• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bhubaneswar
ଭୁବନେଶ୍ୱରରୁ ୨୯୦ କରୋନା ପଜିଟିଭ ଚିହ୍ନଟ, ୩୫୨ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୯ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୧୧ ରହିଛି। ସେହିପରି ଆଜି ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। Update on newly detected #COVID19 cases in the last 24 hrs under the BMC area on 11th Oct 2020(till 9am). pic.twitter.com/afMUlGZGa9 […]

hospita
କରୋନାରେ ମୃତ୍ୟୁ ପରେ ମୃତକଙ୍କ ଟଙ୍କା, ସୁନା ହସ୍ପିଟାଲରୁ ଗାଏବ ?

ଭୁବନେଶ୍ୱର: କରୋନାରେ ମୃତ୍ୟୁ ପରେ ମୃତକଙ୍କ ବ୍ୟବହାର ଜିନିଷ ଫେରି ପାଉନାହାନ୍ତି ସମ୍ପର୍କୀୟ। କୋଭିଡ ଡାକ୍ତରଖାନା ମାନଙ୍କରେ ଡ୍ୟୁଟିରେ ଥିବା ଷ୍ଟାଫ୍‌ମାନେ ମୃତକଙ୍କ ସାମଗ୍ରୀକୁ ଚୋରି କରି ନେଉଛନ୍ତି। ମ୍ୟାନେଜମେଣ୍ଟ ଦାୟିତ୍ଵରେ ଥିବା କର୍ମଚାରୀମାନେ ମଧ୍ୟ ଏ ସମ୍ପର୍କରେ ତଥ୍ୟ କିମ୍ବା ଖବର ରଖୁନାହାନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ବାରିପଦା ସହର ୨୬ନଂ ୱାର୍ଡ ମୁର୍ଗାବାଡି ଅଞ୍ଚଳର ନନ୍ଦ କିଶୋର ଦୀକ୍ଷିତ ଏପରି ଅଭିଯୋଗ ଆଣିଛନ୍ତି। ତାଙ୍କ ବାପା ବିଭୂତି ଭୂଷଣ ଦୀକ୍ଷିତ […]

farooq-abdullha
ଚୀନ ସହଯୋଗରେ ଜାମ୍ମୁ ଓ କାଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେବ ବୋଲି ଆଶା: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଲଦାଖ ସୀମାରେ ଚୀନ ଏପରି ଆକ୍ରମଣାତ୍ମକ ରୂପ ଦେଖଉଛି ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦକୁ ଚାଇନା ଆଦୌ ଗ୍ରହଣ କରି ନାହିଁ। ଏଥିପାଇଁ ଲଦାଖ ସୀମାରେ ଚୀନ ଏପରି ସ୍ଥିତି କରିଛି। ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି। ସେ କହିଛନ୍ତି “ଲଦାଖ ସୀମାରେ ଚାଇନା […]

corona
କାମ ଦେଲାନି ୫୦ ଦିନର ଲକ୍‌ଡାଉନ୍, ଫେଲ୍‌ ମାରିଲା ରାଜ୍ୟ ସରକାରଙ୍କ କୋଭିଡ୍‌ ବିରୋଧୀ ରଣନୀତି

ଭୁବନେଶ୍ୱର: ଲଗାତାର ୫୦ ଦିନ ଧରି ଲକ୍‌ଡାଉନ୍ ବି କାମ ଦେଲାନି । ଏବେ ଅନଲକ୍ ମୁହାଁ ହୋଇଥିଲେ ବି ରାଜ୍ୟରେ ନା ଦୈନିକ ସଂକ୍ରମଣରେ ସୁଧାର ଆସୁଛି, ନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁଛି । ଜୁନ୍ ଶେଷ ସପ୍ତାହରୁ…

Untitled-1
ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ଦୁବାଇ: ଆଇପିଏଲର ୨୬ ତମ ମ୍ୟାଚ୍‌ରେ ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ  ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଛି। ଆଜି ମ୍ୟାଚ୍‌ରେ ଖେଳୁଛନ୍ତି: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ: ଡେଭିଡ ୱାର୍ଣ୍ଣର (କ୍ୟା), ଜନି ବେୟାରଷ୍ଟୋ […]

rape-case
ବ୍ୟାଙ୍କରୁ ଟଙ୍କା ଜମା କରି ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା

