• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

grasim
ଗ୍ରାସିମ୍ କମ୍ପାନୀରେ ଗ୍ୟାସ୍ ପାଇପ୍ ଫାଟିବା ଘଟଣା, ଆଖି ବୁଜିଲେ ଇଞ୍ଜିନିୟର

ବ୍ରହ୍ମପୁର: ଗଞ୍ଜାମ ସହର ସ୍ଥିତ ଗ୍ରାସିମ କମ୍ପାନୀରେ ଗ୍ୟାସ୍ ପାଇପ୍ ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି। ଗୁରୁତର ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଇଞ୍ଜିନିୟର ଅଭିଷେକ ପାଳଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗତକାଲି ହେଲ୍‌ପର ଶଙ୍କର ରାଉଳଙ୍କର ମୃତ୍ୟୁ ଘଟିଥିଲା। ଗତ ୭ ତାରିଖରେ ପ୍ଲାଣ୍ଟରେ କାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା ଏଥିରେ ଇଞ୍ଜିନିୟର ଅଭିଷେକ ପାଳ ଓ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ […]

delhi-pollution
ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା। ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି। ସେହିପରି ଆର.କେ ପୁରମରେ ୨୩୫ ରହିଥିବା ବେଳେ ରୋହିଣୀ ଅଞ୍ଚଳରେ ବାୟୁର ମାନ ୨୪୬ ରହିଛି। […]

chiken
ଦେଶୀ କୁକୁଡା ପତ୍ର ପୋଡା

ଆବଶ୍ୟକ ସାମଗ୍ରୀ :  ଲଙ୍କାଗୁଣ୍ଡ, ହଳଦୀ, ଦେଶୀ କୁକୁଡ଼ା, ଲୁଣ, ପିଆଜ ରସୁଣ ପେଷ୍ଟ, ସୋରିଷ ବଟା, ଜିରା ଧନିଆ ଡାଲଚିନି, ଇଲାଇଚି ପେଷ୍ଟ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ଦେଶୀ କୁକୁଡ଼ାରେ ଭଲ ଭାବରେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପିଆଜ ରସୁଣ ବଟା, ସୋରିଷ ବଟା, ଜିରା ଧନିଆ, ଗୁଜୁରାତି ଡାଲଚିନି ବଟା ଦେଇ ଭଲ ଭାବରେ ଗୋଳାନ୍ତୁ। ମସଲା ଭଲ ଭାବରେ ଗୋଳାଇଯିବା ପରେ ଏକ […]

sunil-narin
ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ; କ୍ଲିନ୍‌ଚିଟ୍ ନ ମିଳିଲେ ବୋଲିଂ ମନା

  ଦୁବାଇ: କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ ଆସିଛି। କାଲି ପଞ୍ଜାବ ବିପକ୍ଷରେ କୋଲକାତା ପାଇଁ ବୋଲିଂ ବେଳେ ତାଙ୍କ ବିରୋଧରେ ଚକିଂ ଅଭିଯୋଗ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ପ୍ରେସ୍‌ରିଲିଜ୍ ଜାରି କରିଛି। ମ୍ୟାଚ ବେଳେ ଚକିଂ ନେଇ ୨ ଫିଲ୍ଡ ଅମ୍ପାୟାରଙ୍କ ଅଭିଯୋଗ କରିଛନ୍ତି। ଜାରି ହୋଇଥିବା ପ୍ରେସ୍‌ରିଲିଜ ଅନୁସାରେ ଏବେ ସୁନୀଲଙ୍କୁ ଚେତାବନୀ ସହି ବୋଲିଂ କରିବାକୁ ଅନୁମତି ଦିଆଯାଇଛି। ପ୍ରେସ୍‌ ରିଲିଜ୍‌ରୁ କୁହାଯାଇଛି ଯେ […]

india-china
ଲଦ୍ଦାଖ ସୀମାରେ ପଇଁତରା ମାରୁଛି ଭାରତର ମିଗ୍-୨୯ ଲଢୁଆ ବିମାନ

ଲଦାଖ: ଚୀନ୍ ସହ ଉତ୍ତେଜନା ଭିତରେ ଅଧିକ ସଜାଗ ଭାରତୀୟ ଏୟାରଫୋର୍ସ। ଲଦ୍ଦାଖ ସୀମାରେ ପଇଁତରା ମାରୁଛି ମିଗ୍-୨୯ ଲଢୁଆ ବିମାନ। ଲେହ ଏୟାର୍ ବେସ୍‌ରେ ଶୀତ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ରଣନୀତି ଦୃଷ୍ଟିରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବାୟୁସେନା ପୋଜିସନ୍ ନେଇସାରିଥିବା ବେଳେ, ଏବେ ଓ୍ୱିଣ୍ଟର୍ ଷ୍ଟକିଂ ପାଇଁ ଚାଲିଛି କସରତ। କେବଳ ମିଗ୍ ନୁହେଁ, ଟ୍ରାନ୍ସପୋର୍ଟ ଏୟାର୍କ୍ରାଫ୍ଟ C-17 ଗ୍ଲୋବ୍ ମାଷ୍ଟର୍, ଆପାଚେ ଲଢ଼ୁଆ ହେଲିକପ୍ଟର ଓ ଚିନୁକ୍ ହେଭି ଲିଫ୍ଟ ଚପର୍ […]

