• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1
ଧୋନି ବାହିନୀକୁ ୧୭୦ ରନ୍‌ର ଟାର୍ଗେଟ୍‌ ଦେଲା ଆରସିବି

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଦୃଢ଼ ବ୍ୟାଟିଂ ବଳରେ ବାଙ୍ଗାଲୋର ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୬୯ ରନର ସ୍କୋର କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ଜିତି ପ୍ରଥମେ ବିରାଟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ୩ୟ ଓଭର୍‌ରେ ଆରୋନ ଫିଞ୍ଚ(୨)ଙ୍କୁ ହରାଇଥିଲା। ଏହାପରେ ଦେବଦତ୍ତ […]

election
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ଲୋକେ ପଠାଇ ପାରିବେ ଭିଡିଓ

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ CEOଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧତ୍କାରୀ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମ ଭୋଟରଙ୍କୁ ଭେଟିବାକୁ ପରାମର୍ଶ ଦିଆଯାଇଛି। ୧୪ ତାରିଖ ସୁଦ୍ଧା ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭେଟିବାକୁ ପରାମର୍ଶ ଦିଆଯାଇଛି। ସର୍ଭିସ୍ ଭୋଟରମାନଙ୍କୁ ETPBS ସେବା ମାଧ୍ୟମରେ ଭୋଟ […]

shayara-bano
ବିଜେପିରେ ମିଶିଲେ ତିନି ତଲାକ ବିରୋଧରେ ଲଢ଼ିଥିବା ଶାୟରା ବାନୋ

ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ିଥିବା ମୁସଲମାନ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗତଙ୍କ ଉପସ୍ଥିତିରେ ଶାୟରା ଆଜି ଦେହରାଡୁନ ଠାରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଶାୟରାଙ୍କ ସାମିଲ୍‌ ନେଇ ଉତ୍ତରାଖଣ୍ଡ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍‌ରେ ଲେଖିଛି “ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାହସୀ ମହିଳା […]

chirag
ବାପାଙ୍କୁ ମୁଖାଗ୍ନି ଦେବା ବେଳେ ଅଚେତ୍ ହୋଇ ତଳେ ପଡ଼ିଗଲେ ଚିରାଗ: ଦେଖନ୍ତୁ ଭିଡିଓ

ପାଟନା: ବାପାଙ୍କୁ ହରାଇବା ପରେ ପୁଅ କେମିତି ବେସାହାରା ମନେ କରେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର। କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଅବସ୍ଥା ବି ଠିକ୍‌ ସେହିପରି। ବାପାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଚିରାଗ। ଆଜି ରାମ ବିଲାଶଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ବେଳେ ଧୈର୍ଯ୍ୟ ରଖି ପାରିନଥିଲେ ଚିରାଗ। ମୁଖାଗ୍ନି ଦେବା ପରେ ପରେ ହିଁ ସେ ସେଇଠି ଅଚେତ୍‌ ହୋଇପଡ଼ିଥିଲେ। ରାମ […]

earthquake
ବିଳମ୍ବିତ ରାତିରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ବିଷ୍ଣୁପୁର: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଗତକାଲି ରାତିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରେକର୍ଡ କରାଯାଇଛି। National Center for Seismologyର ସୂଚନା ଅନୁସାରେ, ରାତି ୧୧ଟା ୮ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବିଷ୍ଣୁପୁରରୁ ୩୦ କି.ମି. ଦୂରରେ ଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

rain
ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍‌ମାର୍କଡ୍‌ରେ ପରିଣତ ହୋଇଛି। ପଶ୍ଚିମ, ପଶ୍ଚିମ-ଉତ୍ତର ଦିଗରେ ଗତି କରି ୧୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ […]

