• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pardeep
ଜାମିନ ଖାରଜ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ପ୍ରଦୀପ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ ଝାଡ଼ପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପ୍ରଦୀପଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇନଥିଲା। ଆଜି ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ SDJM କୋର୍ଟରେ ହାଜର କରାଇଥିଲା କ୍ରାଇମ୍‌ବ୍ରାଞ୍ଚ।  ଏହାପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ପ୍ରଦୀପ ଉଚ୍ଚ […]

ଆଜି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ବୁରେଭି’, ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ଅପରାହ୍ଣ ସୁଦ୍ଧା ଥିରୁଅନନ୍ତପୁରମ୍‌ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ‘ବୁରେଭି’ ପ୍ରଭାବରେ କେରଳ ଓ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ବେଳେବେଳେ ପବନର ବେଗ ୯୦ କିଲୋମିଟର ମଧ୍ୟ ରହିପାରେ। କେରଳ ସରକାରଙ୍କ […]

earthquake
ବିଳମ୍ବିତ ରାତିରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ବାରିପଦା/ବାଲେଶ୍ୱର: ଗତକାଲି ରାତି ୨ଟା ୧୩ରେ ମୟୂରଭଞ୍ଜ ଜିଲ୍ଲାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏ ନେଇ National Centre for Seismology ପକ୍ଷରୁ ସୂଚନା ଦିଆଯାଇଛି। ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି […]

pradeep panigrahi
ଜେଲ୍‌ ଗଲେ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲ୍‌ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲିି କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା […]

1
'ଚଳିତ ମାସ ଶେଷ ସପ୍ତାହରେ ଆସିପାରେ କରୋନା ଟିକା'

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କରୋନା ଟିକାକୁ ନେଇ ତାଙ୍କର ବୟାନ ରଖିଛନ୍ତି। ସେ କହିଛନ୍ତି, ଭାରତରେ ଏକାଧିକ କରୋନା ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ସରକାର ମଧ୍ୟ ଟିକା ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେଣୁ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜାନୁଆରୀ ଆରମ୍ଭରୁ ଦେଶରେ ଯେମିତି ହେଲେ ଗୋଟିଏ ଟିକା ଉପଲବ୍ଧ ହୋଇଯିବ ବୋଲି  ଗୁଲେରିଆ କହିଛନ୍ତି। ଚଳିତ ବର୍ଷ […]

man died
ସରକାରୀ କ୍ୱାର୍ଟର୍ସରୁ ମିଳିଲା ଠିକା ପିଅନଙ୍କ ଝୁଲନ୍ତା ମୃତଦେହ

ଢେଙ୍କାନାଳ: ସରକାରୀ କ୍ୱାର୍ଟର୍ସରୁ ଜଣେ ଠିକା ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ଢେଙ୍କାନାଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବେକରେ ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ଝରକା ରେଲିଂରୁ ସୂର୍ଯ୍ୟକାନ୍ତଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଥିଲା। ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଥିଲେ ସୂର୍ଯ୍ୟକାନ୍ତ। ବାପାଙ୍କ ମୃତ୍ୟୁ ପରେ ସେ ପିଅନ ଭାବେ ଠିକା ନିଯୁକ୍ତି ପାଇଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କୁ […]

ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର

ଭୁବନେଶ୍ୱର: ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର। ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା। ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଛି। ତଦନ୍ତର ଅଗ୍ରଗତି ନେଇ ଭିଜିଲାନ୍ସ ସୂଚନା ଦେଇ ଏହି ତଥ୍ୟ ଦେଇଛି। ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ […]

2
ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଶେରଗଡ଼- ନୀଳଗିରି- ଝାରଙ୍ଗଘାଟି ରାସ୍ତାକୁ ଚାରି ଥାକିଆ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ ମଂଜୁରୀ ଦେଇଛନ୍ତି। ଏଥିପାଇଁ ୧୨୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ନୀତିନ ଗଡ଼କରୀ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି। ପୂର୍ବରୁ ଜାତୀୟ ରାଜପଥ ୧୬ ଓ ୧୮ରେ ଓଭରବ୍ରିଜ ଓ ଅଣ୍ଡରପାସ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଛି। ଆଗାମୀ ଦିନରେ ମଧ୍ୟ ଓଡିଶାର […]

୭୦ ଲକ୍ଷ ଟଙ୍କାର ଚୋରା ଚନ୍ଦନ କାଠ ଜବତ

କଟକ: କଟକ ଟାଙ୍ଗି ଥାନା ଅଧିନ ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ STF ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କିଲୋଗ୍ରାମର ଚନ୍ଦନ କାଠ ଜବତ କରିଛି। ଏହି ଘଟଣାରେ STF  ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହେମନ୍ତ ଛାଟୋଇ, ଦଣ୍ଡପାଣି ଦାସ ଓ କାହ୍ନୁ ଚରଣ ବିଶୋଇ। ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, […]

gdp
ଭାରତୀୟ ଅର୍ଥବ୍ୟବସ୍ଥାରେ ଆସିବ କି ସୁଧାର ? ଜାଣନ୍ତୁ କ’ଣ କହିଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଆହୁରି ବର୍ଷେ ଯାଏ ରହିପାରେ କରୋନାର ପ୍ରଭାବ। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ ବୋଲି ଆକଳନ କରିଛି RBI। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ମାଇନସ୍‌ ୭.୫% ରହିବାର ଆକଳନ କରାଯାଇଛି। ତେବେ ଟିକେ ଆଶ୍ୱସ୍ତିର କଥା ହେଲା, ଅବସ୍ଥା ଧୀରେ ଧୀରେ ସୁଧୁରୁଛି ଏବଂ ଅର୍ଥନୀତି ଟ୍ରାକ୍‌କୁ ଫେରୁଛି। ପୂର୍ବରୁ ଆକଳନ […]

3
ନୌସେନା ଦିବସରେ ଚୀନ୍‌ର ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ୧୯୭୧ ଯୁଦ୍ଧ- ଅପରେସନ ଟ୍ରାଇଡେଣ୍ଟରେ ସାମିଲ ହୋଇ ନୌସେନା ଆଜିର ଦିନରେ ପାକିସ୍ତାନର ୪ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବା ସହ ଶତାଧିକ ପାକିସ୍ତାନୀ ସୈନ୍ୟଙ୍କୁ ମାରିଥିଲା। ଏହା ଭିତରେ ଶକ୍ତିଶାଳୀ ପିଏନ୍ଏସ୍ ଖାଇବର ମଧ୍ୟ ଥିଲା। ନୌସେନା ଦିବସ ଓ ନୌସେନା ସପ୍ତାହରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ। […]

4
ସେଲ୍‌ଫି ବାହାନାରେ ହାତୀଙ୍କୁ ଚିଡ଼ାଉଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

ବାରିପଦା: ହାତୀ ସହ ବିପଦପୂର୍ଣ୍ଣ ସେଲଫି। ହାତୀ ଦେଖିବା ବାହାନାରେ ହାତୀକୁ ଚିଡ଼ାଉଛନ୍ତି ଲୋକେ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଗାଁ ପାଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓଟି ଗତ ମାସ ୨୪ ତାରିଖର ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡର ୪୨ଟିକିଆ ହାତୀପଲ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଯାଉଥିବା ବେଳେ ଲୋକମାନେ ହାତୀକୁ ଅଟକାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ […]

ଦିନକରେ ଓଡ଼ିଶାରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୬୦ରେ ପହଞ୍ଚିଛି। ଚିହ୍ନଟ ୩୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୧୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୧୬୨ ରହିଛି। ସେହିପରି ୫ ମୃତକଙ୍କ ମଧ୍ୟରୁ କେନ୍ଦୁଝରରୁ ୨ଜଣ, ମୟୂରଭଞ୍ଜରୁ ଜଣେ, ମାଲକାନଗିରିରୁ ଜଣେ ଓ ନୂଆପଡ଼ାରୁ […]

5
ଗୀତାଞ୍ଜଳି ହେଲେ ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର

ନୂଆଦିଲ୍ଲୀ: ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି। ଆମେରିକା ବାସିନ୍ଦା-ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ ତାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଏହି ଟାଇଟଲ୍‌ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଦୂଷିତ ପାନୀୟ ଜଳଠାରୁ ଆରମ୍ଭ କରି ଓପିଓଏଡ୍ ନିଶା ଏବଂ ସାଇବର ବୁଲିଂ ଭଳି ସମସ୍ୟାର ମୁକାବିଲା ପାଇଁ ସେ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ୧୫ ବର୍ଷୀୟ ଗୀତାଞ୍ଜଳି ଆମେରିକା କୋଲରଡୋରେ ବାସ କରନ୍ତି। ପ୍ରଥମ କିଡ୍ ଅଫ୍ […]

‘ପରୀକୁ ବଳି ନୁହେଁ; ତାକୁ ମାରି ତା’ କିଡନୀ, ଆଖି ନେଇ ଯାଇଛନ୍ତି’

ଭୁବନେଶ୍ୱର: ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ବଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ମୃତ ପରୀଙ୍କ ବାପା। ଦନ୍ତକୁ ଦିଗହରା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି ବୋଲି ପରୀଙ୍କ ବାପା ଅଶୋକ ସାହୁ କହିଛନ୍ତି। ପରୀଙ୍କ ବାପା ଅଶୋକ କହିଛନ୍ତି, ଘଟଣାର ୪ ମାସ ପରେ ଘଟଣାସ୍ଥଳକୁ ଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବଳି ପ୍ରସଙ୍ଗ ଉଠାଇଥିଲେ। ତେବେ ମାମଲାକୁ ଚାପିବା ପାଇଁ ବିଭିନ୍ନ […]

7
ଶ୍ରୀମନ୍ଦିରକୁ ଫେରିଲା ସୂର୍ଯ୍ୟ-ଚନ୍ଦ୍ର

ପୁରୀ: ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଏବେ ଫେରିଛି। ଏ ନେଇ ଶିଳ୍ପୀ ବସନ୍ତ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଯାଇଥିବା ସୂର୍ଯ୍ୟ, ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି ବସନ୍ତ କହିଛନ୍ତି। ତେବେ ଗାରଦରୁ ସୂର୍ଯ୍ୟ ଓ ଚନ୍ଦ୍ର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି […]

coronavirus-2
କରେ।ନା ଟିକା ବଂଟନ ପ୍ରକ୍ରିୟା : ରାଜ୍ୟରେ ଟାସ୍କଫେ।ର୍ସ ଗଠନ ପ୍ରକ୍ରିୟା ଶେଷ ବେ।ଲି ସୂଚନା ଦେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର

ସାରା  ଦେଶରେ କରେ।ନା ଟିକାକୁ ନେଇ ଅନିଶ୍ଚିତତା  ଲାଗି ରହିଛି । ତେବେ କରେ।ନା ଟିକା ଆସିବା ପୂର୍ବରୁ ନିଜ ନିଜ  ରାଜ୍ୟକୁ ଟିକା ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଜେ।ରଦାର ଦାବି କରାଯାଇଛି

10
ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଗୋଟିଏ ଏଜେନ୍ସି ପ୍ରକାଶ କରିଛି। ଏଣ୍ଡିଆ ଟୁଡେର ଖବର ମୁତାବକ ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି […]

Pradeep-1
ED ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ଗତକାଲିି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ […]