଭିଯାନ ପାଇଁ ପ୍ରାକ୍ ପରୀକ୍ଷଣ ବା ପାଇଲଟ୍ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଘର ଗଣନା ପ୍ରକ୍ରିୟା। ଭୁବନେଶ୍ୱର ମହାନଗର ନିଗମ, […]

guru pujan
ଗୁରୁଙ୍କୁ ପୂଜିଲେ ପୁରାତନ ଛାତ୍ର

ଅାଳି: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ହାଟସାହି ହାଇସ୍କୁଲରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ 1967 ମସିହାର ପୁରାତନ ଛାତ୍ର ଗୁରୁଙ୍କୁ ପୂଜା କରିଥିଲେ I ଏହା ସହ ଶିକ୍ଷା ଗୁରୁ ସର୍ବଦା ଅବିସ୍ମରଣୀୟ ଶୀର୍ଷକ ଏକ ଅାଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ପାଖାପାଖି ୫୦ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ଶିକ୍ଷକ ଓ ଛାତ୍ରମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା […]

niti
ସ୍ଥାଣୁ ପାଲଟିଥିବା ରାଜ୍ୟ ଯୋଜନା ବୋର୍ଡର ବଦଳିପାରେ କାୟାକଳ୍ପ

ଭୁବନେଶ୍ୱର : କଣ ହେବ ରାଜ୍ୟ ଯୋଜନା ବୋର୍ଡର ଭବିଷ୍ୟତ ? ପୁନର୍ଗଠନ ହେବାକୁ ଯାଉଛି କି ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ? ଯଦି ଏଭଳି ହୁଏ ତାହେଲେ କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ ? ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ନେଇ ସଙ୍କେତ ମିଳିବାପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ଚର୍ଚ୍ଚା ହେଉଛି କେନ୍ଦ୍ରର ନୀତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ କରିବାକୁ ସରକାର ବିଚାର କରୁଛନ୍ତି। କିଛିଦିନ ତଳେ ଜିଲ୍ଲା […]

arbinda
ଦିଲ୍ଲୀ ହାଇକୋର୍ଟରୁ କେଜରୀୱାଲ୍‌ଙ୍କୁ ଶକ୍ତ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜରୀୱାଲ୍‌ଙ୍କୁ ଶକ୍ତ ଝଟକା। ଉପରାଜ୍ୟପାଳଙ୍କ ଅଫିସ୍ ସମ୍ମୁଖରେ ବସିଥିବା ଧାରଣାକୁ ନେଇ ଆପତ୍ତି ଉଠାଇଛନ୍ତି ଅଦାଲତ। କାହିଁକି ଏବଂ କେଉଁ ପରିସ୍ଥିତିରେ କେଜରୀୱାଲ୍ ଧାରଣାରେ ବସିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। କେବଳ ଏତିକି ନୁହଁ କେଜରୀୱାଲ୍ ପକ୍ଷ ଓକିଲଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଧାରଣାରେ ବସିବାକୁ ଅନୁମତି ନେଇଥିଲେ କି ? ଧାରଣାରେ ବସିବା ନିଷ୍ପତ୍ତି ବ୍ୟକ୍ତିଗତ ଥିଲା […]

minister
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ; ମନ୍ତ୍ରୀ କହିଲେ ସର୍ତ୍ତ ପୂରଣ ହେଲେ ଯାଇ ବିଚାର କରାଯିବ

ଭୁବନେଶ୍ୱ : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୨  ଓଡ଼ିଆ ସାଂସଦ। ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବି ନବୀନଙ୍କୁ ଏ ନେଇ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି କେନ୍ଦ୍ର ପାଖରେ ରଖାଯାଇଥିବା ସର୍ତ୍ତ ପୂରଣ ହେଲେ ଯାଇ ଏନେଇ ମୁଖ୍ୟମନ୍ତ୍ରୀ ବିଚାର କରିବେ। ସେପଟେ […]

