• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

କାଲି ଲ୍ୟାଣ୍ଡ୍‌ଫଲ୍‌ କରିପାରେ ବାତ୍ୟା ‘ବୁରେଭି’, ରେଡ୍‌ ଓ୍ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ‘ବୁରେଭି’ ରଖାଯାଇଛି। ଆସନ୍ତାକାଲି ସକାଳେ ଏହା ତାମିଲନାଡୁ ଅତିକ୍ରମ କରିବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ବୁରେଭି’ ଆଜି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଏହା ପଶ୍ଚିମ ଦିଗରେ ଗତି କରିବ। ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ। ଆସନ୍ତାକାଲି […]

cctv
ଏଣିକି ଦେଶର ସବୁ ଥାନାରେ CCTV ଲଗାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଏଥିସହ ଅନ୍ୟ ତଦନ୍ତକାରୀ ସଂସ୍ଥା ଯଥା- ସିବିଆଇ, ଏନ୍‌ସିବି, ଏନ୍‌ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବା ସହ ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ। ତଦନ୍ତକାରୀ ସଂସ୍ଥା ଗୁଡିକ ଅଫିସରେ ପଚରାଉଚରା କରୁଥିବାରୁ ସେଠାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ […]

hc
ସ୍କୁଲ ଫି ପ୍ରସଙ୍ଗରେ ହାତ ଟେକିଦେଲେ ସରକାର

ସ୍କୁଲଗୁଡ଼ିକର ଫି ପ୍ରସଙ୍ଗରେ ହାତ ଟେକିଦେଲେ ରାଜ୍ୟ ସରକାର

mdh-owner
MDH ମସଲାର ମାଲିକ ମହାଶୟ ଧର୍ମପାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଏମ୍‌ଡିଏଚ୍‌ (MDH) ମସଲାର ମାଲିକ ମହାଶୟ ଧର୍ମପାଲ୍‌ ଗୁଲାଟିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩ ସପ୍ତାହ ହେବ ସେ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସୂଚନାଥାଉ କି, ୨୦୧୮ରେ ଧର୍ମପାଲ୍‌ଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍‌ ମିଡିଆରେ ଗୁଜବ ଖବର ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ପରିବାର […]

ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍‌ଡୋଜର

ସୁରତ: ପେଟି ପେଟି ମଦ ବୋତଲ ଉପରେ ଚାଲିଲା ବୁଲ୍‌ଡୋଜର। ଆଉ ରାସ୍ତାରେ ଭାସିଲା ମଦ। ଗୁଜରାଟ ସୁରତ ସହର ନିକଟ ଅମରୋଲି ଅଞ୍ଚଳର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୁରତର ଏକାଧିକ ଅଞ୍ଚଳରୁ ଏହିସବୁ ମଦକୁ ଅବକାରୀ ଓ ପୋଲିସ୍ ବିଭାଗ ଜବତ କରିବା ପରେ ଏହାକୁ ନଷ୍ଟ କରାଯାଇଥିଲା। ରାସ୍ତା ଉପରେ ମଦ ବୋତଲ ସବୁ ରଖାଯାଇ ଏହା ଉପରେ ବୁଲ୍‌ଡୋଜର ଚଲା ଯାଇଥିଲା। ନଷ୍ଟ ହୋଇଥିବା ମଦର ମୂଲ୍ୟ ପ୍ରାୟ ୧ କୋଟି […]

kashmir-encounter
ଜାମ୍ମୁରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ

ଜାମ୍ମୁରେ ଏନକାଉଁଟର। ୨ ଆତଙ୍କବାଦୀ ମୃତ। ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

0040
ଆମ୍ବ ଡଜନକୁ ୧ ଲକ୍ଷ ୨୦ ହଜାର ଟଙ୍କା, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ୍ବ ଡଜନକୁ ୧ ଲକ୍ଷ କୋଡିଏ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ଆମ୍ବର ମୂଲ୍ୟ ୧୦ ହଜାର ଟଙ୍କା । ଝାଡଖଣ୍ଡର ଜାମସେଦପୁର ଅଂଚଳରେ ଜଣେ ଛାତ୍ରୀ ଏହି ମୂଲ୍ୟରେ ବିକ୍ରି କରିଛନ୍ତି ଆମ୍ବ । ଏହି ଘଟଣା ପରେ…

lingaraj
ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଆଇନ। ଏକାମ୍ର କ୍ଷେତ୍ରର ଉନ୍ନତିକରଣର ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ନିକଟକୁ ଯାଇ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରିଣୀ ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ […]

road
ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉଲକେଲା: ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ। ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ର୍ତିକୀଙ୍କ ନେତୃତ୍ୱରେ ଚାଲିଛି ବନ୍ଦ ପାଳନ। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ […]

cbse
ଅଫଲାଇନ୍‌ରେ ହେବ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ CBSE ବୋର୍ଡ ପରୀକ୍ଷାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିବା ବେଳେ ଅନ୍‌ଲାଇନ୍‌ରେ ନୁହେଁ ବରଂ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ଭଳି ୨୦୨୧ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍‌ରେ‌ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ କରାଯିବ। ତେବେ କେଉଁ ତାରିଖରେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏବେ ବି ଅନେକ ସ୍ଥାନରେ ଅନ୍‌ଲାଇନ୍‌ରେ […]

vigilance
ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ ବେଲପଦର ଫାର୍ମ ହାଉସ୍‌ରେ ରେଡ୍ କରାଯାଇଛି। ଏହି ରେଡ୍‌ରେ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ର ୨୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଆୟ […]

୨୪ ଘଣ୍ଟାରେ ଓଡ଼ିଶାରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୫ରେ ପହଞ୍ଚିଛି। ଚିହ୍ନଟ ୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୧୮୫ ରହିଛି। ସେହିପରି ୫ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୩ଜଣ, ନୟାଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ […]

accident
ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ଗାଡ଼ି; ୩ ମୃତ

ବରଗଡ଼/ରାଇପୁର: ଏକ ଟ୍ରକ୍ ସହ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼ ଜିଲ୍ଲା କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଛତିଶଗଡ଼ ପୁସୋର ଥାନା ପୋଡ଼ାତରାଇ ଠାରେ ଏହି ଦୁର୍ଘଟଣା ଘଟିଛି।

andhra
ଆଜି ଓଡ଼ିଶା-ଆନ୍ଧ୍ର ଆଲୋଚନା

କୋରାପୁଟ: କୋରାପୁଟ ସୀମାରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପରେ ଆଜି ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ହେବ ଆଲୋଚନା। କୋରାପୁଟ ଓ ବିଶାଖାପାଟନା ଜିଲ୍ଲା ପ୍ରଶାସନର ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ରାଜସ୍ୱ, ବନ ବିଭାଗ ଟିମ୍ ଉପସ୍ଥିତ ରହି ସୀମା ବିବାଦକୁ ଗୁରୁତ୍ୱ ସହ ଆଲୋଚନା କରିବେ। କୋରାପୁଟ ଜାମୁଗୁଡ଼ାରେ ଉତ୍ତେଜନା ସୃଷ୍ଟି ହେବା ପରେ ଏନେଇ ଆଲୋଚନା କରାଯିବ। ମିଳିଥିବା ସୂଚନା ମୁତାବକ ପଟାଙ୍ଗିର ସମ୍ବାଇ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ବୈଠକ ହେବ। […]

manabasa
କାହିଁକି ଓଡ଼ିଆ ଘରର ବୋହୂ ପାଳେ ମାଣବସା ଗୁରୁବାର ?

ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ନମନ୍ତେ ନମନ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ…। ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା। ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ। ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ। ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ। ଘରର ଆର୍ଥିକ […]

pratap
'କାହିଁକି ଧମକାଉଛନ୍ତି ମନ୍ତ୍ରୀ ଅରୁଣ'

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି […]

aditya narayan
ଆଦିତ୍ୟଙ୍କ ରିସେପସନ୍‌ ପାର୍ଟିରେ ଡ୍ୟାନ୍ସ କଲେ ଭାରତୀ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ପାରମ୍ପରିକ ରୀତିନୀତିରେ ବିବାହ ପରେ ଗତକାଲି ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ଗ୍ରାଣ୍ଡ୍‌ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା।   View this post on Instagram   A post shared by Shweta Agarwal (@shweta_agarwalofficial) ରିସେପସନ୍‌ ପାର୍ଟିରେ ଆଦିତ୍ୟ କଳା ରଙ୍ଗର ସୁଟ୍‌ ସହ ଧଳା ରଙ୍ଗର ଶାର୍ଟ ପିନ୍ଧି ଥିବାବେଳେ ଶ୍ୱେତା ରେଡ୍‌ ଗାଉନ୍‌ରେ ବେଶ୍‌ ସୁନ୍ଦର ଦିଶୁଥିଲେ। ଏହି ପାର୍ଟିରେ […]

parii
ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ଼ ପରୀ ହତ୍ୟା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପରୀର ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ହୋଇଛି। ସିବିଆଇ ତଦନ୍ତ ଏବଂ ୨୫ ଲକ୍ଷ କ୍ଷତିପୂରଣ ଦାବିରେ […]

exam 1
ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା। ଯେତେବେଳେ ବି ପରୀକ୍ଷା ହେବ, ତାହା ଅଫ୍‌ଲାଇନ୍‌ରେ ହିଁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ ଏହା କହିଛନ୍ତି। ଅଫ୍‌ଲାଇନ୍‌ରେ ପରୀକ୍ଷା ପାଇଁ CBSE ନିଷ୍ପତ୍ତି ନେଇଛି। ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ପରୀକ୍ଷା ନିହାତି ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲ୍ […]

murder
ଛାଡ଼ପତ୍ର କାଗଜରେ ଦସ୍ତଖତ ନ କରିବାରୁ ମାଆକୁ ମାରିଦେଲା ପୁଅ

ନୂଆଦିଲ୍ଲୀ: ବାପା ଚାହୁଁଥିଲେ ଛାଡ଼ପତ୍ର, କିନ୍ତୁ ମାଆ ଅରାଜି ହେଲେ। ଏନେଇ ବାହାରେ ଟାହିଟାପରାର ଶିକାର ହେଲେ ନାବାଳକ ପୁଅ। ଆଉ ଶେଷରେ ଜନ୍ମକଲା ମାଆକୁ ହତ୍ୟା କଲା ସୈତାନ ପୁଅ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା ପ୍ରକୃତରେ କଣ ଘଟିଲା ଯେ ଏତେ ତଳକୁ ଚାଲିଯାଇ ବୀଭତ୍ସ ଭାବେ ମାଆକୁ ହତ୍ୟା କଲା ପୁଅ।ସୂଚନା ଅନୁସାରେ ଆଉଟର ଦିଲ୍ଲୀର ଏକ ଅଞ୍ଚଳରେ ସ୍ୱାମୀଙ୍କ ଠାରୁ ସାଢ଼େ ୩ ବର୍ଷ […]