ବକ୍ସର: ଉତ୍ତରପ୍ରଦେଶ ପରେ ଏବେ ବିହାରରେ ବି ଛାତି ଥରାଇ ଦେଲା ଭଳି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରବିବାର ବିହାର ବକ୍ସର ଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରି ମହିଳାଙ୍କ ଶାଢ଼ିରେ ବାନ୍ଧି ଉଭୟଙ୍କୁ ବୁଦା ଭିତରକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳ ଦେଇ ଯାଉଥିବା ଗାଁ ଲୋକେ ପ୍ରଥମେ ମହିଳାଙ୍କୁ ବେହୋସ୍ ଅବସ୍ଥାରେ ଦେଖିବା ପରେ ଖବର ବ୍ୟାପୀ ଯାଇଥିଲା। ଏହାପରେ ଉକ୍ତ […]

rainfall
ଆସୁଛି ବର୍ଷା, ସତର୍କ ରୁହ: SRC

ଭୁବନେଶ୍ୱର: ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ SRCଙ୍କ ଚିଠି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଦୁଷ୍ଟିରୁ ସଜାଗ ରହିବାକୁ କୁହାୟାଇଛି। ବର୍ଷା ସହ ୪୫ରୁ ୫୫ କିଲୋମିଟର ବେଗରେ […]

atm
ଭୁବନେଶ୍ୱର ATM ଲୁଟ୍ ଘଟଣା କିଏ ଦାୟୀ? ପ୍ରତିକ୍ରିୟା ରଖିଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ସମନ୍ୱୟ ଅଭାବରୁ ଲୁଟ୍ ହୋଇଛି। ପଟିଆ ଷ୍ଟେସନ୍ ରାସ୍ତାର ପିଏନବି ATMରୁ ଲୁଟ୍ ଘଟଣାରେ ପ୍ରତିକ୍ରିୟା ରଖିଛି କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ୍‌ ଜୋନ୍-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି ଯେ ବ୍ୟାଙ୍କ, ମେଣ୍ଟେନାନ୍ସ ଓ ଟଙ୍କା ରଖୁଥିବା ସଂସ୍ଥା ମଧ୍ୟରେ ସମନ୍ୱୟ ନଥିଲା। ୯ ତାରିଖ ରାତିରୁ ଏଟିଏମ୍ ବନ୍ଦ ଥିଲା, ସୁରକ୍ଷା ବ୍ୟବସ୍ଥା କିଛି ବି ନଥିଲା। ବୈଷୟିକ ଜ୍ଞାନ ଥିବା ଏକ୍ସପର୍ଟଙ୍କର ସଂପୃକ୍ତି ଥିବା ଜଣାପଡୁଛି। ଲୁଟ୍‌ରେ ବାହାର ରାଜ୍ୟର […]

h
ଛକା ମାରି ରାଜସ୍ଥାନକୁ ଜିତାଇଲେ ରିୟାନ

ଦୁବାଇ: ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲର ୨୬ ତମ ମ୍ୟାଚ୍‌କୁ ରାଜସ୍ଥାନ ରୟାଲ୍ସ ଜିତି ନେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହାର ପିଛା କରି ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ହାତେଇ ନେଇଛି। ୧୯ ଓଭରର ୫ମ ବଲ୍‌ରେ ରିୟାନ୍‌ ଏକ ଛକା ମାରି ମ୍ୟାଚ୍‌କୁ ଜିତାଇଥିଲେ। ପ୍ରଥମରୁ ଦଳ ୩ଟି ୱିକେଟ୍ ହରାଇ ଦୃବଳ ସ୍ଥିତିରେ ଥିଲା। ଏହାପରେ […]

corona
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ- ୩୬୬, ମୟୂରଭଞ୍ଜ- ୩୬୨, ଅନୁଗୁଳ- ୨୮୮, ଷ୍ଟେଟ୍ ପୁଲ୍- ୨୨୫, ଯାଜପୁର- ୧୫୫, କେନ୍ଦ୍ରାପଡ଼ା-୧୩୧, ବରଗଡ଼- […]

puri
ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ: ପୁରୀ ବେଳାଭୂମିର ଗୋଟିଏ ଅଂଶକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି। ଡେନମାର୍କର ଫାଉଣ୍ଡେସନ ଫର୍ ଏନଭାରନମେଣ୍ଟାଲ ଏଜୁକେସନ- (FEE) ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦିଆଯାଇଛି। ଫଳରେ ଏଠାରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ସୁବିଧା ମିଳିପାରିବ। ବିଶେଷ କରି ବାଥିଂ ଜୋନ, ସୁରକ୍ଷିତ ସ୍ଥାନ, ଟଏଲଟ ବ୍ୟବସ୍ଥା ସହ ସନ୍ତୁଳିତ ପରିବେଶ, ଚେଞ୍ଜିଂ ରୁମ୍, ପରିଷ୍କାର ପରିଛନ୍ନ ସମୁଦ୍ର […]

ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ। ତାଙ୍କ ନାଁରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଖୋର୍ଦ୍ଧା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଜେପି ମିଶ୍ରଣ ପର୍ବରେ ସାଂସଦ ଗାଇଡ ଲାଇନ୍ ମାନି ନାହାନ୍ତି। ବେଗୁନିଆର ପାଟପୁରରେ ମିଶ୍ରଣ ପର୍ବ ବେଳେ ଗାଇଡ୍ ଲାଇନ୍ ଭାଙ୍ଗିଛନ୍ତି। ସାଂସଦ ଉପସ୍ଥିତ ଥିବା ମିଶ୍ରଣ ପର୍ବରେ ଶହ ଶହ ଲୋକ ମାସ୍କ ପିନ୍ଧି ନଥିଲେ। ଏନେଇ ରାଇମୋହନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ […]

loot
ମଲ୍‌ ଆଗରୁ ଝାମ୍ପିନେଲେ ଯୁବତୀଙ୍କ ପର୍ସ ଓ ମୋବାଇଲ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ରସୁଲଗଡ଼ ସ୍ଥିତ ଏକ ମଲ୍ ନିକଟରୁ ଜଣେ ଯୁବତୀଙ୍କ ଠାରୁ ହୋଇଛି ଛିନ୍ତାଇ। ବାଇକ୍‌ରେ ଆସି ପର୍ସ ଓ ମୋବାଇଲ୍ ଝାମ୍ପିନେଇ ଚମ୍ପଟ ମାରିଛନ୍ତି ୨ ଦୁର୍ବୃତ୍ତ। ଏନେଇ ଲୁଟର ଶିକାର ହୋଇଥିବା ଯୁବତୀ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ଦୁର୍ବୃତ୍ତ ଚୋରି ପାଇଁ ବ୍ୟବହାର କରିଥିବା ଗାଡ଼ିରେ ନମ୍ବର ପ୍ଲେଟ ନଥିଲା। ସେମାନେ ଲୁଟ ପରେ ରଙ୍ଗ୍ ରୁଟରେ ପଳାଇଥିବା ଏତଲାରେ ଲୁଟର ଶିକାର ଯୁବତୀ […]

c
ଯବାନ ପୁଅର ଆକ୍ରମଣରେ ବାପା ମୃତ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ ପ୍ରଦେଶରେ ଅବସ୍ଥାପିତ ଥିଲେ। ଛୁଟି ନେଇ ସେ  ଘରକୁ ଆସିଥିବା ଜଣାପଡ଼ିଛି। ଘଟଣା ଅନୁସାରେ କୌଣସି କାରଣରୁ ଘରୋଇ କଥାକୁ ନେଇ ପରିବାର ଏବଂ ଯବାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ଉଗ୍ରରୂପ ନେବାରୁ ଅଭିଯୁକ୍ତ ଯବାନ ପୁଅ ବାପାକୁ ଏକ ଭୁଜାଲିରେ ଆକ୍ରମଣ […]

Petrol
ବେଲଗାମ୍‌ ପେଟ୍ରୋଲ ଦର, ରାଜଧାନୀରେ ୧୦୦ ପାର୍‌, ତିନି ଟଙ୍କା ଦୂରରେ ଡିଜେଲ.. ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଗଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରେ ଜନତା ଆକ୍ତାମାକ୍ତା ହେଉଥିବା ବେଳେ କ୍ରମାଗତ ତୈଳ ଦର ବୃଦ୍ଧି ସିଧା ସେମାନଙ୍କ ପକେଟ୍‌କୁ ମାଡ଼…