amitabh-pic
୭୮ବର୍ଷରେ ପାଦ ଦେଲେ ବିଗ୍ ବି: ଉଚ୍ଚତା ଓ ଗମ୍ଭୀର କଣ୍ଠ ପାଇଁ ମିଳୁନଥିଲା ଫିଲ୍ମ

ମୁମ୍ବାଇ: ବିଜୁ, ବିଜୟ, ଆନ୍ଥୋନି ତ ଆଉ କେବେ ବାଗବାନର ଆଦର୍ଶ ବାପା ଚରିତ୍ରରେ ସେ ଦମ୍‌ଦାର ଅଭିନୟ କଲେ। ୟୁନିଫର୍ମରେ ଆଂଗ୍ରି ୟଙ୍ଗ ମ୍ୟାନ୍ ହେଲେ, ଡନ୍ ଫିଲ୍ମରେ ପିସ୍ତଲ୍ ଧରିଲେ। ହେମାଙ୍କଠୁ ଆରମ୍ଭ କରି ତବୁ। ରାଜେଶ ଖନ୍ନାଙ୍କଠୁ ଆୟୁଷ୍ମାନ୍ ଖୁରାନାପର୍ଯ୍ୟନ୍ତ ସବୁ ବର୍ଗର କଳାକାରଙ୍କ ସହ ସେ କାମ କରିଛନ୍ତି। ସେଥିପାଇଁ ୫ ଦଶନ୍ଧି ଧରି ବଲିଉଡ୍‌ରେ ତାଙ୍କ ରାଜୁତି ଚାଲୁଛି। ଆଉ କେହି ନୁହନ୍ତି ସେ ହେଉଛନ୍ତି ବିଗ୍‌ ଗି ଅମିତାଭ […]

ଇଞ୍ଜିନିୟରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ୍‌, ରଚା ଯାଇଥିଲା ଏମିତି ଷଡ଼ଯନ୍ତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ଏହି ଅପହରଣ କରାଯାଇଥିବା ନେଇ ପୋଲିସ୍‌ କହିଛି। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ମାମଲା ଉପରୁ ପରଦା ହଟିଛି। ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ପିଅନ ଅଫିସ୍‌ରେ ନ ଜଣାଇ ଅନେକ ସମୟରେ ଅନୁପସ୍ଥିତ ରହୁଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]

delhi
ଯୁବତୀଙ୍କ ସହ ଫ୍ରେଣ୍ଡ୍‌ଶିପ୍‌କୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା !

ନୂଆଦିଲ୍ଲୀ: ଯୁବତୀଙ୍କ ସହ ବନ୍ଧୁତ୍ୱକୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ଜଣଙ୍କୁ ପୋଲିସ୍‌ ହେପାଜତକୁ ନିଆଯାଇଥିବା ସୂଚନା ମିଳିଛି। ମୃତ ଛାତ୍ର ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ନିବାସୀ ରାହୁଲ। ଆକ୍ରମଣ ପୂର୍ବରୁ ସିସିଟିଭି ଫୁଟେଜରେ ରାହୁଲଙ୍କୁ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା। ପୋଲିସ୍‌ ସୂଚନା ଅନୁସାରେ, ରାହୁଲ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ୱ […]

big-b
ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ବିଗ୍‌ ବି, ତକିଆ ତଳେ ଜୋତା ରଖି ଶୋଉଥିଲେ

ମୁମ୍ବାଇ: ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୧୯୪୨ ମସିହା ଅକ୍ଟୋବର ୧୧ତାରିଖରେ ଉତ୍ତରପ୍ରଦେଶ ଆଲାହାବାଦ୍‌ରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ୨୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଥରେ ୱାହିଦା ରେହମାନ୍‌ଙ୍କ ଜୋତା ଉଠାଇଥିଲେ। ଯାହାକୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହେଉଥିଲା। ଥରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ରେ ଯୋଗ ଦେଇ ବିଗ୍‌ ବି କହିଥିଲେ, ‘ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନ୍‌ଙ୍କ ସହିତ କାମ […]

covid
 କରୋନା ଚିକିତ୍ସା ଓ ମୃତ୍ୟୁର ସମୀକ୍ଷା କରିବ ଜିଲ୍ଲା ସ୍ତରୀୟ କମିଟି

ଭୁବନେଶ୍ୱର: କରୋନା ଚିକିତ୍ସା ଓ ମୃତ୍ୟୁର ସମୀକ୍ଷା କରିବ ଜିଲ୍ଲା ସ୍ତରୀୟ କମିଟି। ଏହି କମିଟି ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସା କିଭଳି ଚାଲିଛି ତାହାର ଅଡିଟ୍ କରିବ। ଏହାସହ କରୋନା ଆକ୍ରାନ୍ତ/ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁର ମଧ୍ୟ ସମୀକ୍ଷା କରିବ ଏହି କମିଟି। ସମସ୍ତ ଜିଲ୍ଲାରେ ଏହି କମିଟି ଗଠନ ହେବ। ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲିଟି କମିଶନରଙ୍କ ଦ୍ୱାରା ଅଧିକୃତ ଜଣେ ଅଫିସର୍ ଏହି କମିଟିର ନେତୃତ୍ୱ ନେବେ। ଏଡିଏମ୍‌ଙ୍କ ଠାରୁ […]

