ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ପଣସ କଟ୍ଲେଟ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
ଆବଶ୍ୟକ ସାମଗ୍ରୀ;
ପଣସ କଠା, ପିଆଜ, ଟମାଟୋ, ବେସନ, ଲେମ୍ବୁ ରସ, ଧଣିଆ ଗୁଣ୍ଡ, ଅଦା-ରସୁଣ ବଟା, ଗୋଟା ଜିରା, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଗରମ ମସଲା, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ପଣସ କଠାକୁ ସିଝାଇ ଚକଟି ଦିଅନ୍ତୁ।
- ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ ତେଲ ଗରମ ହେଲେ ସେଥିରେ ଜିରା ଓ କଞ୍ଚା ଲଙ୍କା ପକାନ୍ତୁ।
- ଏହାପରେ ଏଥିରେ ପିଆଜ ପକାଇ ହାଲକା ଲାଲ୍ ହେବା ଯାଏଁ ଭାଜନ୍ତୁ। ଏହାପରେ ଏଥିରେ ଟମାଟୋ ଓ ଲୁଣ ପକାଇ ଭାଜନ୍ତୁ।
- ଟମାଟୋ ଗୁଡ଼ିକ ନରମ ହୋଇଗଲେ ସେଥିରେ ଅଦା-ରସୁଣ ବଟା ପକାନ୍ତୁ।
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଚଟ୍ପଟା ‘ସୋୟା ମଞ୍ଚୁରିଆନ’
- ବର୍ତ୍ତମାନ ଏଥିରେ ଶୁଖିଲା ମସଲାଗୁଡ଼ିକୁ ପକାଇ ଦିଅନ୍ତୁ। ମସଲା କଷି ହୋଇଗଲେ ଏଥିରେ ବେସନ ମିଶାଇ କମ୍ ଆଞ୍ଚରେ ୧୦ ମିନିଟ୍ ଯାଏଁ ଭାଜନ୍ତୁ।
- ତା’ପରେ ଏଥିରେ ଚକଟା ହୋଇଥିବା ପଣସ କଠା ଓ ଲେମ୍ବୁ ରସ ମିଶାଇ ଦିଅନ୍ତୁ।
- ଏହାକୁ ଭଲଭାବେ ଗୋଳାଇ ଚୁଲିକୁ ବନ୍ଦ କରିଦିଅନ୍ତୁ।
- ଥଣ୍ଡା ହୋଇଗଲେ ଏହି ମିଶ୍ରଣକୁ ହାତରେ ଆଉ ଥରେ ଭଲ ଭାବେ ମିଶାଇ ଛୋଟ ଛୋଟ ଗୁଳା କରି ରଖନ୍ତୁ।
- ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଏହି ଗୁଳାଗୁଡ଼ିକୁ ଛାଣି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର 'ପଣସ କଟଲେଟ୍’ । ଏହାକୁ ସସ୍ କିମ୍ବା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।