• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

army
କୁପୱାଡ଼ା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ […]

cuttack rain
କଟକ ସହର ଜଳମଗ୍ନ, ସବୁ ସ୍କୁଲ୍‌ ଛୁଟି ଘୋଷଣା

କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁକରି ପିଲାଙ୍କ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।  ପ୍ରବଳ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଇଛି। ଲଗାଣ ବର୍ଷାରେ କଟକ ସହରର ରକ୍ସି ଲେନ୍, ରାଜାବଗିଚା, ମେରିଆ ସାହି, ପଟାପୋଲ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। କଟକ ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]

tribal guest
ଦିଲ୍ଲୀ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି

ଭୁବନେଶ୍ୱର : ଏଥର ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଗ୍ରାମପଂଚାୟତର  ହାତୀସହି ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକ ସନ୍ତରା ପଂଚାୟତ ହୁତାପୁର ଗାଁର ଜାପାନୀ ମାଝୀ । କେନ୍ଦ୍ର ଆଦିବାସୀ  ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।  ଏମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।

jaga kalia image
ଏମ୍‌ସରୁ ଡିସଚାର୍ଜ ହେବେ ଜଗା, କାଳିଆ

ଦିଲ୍ଲୀ: ଏମ୍‌ସରୁ ଖୁବ୍‌ ଶୀଘ୍ର ଡିସଚାର୍ଜ ହେବେ ଜଗା କାଳିଆ। ଜଗା କାଳିଆଙ୍କ ଡିସଚାର୍ଜ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀରୁ ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛନ୍ତି ଜଗା କାଳିଆଙ୍କ ବାପା ଭୁଇଁଆ କହଁର। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାରୁ ଏମ୍‌ସରୁ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗତ ବର୍ଷ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଏମ୍‌ସର […]

punjilal
ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ) : ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ହାଇକୋର୍ଟଙ୍କ ୪ ଦିନିଆ ଜାମିନ ବଳରେ ଜେଲରୁ ମୁକୁଳିଛନ୍ତି ପୁଂଜିଲାଲ। ଉଲ୍ଲେଖନୀୟ ଯେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଛନ୍ତି ପୁଞ୍ଜିଲାଲ୍ ମେହେର। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବେ ପୁଞ୍ଜିଲାଲ। ଜାମିନ୍ ଦେବା ସହ ପୁଞ୍ଜିଲାଲ୍‌ଙ୍କ ପାଇଁ କଡ଼ା ସର୍ତ୍ତାବଳୀ ଜାରି ହୋଇଛି। ଜାମିନ ଅବଧି ସମୟରେ ଗଣମାଧ୍ୟମକୁ ନ ଭେଟିବାକୁ କଡ଼ା ନିର୍ଦ୍ଦେଶ […]

parad
ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ପରେଡ୍

ଭୁବନେଶ୍ୱର : ରାଜ୍ୟରେ ସାଧାରଣତନ୍ତ୍ର ଦିବସର ବଦଳିଲା ରୂପରେଖ।  ଭୁବନେଶ୍ୱରରେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ । ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ  ସେହି ସମୟରେ ଭିଆଇପି ଏନ୍‌କ୍ଲୋଜରରେ ବସିବେ […]

ASI team
ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍

ପୁରୀ: ଶ୍ରୀମନ୍ଦିରରେ ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍‌। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଏହି ଗର୍ଭଗୃହ ଯାଞ୍ଚ କରିବେ। କୋର କମିଟି ବିଶେଷଜ୍ଞ ସଦସ୍ୟ ଏନ୍.ସି. ପାଲ୍‌ ଓ ଜି. ସି. ମିତ୍ର ପ୍ରମୁଖ ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିବେ। ଅାଜି ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଜୟବିଜୟ ଦ୍ୱାରର ଫାଟ ମଧ୍ୟ ଅାଜିଠାରୁ ମରାମତି କରାଯିବ। ନାଟମଣ୍ଡପର ଦୁର୍ବଳ ପଥରକୁ ବି ସଜଡ଼ା ଯିବ। […]

