ଦୁବାଇ: ଆଇପିଏଲ ୨୦୨୦ର ଆଜି ଫାଇନାଲ୍ । ଫାଇନାଲରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)। ଦୀର୍ଘ ୫୨ ଦିନ ଧରି କ୍ରିକେଟ ଫିଲ୍ଡରେ ଚାଲିଥିବା ଆଇପିଏଲ ମହାସମର ଆଜି ଶେଷ ହେବାକୁ ଯାଉଛି। ଆଇପିଏଲ୍ର ସବୁଠାରୁ ସଫଳ କ୍ୟାପ୍ଟେନ ରୋହିତ ଶର୍ମା ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଅଛନ୍ତି। ଦିଲ୍ଲୀ ଗତ ୧୨ ଥର ପଛରେ ପଡିବା ପରେ ଏଥର ପ୍ରଥମ ଥର ପାଇଁ ଫାଇନାଲ୍ରେ ପହଞ୍ଚି ପାରିଛି। […]
ଚେନ୍ନାଇ: ତାମିଲନାଡୁ କାଞ୍ଚିପୁରମ୍ ଜିଲ୍ଲାରେ ଜଣେ ଟିଭି ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଡ୍ରଗ୍ ଡିଲର୍ସଙ୍କ ଏକ ଗ୍ୟାଙ୍ଗ୍ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୋଲିସ୍ ୪ଜଣଙ୍କୁ ଗିରଫ କରିଛି। ରବିବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ୨୭ ବର୍ଷୀୟ ଇସ୍ରାଭେଲ୍ ମୋସେସ୍ଙ୍କୁ ଘରୁ ଡାକି ନେଇଥିଲେ। ହଠାତ୍ ତାଙ୍କୁ ଘରୁ ଡାକି ନେଇଯିବାରୁ ପରିବାର ଲୋକ ଭାବିଥିଲେ ଯେ, ସେମାନେ ତାଙ୍କ ସାଙ୍ଗ ବୋଲି। ହେଲେ ପରେ ଜଣାପଡ଼ିଥିଲା ଯେ, ସେମାନେ […]
ଦୁବାଇ: ଆଜି IPL ମହାସମର। ଦୁଇ ଶକ୍ତିଶାଳୀ ଟିମ୍ ମୁହାଁମୁହିଁ ହେବେ। କିଏ ହାତେଇବ ଟାଇଟଲ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ତେବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଚେତାବନୀ ଦେଇଛନ୍ତି। ରିକି ପଣ୍ଟିଂ ମୁମ୍ବାଇକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଆଜି ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ତାଙ୍କ ଟିମ୍କୁ ହାଲ୍କା ଭାବେ ନ ନିଅନ୍ତୁ। କାରଣ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆହୁରି […]
ବଦଳୁଛି ବସ୍ତିର ଭାଗ୍ୟ ରାଉରକେଲାର ବିଭିନ୍ନ ଛୋଟବଡ଼ ବସ୍ତିର ବଦଳିଛି ରୂପ ୧୩୦ଟି ବସ୍ତିରୁ ୬ଟି ବସ୍ତିରେ ହୋଇଛି ସୌନ୍ଦର୍ଯ୍ୟକରଣ ବସ୍ତିଗୁଡିକ ପୂର୍ବପରି ଆଉ ଅଳିଆ ଆବର୍ଜନା ହୋଇ ରହିନି ଲୋକଙ୍କ ମନମୋହୁଛି ବସ୍ତିର କାନ୍ଥବାଡରେ ଭଳିକି ଭଳି ଚିତ୍ର ରାଉରକେଲାର…
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୧୫ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଆଜି ଖୋର୍ଦ୍ଧାରେ ୮୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୫୪ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଭୁବନେଶ୍ୱରରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ସେହପରି, ବାଲେଶ୍ୱର, ବରଗଡ, ଖୋର୍ଦ୍ଧା, କେନ୍ଦୁଝରରୁ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ମୟୂରଭଞ୍ଜ ଓ ସମ୍ବଲପୁରରୁ ସର୍ବାଧିକ ୩ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ […]
ପାଟନା: ବିହାରରେ ଭୋଟ୍ ଗଣତି ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍ଡିଏ ଓ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଲାଗି ରହିଛି। ଗଣତି ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ, ଦୁଇ ମେଣ୍ଟ ମଧ୍ୟରେ ଖୁବ୍ କମ୍ ବ୍ୟବଧାନ ରହୁଛି। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା RJD ପ୍ରାର୍ଥୀ ତେଜ ପ୍ରତାପ ଯାଦବ ହସନପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ପଛରେ ଥିବାବେଳେ […]
