• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

2
କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ କିଛି ଦିନ ତଳେ ମେଡିକାଲ୍ କଲେଜ ଖୋଲିବା […]

1
ମଙ୍ଗଳବାରରେ ମାନ୍ଦା ପଡ଼ିଗଲା ଛାଡ଼ଖାଇ !

ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ହେଲେ ଆଜି ମଙ୍ଗଳବାର ପଡ଼ୁଥିବାରୁ ଆମିଷ ମାର୍କେଟ୍‌ରେ  ବେଶୀ ଭିଡ଼ ଦେଖିବାକୁ ମିଳିନାହିଁ। ଛାଡ଼ଖାଇ ଆମିଷବାରରେ ପଡ଼ିନଥିବାରୁ କିଛି ଲୋକ ଆଜି ବଦଳରେ ଆସନ୍ତାକାଲି ଛାଡ଼ଖାଇ ପାଳିବେ ବୋଲି ଜଣାପଡ଼ିଛି।କାଲି ବୁଧବାର ଥିବାରୁ ଆମିଷ ମାର୍କେଟରେ ଅଧିକ ଭିଡ଼ ଜମିପାରେ ବୋଲି ଆଶଙ୍କା କରାଯାଉଛି। […]

ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ ଯାତ୍ରୀ, ଦେବଦୂତ ସାଜି ୩୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

ମୁମ୍ବାଇ: ମହାରାଷ୍ଟ୍ରର ବୁଲଧାନାରେ ପୁଣେ-ନାଗପୁର ଯାଉଥିବା ଏକ ଯାତ୍ରୀବାହୀ ଲକ୍‌ଜୁରୀ ବସ୍ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତି ୩ଟାରେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ, ପୁଣେ-ନାଗପୁର ଯାଉଥିବା ଏହି ଲକଜୁରୀ ବସ୍‌ଟି ମେହେକର ବାଇପାସ୍‌ରେ ହଠାତ ଜଳି ଯାଇଥିଲା। ଏହି ସମୟରେ ବସ୍‌ରେ ୩୫ ଜଣ ଯାତ୍ରୀ ଥିଲେ ଓ ସମସ୍ତେ ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ। ବସ୍‌ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ ପ୍ରଥମେ ବ୍ରେକ୍‌ […]

4
ଚାଷୀଙ୍କୁ ମନାଇବାକୁ କେନ୍ଦ୍ରର ପ୍ରୟାସ, ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ହେବ ଆଲୋଚନା

ନୂଆଦିଲ୍ଲୀ: ଚାଷୀଙ୍କୁ ମନାଇବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। ୫ ଦିନର ଆନ୍ଦୋଳନ ପରେ ଆଲୋଚନା ପାଇଁ ଚାଷୀଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର। ଚାଷୀ ଆନ୍ଦୋଳନ ପ୍ରଶମିତ କରିବାକୁ ସରକାର ନୂଆ ଯୋଜନା ପ୍ରସ୍ତୁତି କରିଛନ୍ତି। ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଏଥିପାଇଁ ଅପରାହ୍ନ ୩ଟାରେ ଦିଲ୍ଲୀ ବିଜ୍ଞାନ ଭବନରେ ଆଲୋଚନା କରିବାକୁ ଚାଷୀ ନେତା ଆମନ୍ତ୍ରିତ ହୋଇଛନ୍ତି। ଯେଉଁ କୃଷକ ନେତାମାନେ ପ୍ରଥମ […]

vlcsnap-error887
ସମୁଦ୍ର କୂଳରୁ ବିରଳ ଡଲ୍‌ଫିନ୍‌ର ମୃତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ରହିଛି । ପେଟ ଧଳା ଥିବା ଏହି ସମ୍ପୂର୍ଣ୍ଣ…