kulapati
କୋଭିଡ୍‌ ନିୟମ ଭାଙ୍ଗିଲେ କୁଳପତି ଏବଂ କୁଳସଚିବ

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ କୁଳସଚିବଙ୍କ ନାଁରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ ଆଇନ୍ ଉଲଂଘନ ଅଭିଯୋଗରେ ଜଣେ ଛାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୪ ଦିନ ଧରି ଛାତ୍ର ମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରିଆଡମିଶନ୍ ଫି ଛାଡ ଦାବିରେ ଅନଶନ କରିଥିଲେ। ଭିସି ଏବଂ ରେଜିଷ୍ଟର ଛାତ୍ରମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ। ତେବେ ଏହି ସମୟରେ ଉଭୟ ଭିସି ଓ ରେଜିଷ୍ଟର […]

covid-yodha
କରୋନା ବିଜୟୀ ହେଲେ ଦୁଇ କରୋନା ଯୋଦ୍ଧା

କୋଣାର୍କ (ସଞ୍ଜୟ ପତି): କରୋନା ଯୁଦ୍ଧ ଲଢ଼ି ବିଜୟୀ ହୋଇଛନ୍ତି କୋଭିଡ୍ ଯୋଦ୍ଧା।  କୋଣାର୍କ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଦୁଇ କରୋନା ଯୋଦ୍ଧାଙ୍କ ଆଗରେ ହାର୍ ମାନିଛି କରୋନା। ଏହି ଦୁଇ ବିଜୟୀ ହେଲେ କୋଣାର୍କ ଅଗ୍ନିଶମ ବିଭାଗର ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଓ ଟ୍ରେନିଂ ଅଫିସର ତପନ କୁମାର ମହାନ୍ତି।  ଜ୍ୟୋତି ରଥଯାତ୍ରାରେ ଡ୍ୟୁଟିରେ ଯାଇଥିବାବେଳେ ଅନ୍ୟ ସହକର୍ମୀଙ୍କ ସହ ସେ କରୋନା ସଂକ୍ରମଣରେ ଅସୁସ୍ଥ ହୋଇପଡିଥିଲେ। ପରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ […]

covid-patient
'ବାପାର ଟିକେ ଚିକିତ୍ସା କରିଥିଲେ, ଆମ ପରିବାର ଭାଙ୍ଗିନଥାନ୍ତା'

କଳାହାଣ୍ଡି(ରାଜ୍‌ କୁମାର ସିଂ ଦେଓ): କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ। କୋଭିଡ୍ ଚିହ୍ନଟ ହେବା ପରେ ବି ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ରୁ ସ୍ଥାନାନ୍ତର କରାଗଲାନି। ଏଭଳି ଅଭିଯୋଗ ଆସିଛି ଭବାନୀପାଟଣାରୁ। ଗତକାଲି କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ କଷାକେନ୍ଧୁ ଗାଁର ଜଣେ ମଧୁମେହ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରିବାକୁ ୪ ଘଣ୍ଟା ବିଳମ୍ବ କରିଥିବା ତାଙ୍କ […]

ପୋଲିସ୍‌ SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଗିରଫ

ଗୌହାଟି: ଆସାମରେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର(SI) ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି। ପ୍ରଶ୍ନପତ୍ର ଲିକ୍‌ର ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୋଲିସ ଡିଜି ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି। ସୂଚନାଥାଉ କି, ସେପ୍ଟେମ୍ବର ୨୦ରେ ଆସାମର ପୋଲିସ୍ SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ଯୋଗୁ State Level Police Recruitment Board (SLPRB) ପରୀକ୍ଷାକୁ […]

weather
ଡିପ୍ରେସନ୍‌ର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ଗତକାଲି ପୂର୍ବ କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୱେଲ୍‌ମାର୍କଡ୍‌ରେ ପରିଣତ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ(ଡିପ୍ରେସନ୍‌)ର ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ(ଡିପ୍‌- ଡିପ୍ରେସନ୍‌)ର ରୂପ ନେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ ଠାରୁ ୪୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ୧୨ ତାରିଖ ରାତି ସୁଦ୍ଧା ଏହା ଆନ୍ଧ୍ର ଉପକୂଳ […]

corona-test 11
ଦିନକରେ ୨,୫୪୬ ଆକ୍ରାନ୍ତ‌ ଚିହ୍ନଟ, ଓଡ଼ିଶାରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୫୪୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୫୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୦୪ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୪୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଛି।

