• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

vigilance
ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ ବେଲପଦର ଫାର୍ମ ହାଉସ୍‌ରେ ରେଡ୍ କରାଯାଇଛି। ଏହି ରେଡ୍‌ରେ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ର ୨୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଆୟ […]

୨୪ ଘଣ୍ଟାରେ ଓଡ଼ିଶାରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୫ରେ ପହଞ୍ଚିଛି। ଚିହ୍ନଟ ୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୧୮୫ ରହିଛି। ସେହିପରି ୫ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୩ଜଣ, ନୟାଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ […]

accident
ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ଗାଡ଼ି; ୩ ମୃତ

ବରଗଡ଼/ରାଇପୁର: ଏକ ଟ୍ରକ୍ ସହ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼ ଜିଲ୍ଲା କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଛତିଶଗଡ଼ ପୁସୋର ଥାନା ପୋଡ଼ାତରାଇ ଠାରେ ଏହି ଦୁର୍ଘଟଣା ଘଟିଛି।

andhra
ଆଜି ଓଡ଼ିଶା-ଆନ୍ଧ୍ର ଆଲୋଚନା

କୋରାପୁଟ: କୋରାପୁଟ ସୀମାରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପରେ ଆଜି ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ହେବ ଆଲୋଚନା। କୋରାପୁଟ ଓ ବିଶାଖାପାଟନା ଜିଲ୍ଲା ପ୍ରଶାସନର ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ରାଜସ୍ୱ, ବନ ବିଭାଗ ଟିମ୍ ଉପସ୍ଥିତ ରହି ସୀମା ବିବାଦକୁ ଗୁରୁତ୍ୱ ସହ ଆଲୋଚନା କରିବେ। କୋରାପୁଟ ଜାମୁଗୁଡ଼ାରେ ଉତ୍ତେଜନା ସୃଷ୍ଟି ହେବା ପରେ ଏନେଇ ଆଲୋଚନା କରାଯିବ। ମିଳିଥିବା ସୂଚନା ମୁତାବକ ପଟାଙ୍ଗିର ସମ୍ବାଇ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ବୈଠକ ହେବ। […]

manabasa
କାହିଁକି ଓଡ଼ିଆ ଘରର ବୋହୂ ପାଳେ ମାଣବସା ଗୁରୁବାର ?

ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ନମନ୍ତେ ନମନ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ…। ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା। ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ। ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ। ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ। ଘରର ଆର୍ଥିକ […]

pratap
'କାହିଁକି ଧମକାଉଛନ୍ତି ମନ୍ତ୍ରୀ ଅରୁଣ'

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି […]

aditya narayan
ଆଦିତ୍ୟଙ୍କ ରିସେପସନ୍‌ ପାର୍ଟିରେ ଡ୍ୟାନ୍ସ କଲେ ଭାରତୀ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ପାରମ୍ପରିକ ରୀତିନୀତିରେ ବିବାହ ପରେ ଗତକାଲି ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ଗ୍ରାଣ୍ଡ୍‌ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା।   View this post on Instagram   A post shared by Shweta Agarwal (@shweta_agarwalofficial) ରିସେପସନ୍‌ ପାର୍ଟିରେ ଆଦିତ୍ୟ କଳା ରଙ୍ଗର ସୁଟ୍‌ ସହ ଧଳା ରଙ୍ଗର ଶାର୍ଟ ପିନ୍ଧି ଥିବାବେଳେ ଶ୍ୱେତା ରେଡ୍‌ ଗାଉନ୍‌ରେ ବେଶ୍‌ ସୁନ୍ଦର ଦିଶୁଥିଲେ। ଏହି ପାର୍ଟିରେ […]

parii
ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ଼ ପରୀ ହତ୍ୟା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପରୀର ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ହୋଇଛି। ସିବିଆଇ ତଦନ୍ତ ଏବଂ ୨୫ ଲକ୍ଷ କ୍ଷତିପୂରଣ ଦାବିରେ […]

exam 1
ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା। ଯେତେବେଳେ ବି ପରୀକ୍ଷା ହେବ, ତାହା ଅଫ୍‌ଲାଇନ୍‌ରେ ହିଁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ ଏହା କହିଛନ୍ତି। ଅଫ୍‌ଲାଇନ୍‌ରେ ପରୀକ୍ଷା ପାଇଁ CBSE ନିଷ୍ପତ୍ତି ନେଇଛି। ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ପରୀକ୍ଷା ନିହାତି ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲ୍ […]

murder
ଛାଡ଼ପତ୍ର କାଗଜରେ ଦସ୍ତଖତ ନ କରିବାରୁ ମାଆକୁ ମାରିଦେଲା ପୁଅ

ନୂଆଦିଲ୍ଲୀ: ବାପା ଚାହୁଁଥିଲେ ଛାଡ଼ପତ୍ର, କିନ୍ତୁ ମାଆ ଅରାଜି ହେଲେ। ଏନେଇ ବାହାରେ ଟାହିଟାପରାର ଶିକାର ହେଲେ ନାବାଳକ ପୁଅ। ଆଉ ଶେଷରେ ଜନ୍ମକଲା ମାଆକୁ ହତ୍ୟା କଲା ସୈତାନ ପୁଅ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା ପ୍ରକୃତରେ କଣ ଘଟିଲା ଯେ ଏତେ ତଳକୁ ଚାଲିଯାଇ ବୀଭତ୍ସ ଭାବେ ମାଆକୁ ହତ୍ୟା କଲା ପୁଅ।ସୂଚନା ଅନୁସାରେ ଆଉଟର ଦିଲ୍ଲୀର ଏକ ଅଞ୍ଚଳରେ ସ୍ୱାମୀଙ୍କ ଠାରୁ ସାଢ଼େ ୩ ବର୍ଷ […]

former punjab cm
ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ବିରୋଧ ସହ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି। ରାଜରାସ୍ତାରେ ଚାଷୀ ଆନ୍ଦୋଳନ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରି ପ୍ରକାଶ ସିଂ ବାଦଲ ଏହି ସମ୍ମାନ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପଦ୍ମ ବିଭୂଷଣ […]

Pari
ପରୀ, ପରିବାର ଏବଂ ଅବଶ୍ୟମ୍ଭାବୀ ପରିବର୍ତ୍ତନ

ବିଶ୍ୱବନ୍ଦିତା ସ୍ୱାଇଁ ଲଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ […]

model
ପିରାମିଡ୍‌ ଆଗରେ ଫଟୋସୁଟ୍‌ କରି ଫସିଲେ ମଡେଲ

ପିରାମିଡ ସାମ୍ନାରେ ‘ସେକ୍ସି’ ଫଟୋସୁଟ। ଫସିଲେ ମଡେଲଙ୍କ ସହ ଫଟୋଗ୍ରାଫର। ଏମିତିକି ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ। ଭାରତରେ ନୁହେଁ, ଏମିତି ଘଟଣା ଦେଖିବାକୁ ମିଲିଛି ମିଶରରେ। ବିଦେଶୀ ପୋଷାକ ପିନ୍ଧି ସଲମା-ଏଲ-ସିମି ପିରାମିଡ ଆଗରେ ଫଟୋସୁଟ କରିଥିଲେ। ଯାହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ସେଠାକାର ସରକାର। ବେଶଭୂଷା ସାଙ୍ଗକୁ ପ୍ରାଚୀନ ସ୍ଥଳରେ ଫଟୋସୁଟ କରିଥିବା ହୁସେନ ମହମ୍ମଦ ନାମକ ଫଟୋ ଗ୍ରାଫରଙ୍କୁ ମିଶର ପୋଲିସ ଗିରଫ […]

vaccine
ଚୀନ ତିଆରି କରିଛି କୋଭିଡ ଟିକା, ଉତ୍ତର କୋରିଆରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ। କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରୁନାହିଁ। ଏମିତିକି ଏହି ଦେଶର କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା […]

farmer
କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ ଜାରି

ନୂଆଦିଲ୍ଲୀ:  ଦିଲ୍ଲୀରେ ଚାଲିଛି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ। ଚାଷୀ ନେତାଙ୍କ ସହ ଆଲୋଚନା କରୁଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଜି କଣ ରହିବ ? ଚାଷୀଙ୍କୁ ମନାଇବାକୁ କି ପଦକ୍ଷେପ ନେବେ କେନ୍ଦ୍ର ସରକାର ? ଏସବୁ ଦିଗ ଉପରେ ସାରା ଦେଶର ଚାଷୀଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଚାଷୀଙ୍କ ଦାବି ଅନୁସାରେ ଦର ଦେବା ପ୍ରସଙ୍ଗ ଉପରେ ସରକାର […]