vlcsnap-error376
ଅଲାରନାଥ ପୀଠରେ ପଶିଲା ପାଣି

ପୁରୀ: ଅଲାରନାଥ ପୀଠରେ ପଶିଲା ପାଣି। ଲଗାତର ୩ ଦିନ ଧରି ପ୍ରବଳ ବର୍ଷା ଯୋଗୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ପାଣି ପଶିଯାଇଛି। ମନ୍ଦିର ବେଢ଼ାରେ ଆଣ୍ଠୁରେ ଲେଖାଏଁ ପାଣି ହୋଇଯାଇଥିବା ଜଣାପଡିଛି। ଦର୍ଶନ ପାଇଁ ଆଶିଥିବା ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜେନେରେଟର ଲଗାଯାଇ ଭୋର ୪ଟାରୁ ମନ୍ଦିର ବେଢାରୁ ପାଣି ବାହାର କରାଯାଉଛି। ବ୍ରହ୍ମଗିରି ଦେଇ ଯାଇଥିବା ଜାତୀୟ ରାଜପଥର କିଛି ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ରେବଣା […]

ଇସ୍କନ୍
ପ୍ରବଳ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇଯାଇଛି। ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଛି। ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ପାଣିର ସୁଅ ଛୁଟୁଛି। ଏଥିପାଇଁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇପଡ଼ିଛି। ଇସ୍କନ୍‌ ନିକଟରେ ପାଣି ଏତେ ଜମି ରହିଛି ଯେ, ଗୋଟିଏ ଯାତ୍ରୀବାହୀ ବସ୍ ଫସି ରହିଥିଲା। ପରେ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପମ୍ଫ ଲଗାଇ ରାସ୍ତାରୁ ଜଳସ୍ତର ହ୍ରାସ କରି ବସ୍‌କୁ ଉଦ୍ଧାର କରାଯାଇଛି। ଜୟଦେବ ବିହାରରେ ମଧ୍ୟ ସ୍ଥିତି […]

dead body
ନାବାଳିକାକୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡା: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜଗନ୍ନାଥପୁର ଘୋଷରାମାଳ ଗାଁରୁ। ଖ‍ବର ମୁତାବକ, ଗତ ଜାନୁଆରୀ ୧୮ ତାରିଖରେ ନାବାଳିକା ଜଣକ ଗାଁ ପାଖକୁ ତ୍ରିବେଣୀ ମେଳା ଦେଖିବାକୁ ଯାଇଥିଲା। ମେଳା ଦେଖି ସଂପର୍କୟ ସାନ ଭାଇ ସହ ଫେରୁଥିବା ବେଳେ ତାଙ୍କୁ ସେହି ଗାଁର ଦିଲୀପ ସେଠୀ ଓ ତା’ର ୩ ଜଣ ଭାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। […]

school
ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର( ଅଭୟ ପତି ) : ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲା ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା । ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ […]

child day
ଆଜି ସାରା ଦେଶରେ ପାଳନ ହେଉଛି କନ୍ୟାରତ୍ନ ଦିବସ

ଭୁବନେଶ୍ୱର : ଆଜି ସାରା ଦେଶରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ଝିଅକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ ଯୋଗାଇ ଦେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କନ୍ୟାରତ୍ନ ଦିବସ ପାଳନ ହୋଇଆସୁଛି । ତା ଛଡ଼ା ବର୍ଷ ବର୍ଷ ଧରି ଶିଶୁ କନ୍ୟା ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ […]

congress-bhawan
କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର: କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର କବାଟ ଭାଙ୍ଗିବା ସହ କିଛି ପୋଷ୍ଟର ଚିରିଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ପିସିସି ସଭାପତି […]

