ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ…
ଭୁବନେଶ୍ୱର: ଆଜି ରାଜ୍ୟରୁ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୧୭୯, ଷ୍ଟେଟ ପୁଲ୍- ୧୫୦, ଯାଜପୁର- ୧୪୮, ଅନୁଗୁଳ- ୧୩୫, ପୁରୀ- ୧୨୭, ନବରଙ୍ଗପୁର-୧୨୦, ବଲାଙ୍ଗିର- ୧୦୭, […]
ନୂଆଦିଲ୍ଲୀ: ଭାରତରେ ମାତ୍ର ତିନି ଜଣ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇଜଣ ମୁମ୍ବାଇର ହୋଇଥିବା ବେଳେ ଅନ୍ୟ ଜଣେ ଅହମଦାବାଦର ବୋଲି ICMR ମୁଖ୍ୟ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। କରୋନା ସମ୍ପର୍କିତ ତଥ୍ୟ ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏପରି କହିଛନ୍ତି ICMR ମୁଖ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ମାତ୍ର ୨୪ ଜଣ କରୋନା ଦ୍ୱିତୀୟଥର ପାଇଁ ସଂକ୍ରମିତ ହୋଇଛନ୍ତି। ତେବେ କରୋନାରୁ […]
ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୋଗୁଁ ସ୍କୁଲ 7 ମାସ ବନ୍ଦ, ଅନ୍ୟପଟେ ଅନଲାଇନ୍ରେ ପଢ଼ା ବି ନାହିଁ। ତେଣୁ ପିଲାଟି ପାଠ ଜାଣିବ ବା କେମିତି ? ଅବସ୍ଥା ଆହୁରି ଚିନ୍ତାଜନକ କନ୍ଧମାଳ ଜିଲ୍ଲା ଦାସୀକେତା ଗାଁର। ଏହି ପିଲାମାନଙ୍କର ୬ଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଦାରିଙ୍ଗିବାଡ଼ି ମଡେଲ ସ୍କୁଲରେ ପଢୁଥିବା ଏ ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କର ନାହିଁ ସ୍ମାର୍ଟ ଫୋନ୍। ପାଠ ପଢ଼ିବେ ବା କେମିତି ? ଯାହା ପାଖେ ଫୋନଟିଏ ଅଛି, ସିଏ […]
ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍ର ଉଦ୍ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା, ହେଲେ ଏହି ଟନେଲକୁ ଉଦ୍ଘାଟନ କରାଯିବା ପରେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ରାଜ୍ୟମୁଖ୍ୟ କୁଲଦୀପ […]
ନୂଆଦିଲ୍ଲୀ: ପର୍ତ୍ତୁଗାଲ ଫୁଟ୍ବଲ୍ ଟିମ୍ ଅଧିନାୟକ ତଥା ଜୁଭେନଟସ୍ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ପଜିଟିଭ୍ ହୋଇଛନ୍ତି। ପର୍ତୁଗିଜ୍ ଫୁଟ୍ବଲ ଫେଡେରେସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେସନ୍ସ ଲିଗ୍ ମ୍ୟାଚ୍ରେ ସ୍ୱିଡେନ୍ ବିରୋଧରେ ଖେଳାଯିବାକୁ ଥିବା ଫୁଟ୍ବଲ୍ ମ୍ୟାଚ୍ର ଟିମ୍ରୁ ରୋନାଲ୍ଡୋଙ୍କୁ ବାଦ୍ ଦିଆଯାଇଛି। FPF ଅନୁସାରେ, ରୋନାଲ୍ଡୋଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ଠାରେ କରୋନାରେଋ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ସେ ବର୍ତ୍ତମାନ ଆଇସୋଲେସନ୍ରେ ରହିଛନ୍ତି। ସ୍ୱିଡେନ୍ ଓ ପର୍ତ୍ତୁଗାଲ ମଧ୍ୟରେ […]
ଲଦାକ: ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶସେନା ମଧ୍ୟରେ ବୈଠକ ବସିଥିଲା। ସୋମବାର ଚୀନ ଓ ଭାରତ ମଧ୍ୟରେ ସପ୍ତମଥର ପାଇଁ କର୍ପସ କମାଣ୍ଡର ଲେବଲ ବୈଠକ ହୋଇଥିଲା। ବୈଠକ ସରିବା ପରେ ଉଭୟ ଦେଶ ସୀମାରୁ ହଟିଯିବେ ବୋଲି ମିଳିତ ଭାବେ କହିଥିଲେ। ହେଲେ ମିଳିଥିବା ସୂଚନା ଅନୁସାରେ ଚାଇନା ଆଗ ସୀମରୁ ହଟିଲା ପରେ ଯାଇ ଭାରତ ହଟିବ ବୋଲି ଭାରତ ସଫା […]
ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍ରେ ଆଜି ଡେଭିଡ୍ ୱାର୍ଣ୍ଣରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସନ୍ରାଇଜର୍ସ ହାଇଦ୍ରାବାଦର ବୋଲର୍ ଚେନ୍ନାଇକୁ ବଡ଼ ସ୍କୋର କରିବାରୁ ରୋକି ଥିଲେ। ୨୦ ଓଭର ଶେଷ ସୁଦ୍ଧା ଦଳ ୬ଟି ୱିକେଟ୍ ହରାଇ ୧୬୭ରନ୍ କରିବାକୁ ସମର୍ଥ ହୋଇଥିଲା। […]
ଲକ୍ଷ୍ନୌ: ହାଥରସ ଘଟଣାରେ ସୋମବାର ଇଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ୍ ମାମଲାର ଶୁଣାଣି କରିଛନ୍ତି। ଯାହାର ବିସ୍ତୃତ କପି ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ କୋର୍ଟ ପୋଲିସ୍ର ତରବରିଆ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏପରି କରିବା ମାନବାଧିକାର ଉଲ୍ଲଙ୍ଘନ ବୋଲି କହିବା ସହିତ ଜିଲ୍ଲାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି କୋର୍ଟ। ଧାର୍ମିକ ରୀତିନୀତି ଅନୁସାରେ ପୀଡ଼ିତାଙ୍କର ଶବସଂସ୍କାର ହେବା ଉଚିତ୍ ଥିଲା ବୋଲି କୋର୍ଟ କହିଛନ୍ତି। ତା ସହିତ ସରକାରୀ ଅଧିକାରୀ […]
କଟକ: ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ। ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ। ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ।ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ କଟକ ସ୍ଥିତ ପ୍ରଫେସରପଡ଼ାରେ ରହୁଥିବା ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲା। ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି […]
ଭୁବନେଶ୍ୱର: ବିକ୍ଷୋଭ, ପାଟିତୁଣ୍ଡ ଆଉ ନାରାବାଜି। ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ସମର୍ଥକ। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି, ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଉପୁଜିଛି ଏଭଳି ସ୍ଥିତି। ଗତକାଲି ବିଳମ୍ବିତ ରାତି ଯାଏଁ ରବୀନ୍ଦ୍ରଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଦଳୀୟ ନେତା ଓ କର୍ମୀମାନେ ଆସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବରୁପଙ୍କୁ ପରିବର୍ତ୍ତନ କରି ରବୀନ୍ଦ୍ର ଜେନା […]
ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍ରେ ଚାଲିବ ୩୯୨ ଟି ସ୍ପେଶାଲ୍ ଟ୍ରେନ୍। ବଢ଼ୁଥିବା ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୨୦ ଅକ୍ଟୋବର ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ମାତ୍ର ୪୦ ଦିନ ପାଇଁ ଏହି ସ୍ପେଶାଲ୍ ଟ୍ରେନ୍ ସବୁ ଚାଲିବ। ଆଗକୁ ଦୁର୍ଗାପୂଜା, କାଳିପୂଜା ଓ ଛଟ୍ପୂଜା ଭଳି ପ୍ରସିଦ୍ଧ ପର୍ବ ଆସୁଥିବାରୁ ଏହି ସମୟରେ ଅଧିକ ଭିଡ଼ ଜମିବ। […]
ଜୟପୁର: ନିର୍ବାଚନରେ ହାରିଲେ ସରପଞ୍ଚ। ଗାଁ ଲୋକ ମିଶି ଚାନ୍ଦା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦେଲେ ୨୧ ଲକ୍ଷ ଟଙ୍କା। କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ। ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲାର ନାନନ ଗାଁରେ। ଏହି ଗାଁରେ ବ୍ୟକ୍ତି ଜଣକ ବିରୋଧୀଙ୍କଠାରୁ ମାତ୍ର ୮୪ ଖଣ୍ଡ ଭୋଟ୍ରେ ହାରିଗଲେ। କିନ୍ତୁ ଗାଁ ଲୋକଙ୍କର ଏଭଳି ଭଲପାଇବା ତାଙ୍କୁ ପରାଜୟର ଦୁଃଖ ଭୁଲାଇ ଦେଲା। ନିକଟରେ ନାନନ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। […]
ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ ଛଡ଼ାଯାଇଛି। ଏ ନେଇ ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର […]
ବାଲେଶ୍ୱର: ଭାରସାମ୍ୟ ହରାଇ ଧାନ ବିଲକୁ ଯାତ୍ରୀବାହୀ ବସ୍ ଓଲଟିଲା ପଡ଼ିବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍ଟି କଷାଫଳ ମୁହାଣରୁ ବାଲେଶ୍ୱର ଆସୁଥିଲା। ଏହି ସମୟରେ ବସ୍ଟି ଭାରସାମ୍ୟ ହରାଇ ଡିଗିରିବାହୀ ଛକ ନିକଟରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଆହତ ୫ ଯାତ୍ରୀଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି।ବସ୍ରେ ୨୦ଜଣ […]
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେଆଜି କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡ଼ା, ଯାଜପୁର, ସୁବର୍ଣ୍ଣପୁର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଞ୍ଜାମ,ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ଆଜି ଦିନ ୧୧ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ […]
ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ […]
ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଡିହଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମୃତକ ଦ୍ୱୟ ହେଲେ- ଆଶାଲତା ସାହୁ ଓ ଉଦୟନାଥ ପ୍ରଧାନ। ଆଜି ସକାଳେ ବଜ୍ରପାତରେ ଆଶାଲତା ଓ ଉଦୟନାଥ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
କଟକ: କାମ କଲାନି ୟୁଟ୍ୟୁବ୍ ବିଦ୍ୟା। ଫେଲ୍ ମାରିଲା ଏଟିଏମ୍ରୁ ଲୁଟ୍ ଉଦ୍ୟମ। ଶେଷରେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା। ଏଭଳି କିଛି ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ, ଗତ ରବିବାର ରାତିରେ କଟକ ଗଣ୍ଡରପୁରରେ ଥିବା ଏକ ଏଟିଏମ୍ରୁ ଜଣେ ଯୁବକ ଲୁଟ୍ ପାଇଁ ଆସିଥିଲେ। ଲୁଟ୍ ପାଇଁ ଯୁବକ ଜଣକ ୟୁଟ୍ୟୁବ୍ରୁ ଚୋରି ବିଦ୍ୟା ଶିଖିଥିଲେ ଓ ଏହାକୁ ସେ ପ୍ରୟୋଗ ମଧ୍ୟ କରିଥିଲେ। ଏଟିଏମ୍ ମେସିନ କାଟିବାକୁ ସେ ଏକ […]
ଦୁବାଇ: ଆଇପିଏଲ୍ରେ ଫେରୁଛି ଚେନ୍ନାଇର ଚମକ। ଗତ ୭ଟି ମ୍ୟାଚ୍ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କରିଛି। ଏହି ବିଜୟ ସହିତ CSK ପୁଣିଥରେ ୱିନିଂ ଟ୍ରାକ୍କୁ ଫେରିଛି। ମଙ୍ଗଳବାର ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍ […]
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ଆଗରୁ ଲୋକଙ୍କୁ ହସେଇବା ପାଇଁ ବଡ ପରଦା ନହେଲେ ଷ୍ଟେଜ୍ର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ସୋଶାଲ୍ ମିଡିଆର ବ୍ୟବହାର କରି ଲୋକମାନେ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରୁଛନ୍ତି। ଏଇ ଯେମିତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ସୋଶାଲ୍ ମିଡିଆରେ କମେଡି ଭିଡିଓ ପେଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଇତିକା ନିଆରା ଶୈଳୀରେ କଥା ହୋଇ ସୋଶାଲ୍ ମିଡିଆରେ ଭିଡ଼ିଓ […]