cbi
ହାଥରସ ମାମଲା: ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ।

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଗତକାଲି ୟୁପି ପୋଲିସ୍‌ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ପୂର୍ବ ଆଧାରିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।  କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ୍ରମେ ଗତକାଲି ମାମଲାର ତଦନ୍ତ ଦାୟିତ୍ୱ ହାଥରସ୍ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର […]

ଗ୍ୟାସ୍‌ କଟରରେ କାଟି ATMରୁ ନେଇଗଲେ ୨୮ ଲକ୍ଷ ଟଙ୍କା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଲେ ATM ଲୁଟେରା। ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ କାଟି ATMରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟି ନେଇ‌ଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍‌ […]

hospital
ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍‌ରେ ମୃତ୍ୟୁ

କଟକ: ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB  ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି SCB ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ମହିଳା କାଲି ଆସିବା ପରେ ଆମେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲୁ। ଅଲ୍‌ଟ୍ରାସାଉଣ୍ଟ ବି କରିଥିଲୁ। ଡ. ଦଳେଇଙ୍କ ପାଖରେ ଆଡ୍‌ମିସନ ହୋଇଥିଲେ। ୧୮୪ ନମ୍ବର ବେଡ୍‌ରେ ଥିଲେ। ଆଜି ଦିନ ୧୨.୨୦ରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମାଲିଗ୍ନାନ୍ସି ସମସ୍ୟା ଥିଲା ବୋଲି ସେ ସୂଚନା […]

murder
ଘର ଭିତରୁ ମିଳିଲା JMM ନେତା ଓ ତାଙ୍କ ପତ୍ନୀଙ୍କ ମୃତଦେହ

ଧନ୍‌ବାଦ୍‌: JMM (Jharkhand Mukti Morcha) ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରୁ ମିଳିଛି। ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟଙ୍କ ମୃତଦେହ ଧନ୍‌ବାଦ୍‌ ଜିଲ୍ଲାରେ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ପୋଲିସ୍ ସୂଚନା ଅନୁସାରେ, ଶଙ୍କର ରୱାନି ଓ ତାଙ୍କ ପତ୍ନୀ ଉଭୟଙ୍କ ଶରୀରରେ ଗୁଳି ଓ ଛୁରାମାଡ଼ର ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ରବିବାର […]

atm-picture
ଏଟିଏମ୍‌ର ଆବିଷ୍କାର କେବେ ହୋଇଥିଲା? ପ୍ରଥମେ ଚେକ୍‌ ପୁରାଇ ଉଠାଯାଉଥିଲା ଟଙ୍କା

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍‌ର ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି ଏହି ମେସିନ୍‌ର ଆବିଷ୍କାର କେବେ ହୋଇଥିଲା? ଏଟିଏମ୍‌ ଅର୍ଥାତ୍‌ ଅଟୋମେଟେଡ୍‌ ଟେଲର୍‌ ମେସିନ୍ ବ୍ୟାକିଂ ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା। ସର୍ବ ପ୍ରଥମେ ଲଣ୍ଡନରେ ଏଟିଏମ୍‌ର ବ୍ୟବହାର ହୋଇଥିଲା। ଯଦିଓ ଏଇଟା ମଧ୍ୟ ଶୁଣିବାକୁ ମିଳେ ଯେ, ଆଧୁନିକ ଏଟିଏମ୍‌ର ବ୍ୟବହାର ସର୍ବପ୍ରଥମେ ୧୯୬୯ରେ ଆମେରିକାରେ ହୋଇଥିଲା। କିନ୍ତୁ ୧୯୬୭ରେ ଲଣ୍ଡନର ବାରକ୍ଲେଜ୍‌ ବ୍ୟାଙ୍କର ଏକ ଶାଖାରେ ଏଟିଏମ୍‌ ଲଗାସରିଥିଲା। […]

anup sahoo
ଆଇପିଏସ୍ ଅଫିସର ଅନୁପ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ

ଭୁବନେଶ୍ୱର: ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲା ଯାଇଛି। ଏନେଇ ଡିଆଇଜି ଅନୁପ ସାହୁ ଖୋଦ୍‌ ଏହି ସୂଚନା ଦେଇଛନ୍ତି। କେହି ଦୁର୍ବୃତ୍ତ ଫେସବୁକରେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଆକାଉଣ୍ଟର ପ୍ରୋଫାଇଲରେ ୟୁନିଫର୍ମରେ ଥିବା ଅନୁପଙ୍କ ଫଟୋ ମଧ୍ୟ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି।   ଏହି ଆକାଉଣ୍ଟର ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆସିଲେ ଗ୍ରହଣ ନ କରିବାକୁ ଅନୁପ ସାହୁ ଅନୁରୋଧ […]

anushka
ଅନୁଷ୍କାଙ୍କ ସହ ଫଟୋ ଉଠାଇଲେ ଶାହବାଜ ଅହମ୍ମଦ: କହିଲେ ‘ଫ୍ୟାନ୍‌ ବୟ ମୋମେଣ୍ଟ’