ଜଳିଗଲା ୩୦ ଲକ୍ଷ ଟଙ୍କାର ମୋବାଇଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ବକ୍ସି ଛକରେ ଥିବା ଗୋଟିଏ ମୋବାଇଲ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୋବାଇଲ୍ ଦୋକାନରେ ନିଆଁ ଲାଗି ଯାଇଥିଲା।  ସୂଚନା ଅନୁସାରେ, ବିଟିଏମ୍ ବକ୍ସି ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସର ୨ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ତେବେ ଅନ୍ୟ ଦୋକାନକୁ […]

bookstore
ଆଇଏଏସଙ୍କ ମନକୁ ଛୁଇଁଲା ବହି ଦୋକାନୀଙ୍କ ଜୀବନ କାହାଣୀ, ସୋଶାଲ ମିଡିଆରେ କଲେ ଶେୟାର

ନୂଆଦିଲ୍ଲୀ: ମଣିଷ ଦୁଃଖ ମଣିଷ ହିଁ ବୁଝିପାରେ ?  ଏଠି  ଦିଲ୍ଲୀର ବାବା କା ଢାବା କଥା ମନେ ପକାଇଦେବୁ। ଜଣେ ମଣିଷର ସହାୟତାର ହାତ ବୃଦ୍ଧ ଦମ୍ପତ୍ତିଙ୍କର ଭାଗ୍ୟ ଖୋଲିଦେଲା।  ସୋସିଆଲ ମିଡିଆ ଯୋଗୁ ରାତାରାତି ବୃଦ୍ଧ ଦମ୍ପତିଙ୍କ ଅଭାବ ଦୂର ହୋଇଗଲା। ଏହା ପରେ ଲୋକମାନେ ସୋସିଆଲ ମିଡିଆରେ ଏପରି ଅଭାବୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରିବା ଆରମ୍ଭ କଲେ। ଏମିତି ଘଟଣାକୁ ନେଇ ଅନେକ ରୋଚକ କାହାଣୀ ଦେଖିବାକୁ ମିଳିଛି । […]

sanitizer
ସାନିଟାଇଜର୍‌ ଢାଳି ସାମ୍ବାଦିକଙ୍କ ଦେହରେ ନିଆଁ ଲଗାଇଦେଲେ

ଲକ୍ଷ୍ନୌ: ଜଣେ ୩୭ ବର୍ଷୀୟ ସାମ୍ବାଦିକଙ୍କ ଶରୀରରେ ଆଲକ୍‌ହଲ୍‌ ମିଶିଥିବା ହ୍ୟାଣ୍ଡ୍‌ ସାନିଟାଇଜର ଢାଳି ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ। ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ୍‌ ଗାଁ ମୁଖିଆଙ୍କ ପୁଅଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଜଣେ ସାଙ୍ଗଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ରାକେଶ ସିଂ ନିର୍ଭିକ ଓ ତାଙ୍କ ସାଙ୍ଗଙ୍କ ନାଁ ପିଣ୍ଟୁ ସାହୁ(୩୪)। ଲକ୍ଷ୍ନୌର […]

5
ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗ, ଭାଇରାଲ୍‌ ହେଉଛି ଭିଡିଓ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ କବିତା ପ୍ରଧାନ, ସ୍ୱାମୀ କାଳନ୍ଦୀ ପ୍ରଧାନ,  ତାଙ୍କ ପୁଅ ଓ ଝିଅ। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାର ସହ ପଡ଼ିଶା ଘରର ବିବାଦ ଥିଲା। […]

coronavirus
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୭୮ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି  ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୨୧୯ ଓ ଲୋକାଲ କେସ ୧୫୯ଥିବା ଜଣାଯାଇଛି। ୨୮ଟି ଜିଲ୍ଲାରୁ ଏହି ୩୭୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୪୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ […]

ifs
ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍‌, ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କ ଡ୍ରାଇଭର ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି। ଅଭୟକାନ୍ତଙ୍କ ସମ୍ପତ୍ତି ନେଇ ଭିଜିଲାନ୍ସ SIT ଖୋଳତାଡ଼ କରୁଥିବା ଜଣାପଡ଼ିଛି। କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଜି ଭିଜିଲାନ୍ସରେ ହାଜର ହୋଇଥିବା ସୂଚନା ମିଳିଛି। ଆର୍ଥିକ କାରବାର ନେଇ ଡ୍ରାଇଭର ଓ ବ୍ୟାଙ୍କ କର୍ମଚାରୀଙ୍କୁ ଜେରା ଚାଲିଥିବା ଜଣାପଡ଼ିଛି। […]