ବାଲେଶ୍ୱର: ବାଲେଶ୍ୱର ବିଧାନସଭା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। କିଏ ହାତେଇବ ବାଲେଶ୍ୱର ଆସନ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ବାଲେଶ୍ୱରରେ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି ବିଜେଡି ଏହି ଆସନରେ ଆଗେଇଛି। ତେବେ ଏହି ଆସନରେ ସବୁଠାରୁ ଚର୍ଚ୍ଚାରେ ଥିବା ବେଣୁ ମଉସା ମଧ୍ୟ ଫଳାଫଳକୁ ନେଇ ବେଶ ଉତ୍ସାହିତ । ହେଲେ ତାଙ୍କର ଉତ୍ସାହ, ଉତ୍କଣ୍ଠା ଭିନ୍ନ ପ୍ରକାର। ବେଣୁ ମଉସା କହନ୍ତି, ଛାତି କାହିଁକି ମୋର ଧଡ ଧଡ […]
ତିର୍ତ୍ତୋଲ:ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଆସ୍ତେ ଆସ୍ତେ ସାମ୍ନାକୁ ଆସୁଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଦେଖିବାକୁ ମିଳୁଛି। ଏଠାରେ ବିଜେଡି ଆଗରେ ଥିବା ଜଣାପଡିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଗଲାଣି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁରେ ରହିଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ ବିଜେପି ଠାରୁ ଆଗରେ ରହିଛି । ଅନ୍ୟପକ୍ଷେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ନିଜ ଗଡରେ ନିଜେ ନିଖୋଜ ହୋଇଯାଇଛି କଂଗ୍ରେସ। […]
ପାଟନା: ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ସହଯୋଗୀ ପାର୍ଟି ବିଜେପିର ଭରସା ଉପରେ ଥିବା ଜଣାପଡ଼ିଛି। ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ, ଏନ୍ଡିଏ ୧୨୮ ସିଟ୍ରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୦୬ ସିଟ୍ରେ ଆଗୁଆ ରହିଛି। ନିର୍ବାଚନ କମିଶନ ଟ୍ରେଣ୍ଡସ୍ ଅନୁସାରେ, ସମସ୍ତ ୨୪୩ ଆସନରୁ ଏନ୍ଡିଏ ୧୨୭ଟି ସିଟ୍ରେ ଆଗୁଆ ଥିବାବେଳେ, ମହାମେଣ୍ଟ (କଂଗ୍ରେସ, ବାମ ଦଳ ଏବଂ ଆର୍ଜେଡି) ୧୦୦ଟି ସିଟ, ବିଏସ୍ପି ୧, ଏଆଇଏମ୍ଆଇଏମ୍ ୩ ଏଲ୍ଜେପି ୫ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ଜୋ ବାଇଡେନ ବହୁମତ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତତ ନୁହଁନ୍ତି। ଶୁଣିବାକୁ ମିଳୁଛି, ଯେଉଁଦିନ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସେହିଦିନଠାରୁ ଗିରଫଦାରି ପାଇଁ ଓଲଟା ଗଣତି ଆରମ୍ଭ କରିବେ। ତାଙ୍କ ବିରୋଧରେ ଏମିତି ଅନେକ ମାମଲା ରହିଛି ଯେଉଁଥିପାଇଁ ସେ ପଦରୁ ଇସ୍ତଫା ଦେବା ପରେ ପରେ ଜେଲ ଯାଇପାରନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, […]
ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ରିଲିଜ୍ ହୋଇଥିବା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’କୁ ଖରାପ ରେଟିଙ୍ଗ୍ ମିଳିଛି। ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ IMDbରେ ୧୦ରୁ କେବଳ ୨.୫ ରେଟିଙ୍ଗ୍ ମିଳିଛି। ଫିଲ୍ମକୁ ଦର୍ଶକମାନେ ପସନ୍ଦ କରିନଥିବା ଚର୍ଚ୍ଚା ହେଉଛି। ଫଳରେ ଖରାପ ରେଟିଙ୍ଗ୍ ମିଳିଥିବା ଜଣାପଡ଼ିଛି। ଫିଲ୍ମ ‘ଲକ୍ଷ୍ମୀ’ରେ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଭିନ୍ନ ଚରିତ୍ର ଓ ଲୁକ୍ରେ ଦେଖିବାକୁ ମିଳିଛି। ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ […]
ମସ୍କୋ: ଆର୍ଟିକ୍ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଋଷିଆର ନୋରିଲ୍ସ୍କ ସହର ଦେଇ ବହି ଯାଇଥିବା ଡାଲ୍ଡିକାନ ନଦୀର ପାଣି ନୀଳ ପରିବର୍ତ୍ତେ ବରଗୁଣ୍ଡି ରଙ୍ଗ ପରି ଦିଶୁଛି । ଏପରି ଅସ୍ୱାଭାବିକ ପରିବର୍ତ୍ତନର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେଟାଲ ପ୍ଲାଣ୍ଟ ଲିକ୍ […]
