• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ranendra swain
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ […]

couple4
ନିଆରା ସଂଘର୍ଷ ; ସ୍ତ୍ରୀଙ୍କୁ କ୍ୟାନସରରୁ ବଞ୍ଚାଇବା ପାଇଁ ସ୍ୱାମୀଙ୍କ ଦୃଢ଼ ପ୍ରୟାସ

କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାନ୍ ଇବ୍ରାହିମ୍ […]

gold -2
ହୃଦୟ ଜିତିଲେ ଦୁଇ ଯୁବକ ; ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ଫେରେଇଲେ

କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]

train
ଟ୍ରେନ୍‌ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଦା ନିକଟସ୍ଥ ଟ୍ରେନ୍‌ ଲାଇନରୁ ଗତ ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଇଟାମାଟି ଥାନା ପୁରୁଷୋତ୍ତମପୁର ଗାଁରେ । ପୁଲିସ୍‌ ସୂଚନା ଅନୁଯାୟୀ, ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଘରୁ କିଛି ନ କହି ପଳାଇ ଯାଇଥିଲେ। ପ୍ରାୟ ୨ କି.ମି ଚାଲି ଚାଲି ଯିବା ପରେ ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀଜଣକ ଆତ୍ମହତ୍ୟା […]

rto5
ଛାନିଆ ଗାଡ଼ି ଚାଳକ ; ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି କରାଯିବ । ଏବେ ଠୁ ଚାଳକ ଛାନିଆ ହୋଇପଡିଲେଣି। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ ଚଳଚଞ୍ଚଳ ହୋଇପଡିଲାଣି । ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡ଼ିର କାଗଜ ପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍‌ରେ ଛିଡା ହୋଇ କାଗଜପତ୍ର ଠିକ୍ କରୁଛନ୍ତି। ଘଣ୍ଟା ଘଣ୍ଟା ଧରି […]

sea-level-rise-1024x576
ମାଡ଼ି ଆସୁଛି ସମୁଦ୍ର ! ଚଳିତ ଶତାବ୍ଦୀ ଶେଷରେ ଜଳ ପ୍ରଳୟର ଆଶଙ୍କା

ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି।  ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ […]

father
ନିଷ୍ଠୁର ହେଲା ରକ୍ତ ! ପରିଣତ ବୟସରେ ବାପାଙ୍କୁ ପର କରିଦେଲେ ପୁଅବୋହୂ

ବାଲେଶ୍ୱର (ରଶ୍ମୀରଞ୍ଜ ଦାସ) : ଆଜିକାଲି ଦୁନିଆରେ ବୁଢା ବାପାମାଆ ନିଜ ପିଲାଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇପଡିଛନ୍ତି। ନିଜ ସ୍ତ୍ରୀ ଓ ପିଲାଛୁଆଙ୍କ କଥା ବୁଝୁଥିବା ବେଳେ ବାପାମାଆ ବୁଢ଼ା ହେବା ପରେ ସତେ ଯେମିତି ପିଲାଙ୍କ ପାଇଁ ଅଲୋଡ଼ା ହୋଇପଡୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ।  ପାରାଲିସିସ୍‌ରେ ପୀଡିତ ଜଣେ ବୃଦ୍ଧଙ୍କୁ ପରିତ୍ତ୍ୟକ୍ତ ଘରେ ଛାଡିଦେଇଛି ତାଙ୍କ ପୁଅ।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଆଶାଥିଲା […]

bolangiri
ଆଜିଠାରୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗୀର(ଘଟେଶ୍ୱର ମିଶ୍ର ): ବିଭିନ୍ନ ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଆକ୍ସନ କମିଟି । ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ନିର୍ମାଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି କମିଟି। ବଲାଙ୍ଗିର ବନ୍ଦ ଯୋଗୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ସମେତ ବୀମା […]

ashtami
ଆଜି ପ୍ରଥମାଷ୍ଟମୀ ; ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଚାଲିଛି ପୂଜାର୍ଚ୍ଚନା

ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ପ୍ରତିଟି ଓଡ଼ିଆ ଘରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଆଜି ଚାଲିଛି ପୂଜାର୍ଚ୍ଚନା। ଘରର ବଡ଼ ପୁଅ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଠାକୁର ଦର୍ଶନ କରିବାର ପରମ୍ପରା ରହିଛି। ତାସହ ହଳଦୀ ପତ୍ରରେ ସିଝା ଯାଇଥିବା ଏଣ୍ଡୁରି ପିଠା ଖାଇବାର ପରମ୍ପରା ବି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର । ଘରେ ଘରେ ପିଠାମିଠା ପ୍ରସ୍ତୁତି ଚାଲିଛି। ଆଜିର ଦିନରେ ପୋଢ଼ୁଆଁ ହେବେ ପ୍ରଭୁ […]

odia
ଏଣିକି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ

ଭୁବନେଶ୍ୱର : ଏଣିକି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ। ଓଡିଶା ଦୋକାନ ଓ ବଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ସଂଶୋଧନ ଅନୁସାରେ ଏହି ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନକୁ ପ୍ରଥମଥର ଉଲ୍ଲଂଘନ କଲେ ୧ହଜାର ଟଙ୍କା ରୁ ୫ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ ଜନସାଧାରଣଙ୍କ ଭାଗିଦାରୀ […]

jewww
ରାତି ଅଧରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼

ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ । ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ ଛୁରାମାଡ଼ ହୋଇଥିବା ଜଣାପଡିଛି।  ଗୁରୁତର ଅବସ୍ଥାରେ ବିନାୟକଙ୍କୁ IGHରେ ଭର୍ତ୍ତି କରାଯାଇଛି । ସେକ୍ଟର-୫ ସ୍ଥିତ ସୁନା ଦୋକାନରୁ ଫେରିବା ବେଳେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିଲା । […]

seg way2
ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଲା ସେଗ୍ ୱେ

ଭୁବନେଶ୍ୱର  : ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍‌କୁ ଭୁବନେଶ୍ୱର ଷ୍ଟେସନ୍‌ରେ ବ୍ୟବହାର କରିବେ ଆର୍‌ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍‌ରେ ଏହା ସିଷ୍ଟମ୍‌ର ଶୁଭାରମ୍ଭ କରାଯାଇଛି।  ପ୍ଲାଟ୍‌ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ ଖୁବ୍ କମ ସମୟ ଲାଗିବ । ଏହାସହ କୌଣସି ଅପ୍ରୀତିକର ଘଟଣା ହେଲେ ଆର୍‌ପିଏଫ୍ ଖୁବ୍ କମ ସମୟ ମଧ୍ୟରେ ପହଞ୍ଚି ପାରିବେ । ପ୍ରଥମ ପର୍ଯ୍ୟାୟରେ […]

smita rani
କିଏ ସିଏ ଦବଙ୍ଗ ବିଧାୟକ ? ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ବିଧାନସଭା

ଭୁବନେଶ୍ୱର : ପୁଣି ଥରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ। ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଜାଣିବାର ଅଧିକାର ସମସ୍ତଙ୍କର ରହିଛି। ଯଦି, ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ରୂପେଶ କାହିଁକି ପୁଲିସ୍‌କୁ ଖବର ଦେଲେନି। କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ? ରୂପେଶ ଘଟଣା ସମୟର ଫଟୋ କାହିଁକି ଉଠେଇନଥିଲେ […]

murder
ହତ୍ୟା ମାମଲାର ପର୍ଦ୍ଦାଫାସ ; ପ୍ରେମ ବିବାଦରୁ ହତ୍ୟାକାଣ୍ଡ !

ବଲାଙ୍ଗିର( ମନୋରଂଜନ ଯୋଶୀ) :  କଣ୍ଟାବାଞ୍ଜିର ଖବରକାଗଜ ବିତରକ କମଳ ବାଗ ହତ୍ୟା ମାମଲାର ପର୍ଦ୍ଦାଫାସ। ପ୍ରେମଜନିତ ବିବାଦରୁ କମଳଙ୍କୁ ହତ୍ୟା କରାଯାଇଛି। ମାମଲାରେ ଜଣେ ମହିଳାଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି। ହେଲେ ପୁରା ଘଟଣା କଣ ଥିଲା ସେ ନେଇ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ସୂଚନା ମିଳିପାରିନି। ଗତ ୧୧ ତାରିଖ ଦିନ କଣ୍ଟାବାଞ୍ଜି ଆନନ୍ଦ ନଗର ପଡ଼ାରୁ କମଳ ବାଗ ନିଖୋଜ ଥିଲେ। ପ୍ରାୟ ୭ ଦିନ […]