6
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଗୁରୁତର

ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଗୋଟିଏ ବୋଲେରୋ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ଜଣ ହେଲେ ବଳରାମ ପ୍ରଧାନ ଓ ମହମ୍ମଦ ଇକବାଲ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ସନ୍ଦେହ କରାଯାଉଛି। ଡ୍ରାଇଭର […]

electric
ଫସଲ ଖାଇବା ପାଇଁ ଆସି ଚାଲିଗଲା ଦନ୍ତାର ଜୀବନ

ସମ୍ବଲପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ଦନ୍ତା ହାତୀ। ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ଏହି ଘଟଣା ଘଟିଛି। ବିଲ ଭିତରେ ୧୨ ବର୍ଷର ଦନ୍ତା ହାତୀର ମୃତଦେହ ପଡ଼ି ରହିଛି। ଜମି ଭିତରେ କେହି ଦୁର୍ବୃତ୍ତ ବିଦ୍ୟୁତ୍ ତାର ବିଛାଇଥିବା DFO ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି। ଚାଷକୁ ବନ୍ୟ ପଶୁଙ୍କ ଦାଉରୁ ରକ୍ଷା କରିବାକୁ ଯାଇ ୧୧ କେଭି ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିଲା। ଯାହା ଫଳରେ ଏହାର ସଂସ୍ପର୍ଶରେ ଆସି ହାତୀଟିର […]

pavitra
Big Boss: ବିବାହ କରିଛନ୍ତି ପବିତ୍ରା ! ହୋଟେଲ୍‌ ମାଲିକ କଲେ ବଡ଼ ଖୁଲାସା

ମୁମ୍ବାଇ: ବିଗ୍‌ ବସ୍ ୧୪ରୁ ବିଦାୟ ନେଇଛନ୍ତି ପବିତ୍ରା ପୁନିଆ। ନଭେମ୍ବର ୨୯ରେ ସେ ବିଗ୍‌ ବସ୍‌ ହାଉସ୍‌ରୁ ବାହାରକୁ ଆସିଛନ୍ତି। ପବିତ୍ରା ବିଗ୍‌ ବସ୍‌ରୁ ବାହାରକୁ ଆସିବା ପରେ ତାଙ୍କୁ ନେଇ ଆଶ୍ଚର୍ଯ୍ୟ କରି ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ହୋଟେଲ୍‌ ମାଲିକ ସୁମିତ ମହେଶ୍ୱରୀ ଖୁଲାସା କରି କହିଛନ୍ତି, ପବିତ୍ରା ତାଙ୍କୁ ବିବାହ କରିଛନ୍ତି। ହେଲେ ପବିତ୍ରା ତାଙ୍କୁ ୪ଥର ଧୋକା ଦେଇଛନ୍ତି। ପବିତ୍ରା ଓ ତାଙ୍କ ମଧ୍ୟରେ କୌଣସି ତଲାକ୍‌ ହୋଇନାହିଁ। […]

hayat
ଦାଉଦ୍‌ଙ୍କୁ ଛାଡ଼ି ଏଇ ରାଜନେତାଙ୍କ ପ୍ରେମରେ ପଡ଼ିଛିନ୍ତି ତାଙ୍କର ଗର୍ଲଫ୍ରେଣ୍ଡ !

