ଲକ୍ଷ୍ନୌ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାର୍ ଉପରେ ବାଲି ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାର୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ୍ କାର୍ ଉପରେ ଓଲଟି ପଡ଼ିଥିଲା। ଏହି ସମୟରେ କାର୍ ଭିତରେ ୧୦ଜଣ ଲୋକ ଥିଲେ। ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ। View this post on Instagram A post shared by #Shwetya my life❤❤❤ (@adiholic_till_last_breath) ଆଦିତ୍ୟ, କ୍ରିମ୍ ରଙ୍ଗର ଶେର୍ୱାନି ପିନ୍ଧି ଥିବାବେଳେ ଶ୍ୱେତା ହେଭି ୱାର୍କ ହୋଇଥିବା […]
ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା ସିଙ୍ଘୁ-ଟିକ୍ରୀରେ ରାସ୍ତା ଅବରୋଧ ରହିଛି। ପରିସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଅପରପକ୍ଷେ ଦିଲ୍ଲୀରୁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି। ଦିଲ୍ଲୀ-ଅମୃତସର, […]
କୋରାପୁଟ: କୋରାପୁଟ ସୀମାରେ ପୁଣି ଥରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ଜାମୁଗୁଡ଼ାରେ ସ୍ଥାନୀୟ ଲୋକେ ପଥର ପୋତି ସୀମା ଚିହ୍ନଟ କରୁଥିବା ବେଳେ ଏହାକୁ ଆନ୍ଧ୍ର ପଟୁ ପ୍ରବଳ ବିରୋଧ କରାଯାଇଛି। କୋରାପୁଟ ଜାମୁଗୁଡ଼ାର ପାହାଡ଼ ଉପରେ ଓଡ଼ିଶା ଏବଂ ଆନ୍ଧ୍ର ଲୋକଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ହୋଇଥିଲା। ଏହାପରେ ବନ ବିଭାଗ, ପୋଲିସ୍ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କୋରାପୁଟ ଜାମୁଗୁଡ଼ା ପାହାଡ଼କୁ ଆନ୍ଧ୍ର ବନ ବିଭାଗ […]
ମୁମ୍ବାଇ: ମହାମାରୀ କରୋନା ଯୋଗୁ ବଦଳି ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା। କିଏ ଚାକିରି ହରାଇଛି ତ ଆଉ କାହାର ବଦଳି ଯାଇଛି ପେଶା। ଆମେ ଏଠି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାଙ୍କର ଜୀବନଶୈଳୀ ବଦଳାଇ ଦେଇଛି କରୋନା। ଯିଏ ଦିନେ ପଞ୍ଚ ତାରକା ହୋଟେଲ୍ରେ ସେଫ୍(chef) ଥିଲେ, ଆଜି ସେ ରାସ୍ତାକଡ଼ରେ ଷ୍ଟଲ୍ ଲଗାଇ ବିରିୟାନୀ ବିକ୍ରି କରୁଛନ୍ତି। ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମୁମ୍ବାଇର ଅକ୍ଷୟ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୦ରେ ପହଞ୍ଚିଛି। ଚିହ୍ନଟ ୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରରୁ ୨୭୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨୦୪ ରହିଛି। ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୨ଜଣ, ଝାରସୁଗୁଡ଼ାରୁ ଜଣେ […]
କାନବେର୍ରା: କ୍ରିକେଟ ଭଗବାନ ଭାବେ ପରିଚିତ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପ୍ଟେନ୍ ବିରାଟ କୋହଲି। ଏକ ଦିବସୀୟ ଫର୍ମାଟ୍ରେ ସବୁଠୁ କମ୍ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ବୁଧବାର କାନବେରାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ୱାନ୍ଡେ ମ୍ୟାଚ୍ରେ ବିରାଟ ଏହି ସଫଳତା ପାଇଛନ୍ତି। ମାତ୍ର ୨୫୧ ମ୍ୟାଚ୍ରେ ୨୪୨ ୱାନ୍ଡେ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ଏହା ପୂର୍ବରୁ ସଚିନ୍ ୩୦୯ ମ୍ୟାଚ୍ରେ […]
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି ଗ୍ରାହକ। ବିଭିନ୍ନ ସାଇବର ଥାନାରେ ରୁଜୁ ହେଉଛି ସଂଖ୍ୟାଧିକ ମାମଲା। ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଗ୍ରାହକଙ୍କୁ କରୁଛନ୍ତି ଶୋଷଣ । ଫେକ୍ ଇ-ମେଲ୍ ଗ୍ରାହକଙ୍କ ପାଖକୁ ପଠାଇ ଅନଲାଇନ୍ ଦ୍ୱାରା ଟଙ୍କା ଉଠାଇ ନେଉଛନ୍ତି। ଏ ନେଇ ଦେଶର ୪୨ କୋଟି ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି SBI । ତେବେ ଏମିତି କୌଣସି ଇ-ମେଲ ଗ୍ରାହକମାନଙ୍କ ପାଖକୁ ପଠାଯାଉନଥିବା ନିଜେ ଟ୍ୱିଟ୍ […]
ଭୁବନେଶ୍ୱର: ରାଜ୍ୟରେ କମିଲା କରୋନା ପାଇଁ କରାଯାଉଥିବା RTPCR ଟେଷ୍ଟର ମୂଲ୍ୟ। ଏଣିକି ଘରୋଇ ଲ୍ୟାବ୍ରେ RTPCR ପରୀକ୍ଷା ପାଇଁ ସର୍ବାଧିକ ୪ ଶହ ଟଙ୍କା ଦେବାକୁ ପଡ଼ିବ। ଜିଏସ୍ଟି ସହ ଟେଷ୍ଟ ଫି’ ବାବଦରେ ସର୍ବାଧିକ ୪ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଫି ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମେ RTPCR ଟେଷ୍ଟ ପାଇଁ ସରକାର ୨୨ ଶହ ଟଙ୍କା ସ୍ଥିର କରିଥିଲେ। ଜିଏସ୍ଟିକୁ ମିଶାଇ […]
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ। ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି। ଗତ ଜୁଲାଇ ୭ ତାରିଖରେ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ କଟକଣା ଲଗାଇଥିଲା ଅର୍ଥ ବିଭାଗ। ମହାମାରୀ ଯୋଗୁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଥିବାରୁ ଏଭଳି କଟକଣା ଲଗାଯାଇଥିଲା। ଏବେ ଅର୍ଥନୀତିରେ କିଛିଟା ସୁଧାର ଆସିଥିବାରୁ ଏହି କଟକଣାକୁ କୋହଳ […]
ସାଲେପୁର: ସ୍ୱାମୀର ଆତ୍ମହତ୍ୟା ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାହାଙ୍ଗା ଥାନା ଅନ୍ତର୍ଗତ ପୋତରା-ପ୍ରହରାଜପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ଦୋକାନରୁ ମିଳିଥିଲା। ସ୍ୱାମୀର ମୃତ୍ୟୁ ଖବର ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର […]
କଟକ: କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ଲାଗି ଏସ୍ସିବି ମେଡିକାଲ ପବ୍ଲିକ ସ୍କୁଲକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ସ୍କୁଲ ସାମ୍ନାରେ ଏକତ୍ରିତ ହୋଇ ଅଭିଭାବକମାନେ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଅଭିଭାବକମାନେ କହିଛନ୍ତି, ଏହି ସ୍କୁଲ ଭଙ୍ଗା ଯାଇ ପିଲାଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଗଲେ, […]
ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବ ଋଷିଆ ଭ୍ୟାକସିନ୍ ସ୍ପୁଟିନିକ୍-ଭିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ସ୍ପୁଟିନିକ୍ ଭିର ଟ୍ରାଏଲ ପାଇଁ ଔଷଧ ନିୟନ୍ତ୍ରକ ଅନୁମତି ଦେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତରେ ବିତରଣ ସଂସ୍ଥା ଡକ୍ଟର ରେଡ୍ଡୀ ଓ ସହଯୋଗୀ ଜେଏସ୍ଏସ୍ ମେଡିକାଲ୍ ରିସର୍ଚ୍ଚର ସହଭାଗିତା ସହ ପ୍ରକ୍ରିୟା ଆରମ୍ଭ କରିଛି। ଭାରତକୁ ଋଷିଆନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ ଫଣ୍ଡ ଦ୍ୱାରା ସ୍ପୁଟିନିକ୍-ଭି ଭ୍ୟାକସିନ୍ ଆସିବା ପରେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। […]
ଗୋରଖପୁର- ସାତ କଳସ ଆଠ ଦୀପ, ପବିତ୍ର ସାହାନାଇ, ବାହାବେଦି ଏମିତି କିଛି ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ବିବାହର ୨ ଘଣ୍ଟା ବିତିଲା ପରେ ଘଟିଗଲା ଅବିଶ୍ୱସନୀୟ ଘଟଣା । ବଦଳିଗଲା ୨ଟି ମଣିଷର ବୈବାହିକ ଜୀବନ। ସାତ ଜନମର ସାଥୀ ହେବାର ସ୍ନପ୍ନ ହେଲା ଚୂରମାର । କ’ଣ ଥିଲା ଘଟଣାକ୍ରମ ଆସନ୍ତୁ ଜାଣିବା- ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ହେମଚ୍ଛାପୁର ନିବାସୀ ଭୂଆଲ ନିଷାଦଙ୍କ […]
ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅନନ୍ତ ଶବର । ସେ କାନ୍ଦୁଲ ଲଗାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା…
ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଫାଇଜର ବାୟୋଟେକ୍ ଟିକା ବ୍ୟବହାର କରିବାକୁ ଅନୁମତି ଦେଲା ବ୍ରିଟେନ୍। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍ ଫାଇଜକୁ କରୋନା ବିରୋଧରେ ବ୍ୟବହାର କରିବାକୁ ସରକାରୀ ସ୍ତରରେ ଅନୁମତି ଦେଇଛି। ଆସନ୍ତା ସପ୍ତାହରେ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ବ୍ରିଟେନ୍ କହିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। “ଫାଇଜର ବାୟୋଟେକ୍ କୋଭିଡ-୧୯ ଭ୍ୟାକ୍ସିନ୍କୁ ବ୍ୟବହାର ପାଇଁ ମେଡିକାଲ୍ ଆଣ୍ଡ ହେଲ୍ତ ପ୍ରଡକ୍ଟ ରେଗୁଲଟୋରୀ ଏଜେନ୍ସି(MHRC) ଅନୁମୋଦନ ଦେଇଥିଲା। ତେଣୁ […]
ଭୁବନେଶ୍ୱର: ସବୁ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍ପ୍ଲାଇନ୍ ନମ୍ବର। ଏଣିକି ସାଧାରଣ ଲୋକେ କେବଳ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ମାଗି ପାରିବେ କିମ୍ବା ଅଭିଯୋଗ ମଧ୍ୟ ଜଣାଇପାରିବେ। ଫଳରେ ପୋଲିସ୍, ଆମ୍ବୁଲାନ୍ସ, ଦମକଳ, ମହିଳା ହେଲପ୍ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଫୋନ୍ କରିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି […]