• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

8
ପୁରୀ ହାଜତ ମୃତ୍ୟୁ ; ଘଟଣା ଦିନ ତତ୍କାଳୀନ ଏସ୍‌ପି ଥାନାରେ ଉପସ୍ଥିତ ଥିଲେ ବୋଲି କହିଲେ ଅଭିଯୋଗକାରୀ

ପୁରୀ: ପୁରୀର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ମୃତ କେ. ରମେଶଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହାସହ ମାମଲାର ନ୍ୟାୟିକ ତଦନ୍ତ ପାଇଁ ଜିଲ୍ଲା ଜଜ୍‌ଙ୍କୁ ଆବେଦନ କରାଯାଇଛି ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେପଟେ ରମେଶଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଆଉ […]

bsf
‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟର ବାର୍ତ୍ତା ବାଣ୍ଟୁଛନ୍ତି ଆମ ଯବାନ’

ନୂଆଦିଲ୍ଲୀ: ‘ଦେଶର ସୁରକ୍ଷା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସବୁବେଳେ ଆମ ବିଏସ୍‌ଏଫ୍ ଯବାନଙ୍କ ଦୁଃସାହସିକ କାର୍ଯ୍ୟ ଆମକୁ  ଅନୁପ୍ରାଣିତ କରୁଛି । ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆମେ ଓ ଆମ ଦେଶ ସୁରକ୍ଷିତ।  ‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ’  ଏପରି ନିଗୁଢ ବାର୍ତ୍ତାକ ବଣ୍ଟନ କରୁଛି ବିଏସଏଫ । ସେମାନଙ୍କୁ ଆମର କୋଟି କୋଟି ପ୍ରଣାମ।‘ -ବିଏସ୍‌ଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନଙ୍କ ଉଦ୍ଦେଶ୍ୟରେ ଏମିତି ଭାବପ୍ରବଣ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସୀମାରେ […]

SCHOOL
କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନ କରି ସିଲ୍ ହେଲା ସ୍କୁଲ ‌

ଭୁବନେଶ୍ୱର: ସରକାରୀ ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରର ଏକ ସ୍କୁଲକୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କରି ସାଇ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ହେଉଥିଲା। ଏନେଇ ଖବର ପାଇବା ପରେ ବିଏମସି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲକୁ ସିଲ୍ କରାଯାଇଛି। ଏଥିସହ ଏକ ରିପୋର୍ଟ ପ୍ରସ୍ତୁତ କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟକୁ ପଠାଯାଇଛି। ପ୍ରକାଶଥାଉକି, କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ରାଜ୍ୟ […]

diabetes-PHotos
କୋଭିଡ୍ ବେଳେ କିପରି ଡାଇବେଟିସ୍ ଉପରେ କରିବେ ନିୟନ୍ତ୍ରଣ

ବିଶ୍ୱରେ ଆତଙ୍କ ଖେଳାଇଛି କୋଭିଡ୍- ୧୯। ଦିନକୁ ଦିନ ବଢୁଛି ଏହାର ପ୍ରକୋପ।  ଜୀବନ ନେଉଛି, ତା ସାଙ୍ଗକୁ ଲୋକଙ୍କ ଜୀବନକୁ କଣ୍ଟକିତ କରୁଛି । ବିଶେଷକରି ଯେଉଁମାନେ ଡାଏବେଟିସ୍, ହାର୍ଟ, ଲିଭର, କିଡନୀ ସମସ୍ୟା ଜନିତ ରୋଗ ରହିଛି ସେମାନଙ୍କ ପାଇଁ  ବେଶି ବିପଦ ରହିଛି । ଏପରି ପରିସ୍ଥିତିରେ କେବଳ ସଚେତନତା ହିଁ ଆମକୁ କରୋନାଠାରୁ ଦୂରେଇ ରଖି ପାରିବ।  କରୋନା କାଳରେ ଡାଇବେଟିସ୍ ରୋଗ ପ୍ରତି କଣ ସଜାଗ ହେବାକୁ ପଡ଼ିବ ଆସନ୍ତୁ […]