ଇସଲାମାବାଦ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଗର୍ଲଫ୍ରେଣ୍ଡ ମହବିଶ ହାୟାତ୍ ଆଉ କାହା ପ୍ରେମରେ ପଡ଼ି ଯାଇଛନ୍ତି। ଯଦିଓ ସେ ନିଜର ନୂତନ ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ତାଙ୍କ ଭାଷାରୁ ଏହା ସ୍ପଷ୍ଟ ହୋଇଛି ଯେ, ଦାଉଦ୍‌ଙ୍କ ବ୍ୟତୀତ ତାଙ୍କ ହୃଦୟରେ ଅନ୍ୟ କେହି ସ୍ଥାନ ପାଇଛନ୍ତି । ସମ୍ପ୍ରତି ଏକ ସାକ୍ଷାତକାରରେ, ହାୟାତ୍ ଦାଉଦ୍‌ଙ୍କ ବ୍ୟତୀତ ଆଉ କାହାକୁ ଯେ ପସନ୍ଦ କରନ୍ତି ଏହାର ଇଶାରା ଦେଇଛନ୍ତି। ତାଙ୍କର ଏହି ସାକ୍ଷାତକାର […]

crocodile
ବତକ ଶିକାର ପାଇଁ ଯାଇଥିଲେ, ପାଣିରେ ଦେଖିଲେ ଡାଇନୋସର ପରି ବିରାଟ ଜୀବ

ୱାଶିଂଟନ୍‌:ଫ୍ଲୋରିଡ଼ାରରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ଦେଖିଲେ ଲାଗୁଛି, ଡାଇନୋସର ପୁଣି ଥରେ ଫେରି ଆସିଲା କି ! ଏତେ ବଡ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। କୁମ୍ଭୀରଟି ଏକ ବତକକୁ ମାରିବା ପାଇଁ ଯାଉଥିବା ଲୋକେ ଦେଖିଥିଲେ। ହେଲେ ଏହାର ଆକାର ଦେଖି ବିଶ୍ୱାସ କରିପାରିଲେ ନାହିଁ। ଏହି କୁମ୍ଭୀରର ନାୱ ଲୋକେ ଡାଇନୋସର କୁମ୍ଭୀର ଦେଇଛନ୍ତି। ଫକ୍ସ ନ୍ୟୁଜ ଅନୁସାରେ, ଏହି ବିଶାଳକାୟ କୁମ୍ଭୀରକୁ ପ୍ରଥମେ ଦେଖିଥିଲେ ପ୍ରୋ ହଣ୍ଟ […]

whats app
Whatsapp ଦେଲା ଏମିତି ଭେଟି, ୟୁଜର୍ସ କହିଲେ ଚିନ୍ତା ଗଲା

ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା।  ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି।  ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି।  ଏବେ ଆପଣ ଯେତେବେଳେ ବି ଚାହିଁବେ  ପୂରା ଚାଟ ମ୍ୟୁଟ୍ କରିପାରିବେ। ତଥ୍ୟ ଲୁକାୟିତ ହୋଇ ରହିବ । ଆପଣଙ୍କ ତଥ୍ୟ କେହି କପି କିମ୍ବା ଚୋରି କରି ନେଇପାରିବେ ନାହିଁ। ପୂର୍ବରୁ […]

ପରୀକୁ ନ୍ୟାୟ ଦେବାକୁ ଦାବି; ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ପରୀକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସଂପୃକ୍ତ ନେଇ ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ସିବିଆଇ ତଦନ୍ତ କରାଇବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ବିଜେପି ବିଧାୟକମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜଭବନରୁ ବାହାରିବା ପରେ […]

7
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୩୧ତମ କୋଣାର୍କ ମହୋତ୍ସବ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଚାଲିବ। ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ […]

rape
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଇଟାଭାଟି ମାଲିକ ଅଟକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଇଟାଭାଟି ମାଲିକଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଇଟାଭାଟିର ମାଲିକ ଲୁଲୁ ବେହେରାକୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ଲାଗି ନୀଳଗିରି ପୋଲିସ ବାଲେଶ୍ୱରରେ ପହଞ୍ଚିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶ୍ରମ ବିଭାଗ ଅଧିକାରୀ ଇଟାଭାଟିରେ ଚଢ଼ଉ କରିଛନ୍ତି। କାହିଁକି ନାବାଳିକାଙ୍କୁ ଇଟାଭାଟିରେ ରଖାଗଲା ସେନେଇ ଶ୍ରମ ଅଧିକାରୀ ଖୋଳତାଡ଼ […]

Bhadrak
ଖବର ସଂକ୍ଷେପରେ, ନଜର ପକାଇ ନିଅନ୍ତୁ ରାଜ୍ୟର କିଛି ଖବର ଉପରେ....

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃ ନିଯୁକ୍ତି ଦାବି କରି ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଜି…

gaur
ଏହିଦିନ ଜେଦ୍‌ଙ୍କ ଦୁଲ୍‌ହନ୍‌ ହେବେ ଗୌହର

ମୁମ୍ବାଇ: ବିବାହକୁ ନେଇ ବିଗ୍‌ ବସ୍‌ ୭ର ବିଜେତା ତଥା ଅଭିନେତ୍ରୀ ଗୌହର ଖାନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଖୁବ୍‌ ଶୀଘ୍ର ଜେଦ୍‌ ଦରବାର୍‌ଙ୍କୁ ବିବାହ କରିବେ ବୋଲି ଖୋଦ୍‌ ଗୌହର ଏହା ଘୋଷଣା କରିଥିଲେ। ଆଉ ଏବେ ବିବାହ ତାରିଖ ସାମ୍ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମରେ ଗୌହର ଫଟୋ ଶେଆର କରି #25thDec2020 ଦେଇଛନ୍ତି। ତେଣୁ ସେ ଡିସେମ୍ବର ୨୫ରେ ବିବାହ କରିପାରନ୍ତି ବୋଲି କୁହାଯାଉଛି। ଫଟୋରେ ଗୌହରଙ୍କ ସହ ଜେଦ୍‌ଙ୍କୁ‌ ମଧ୍ୟ ଦେଖିବାକୁ ମିଳିଛି।   […]

Narasingh_Mishra_eps_PIC
ସମ୍ବିତଙ୍କୁ ଚେତାବନୀ ଦେଲା କଂଗ୍ରେସ; କହିଲା- ‘କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିତଙ୍କୁ ଚେତାବନୀ ଦିଆଯାଇଛି। ସମ୍ବିତ ତାଙ୍କ ଅଭିଯୋଗ ନେଇ କ୍ଷମା ମାଗନ୍ତୁ। ନ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସମ୍ବିତ ପାତ୍ର ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି […]

‘ମୋତେ ଥାର୍ଡ ଫ୍ଲୋରରୁ ଖବର ଆସୁଛି...’

ଭୁବନେଶ୍ୱର: ସ୍ଥାନୀୟ ପୋଲିସ୍‌ ବିରୋଧରେ ନିଲମ୍ବିତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ପୋଲିସ୍‌ ଡିଜିଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ସମର୍ଥକ ଓ ସମ୍ପର୍କୀୟଙ୍କୁ ପୋଲିସ ହଇରାଣ କରୁଥିବା ସହ ଥାର୍ଡ ଡିଗ୍ରୀ ଦେଉଥିବା ପ୍ରଦୀପ ପାଣିଗ୍ରାହୀ ଚିଠିରେ ଉଲ୍ଲେଖ କରିଛନ୍ତି।  ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ପୁରୀ ହାଜତ ମୃତ୍ୟୁରୁ ପରୀ ହତ୍ୟା ପର୍ଯ୍ୟନ୍ତ ଅନେକ ଘଟଣାର ତଦନ୍ତ ହେଉନି। […]