• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha farmar bill
କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି କି ବିଜେଡି ?

ଭୁବନେଶ୍ୱର: କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି। ନିଜ ଅଧ୍ୟାଦେଶକୁ ବିଲ୍ ଭାବେ ବିଧାନସଭାରେ ଉପସ୍ଥାପନ ଲାଗି ଯୋଜନା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଓହରିଗଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଶୈଳୀରେ ପ୍ରଥମେ କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ଦୁଇଟି ଅଧ୍ୟାଦେଶ ଆଣିଥିଲା ରାଜ୍ୟ। ହେଲେ ବିଧାନସଭାରେ ଏହି ବିଲ୍‌କୁ ଆଣିଲେ ନାହିଁ। ବିଲ୍ ଆସିବା, ବିଧାନସଭା କାର୍ଯ୍ୟସୂଚିରେ ବି ସ୍ଥାନ ପାଇଥିଲା। ହେଲେ ସରକାର ହଠାତ୍ ନୀରବ ରହିଯାଇଥିଲେ। ତେବେ ପାର୍ଲାମେଣ୍ଟରେ […]

minor girl
ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା

ଭୁବନେଶ୍ୱର: ଦିନକୁ ଦିନ ଅଧିକ ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। କମିଶନରେଟ୍ ପୋଲିସର ତଦନ୍ତ ଅଧାରେ ଅଛି, ହେଲେ ହଠାତ୍ କ୍ରାଇମବ୍ରାଞ୍ଚକୁ ଦିଆଗଲା ଇନକ୍ୱାରୀ ଦାୟିତ୍ୱ। ଜଣେ ଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ଚାଲିବ ତଦନ୍ତ। ଦଳେଇ ଆଇଲେ ମୂଳରୁ ଗାଆ ନ୍ୟାୟରେ ପୁଣିଥରେ ଆରମ୍ଭରୁ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ତେଣୁ ଏଠି ପ୍ରଶ୍ନ, କମିଶନରେଟ୍ ପୋଲିସ୍‌ର ତଦନ୍ତ ତାହାଲେ ଗଲା କୁଆଡ଼େ? ଏଣେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ […]

ramvilash
କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ଦେହାନ୍ତ ହୋଇଛି। ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଏଲ୍‌ଜେପି ନେତା ତଥା ମୋଦି ସରକାରର ମନ୍ତ୍ରୀ ରାମବିଳାସ ପାଶୱାନ। ଦେହାନ୍ତ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶଓ୍ୱାନ। ଚିରାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ” ବାପା ଏବେ ଆପଣ ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ମୁଁ ଜାଣିଛି ଆପଣ ଯେଉଁଠି ବି ଥିବେ ସବୁବେଳେ ମୋ ସହିତ […]

mumbai-police
ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ

ମୁମ୍ବାଇ: ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ। ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ୩ଟି ଚ୍ୟାନେଲ ସମ୍ପର୍କରେ ସୂଚନା ଦେଇଛି ମୁମ୍ବାଇ ପୋଲିସ। ଏଇ ୩ଟି ଚ୍ୟାନେଲ ମଧ୍ୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ନାଁ ମଧ୍ୟ ରହିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଦୁଇ ଜଣଙ୍କ ମଧ୍ୟରୁ […]

ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ୍‌ ଗିରଫ କରିଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପତି। ସେ ଜଣେ ମେଜର ବୋଲି ଜଣାପଡ଼ିଛି। ପତ୍ନୀଙ୍କ ଏତଲା ଆଧାରରେ ପୋଲିସ୍ ସୌମ୍ୟରଞ୍ଜନଙ୍କୁ‌ ଗିରଫ କରିଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ଫରିଦାବାଦରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍‌ ତାଙ୍କୁ ଗିରଫ […]

babab-1
‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ

ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ ନଗରର କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ‘ବାବା କା ଢାବା’ରେ ଏବେ ଖୁବ୍ ଭିଡ। ଖାଁ ଖାଁ ପଡ଼ିଥିବା ଦୋକାନରେ ଏତେ ଲୋକଙ୍କ ଭିଡ ଦେଖି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନ ସରେ। ସତେ ଯେମିତି ଗୋଡ ଆଉ ତଳେ ଲାଗୁନି ସେମାନଙ୍କର। କଥା ହେଲା, ମାଲଭିଆ ନଗରର କାନ୍ତା ପ୍ରସାଦ ବହୁ ବର୍ଷ ଧରି ଏକ ଛୋଟ ଦୋକାନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ […]

କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ରୋଗୀ ନିଖୋଜ

ଅନୁଗୁଳ: କରୋନାରେ ଆକ୍ରାନ୍ତ ହୋଇ ତାଳଚେରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତି ହେଲେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ାର ମହରଗା ନାଏକ। ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରେ ମହରଗା କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ତାଳଚେରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୭ରେ ତାଙ୍କୁ ଡିସ୍‌ଚାର୍ଜ କରାଯିବାର ଥିଲା। ତେଣୁ ପରିବାର ଲୋକେ ହସ୍ପିଟାଲ୍‌ରେ ପହଞ୍ଚି ବାହାରେ ତାଙ୍କୁ […]

police man shot dead
ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ମୁଜାଫରପୁର: ପୋଲିସ୍‌ ଷ୍ଟେସନ ଯିବା ବାଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିହାରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ବିହାର ମୁଜାଫରଫୁର ଜିଲ୍ଲା ମଣିଆରି ଥାନାକୁ ଯିବା ବାଟରେ ସମ୍ପୃକ୍ତ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଗୁଳିମାଡ଼ ପଛରେ କାହାର ହାତ ଅଛି ? କେଉଁ କାରଣ ପାଇଁ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କଲା […]

ec
କରୋନା କଟକଣା ଭିତରେ ନିର୍ବାଚନ: ପ୍ରଚାର ଉପରେ କଟକଣା ଜାରିକଲେ EC

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ। କୋଭିଡ କଟକଣା ମଧ୍ୟରେ ହେବ ଏହି ନିର୍ବଚନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ପ୍ରଚାର ସମୟରେ ଅଧିକ ଷ୍ଟାର ପ୍ରଚାରକ ନେଇପାରିବେ ନାହିଁ ବୋଲି ନିବାର୍ଚନ କମିଶନ ସ୍ପଷ୍ଟ କରିଛନ୍ତି। କରୋନା ସଂକ୍ରମଣ ଯୋଗୁ ଷ୍ଟାର କ୍ୟାମ୍ପେନର ଗାଇଡ ଲାଇନରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ଆଗାମୀ ନିର୍ବାଚନରେ […]

polece
ୟୁପିରେ ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ

ନୋଏଡା: ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଯେମିତି କମିବାର ନାଁ ନେଉନି। ନିକଟରେ ହାଥରସ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ପୁଣି ସେହିପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଉତ୍ତର ପ୍ରଦେଶ ଗ୍ରେଟର ନଏଡାରରେ ୧୩ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତିନି ଜଣ ଯବକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁହାଯାଇଛି। ଗୌତମ ବୁଦ୍ଧ ନଗର ପୋଲିସ କହିବା ଅନୁଯାୟୀ, ଘଟଣା ମଙ୍ଗଳବାର […]

ପ୍ରେମ ପାଇଁ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣିଦେଲେ !

କଣ୍ଟାବାଞ୍ଜି: ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁକୁଡ଼ାହାଡ଼ ଗାଁ ନିକଟ ଟ୍ରେନ୍‌ ଲାଇନ୍‌ରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଘର କଣ୍ଟାବାଞ୍ଜି ୧୧ନଂ ଓ୍ୱାର୍ଡ ରାମନଗରପଡ଼ା ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଜିଆରପି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା। ଯୁବକଙ୍କ ମୁଣ୍ଡ ଓ ଗୋଡ଼ ଅଲଗା ହୋଇଯାଇଥିବା ବେଳେ ହାତ ପାପୁଲି ଛିଣ୍ଡି ହୋଇ ଅନ୍ୟ ଏକ ସ୍ଥାନରେ […]

gym
ଭଡ଼ାଘରୁ ମିଳିଲା ଜିମ୍‌ ଟ୍ରେନର୍‌ଙ୍କ ମୃତଦେହ, ମା’ କହିଲେ-ପୁଅ ଭୁଲ୍‌ବଶତଃ...

ମୋହାଲି: ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ଜଣେ ୨୩ ବର୍ଷୀୟ ଜିମ୍‌ ଟ୍ରେନର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସାଙ୍ଗରୁର ଜିଲ୍ଲାର ଧୁରୀ ନିବାସୀ କୁଲ୍‌ଦୀପ ସିଂ। ସେ ପଞ୍ଜାବ ମୋହାଲି ଅଞ୍ଚଳର ସେକ୍ଟର ୬୮ରେ ଭଡ଼ା ଘରେ ରହୁଥିଲେ। ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। କେଉଁ ପରିସ୍ଥିତିରେ ଜିମ୍‌ ଟ୍ରେନର୍‌ଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିମ୍‌ ଟ୍ରେନର୍ କୁଲ୍‌ଦୀପଙ୍କ ମାଆ […]

puran
ମ୍ୟାଚ୍‌ ହାରି ମଧ୍ୟ ଚର୍ଚ୍ଚାରେ କିଙ୍ଗସ ଇଲେଭେନ ପଞ୍ଜାବ

ଦୁବାଇ:ଆଇପିଏଲ ଗୁରୁବାର ମ୍ୟାଚ୍‌ରେ କିଙ୍ଗସ ଇଲେଭେନ ପଞ୍ଜାବ (KXIP)କୁ ପୁଣି ଏକ ପରାଜୟକୁ ସାମ୍ନା କରିବାକୁ ପଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ (SRH) ୬୯ ରନ୍‌ରେ KXIPକୁ ହରାଇଛି। କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଏବଂ ଜନି ବେଷ୍ଟୋ ଯୋଡ଼ି ଜବରଦସ୍ତ ଖେଳିଲେ। ୱାର୍ଣ୍ଣର ୫୨ ଏବଂ ବେଷ୍ଟୋ ୯୭ ରନ କରିଥିଲେ। ତେବେ ପରାଜୟ ପରେ ମଧ୍ୟ ପଞ୍ଜାବର ନିକୋଲସ ପୂରନ(Nicholas Pooran )ଙ୍କ ବ୍ୟାଟିଂକୁ ନେଇ ଖୁବ୍‌ ଚର୍ଚ୍ଚା। ପଡିଆରେ ଯେମିତି ରନ୍‌ ବର୍ଷା ହେଉଥିଲା। ନିକଲୋସଙ୍କ […]

DESIDOC 2020 Job Recruitment
ସରକାରୀ ଚାକିରୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଲାଗି ସୁଯୋଗ ଆଣିଲା DRDO

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧୀନ  ଡିଫେନ୍ସ ସାଇଣ୍ଟିଫିକ ଓ ଡକ୍ୟୁମେଣ୍ଟେସନ ସେଣ୍ଟର (DESIDOC)  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆପ୍ରେନଣ୍ଟିସ୍‌ ତାଲିମ ନେବାକୁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରିଛି। ଏହି ତାଲିମର ଅବଧି ଏକବର୍ଷ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ DRDOର ଅଫିସିଆଲ ସାଇଟ୍‌ drdo.gov.in କୁ ଯାଇ ଆବେଦନ କରିପାରିବେ। ନିଯୁକ୍ତି ଖବରରେ ବିଜ୍ଞାପନ ପ୍ରକାଶ ପାଇବା ତାରିଖ ଠାରୁ ୧୫ ଦିନ ମଧ୍ୟରେ […]

corona test
Corona Update In Odisha: ଦିନକରେ ଚିହ୍ନଟ ହେଲେ ୨,୬୯୭ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୯୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨,୬୯୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ୧,୫୭୬ ଓ ଲୋକାଲ କେସ୍‌ ରହିଛି ୧,୧୨୧। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୮୩୯। ଖୋର୍ଦ୍ଧାରୁ ସର୍ବାଧିକ ୪୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

election
ରାଜ୍ୟର ୨ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୬ ହେଉଛି ଶେଷ ତାରିଖ। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୯। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାପ୍ରକାଶ ପାଇବ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ ଓ ନଭେମ୍ବର ୧୦ରେ […]

corona
ଓଡ଼ିଶାରେ ୨୪ ଘଣ୍ଟାରେ ଆଖିବୁଜିଲେ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୯୧ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ଚିହ୍ନଟ ହେଲେ ୨,୬୯୭ କରୋନା ରୋଗୀ

vigilance raid
ଫସିଲେ ପୂର୍ବତନ ଉଦ୍ୟାନ କୃଷି ଅଧିକାରୀ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ ୫ଟି ଘରେ ରେଡ୍ ଚାଲିଛି। କଟକ ଜ୍ୟୋତି ବିହାର, ବିଡ଼ାନାସୀ ଏବଂ ସିଡିଏ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଜଗତସିଂହପୁର ଏରସମାରେ ଥିବା ରମେଶଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।