ୱାଶିଙ୍ଗଟନ୍: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆମେରିକାରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଦୀର୍ଘ ଦଶ ମାସ ଭିତରେ ଆମେରିକାରେ ୧୦ ମିଲିୟନ୍ ଅର୍ଥାତ ୧ କୋଟିରୁ ଉର୍ଦ୍ଧ୍ୱ କୋଭିଡ୍ କେସ୍ ଦେଖିବାକୁ ମିଳିଛି। ଜନ୍ ହପ୍କିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ ଆମେରାକା ଗତ ସୋମବାର ଏହି ମାଇଲ୍ଷ୍ଟୋନକୁ ଅତିକ୍ରମ କରିଛି। ସୋମବାର ଦିନ ଆମେରିକାର ୪୩ଟି ରାଜ୍ୟରେ ଗତ ସପ୍ତାହ ଅପେକ୍ଷା ୧୦ ଶତକଡ଼ାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି […]
ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି ମାମଲାରେ ପୋଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଓଟିଭି ଏମ୍ଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ। ୧୦ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ରହିଥିବା କହିଛନ୍ତି। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ ଭଳି ରହିଛନ୍ତି। ରାସନ ସାମଗ୍ରୀ ସରିଗଲାଣି, ଅତ୍ୟାବଶ୍ୟକ ଜିନିଷ ନଥିବା କହିଛନ୍ତି ରଣଧୀର। ପୋଲିସ ମାତ୍ରାଧିକ ଭାବେ ରାତି ଅଧିଆ ଚଢ଼ାଉ କରୁଛି। ପୋଲିସର ଏଭଳି ଗୁଣ୍ଡାଗିରି […]
ମୁମ୍ବାଇ: ଫୁଟ୍ପାଥରୁ ବଲିଉଡ୍ ଯାତ୍ରା ଓ ପରେ ଅଶୋଭନୀୟ ଆଚରଣ ପାଇଁ ଲୋକପ୍ରିୟତା ହରାଇଥିବା ଗାୟିକା ରାନୁ ମଣ୍ଡଳଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ରାନୁ ଏକ ବାୟୋପିକ୍ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କର ବାୟୋପିକ୍ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତ ରାନୁ ମଣ୍ଡଳ ଗାଇବେ । ଏଥିରେ ଦୀପିକା ସରୋଜିନୀ ନାଇଡୁଙ୍କ ଭୂମିକାରେ ଅଭିନୟ କରିବାକୁ ଥିବା ଫିଲ୍ମଟିକୁ ଲେଖିଛନ୍ତି ଧୀରଜ ମିଶ୍ରା। ଏ ନେଇ ରାନୁଙ୍କର ଏକ […]
ଭୁବନେଶ୍ୱର: ଖପର ଘରର ରାପରଙ୍କୁ ଓଲିଉଡ୍ ଅଫର। ଓଡ଼ିଆ ସିନେମାରେ ଗୀତ ଗାଇବେ କଳାହାଣ୍ଡିର ଡୁଲେ ରାପର। ୟୁଟ୍ୟୁବ୍ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଡୁଲେଶ୍ଵର ତାଣ୍ଡିଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଆ ରାପ୍ ଗାଇ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ ହୋଇଥିବା ଡୁଲେଶ୍ୱର ତାଣ୍ଡି ପ୍ରେମାନନ୍ଦଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ଜିଓ ଵାଲା ଆଣ୍ଟି’ ନାମର ଏକ କମର୍ସିଆଲ୍ […]
ରାଞ୍ଚି: ଏନ୍ଡିଏ ଠାରୁ ଆର୍ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ନିରାଶ ହୋଇଗଲେ ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ହଠାତ୍ ଟିଭି ବନ୍ଦ କରିଦେଇ ସିଧା ଯାଇ ବଙ୍ଗଳାର ଲନ୍ରେ ବସି ପଡ଼ିଲେ। ଲାଲୁଙ୍କର ଏହି ଫୋଟେ ଏବେ ଭାଇରାଲ୍ ହେଉଛି। ସୂଚନା ଅନୁସାରେ, ରାଞ୍ଚି ରିମ୍ସ ହସ୍ପିଟାଲର କେଲ୍ଲି ବଙ୍ଗଲୋରେ ଲାଲୁପ୍ରସାଦ ଯାଦବଙ୍କର ଚିକିତ୍ସା ଚାଲିଛି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ଲାଲୁ ଟିଭି ସାମ୍ନାରେ ବସିଯାଇଥିଲେ। […]
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି। ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସହ ୨୨ ବିଧାୟକ ମଧ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ହେଉଥିବା ୨୮ ଆସନ ମଧ୍ୟରୁ […]
ଭୁବନେଶ୍ୱର: କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନେ ବାହାରକୁ ବାହାରିପାରୁନାହାନ୍ତି। ଖେଳିବାକୁ ମଧ୍ୟ ଯାଇପାରୁନାହାନ୍ତି। ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ। ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦାଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ସେ କଥା ହେବା ସହିତ ସେମାନଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି। ଭିଡିଓ କଲ୍ […]