CP-Mohanty
ଓଡ଼ିଆ ସେନାଧିକାରୀଙ୍କୁ ବଡ଼ ପଦବୀ

ଭୁବନେଶ୍ୱର : ଓଡ଼ିଆ ସେନାଧିକାରୀଙ୍କୁ ବଡ଼ ପଦବୀ । ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ୍‌ ସୀମାରେ ଅପରେସନ୍ ସହିତ ଆସାମରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. […]

police station
୫ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା: ଶିଳ୍ପ ନିରାପତ୍ତା ସୁରକ୍ଷା ବଳ ବା CISF ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ହେଉଥିବାବେଳେ ରାଉରକେଲାରୁ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଜାଲ୍‌ ଡକୁମେଣ୍ଟ ଜରିଆରେ ପରୀକ୍ଷା ଦେଉଥିବା ଅଭିଯୋଗରେ ଗତକାଲି ରାଉରକେଲା ପୋଲିସ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି। ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ ସାଇଟ୍ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା […]

Capture
ଫ୍ରାନ୍ସ ପିନ୍ଧିଲା ବିଶ୍ୱମୁକୁଟ: କ୍ରୋଏସିଆକୁ ୪-୨ ଗୋଲ୍‌ରେ ହରାଇ ହେଲା ବିଶ୍ୱବିଜୟୀ

ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍‌ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍‌ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍‌ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍‌ ହୋଇଥିଲା। ଫ୍ରାନ୍ସ୍‌କୁ ମିଳିଥିବା ଫ୍ରି-କିକ୍‌କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍‌ଙ୍କ ହେଡ଼୍‌ରୁ […]

fire-3
ଜଳିଗଲା ଫଳ ବଜାର !

ଭୁବନେଶ୍ୱର  : ଭୁବନେଶ୍ୱର କଳ୍ପନା ଛକ ଓଭରବ୍ରିଜ ପାଖରେ ଥିବା ଫଳ ବଜାରରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ମା ତାରିଣୀ ଭେଣ୍ଡିଂ ଜୋନରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡ଼ିଯାଇଛି।

vlcsnap-error159
ରାଜ୍ୟବ୍ୟାପୀ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି

ରାୟଗଡ଼ା/ଭବାନୀପାଟଣା/ଆସ୍କା: ରାଜ୍ୟବ୍ୟାପୀ ଲଗାଣ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାୟଗଡ଼ା ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ା ଓ ଥୁଆପାଡ଼ି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡ଼ି ବ୍ରିଜ୍‌ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି। ସେପଟେ ଗୁଣପୁର-ଗୁମୁଡ଼ା ରାସ୍ତାର ସେରମା ନିକଟରେ କଲଭର୍ଟ ଧୋଇଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛିା ଗୁଣପୁରଠାରେ ବଂଶଧାରା ନଦୀରେ ବିପଦ ସଙ୍କେତ […]

vlcsnap-error693
ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ: ଜଗତର ନାଥଙ୍କ ଅପୂର୍ବ ସାନ୍ନିଧ୍ୟ ପାଇ ବିମୋହିତ ଶ୍ରଦ୍ଧାଳୁ। କାଲି ଭାଇ ଭଉଣୀ ଶରଧାବାଲିରେ ପହଞ୍ଚିସାରିଥିବାରୁ ସତେ ଯେପରି ଅଭିମାନ କରିଥିଲା କାଳିଆ। ଆଜି ସକାଳୁସକାଳୁ ସଜବାଜ ହୋଇ ଆରମ୍ଭ କରିଥିଲା ଦ୍ୱିତୀୟ ଦିନର ଯାତ୍ରା। ଅସରା ଅସରା ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ବି ଉତ୍ସାହର ସହ ସାଲବେଗ ପୀଠ ବଳଗଣ୍ଡି ଛକଠାରୁ ନନ୍ଦିଘୋଷ ରଥକୁ ଟାଣିନେଇଥିଲେ ଗୁଣ୍ଡିଚା ମନ୍ଦିର ଯାଏଁ। ଆସନ୍ତାକାଲି ସାଦର୍ଶନ ପରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ହେବ। ଦ୍ୱିତୀୟ ଶ୍ରୀକ୍ଷେତ୍ର […]