tattoo_1200_RTR
ଟାଟୁ କରି ରେକର୍ଡ କଲେ ମହିଳା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ନାମୀ ଷ୍ଟୁଡିଓରେ ଜଣେ ମହିଳା ଅନ୍ୟ ଜଣଙ୍କ ଶରୀରରେ ଟାଟୁ କରି ବିରଳ ରେକର୍ଡ ସୃଷ୍ଟି କରିଥିବା ଦାବି କରିଛନ୍ତି। ତାଙ୍କ ଦାବି ଯଦି ସତ ହୁଏ,  ତେବେ ଆଫଗାନିସ୍ତାନ ଇତିହାସରେ ଏହା ପ୍ରଥମ ଘଟଣା ହେବ। କାରଣ ଆଫଗାନିସ୍ତାନରେ କେହି ମହିଳା ଟାଟୁକାରୀ ନଥିବା କୁହାଯାଏ। କାବୁଲର ସୋରାୟା ଶାହିଡି ନାମ୍ନୀ ଏହି ମହିଳା ଜଣକ ଅନ୍ୟ ଜଣେ ମହିଳା ନରଗିସ୍ ମର୍ଜାଇଙ୍କ ହାତରେ ସ୍ୱତନ୍ତ୍ର ଟାଟୁ କରି […]

blast
ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ

ଖଲିକୋଟ: ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ। ଏହି ଘଟଣା ଘଟିଛି ଖଲିକୋଟ ଥାନା ନିର୍ମଳଝର ଛକରେ। ସୂଚନା ଅନୁସାରେ, ଖଲିକୋଟ ଥାନା ନିର୍ମଳଝର ଛକରେ ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲା। ଆଉ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା। ବାଇକ ପଛରେ ବୋମା ଧରି ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଙ୍କ ଗୋଟିଏ ହାତ ଉଡ଼ିଯିବା ସହ ତାଙ୍କର ଶୋଚନୀୟ […]

vaccine
'ସମସ୍ତଙ୍କୁ କରୋନା ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି'

ନୂଆଦିଲ୍ଲୀ: ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। କରୋନା ଟିକାକରଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଯଦି ଚେନ୍ ଭାଙ୍ଗିବାରେ ସଫଳ ହେଲୁ, ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବନି ବୋଲି କେନ୍ଦ୍ର କହିଛି। ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ICMR ଡିଜିଙ୍କ ସୂଚନା ଅନୁସାରେ, ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। ସମସ୍ତଙ୍କୁ ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି। କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଆମ […]

udit
ଆଦିତ୍ୟଙ୍କ ବିବାହରେ ଫୁଲ୍ ସେଲିବ୍ରେସନ୍, ପୁଅ ସହ ନାଚିଲେ ଉଦିତ୍

ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଆଜି ବିବାହ ଉତ୍ସବ। ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଆଦିତ୍ୟ ୧୦ବର୍ଷର ଥିଲା ପ୍ରେମ ସମ୍ପର୍କ। ଏହି ଅବସରରେ ଖୁବ୍‌ ଧୁମ୍‌ଧାମରେ ଚାଲିଛି ମ୍ୟାରେଜ ସେଲିବ୍ରେସନ। ଆଦିତ୍ୟଙ୍କ ବରଯାତ୍ରୀରେ ଅନେକ ସମ୍ପର୍କୀୟ, ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଛନ୍ତି। ପୁଅ ବିବାହକୁ ନେଇ ନାଚି ନାଚି ଖୁସି ମନାଇଛନ୍ତି ବାପା ଉଦିତ୍ ନାରାୟଣ। ଆଦିତ୍ୟଙ୍କ ପାଖରେ ପୁରା ପରିବାର […]

pari-3
ନୟାଗଡ଼ ପରେ ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି

ଭୁବନେଶ୍ୱର: ନୟାଗଡ଼ ପରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି। ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ଇଟାଭାଟିରେ ୧୨ ବର୍ଷର ଟିକି ଝିଅକୁ ବିଷ ଦେଇ ମାରି ଦେଇଥିବାର ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। କୁହାଯାଉଛି ଦୁଷ୍କର୍ମ କରି ହତ୍ୟା କରାଯାଇଛି। ଦୁଷ୍କର୍ମ କଥାକୁ ବାପା, ମା ଓ ପୋଲିସ ଅସ୍ୱୀକାର କରୁଥିବାବେଳେ ଇଟାଭାଟି ମାଲିକକୁ ଧରି ତଦନ୍ତ କରୁଛି ପୋଲିସ୍। କାରଣ କୁନି ଝିଅଟିକୁ ବେଆଇନ ଭାବେ ନିଯୁକ୍ତ କରାଯାଇଥିଲା ଏହି […]

money
ଟଙ୍କା ଦେଇ ବିଷ କିଣା: ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ

କଟକ: ଟମାଟ୍ ସସ୍, ତରକାରୀ ମସଲା, ସ୍ୱାସ୍ଥ୍ୟକାରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ଯାହାକୁ ଖାଇବେ ସିଏ ଭେଜାଲ୍। ବଟଲ ହେଉ କି ପଲି ପ୍ୟାକ୍ ନାମୀ ବ୍ରାଣ୍ଡ ନାଁରେ କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସ୍କିଲ। ଗ୍ରାହକ ତ ଗ୍ରାହକ, ଖୋଦ୍ ଖୁଚୁରା ବ୍ୟବସାୟୀ ବି ଚିହ୍ନି ପାରୁନାହାନ୍ତି ଅରଜିଲାନ୍ କି ଡ୍ୟୁପ୍ଲିକେଟ୍। ଗଲା କିଛି ଦିନ ଭିତରେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଯେତେସବୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି […]

