ନୂଆଦିଲ୍ଲୀ: ଚୀନ ଲଗାତାର କେବଳ ଭାରତ ପ୍ରତି ନୁହେଁ, ହଙ୍ଗକଙ୍ଗ ଏବଂ ତାଇବାନ ପ୍ରତି ମଧ୍ୟ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ଏଇ କ୍ରମରେ ଚୀନ୍ର ସରକାରୀ ମିଡିଆ ଭାରତକୁ ‘ତାଇୱାନ ନାଶନାଲ ଡେ’ ରେ ତାକୁ ସ୍ୱତନ୍ତ୍ର ରାଷ୍ଟ୍ର ପରି ସମ୍ମାନ ନ ଦେବାକୁ ଚେତାବନୀ ଦେଇଛି। ଅକ୍ଟୋବର ୧୦ ତାରିଖ ପଡ଼ୁଛି ତାଇୱାନର ନାଶନାଲ ଡେ’ । ତେଣୁ ଚୀନ ଚାହୁଁଛି, ଭାରତ ତାଇବାନ ସହ ସ୍ୱତନ୍ତ୍ର ଦେଶ ପରି ବ୍ୟବହାର ନ କରୁ। […]
ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିସ୍ଫୋରଣ ପରେ ପେଟ୍ରୋଲ୍ ପମ୍ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଲୋକମାନଙ୍କ ଶରୀର ଛିନ୍ଛତ୍ର ହୋଇପଡିଥିଲା। ଏଥିସହ ପାଖରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଥିଲା। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ […]
ଭୁବନେଶ୍ୱର: ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସାଇକେଲ୍ଗିରି ଅଭିଯାନ। ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏକ ସାଇକେଲ ରାଲି ଆୟୋଜିତ ହେବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍ ଆୟୋଜିତ ହେବ। ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଇଣ୍ଡିଆ ସାଇକେଲ୍ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କର କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ କନେଷ୍ଟବଳଙ୍କ ନା ବାଲି କହଁର। ସେ ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାରେ। ଗତ ମାସ ୨୦ ତାରିଖରେ କୋଭିଡ ପଜିଟିଭ ଜଣା ପଡିବା ପରେ ସେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୋଲିସ୍ କମିଶନର କହିଛନ୍ତି, ‘ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିଲେ। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ […]
ପାଟଣା: ଜେଡିୟୁରୁ ଟିକେଟ ପାଇବା ଆଶାରେ ପୋଲିସ ପଦବୀରୁ ଇସ୍ତଫା ଦେଇଥିବା ବିହାର ଡିଜିପି ତଥା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଚର୍ଚ୍ଚିତ ପୋଲିସ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେ ପୁଣି ନିରାଶ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଟିକେଟ ମିଳୁନି ବୋଲି ସେ ନିଜେ ସୂଚନା ଦେଇଛନ୍ତି। ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ଦଳ କେମିତି ଜିତିବ ସେଥିନେଇ କାମ କରିବାକୁ ସେ ତାଙ୍କ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଜେଡିୟୁର ଦୁଇ […]
କଟକ: ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ସୂଚନାଥାଉକି, ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏନେଇ ରାଜ୍ୟ ସରକାର ଅଦାଲତରେ ପ୍ରତି ଜବାବ ଦାଖଲ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ […]
କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର-ବିଜେପି ମଧ୍ୟରେ ବିବାଦ ବଢି ବଢି ଆଜି ଖଣ୍ଡଯୁଦ୍ଧରେ ପରିଣତ ହୋଇଛି। ଆଜି ବିଜେପି ପକ୍ଷରୁ ନବାନ୍ନା ଚଲୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ କେହି ମାନି ନ ଥିଲେ । ଶହ ଶହ ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ। ଏହାକୁ ନେଇ କୋଲକାତାରେ ବିଜେପି କର୍ମୀ ଓ ପୋଲିସ୍ ମଧ୍ୟରେ ସୃଷ୍ଟି ହୋଇଛି ଏହି ଖଣ୍ଡଯୁଦ୍ଧ। କରୋନା କଟକଣାକୁ ଖିଲାପ କରି ଆୟୋଜିତ ହୋଇଥିବା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ୍ କମୁନଥିବା ବେଳେ ଅନ୍ୟ ପଟେ ଧରାପଡ଼ିଛନ୍ତି ହାଇୱେ ଲୁଟେରା। ୫ ଜଣ ହାଇେୱେ ଲୁଟେରାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା, ୩ ବାଇକ, ଲାପଟପ୍ ଜବତ ସହ ମାରଣାସ୍ତ୍ର ଜବତ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛିନ୍ ତାଇ ଓ ଲୁଟ୍ରେ ସାମିଲ ଥିଲେ ଏହି ୫ ଜଣ ଲୁଟେରା। ଏକୁଟିଆ ରାତିରେ ଫେରୁଥିବା ଲୋକେ ଏବଂ ସାମଗ୍ରୀ ନେଇ ଯାଉଥିବା […]
ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସିମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ ଏଭଳି ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର। ଏଲ୍ପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। ଭଉଣୀଙ୍କ କହିବାନୁସାରେ, କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସିମାଞ୍ଚଳଙ୍କ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ସହାୟତା ଘୋଷଣା କଲା ଭାରତୀୟ ତୈଳ ନିଗମ ବା ଆଇଓସିଏଲ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କମ୍ପାନୀ ଏହି ସହାୟତା ରାଶି ଘୋଷଣା କରିଛି। ବିସ୍ଫୋରଣ ଘଟଣାରେ ମୃତାହତ, ଗୁରୁତର ଆହତ ଓ ଆହତଙ୍କ ପ୍ରତି ସହାୟତା ରାଶି ଘୋଷଣା ହୋଇଛି। IOCL ଘୋଷଣା କରିଥିବା ସହାୟତା ରାଶି ଅନୁସାରେ, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା, ସେହିପରି ଗୁରୁତର ଆହତଙ୍କୁ ୪ […]
ଭୁବନେଶ୍ୱର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା କଟକଣାଜନିତ କାରଣରୁ ୬ ମାସ ହେଲା ବନ୍ଦ ଥିଲା। ଏଥିଯୋଗୁ ସ୍କୁଲ୍ ସଫା ସୁତରା କରିବା ପାଇଁ ଆଜି ନିର୍ଦ୍ଦେଶ ହୋଇଛି। ସରକାରଙ୍କର ଏପରି ନିର୍ଦ୍ଦେଶ ପରେ ସ୍କୁଲ୍ ଖୋଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। କୋଭିଡ୍-୧୯ କାରଣରୁ […]
ନୂଆଦିଲ୍ଲୀ: ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପ୍ରାଇଜ୍ ଘୋଷଣା ପରେ ଆଜି ସାହିତ୍ୟ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଆମେରିକୀୟ କବୟତ୍ରୀ ଲୁଇସ ଗ୍ଲକ୍ ଏଥର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ। ସ୍ୱେଡିଶ ଆକାଡେମୀର ସ୍ଥାୟୀ ସଚିବ ମାଟ୍ସ ମାଲ୍ମ ଷ୍ଟକ୍ହୋମ୍ ଠାରେ ଏହି ପୁରସ୍କାର ଘୋଷଣା କରିଛନ୍ତି। କିଛି ବର୍ଷ ପରେ ପୁଣିଥରେ ସାହିତ୍ୟ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ସ୍ୱେଡିଶ୍ ଆକାଡେମୀର ବିରୋଧରେ ଆସିଥିବା […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୦୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍ସି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୮୩, ଲୋକାଲ କଣ୍ଟାକ୍ଟ କେସ୍ ୨୨୬ ରହିଥିବା ବିଏମ୍ସୁ ଟ୍ୱିଟ୍ କରିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ନୟାପଲ୍ଲୀ- ୨୧, ଓଲଡ୍ ଟାଉନ ଓ ପଟିଆ ଅଞ୍ଚଳରୁ ୧୦ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀବିହାର ଓ ରସୁଲଗଡ଼ରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳ୍ପନା ଓ ଭିଏସ୍ଏସ୍ ନଗରରୁ ୭ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୫୮ଜଣ ସୁସ୍ଥ ହୋଇଥିବା ବେଳେ କଟକ-୨୬୨, ବାଲେଶ୍ୱରରୁ ୧୫୩ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡ଼ା- ୧୫୧, ଝାରସୁଗୁଡ଼ା- ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝର- ୧୧୭, ଅନୁଗୁଳ- ୧୧୨, ବଲାଙ୍ଗିର-୧୦୯, ମାଲକାନଗିରି- ୧୦୩ ଓ ସମ୍ବଲପୁର- ୯୮, କେନ୍ଦ୍ରାପଡ଼ା- […]