୨୪ ଘଣ୍ଟାରେ ଓଡ଼ିଶାରେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୦୨୨ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ, ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨, ଗଜପତି, ପୁରୀ, କୋରାପୁଟ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform […]

dacokta
ଏୟାରପୋର୍ଟର ଡମ୍ପିଂୟାର୍ଡରେ ଅଛି ବିଜୁଙ୍କ ଡାକୋଟା, ଆସିବ ତ ଓଡ଼ିଶା ?

ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ…

painter
ଫରୱାର୍ଡ ମେସେଜ୍‌ ବଞ୍ଚାଇଦେଲା ପଟ୍ଟଚିତ୍ର ଶିଳ୍ପୀଙ୍କ ଜୀବୀକା

ପୁରୀ: କରୋନା ପରଠାରୁ ସଙ୍କଟରେ ଓଡ଼ିଶାର ପଟ୍ଟ ଚିତ୍ର ଶିଳ୍ପୀ ବିପିନ ଦାସ । ପଟ୍ଟଚିତ୍ର ବିକ୍ରି ହେଉ ନ ଥିବାରୁ ଘରେ ଚୁଳି ଜଳୁନି । କେହି କଳାପ୍ରେମୀ ପଟ୍ଟଚିତ୍ର କିଣିଲେ ବିପିନଙ୍କ ଭଳି ପରିବାର ପେଟକୁ ଦାନା ଯୋଗାଡ଼…

chua
ପିଲା ଜନ୍ମ ପାଇଁ ସରକାର ଦେଉଛନ୍ତି ୪ଲକ୍ଷରୁ ଅଧିକ ଟଙ୍କା: ୩ଟି ପିଲା ଥିଲେ ରହିଛି ମାସିକିଆ ବୋନସ୍‌ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଜନସଂଖ୍ୟା ବଢିବାରେ ଲାଗିଛି। ଲୋକମାନେ ମଧ୍ୟ କମ୍‌ ସନ୍ତାନର ନିଷ୍ପତ୍ତି ନେଉଛନ୍ତି। ଆମେ ଦୁଇ ଆମର ଦୁଇ, ଆମେ ଦୁଇ ଆମର ଏକ ପରି ସ୍ଲାଗାଲ୍‌ ଦ୍ୱାରା ଲୋକଙ୍କୁ ଜନସଂଖ୍ୟା ସମ୍ପର୍କରେ ସଚେତନ କରାଯାଉଛି। କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠି ପିଲା ଜନ୍ମ ହେଲେ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଉପହାର ମୁଳୁଛି। ଜାପାନ ସରକାର ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏଠାରେ ସରକାର ବିବାହିତ ଦମ୍ପତିଙ୍କୁ […]

biryani
ବିରିୟାନି ପାଇଁ ଦେଢ଼ କିଲୋମିଟର ଯାଏ ଲମ୍ବା ଲାଇନ୍‌, ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ବିରିୟାନି ପ୍ରାୟତଃ ସମସ୍ତଙ୍କର ପସନ୍ଦ। ହେଲେ ବିରିୟାନି ଖାଇବା ପାଇଁ ରାତି ୩ ଟାରୁ ଧାଡ଼ିରେ ଛିଡ଼ା ହେବା କଥା ଶୁଣିଲେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି। କରୋନା କଟକଣାକୁ ଫୁ’ କରି ମଟନ ବିରିୟାନି ଖାଇବା ପାଇଁ ଦେଢ଼ କିଲୋମିଟର ଲମ୍ବା ଲାଇନ୍‌ରେ ଲୋକମାନେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ବେଙ୍ଗାଲୁରୁ ସିଟି ସେଣ୍ଟରରୁ ୨୫ କି.ମି. […]