Advertisment

ସ୍ୱାମୀ-ସ୍ତ୍ରୀ ଲାଗିଲେ ଝଗଡ଼ା, କୁନି ଛୁଆକୁ କୁମ୍ଭୀର ମୁହଁକୁ ପକେଇଦେଲା ମାଆ

ରବି, ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ। ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crocodile

Crocodile

ଏମିତି ବାପା-ମାଆ କାହାକୁ ନମିଳନ୍ତୁ । ଛୁଆ ମୁକ ଜନ୍ମ ହେଲା ବୋଲି ପତ୍ନୀଙ୍କୁ ସବୁଦିନ ଗାଳି ଗୁଲଜ କରୁଥିଲା ସ୍ୱାମୀ । ଯେତେବେଳେ ସହିବାର ସୀମା ଟପିଲା ଆଉ ପତ୍ନୀଙ୍କ ସହିବାର ବନ୍ଧ ଭାଙ୍ଗିଲା, ସେତେବେଳେ ସେ ରାଗି ଯାଇ ନିଜ ଜନ୍ମ କଲା ଛୁଆକୁ ଏକ ନଦୀକୁ ଫିଙ୍ଗିଦେଲେ । ଯେଉଁଠିଥିଲେ ଶହ ଶହ କୁମ୍ଭୀର । ଏବେ ଆପଣ କୁହନ୍ତୁ ଏହା କେଉଁ ମାନସିକତା ? ଧନ୍ୟ ସେ ମାଆ ଆଉ ଧନ୍ୟ ସେ ବାପା !

Advertisment

 ସ୍ୱାମୀ ଝଗଡ଼ା କରିବାରୁ ୬ ବର୍ଷର ଭିନ୍ନକ୍ଷମ ପୁଅକୁ କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଲା ମାଆ। ଦୁଇ ଦିନ ଖୋଜାଖୋଜି କରିବା ପରେ ଶେଷରେ ହାତ ନଥିବା ମୃତ ଶରୀର ଉଦ୍ଧାର କରିଛି ପୋଲିସ । କୁମ୍ଭୀର କାମୁଡାରେ ଛୁଆଟିର ଅବସ୍ଥା ଏପରି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏପରି ଏକ ହୃଦୟବିଦାରକ ଘଟଣା କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ ଘଟିଛି।

ପୋଲିସ କହିବା ଅନୁସାରେ, ମୃତ ପୁଅଟି ଜନ୍ମରୁ ମୂକ ଥିଲା । ସେ କଥା କହିପାରୁନଥିବାରୁ ସ୍ୱାମୀ ରବି କୁମାର (୨୭) ଓ ସ୍ତ୍ରୀ ସାବିତ୍ରୀ(୨୬)ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ରବି, ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ। ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ ।

Advertisment

ଶନିବାର ମଧ୍ୟ ସମାନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସାବିତ୍ରୀ କୁମ୍ଭୀର ଭର୍ତ୍ତି ଥିବା ନଦୀକୁ ଫିଙ୍ଗି ଦେଇଥିଲେ। ଏନେଇ ପଡୋଶୀଙ୍କ ପକ୍ଷରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲା। କିନ୍ତୁ ସେଦିନ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇନଥିଲା। ପର ଦିନ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି। ଶରୀରରେ ଏକାଧିକ କ୍ଷତ ଚିହ୍ନ ସହ ଗୋଟେ ହାତ ନଥିବାରୁ କୁମ୍ଭୀର ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ସେପଟେ ଏହି ମାମଲାରେ ବାପାମାଆଙ୍କୁ ଗିରଫ କରିଛି ପୋଲିସ। ଉଭୟଙ୍କ ବିରୁଦ୍ଧରେ ଧାରା ୧୦୯ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Advertisment
Advertisment