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସଦସ୍ୟ ଶାହବାଜ ଅହମ୍ମଦଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ସେଠାରେ ସେ ଶାହବାଜଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ଶାହବାଜ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ ଲେଖିଛନ୍ତି, […]

bjp
ରାଜ୍ୟର ୨ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ […]

jaganmoghan reddy
ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସିଜେଆଇଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚିଠି

ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ‌ ବୋବ୍‌ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ। ଜଗନ […]

heavy-rain
୨୪ ଘଣ୍ଟାରେ ଗଭୀର ଅବପାତ ! ୧୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସକାଳ ୫ଟା ୩୦ରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ରହିଛି। ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ ୪୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଓଡ଼ିଶାର ୧୩ ଜିଲ୍ଲା ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ, କନ୍ଧମାଳ, ପୁରୀ, ନୟାଗଡ଼, […]

puri
ତେଣ୍ଟା ମାଡ଼ରେ ଚାଲିଗଲା ଦୁଇ ଜୀବନ

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣାରେ ପାଣି ପାଇପ୍ ପକାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଡିମିରିସେଣାର ଶରତ ଭୋଇ ଓ ସୁରିଆ ଭୋଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ତେଣ୍ଟା ମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଡିମିରିସେଣା ହରିଜନ ସାହିର ଶରତ ଭୋଇ ଗାଁ ଦାଣ୍ଡରୁ ପାନୀୟ ଜଳ ପାଇପ୍‌ ଲାଇନ୍‌ରୁ ନିଜ ଘରକୁ ପାଣି ପାଇପ୍‌ର ସଂଯୋଗ କରିଥିଲେ। ତାଙ୍କ ଘର ଠାରୁ […]

pm-modi
ସ୍ୱାମିତ୍ୱ ଯୋଜନା; ମୋବାଇଲ୍ ମେସେଜ୍‌ ଲିଙ୍କ୍‌ରୁ ଜମି ରେକର୍ଡ ଡାଉନ୍‌ଲୋଡ କରିପାରିବେ କୃଷକ

ନୂଆଦିଲ୍ଲୀ: ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂରେ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସେମାନଙ୍କ ଜମିର ଅଧିକାର ସ୍ୱରୂପ ପ୍ରାୟ ଏକ ଲକ୍ଷ ଜମି କାଗଜପତ୍ର ପ୍ରଦାନ କରିଛନ୍ତି ମୋଦି। ଆଗମୀ ୪ ବର୍ଷ ମଧ୍ୟରେ ସମସ୍ତ କୃଷକଙ୍କୁ ସେମାନଙ୍କର ଜମି ପଟା ମିଳିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନା ଗ୍ରାମାଞ୍ଚଳରେ ଜମିଜମା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର କରିବା ବୋଲି […]

aparajita
ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ପଚାରିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ଅଫିସ ସିଲ୍ ହେବା ପରେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସେ ଜନ ଶୁଣାଣି କରିଛନ୍ତି। ସେ କହିଛନ୍ତି, ଅଫିସ ସିଲ୍ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରାଯିବ। ମୋ ଭିତରେ କ୍ରୋଧ ନାହିଁ, କାହା ପ୍ରତି ନକାରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି, ଆଗକୁ ତ୍ୱରାନ୍ୱିତ କରାଯିବ। ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ […]

ojee
କାଲିଠୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଜେଇଇ ପରୀକ୍ଷା ଆରମ୍ଭ ହେଉଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଓଜେଇଇ ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାଛଡ଼ା ରାଜ୍ୟ ବାହାରେ ମଧ୍ୟ ୫ଟି ସେଣ୍ଟର କରାଯାଇଛି। ଏଥର ୮୦ ହଜାର ପିଲା ଓଜେଇଇ ପରୀକ୍ଷା […]

coronavirus
କରୋନା ସୁସ୍ଥ ସଂଖ୍ୟାରେ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ନୂଆଦିଲ୍ଲୀ: ଦେଶରେ କରୋନା ସୁସ୍ଥ ସଂଖ୍ୟାରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ୬୦ ଲକ୍ଷରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦେଶରେ ୭୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆମେରିକାର ଏହାର ସଂଖ୍ୟା ୭୬ ଲକ୍ଷ ରହିଛି। ଗତ ୨୪ ଘଣ୍ଟାରେ ୭୪,୩୮୩ ନୂଆ କରୋନା ଆକ୍ରାନ୍ତ […]