black mailing
ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ଯୁବତୀଙ୍କୁ ବ୍ଲାକମେଲିଂ, ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର : ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ବ୍ଲାକମେଲିଂ।  ଯୁବତୀଙ୍କ ଠାରୁ ଟଙ୍କା ଗହଣା ହଡପ ଅଭିଯୋଗରେ କମିଶନରେଟ୍ ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ହେଲେ ଦେବୀ ପ୍ରସାଦ ପତି। ପୁଲିସ ତାଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଛି। ଛାତ୍ର ଜଣଙ୍କ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କର କିଛି ଅଶ୍ଳିଳ ଫଟୋ ଉତ୍ତୋଳନ କରିଥିଲେ। ପରେ ସେସବୁ ଫଟୋକୁ ଭାଇରାଲ୍ […]

fire
ପାରିବାରିକ କଳହର କରୁଣ ପରିଣତି

ବ୍ରହ୍ମପୁର : ପାରିବାରିକ କଳହରୁ କରୁଣ ପରିଣତି। ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର। ଆସିକା ଧରାକୋଟ ଥାନା କହିରାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରୋଇ କଳିକୁ ନେଇ ପତ୍ନୀ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ୱାମୀ ତାଙ୍କୁ ଅଟକାଇଥିଲେ। ତେବେ ନିଆଁ ସଂସ୍ପର୍ଶରେ ଆସି ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି। ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

mla treaten
୧୦ ଲକ୍ଷ ଟଙ୍କା ଦେବାକୁ ବିଧାୟକଙ୍କୁ ଧମକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) :  ରାଉରକେଲା ବିଧାୟକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ମିଳିଛି ଧମକ। ଏନେଇ ଏକ ଧମକପୂର୍ଣ୍ଣ ଚିଠି ଘର କାନ୍ଥରେ ମରା ଯାଇଛି।  ନଚେତ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ଅଛି। ଦୁର୍ବୃତ୍ତମାନେ ଗତ ରାତିରେ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ରହୁଥିବା ଖଗେନ୍ଦ୍ର ପ୍ରସାଦ ଦାସଙ୍କ ଏକ ଟାଟା ଏସ୍‌ ଗାଡ଼ିରେ ନିଆଁ ଲଗାଇ ଦେବା ସହ  ଏପରି  ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। […]

ctc
କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ

କଟକ : ସୀମା ବିବାଦକୁ ନେଇ କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ । ଲାଇଟ୍ ସଜାକୁ ନେଇ ଗତ ୧୫ ତାରିଖ ରାତିରେ କଟକ ଝୋଲାସାହି ଓ ପୀଠାପୁର ନୂଆସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କଟକ ଡିସିପି ଅଖିଳେଶ୍ୱର ସିଂ ସ୍ଥାନୀୟ ପୋଲିସ ସହ ମିଶି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଏହାପରେ ଉତ୍ତେଜନା ଲାଗି […]

jawan rakhi
ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ବନ୍ୟାପାଣି କମିବା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଉଦ୍ଧାରକାରୀ ଟିମ୍‌କୁ ସ୍ଥାନୀୟ ମହିଳାମାନେ ରାକ୍ଷୀ ବାନ୍ଧିଛନ୍ତି।  ଏନଡିଆରଏଫ୍ କର୍ମଚାରୀମାନଙ୍କୁ ତିଳକ ଲଗାଇ ବନ୍ଦାପନା କରିବା ସହ ସେମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ବିପଦ ସମୟରେ ଏନଡିଆରଏଫ୍ କର୍ମଚାରୀ ମାନେ ସହାୟତାର ହାତ ବଢାଇଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକମାନେ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଳୟଙ୍କରୀ ବନ୍ୟାରେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା।  ବ୍ୟାପକ […]

jhansi ki rani
ମଣିକର୍ଣ୍ଣିକା - ଦି କ୍ୱିନ୍ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ୍

ମୁମ୍ବାଇ:  ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅାଧାରିତ ସିନେମା ମଣିକର୍ଣ୍ଣିକା ଦି କ୍ୱିନ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅାସୁଛନ୍ତି ବଲିଉଡ କ୍ୱିନ କଙ୍ଗନା ରାଣାୱତ୍‌ I ଏହି ସିନେମାର ସୁଟିଂ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି I ଏହାର ଫାଷ୍ଟଲୁକରେ କଙ୍ଗନା ମହାରାଣୀ ଲକ୍ଷ୍ମୀବାଇଙ୍କ ପାରମ୍ପରିକ ପୋଷାକରେ ନଜର ଅାସୁଛନ୍ତି I Remembering one of the bravest women that ever lived, #RaniLaxmiBai […]