ନୂଆଦିଲ୍ଲୀ: ୟୁନିଭର୍ସିଟିଟ ଗ୍ରାଣ୍ଟ କମିଶନ (UGC) ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGCର ତାଲିକାରେ ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ତାଲିକାଭୁକ୍ତ ଏହି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ମଧ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ନାହିଁ ରହିଛି। ସେହି ଦୁଇ ନକିଲ ବିଶ୍ୱବିଦ୍ୟାଳୟ ହେଲା ୧- ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ ୨- ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ନକଲି ବିଶ୍ୱବିଦ୍ୟାଳୟ ନେଇ UGC ସଚିବ ରଜନିଶ ଜୈନ […]
ଭୁବନେଶ୍ୱର: କ୍ରାଇମ୍ ସିଟି ପାଲଟିଛି ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ ବଢ଼ିବାରେ ଲାଗିଛି। ମୋବାଇଲ୍ ଫୋନ୍ ଲୁଟ୍ କରିବା ପରେ ଜଣେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କା ଦେଇନ୍ତି ଲୁଟେରା। ବ୍ୟସ୍ତବହୁଳ ପଳାଶୁଣୀ ନିକଟରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶୁଭକାନ୍ତ ନାଥ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର […]
ନୂଆଦିଲ୍ଲୀ: ଉଦ୍ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ। ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି। ଅଟଳ ଟନେଲ ଯୋଗୁ ମନାଲିରୁ ଲେହ ଯିବା ଆସିବାରେ ୫ ଘଣ୍ଟା ସମୟ ବଞ୍ଚୁଥିବା ବେଳେ ୪୬ କିଲୋମିଟର ବ୍ୟବଧାନ କମିଯାଇଛି। ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି […]
ନୂଆଦିଲ୍ଲୀ: ଆଜି ୮୮ତମ ବାୟୁସେନା ଦିବସ। ଏହି ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ଭାରତୀୟ ବାୟୁସେନା। ଏଥିପାଇଁ ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ବାୟୁସେନା ଦିବସରେ ପ୍ରମୁଖ ଆକର୍ଷଣ ହେବ ନବାଗତ ରାଫେଲ୍। ବାୟୁସେନା ଦିବସ ପାଳନ ଅବସରରେ ଫ୍ଲାଏପାଷ୍ଟରେ ଭାଗ ନେବ ରାଫେଲ। ତେଜସ୍ ସୁଖୋଇ ସହ ଏହା ବିଜୟ ଫର୍ମେସନ୍ରେ ଉଡ଼ିବ। ପୂର୍ବରୁ ଫୁଲ୍ଡ୍ରେସ୍ ରିହର୍ସାଲ୍ ବେଳେ ରାଫେଲ୍ କେବଳ ପରେଡ୍ ଗ୍ରାଉଣ୍ଡରେ […]
ବେଙ୍ଗାଲୁରୁ: ବିମାନରେ ଜନ୍ମ ନେଲା ଶିଶୁ। ଆକାଶରେ ଉଡ଼ିବା ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ବୁଧବାର ସନ୍ଧ୍ୟା ୬ଟା ୧୦ରେ ବିମାନଟି ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବିମାନଟି ସଂଧ୍ୟା ୭ଟା ୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନ ବନ୍ଦର କର୍ମଚାରୀମାନେ ମହିଳା ଓ ନବଜାତ ଶିଶୁକୁ ସ୍ୱାଗତ କରିଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଥିଲା। ତେବେ ୨ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ SCB ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ। ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ […]
ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର୍। ସେପ୍ଟେମ୍ବର ୬ରେ ସେ କରୋନା ସଂକ୍ରମିତ ହେଇଥିଲେ। ଯାହାର ସୂଚନା ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଦେଇଥିଲେ। ଇନ୍ଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଥିଲେ ଏହା ମୋର ଦାୟିତ୍ୱ ଯେ ମୁଁ ଆପଣଙ୍କୁ ଜଣାଇବି ମୁଁ କରୋନା ସଂକ୍ରମିତ। ମୋର କୌଣସି ଲକ୍ଷଣ ନଥିଲା। ଡାକ୍ତରଙ୍କ ପରାମର୍ଶ ନେଇ ମୁଁ ଏବେ ହୋମ୍ ଆଇସୋଲେସନ୍ରେ ଅଛି। ଆଗକୁ ମୁଁ ମୋ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ଆପଣଙ୍କୁ […]
ଲଣ୍ଡନ: ବାପାଙ୍କ ଅସୁସ୍ଥତା ଖବର ଶୁଣି କ୍ରିକେଟ୍ ମ୍ୟାଚ୍ ଛାଡ଼ି ଘରକୁ ଚାଲି ଯାଇଥିଲେ ଇଂଲଣ୍ଡର ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ। ହେଲେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ଷ୍ଟୋକ୍ସଙ୍କୁ ତାଙ୍କ ବାପାଙ୍କ ବହୁତ ବୁଝାଇଥିଲେ। ଶେଷରେ ପରିବାର ଲୋକଙ୍କ ନିଷ୍ପତ୍ତି ଏବଂ ବାପାମା’ଙ୍କ ଭଲ ପାଇବା ଓ ଆଶୀର୍ବାଦରେ ପୁଣିଥରେ IPL ମାଧ୍ୟମରେ କ୍ରିକେଟ ମୈଦାନକୁ ଫେରିଛନ୍ତି ଷ୍ଟୋକ୍ସ। ଷ୍ଟୋକ୍ସ ଖୁଲାସା କରି କହିଛନ୍ତି IPL ମାଧ୍ୟମରେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ବାପା ବୁଝାଇଥିଲେ। ପରିବାର […]
ନୂଆଦିଲ୍ଲୀ: ଇଷ୍ଟ କୋଷ୍ଟ ରେଲୱେ (ECoR) କେତେଗୁଡ଼ିଏ ଚୁକ୍ତିଭିତ୍ତିକ Lab Assistant Grade II, ରେଡିଓ ଗ୍ରାଫର ଏବଂ ଅନ୍ୟ କେତେକ ପଦ ପଦବୀ ପୂରଣ କରିବାକୁ ଯାଉଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସିଧାସଳଖ ସାକ୍ଷାତକାରକୁ ଆସିବା ପାଇଁ ଆହ୍ୱାନ କରିଛି ଇଷ୍ଟକୋଷ୍ଟ । କୋଭିଡ-୧୯ ପାଣ୍ଡାମିକ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସେଣ୍ଟ୍ରାଲ ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବା ପାଇଁ ସ୍ପଷ୍ଟ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟରେ […]
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରେ ସାମିଲ୍ ଅଛି ସୁପରଷ୍ଟାର ଶାହରୁଖ ଏବଂ ଗୌରୀଙ୍କ କାହାଣୀ। ଅନେକ ଉତ୍ଥାନ୍ ଏବଂ ପତନ ଦେଇ ଏହି ଦୁହିଁଙ୍କୁ ପ୍ରେମ କାହାଣୀ ଗତିକରିଛି। ଗୌରୀ ସେ ସମୟରୁ ଶାହାରୁଖଙ୍କ ସହ ଅଛନ୍ତି ଯେତେବେଳେ ଶାହାରୁଖଙ୍କୁ କେହି ଚିହ୍ନି ନଥିଲେ। ଅର୍ଥାତ୍ ଗୌରୀ ଶାହାରୁଖଙ୍କୁ ବଲିଉଡ୍ରେ ପାଦ ଦେବା ପୂର୍ବରୁ ଭଲ ପାଇଛନ୍ତି। ପଞ୍ଜାବୀ ପରିବାରର ଜନ୍ମ ଗ୍ରହଣ କରିଥିବା ଗୌରୀଙ୍କୁ ଶାହାରୁଖଙ୍କୁ ଜୀବନ ସାଥୀ କରିବା ପାଇଁ ମଧ୍ୟ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଗତକାଲି ଅପରାହ୍ନରେ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ୍ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଏ ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି। ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି। […]
ପୁରୀ: ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୱିଟ୍ କରି ମୁଖ୍ୟ ଶାସନ ସଚିବ ଆଜି ଏହି ନିର୍ଦ୍ଦେଶନାମା ଜାରି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୧୪୪ କରୋନା ରୋଗୀ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ୧, ୮୨୫ ଓ ଲୋକାଲ କେସ ରହିଛି ୧, ୩୧୯। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୪୪,୧୪୨। ଖୋର୍ଦ୍ଧାରୁ ସର୍ବାଧିକ ୫୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ସେହପରି ବାଲେଶ୍ୱରରୁ ୩, କଳାହାଣ୍ଡିରୁ ମୟୂରଭଞ୍ଜରୁ ଓ ନୟାଗଡରୁ ୨ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। 2. A 72-year old male […]
କଟକ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ମୋକିମ୍ କହିଛନ୍ତି, RT PCR ରିପୋର୍ଟ ଅନୁସାରେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛି। ଶୀଘ୍ର ଆରୋଗ୍ୟ ପାଇଁ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି। I have tested #covid19 positive […]
ନୂଆଦିଲ୍ଲୀ: କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ […]
ନୂଆଦିଲ୍ଲୀ: ଥରେ ନୁହେଁ, ତିନି ତିନି ଥର IPL ଚାମ୍ପିୟନ୍ସ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଟିମ୍କୁ ଏଥର ଖୁବ ସଂଘର୍ଷ କରିବାକୁ ପଡୁଛି। ଗୋଟିଏ ପରେ ଗୋଟିଏ ୪ଟି ମ୍ୟାଚ ହାରିବା ପରେ ଜିତିବା ଆଶା ଆସ୍ତେ ଆସ୍ତେ ଦୂରେଇ ଯାଉଛି। କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ(CSK)କୁ ୧୦ ରନ୍ରେ ହରାଇଛି। CSK ଟିମ୍ ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ୬ଟି ମ୍ୟାଚ୍ ଖେଳି ସାରିଲାଣି। ଏଥିରୁ ୪ଟି ମ୍ୟାଚରେ […]
ଭୁବନେଶ୍ୱର: ପରିବାରୁ ବି ହୋଇପାରେ ଖିରି। ଫୁଲକୋବି ସହାଯ୍ୟରେ ଆପଣ ଏହି ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ। ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ। ଆବଶ୍ୟକ ସାମଗ୍ରୀ: କ୍ଷୀର, କାଜୁ, ପିସ୍ତା, କିସ୍ମିସ୍, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କଡେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କଡେଇରେ କ୍ଷୀରକୁ ଫୁଟାଇ ସେଥିରେ […]