ତାଇପେଇ: ସାଧାରଣତଃ ନିଜ ପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସିଥାଏ। ଆଉ ସେଇ ସମୟରେ ହିଁ ସେଇ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ହେଲେ ଯଦି କୁହାଯିବ ଯେ, ନିଜ ପସନ୍ଦର ଖାଦ୍ୟ ନାଁ ଶୁଣି କେହି କୋମାରୁ ଚାଲି ଆସିବା, ହୁଏତ ଏହାକୁ କେହି ବିଶ୍ୱାସ କରିବେ ନାହିଁ। ହେଲେ ଏମିତି କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ତାଇୱାନ୍ରେ। ୧୮ ବର୍ଷୀୟ ଯୁବକ ଚିୟୁ ୬୨ ଦିନ ହେବ […]
ବରଗଡ: ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ୍ ପୂରାଇବା ଏବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଭୁଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ଘଟଣାଟି ୨୦୧୬ର। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା ଏବଂ ନାବାଳକଙ୍କ ହତ୍ୟା […]
ଭୁବନେଶ୍ୱର: କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ନିକଟରେ ଥିବା ବିଗ୍ ବଜାର ଓ ବିଶାଲ ମେଗା ମାର୍ଟକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସିଲ୍ କରାଯାଇଛି। ସେହିପରି ଲୁଇସ୍ ରୋଡ୍ ସ୍ଥିତ ଉତ୍କଳ ଇନ୍ ବାର୍ ଓ…
ଯାଜପୁର/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଜଣ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଯାଜପୁର ଧର୍ମଶାଳା ସବ୍ରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଛି। ରତ୍ନାକରଙ୍କ ଚହଟା ସ୍ଥିତ ପୈତୃକ ଘର ସମେତ ୭ଟି ଅଞ୍ଚଳରେ ଚଢ଼ଉ ହୋଇଛି। ରତ୍ନାକରଙ୍କ ଚହଟା ଘର ଯାଞ୍ଚ ବେଳେ ନଗଦ ୮ ଲକ୍ଷ […]
ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକାକରଣ ହୋଇଛି ଏବେ କୋଭିସିଲ୍ଡ ୧୯ ହଜାର ଓ କୋଭାକ୍ସିନ୍ ଟିକା ୩ ଲକ୍ଷ ଉପରେ ଅଛି ଟିକା ନଥିବାରୁ ୧୬ ଜିଲ୍ଲାରେ…
ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଯାଇପାରିବେ। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ଭିତରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ନୂଆ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଅର୍ଥ ବହନ କରିବ ବୋଲି କୁହାଯାଇଛି । ସଂସ୍ଥା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ ଭରଣା କରିବ କେନ୍ଦ୍ର । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ୍ ଦେବ କେନ୍ଦ୍ର । ଅର୍ଥାତ୍ ସଂସ୍ଥା ଦେବାକୁ […]
ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବା ସହ ନୂଆ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ସହରୀ ଗରିବଙ୍କ ପାଇଁ ପକ୍କାଘର ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର। ଏ ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ସହରରେ ରହୁଥିବା ଗରିବଙ୍କ […]
ନୂଆଦିଲ୍ଲୀ: ମଣିପୁର ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଆୟୋଜିତ ହୋଇଯାଇଛି ବିଜେପିର ସୁପର୍ ଶୋ। ମଣିପୁରର ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି। ଆଉ ଏହି ୪ଟି ଆସନକୁ ଅକ୍ତିଆର କରିଛି ଦଳ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ। ଦିଲ୍ଲୀରୁ ମଣିପୁର ଆସି ବୈଜୟନ୍ତ ଦଳକୁ ସମ୍ଭାଳିଥିଲେ। ନେତାଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ଉପନିର୍ବାଚନରେ ଅଭୂତ ପୂର୍ବ […]
ଢେଙ୍କାନାଳ: ପ୍ରଶାସନ ଶୁଣିଲାନି କି ପୋଲିସ୍ ସାହାଯ୍ୟ କଲାନି, ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ବାପା ଓ ଝିଅ। ଏଭଳି ସମ୍ଭେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରଜଙ୍ଗ ଥାନା ଅଞ୍ଚଳର ରବି ବେହେରା ଓ ଝିଅ ସବିତା ବେହେରା। ଅଭିଯୋଗ ଅନୁସାରେ, ସ୍ଥାନୀୟ ସାଆନ୍ଦା ସରବେରେଣୀ ଗାଁର ରବି ବେହେରାଙ୍କ ଘର ଓ ଜମି ଗାଁର କିଛି ଲୋକ ଜୋରଜବରଦସ୍ତ ମାଡ଼ି ବସିବାକୁ […]
#SpecialStory #India #LIC #JeevanAkshay #NewPolicy #Pension
ଭୁବନେଶ୍ୱର: କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କାମ କରାଯିବ। ସେହି କାମ ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସବୁ କାମ କରିବାକୁ ୪ ମାସ ସମୟ ଲାଗିବ। […]
ୱାଶିଂଟନ: କରୋନା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ଏହି ମହାମାରୀ ଦ୍ରୁତ ଗତିରେ ବଢୁଛି। ଏହି ସବୁ ସ୍ଥାନକୁ ଯାଇଥିବା ଲୋକେ ସୁପର୍ ସ୍ପ୍ରେଡର୍ ପାଲଟିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ନର୍ଥେଓ୍ୱଷ୍ଟର୍ଣ୍ଣ ୟୁନିଭରସିଟିର ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକଙ୍କ ସଂପର୍କରେ ଡାଟା ସଂଗ୍ରହ କରାଯାଇଥିଲା। ସେମାନେ କେଉଁ ଜାଗାକୁ ଯାଇଥିଲେ, କେତେ ସମୟ ରହିଥିଲେ, କାହା କାହା ସଂସ୍ପର୍ଶରେ ଆସିଥିଲେ, […]
ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ… ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ ସନ୍ତୁଳନ ରକ୍ଷା କରି ଚାଲିପାରୁଛନ୍ତି। ଏହାର କାରଣ ନଦୀଟିରେ ଏତେ ପରିମାଣର ପ୍ଲାଷ୍ଟିକ୍ ଜମା ହୋଇଛି ଯେ ପାଣି ମଧ୍ୟ ଦେଖାଯାଉନାହିଁ। ଯାହାଫଳରେ ବ୍ୟକ୍ତି ଜଣକ ନଦୀ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତର ପୂର୍ବତନ ସଫଳ କ୍ୟାପ୍ଟେନ୍ ବା କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷ କରିବା ପାଇଁ ଆଗଭର ହେଉଥିବା ଶୁଣିବାକୁ ମିଳୁଛି। ସେ ତାଙ୍କର ରାଞ୍ଚି ସ୍ଥିତ ଫାର୍ମ ହାଉସ୍ରେ କଡ଼କନାଥ ଚିକେନ୍ ଫାର୍ମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଝାବୁଆରେ କଡ଼କନାଥ କୁକୁଡ଼ା ଚାଷ କରୁଥିବା ଚାଷୀଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ପାଖାପାଖି ୨ ହଜାର କୁକୁଡ଼ା ଛୁଆ ଅର୍ଡର କରିଛନ୍ତି। ମଧ୍ୟପ୍ରଦେଶର ଜଣେ କୁକୁଡ଼ା […]