କିଛି ଘଣ୍ଟା ମଧ୍ୟରେ ଡିପ୍‌-ଡିପ୍ରେସନ୍‌ର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତ(ଡିପ୍ରେସନ୍‌)ର ରୂପ ନେଇଥିବା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ୱେଲ୍‌ମାର୍କଡ୍ ଲୋ-ପ୍ରେସର(ଲଘୁଚାପ) ଆସନ୍ତା କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ(ଡିପ୍‌-ଡିପ୍ରେସନ୍‌) ପରିଣତ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବିଶାଖାପାଟଣାରୁ ୩୧୦ କି.ମି. ଦକ୍ଷିଣପୂର୍ବ ଦିଗରେ ରହିଛି। ଆଜି ମଧ୍ୟରାତ୍ରିରେ ଏହା ବିଶାଖାପାଟଣା ଓ ନର୍ସାପୁର ମଧ୍ୟରେ ଅତିକ୍ରମ କରିପାରେ। ଏବେ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ଓଡ଼ଶାର ଅଧିକାଂଶ ଜିଲ୍ଲାରେ […]

12131
ହାଇକୋର୍ଟରେ ହାଥରସ୍‌ ମାମଲାର ଶୁଣାଣି ଆଜି, କଡା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଯାଉଛନ୍ତି ପୀଡିତାଙ୍କ ପରିବାର

ଲକ୍ଷ୍ନୌ:ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ଆଜି ଶୁଣାଣି । ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍‌ ରାଜନ ରାୟଙ୍କ ବେଞ୍ଚ ଶୁଣାଣି କରିବ। ଅପରାହ୍ନ ୨.୧୫ରେ ଶୁଣାଣି ଆରମ୍ଭ ହେବ। ଅକ୍ଟୋବର ୧ରେ ହାଇକୋର୍ଟ ଏହି ମାମଲାରେ ଏସିଏମ, ଡିଜିପି, ଏଡିଜି ( ଲ ଆଣ୍ଡ ଅର୍ଡର), ହାଥରସ ଡିଏମ ଏବଂ ଏସପିଙ୍କୁ କୋର୍ଟ ସମନ ଜାରି କରିଥିଲେ।  ଏଥି ସହିତ ମୃତ […]

ms dhoni
ଧରାପଡ଼ିଲା ଧୋନିଙ୍କ ଝିଅକୁ ଧମକ ଦେଇଥିବା ନାବାଳକ

ଅହମଦାବାଦ: ପୋଲିସ୍ ହାତରେ ଧରାପଡ଼ିଲା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅକୁ ଧମକ ଦେଇଥିବା ନାବାଳକ। ରବିବାର ଦିନ ଗୁଜରାଟ କଚ୍ଛ ଜିଲ୍ଲାରୁ ଏହି ୧୬ ବର୍ଷୀୟ ନାବାଳକଙ୍କୁ ପୋଲିସ୍‌ ଧରିବା ସହ ତାଙ୍କୁ ଅଟକ ରଖିଛି। ଚଳିତ ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍(CSK) ଭଲ ପ୍ରଦର୍ଶନ କରୁ ନ ଥିବା ଦେଖିବାକୁ ମିଳିଛି। ଲଗାତର ଭାବେ CSK ପରାଜୟର ସାମ୍ନା କରୁଥିବା ଯୋଗୁ ଏହାକୁ ନେଇ […]

ଆଜିଠୁ ଆରମ୍ଭ OJEE, ୩ଟି ସିଫ୍ଟରେ ହେବ ପରୀକ୍ଷା

ଭୁବବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି Odisha Joint Entrance Examination (OJEE)। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। JEE(Main) ଢାଞ୍ଚାରେ କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ଏବଂ ଅପରାହ୍ଣ ୪ଟାରୁ ୬ଟା ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ। କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। […]

1233
ରିୟାଙ୍କ ଓକିଲ ଦେଲେ ଚେତାବନୀ; ବଦ୍‌ନାମ କରୁଥିବା ବ୍ୟକ୍ତିଙ୍କୁ...

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଓକିଲଙ୍କ ମୁହଁରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଭ୍ରମାତ୍ମକ ଖବର ଦେଉଥିବା ତଥା ଉସ୍‌କାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ଏହି ମାମଲାରେ ଏନସିବି ସେପ୍ଟେମ୍ବର ୮ ତାରିଖ ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ […]

corona-world
୨୪ ଘଣ୍ଟାରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧୦୪୦ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରେ ୨ ଓ ବାଲେଶ୍ୱରରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯାଜପୁର, ସୁନ୍ଦରଗଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, ନବରଙ୍ଗପୁର, ଜଗତ୍‌ସିଂହପୁରରେ ଜଣେ ଲେଖାଏ […]