loot
ପତ୍ନୀଙ୍କ ସହ କ’ଣ ହେଲା ଯେ ସ୍ୱାମୀ ସାଜିଲା ବଡ଼ ଲୁଟେରା

ଗୁଜରାଟ: ପତ୍ନୀଙ୍କ ସହ ସବୁବେଳେ ଲାଗୁଥିଲା ଝଗଡ଼ା। ବାରମ୍ବାର ତାଗିଦ୍ ସତ୍ତ୍ୱେ ସ୍ତ୍ରୀ ହେଉଥିଲେ ନଛୋଡ଼ବନ୍ଦା। ବାଧ୍ୟ ହୋଇ ଚୋର ସାଜିଲେ ସ୍ୱାମୀ। ବନିଗଲେ କୁଖ୍ୟାତ ବାଇକ୍ ଲୁଟେରା। ବିଭିନ୍ନ ସ୍ଥାନରୁ ଉଠାଇ ଆଣିଲେ ୩୦ରୁ ଊର୍ଦ୍ଧ୍ୱ ବାଇକ୍। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ସୁରତ ସହରରେ।ଖାଲି ଏତିକି ନୁହେଁ ଚୋରା ବାଇକ୍ କାଳେ ପୋଲିସ ଧରିନେବ, ସେହି ବାଇକଗୁଡିକୁ ଏକ ବ୍ରିଜ୍ ତଳେ ଲୁଚାଇ ରଖିଥିଲା ଲୁଟେରା। କିଛି ଦିନ ପରେ ସ୍ଥାନୀୟ ଲୋକଙ୍କ […]

cyclone
୪ରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ ବାତ୍ୟା ‘ବୁରେଭି’ର ରୂପ ନେଇଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।  ଆସନ୍ତାକାଲି ‘ବୁରେଭି’ ଗଲ୍ଫ ଅଫ୍ ମାନାର୍ ଦେଇ ୪ ତାରିଖରେ ଏହା ତାମିଲନାଡୁରେ ଲ୍ୟାଣ୍ଡଫଲ୍‌ କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ପଢ଼ନ୍ତୁ: ଉପହାର ଦେଇ ଗଲା ବାତ୍ୟା […]

2
ଓଏମ୍‌ସିର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶା ଖଣି ନିଗମର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର ଶୁଭାରମ୍ଭ କରିଛନ୍ତି। ଏହାସହ ଷ୍ଟକ୍ୟାର୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସିଷ୍ଟମର ଶୁଭାରମ୍ଭ କରି ଏପରି ବ୍ୟବସ୍ଥା ଦ୍ୱାରା ଗ୍ରାହକ ରେଜିଷ୍ଟ୍ରେସନ ପାଇଁ ଏକ ଅଲଗା ଡାସ୍‌ବୋର୍ଡ ପାଇବେବୋଲି କହିଛନ୍ତି। ଏହାସହ ଅର୍ଡର ଷ୍ଟାଟସ୍, ଷ୍ଟକ, ସାପ୍ତାହିକ ଡେସ୍ପାଚ ରିପୋର୍ଟ ମଧ୍ୟ ଗ୍ରାହକ ପାଇପାରିବେ ବୋଲି ସେ କହିଛନ୍ତି। ତେବେ OMC […]

1
କାଲିଥିଲା ଛାଡ଼ଖାଇ, ହେଲେ ଆଜି ଆମିଷ ମାର୍କେଟରେ ଭିଡ଼

ଭୁବନେଶ୍ୱର: ଆଜି ଆମିଷ ମାର୍କେଟରେ ଭିଡ଼ ଜମିବା ନେଇ ଆଶା କରାଯାଉଛି। କାରଣ ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ମଙ୍ଗଳବାର ଥିବାରୁ ମାର୍କେଟରେ କାଁ ଭାଁ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଆଜି ବୁଧବାର ଆମିଷବାର ଥିବାରୁ ମାର୍କେଟରେ ଅହେତୁକ ଭିଡ଼ ହୋଇପାରେ। ଧର୍ମମାସ କାର୍ତ୍ତିକରେ ପୁରା ମାସ ଯାକ ନିରାମିଷ ଭୋଜନ ପରେ ଗତକାଲି ସକାଳୁ ସକାଳୁ ଆମିଷ ମାର୍କେଟକୁ ଧାଇଁ ଆସିଥିଲେ ଲୋକେ। ହେଲେ ସେତେଟା ଭିଡ଼ ପରିଲିକ୍ଷିତ ହୋଇନଥିଲା। ଆଜି ବୁଧବାର ଥିବାରୁ […]

dolphin
ପାରାଦୀପରୁ ଉଦ୍ଧାର ହେଲା ମୃତ ଡଲଫିନ୍‌

ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ବୋଲି ଜଣାପଡ଼ିଛି।

abhay
ଯେତେ ଖୋଳିଲେ ସେତେ ବାହାରୁଛି ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି, ପୁଅ ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ଟଙ୍କା

ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ଏତେ ଯେ, ଯେତେ ଖୋଳିଲେ ସେତେ ବାହାରୁଛି। ପୁଅ ‌ଆକାଶଙ୍କ ନାଁରେ ଭୁବନେଶ୍ୱର ଏବଂ ପୁଣେରେ ୩ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଛି। ଯେଉଁଥିରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ରହିଛି। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୩ଟି ଆକାଉଣ୍ଟରେ ସିଧାସଳଖ ୯ କୋଟି ୪୮ ଲକ୍ଷ ଟଙ୍କା ନଗଦ ଜମା ହୋଇଥିବାବେଳେ ଅନ୍ୟ ସୂତ୍ରରୁ, ୫ କୋଟି ୨୯ ଲକ୍ଷ […]

ବାହାଘର ପୂର୍ବ ଦିନ ବର ଉପରକୁ ଗୁଳିମାଡ଼

ଖଲ୍ଲିକୋଟ: ବାହାଘର ପୂର୍ବ ଦିନ ବର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକ ହେଲେ ଭାଲିଆଝର ଗାଁର ଜିତେନ୍ଦ୍ର ବାରିକ। ମିଳିଥିବା ସୂଚନା ଅନୁସାରେ, ଆଜି ଜିତେନ୍ଦ୍ରଙ୍କ ବିବାହ ହେବ। ହେଲେ ବିବାହ ପୂର୍ବଦିନ ଅର୍ଥାତ୍‌ ଗତକାଲି ରାତିରେ ଜିତେନ୍ଦ୍ରଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଜିତେନ୍ଦ୍ର ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ପ୍ରଥମେ […]

sunny deol
ବଲିଉଡ୍‌ ଅଭିନେତା ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ଏବେ ଆଇସୋଲେସନ୍‌ରେ ଅଛନ୍ତି। ସନ୍ନି ଟ୍ୱିଟ୍‌ କରି ଏହା କହିଛନ୍ତି। କିଛି ଦିନ ପୂର୍ବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। मैंने […]

1
ଧର୍ମାନ୍ତରୀକରଣ କରିଥିବାରୁ ଶ୍ମଶାନରେ ଶବ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ

ମାଲକାନଗିରି: ଧର୍ମାନ୍ତରୀକରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ। ଦୀର୍ଘ ୧୮ ଘଣ୍ଚା ଧରି ମୃତଦେହ ପଡିରହିବା ଶେଷରେ ମୃତକଙ୍କ ଜମିରେ ଶବ ପୋତା ହୋଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ାରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ୭୦ ବର୍ଷୀୟ ବୃଦ୍ଧ ପାଣ୍ଡୁ ମାଡକାମୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ସେ ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମବାସୀ ଗାଁ ଶ୍ମଶାନରେ ପୋତିବାକୁ ମନା କରି ଦେଇଥିଲେ। ଶବକୁ ଗାଁ ବାହାରେ ପୋତିବାକୁ ଗାଁଲୋକେ […]

vlcsnap-error134
ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା

ମୁମ୍ବାଇ: ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା । ଏଭଳି ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ଟିକାକରଣ କେନ୍ଦ୍ରରେ ଏତେ ଲୋକଙ୍କ ଭିଡ଼ ଜମିଥିଲା ଯେ ସେଠାରେ ଦଳାଚକଟା ଭଳି…

1
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ସାତପୁରା ସ୍ଥିତ ପୈତୃକ ଘର, ପାଣିସାଳିଆ ସ୍ଥିତ ଦୁଇ ମହଲା ଘର ସହ କଟକର ଆଦିତ୍ୟ ରେସିଡେନ୍ସୀରେ ଥିବା ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ  ଚଢ଼ାଉ ଜାରି ରହିଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବ୍ୟାଙ୍କ ପାସବୁକ, ଲକର ପ୍ରଭୃତି ଭିଜିଲାନ୍ସ ଯାଞ୍ଚ କରୁଛି। ସନ୍ଧ୍ୟା ସୁଦ୍ଧା ସମସ୍ତ […]