ଭୁବନେଶ୍ୱର: ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିଲା ବେଳେ ଆଜି ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ ୫ଟି ବିଲ୍ ପାରିତ ହୋଇଛି। ଏଥିମଧ୍ୟରେ ରହିଛି ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବା ବିଲ୍ ଓ […]
ଭୁବନେଶ୍ୱର: ରାଜଧାନୀରେ ଲୁଟେରା ରାଜ୍। ପୁଣି ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା। ଏଥର ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ରାସ୍ତାରେ। ଅପରାହ୍ନ ସାଢ଼େ ୪ଟାରୁ ୫ଟା ଭିତରେ ଜଣେ ଯୁବତୀ ଆପୋଲୋ ହସ୍ପିଟାଲ୍ ନିକଟରେ ସ୍କୁଟିରେ ଯାଉଥିଲା ବେଳେ ଚଳନ୍ତା ଗାଡ଼ିରୁ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା। ଫଳରେ ଭାରସାମ୍ୟ ହରାଇ ତଳେପଡ଼ି ଆହତ ହୋଇଛନ୍ତି ଯୁବତୀ। ହସ୍ପିଟାଲ୍ରେ ଚିକିତ୍ସା ପରେ ସହିଦ ନଗର ଥାନାରେ ଆସି ଘଟଣା […]
ଗୋଆ: ଅତି ବ୍ୟସ୍ତ ବିବ୍ରତ ହୋଇ ଗୋଆ ଛାଡ଼ିଛନ୍ତି ଓଡ଼ିଆ ଜଜ୍ ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅବସରପ୍ରାପ୍ତ ବିଚାରପତି ଗୋଆରେ ଲୋକାୟୁକ୍ତ ଥିଲେ। ସେ ୨୦୧୬ ମାର୍ଚ୍ଚ ୧୮ ରୁ ୨୦୨୦ ସେପ୍ଟେମ୍ୱର ୧୬ ପର୍ଯ୍ୟନ୍ତ ଗୋଆର ଲୋକାୟୁକ୍ତ ଭାବେ କାମ କରିଛନ୍ତି। ଏହି ସାମ୍ୱିଧାନିକ ପଦବୀରେ ରହି ନିଷ୍ଠାର ସହ ନିଜର କାମ କରିଛନ୍ତି ସେ। କିନ୍ତୁ କାହା ପାଖରେ ମୁଣ୍ଡ ନୁଆଁଇ ନାହାନ୍ତି। ତେବେ ଗୋଆ ରାଜ୍ୟ ସରକାରଙ୍କ ଅସହଯୋଗ ତାଙ୍କୁ […]
ଭୁବନେଶ୍ୱର: ଫସର ଫାଟିଲା ଷଡ଼ଯନ୍ତ୍ର। ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ। ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଛନ୍ତି ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ […]
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ । ଅଧ୍ୟାଦେଶ ଆସିବା ଦିନରୁ ବିଲ୍ ପାସ ପର୍ଯ୍ୟନ୍ତ ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲ୍କୁ ମଂଜୁରୀ ମିଳିଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଆଇନ୍କୁ କଳା ଆଇନ୍ ଏବଂ ବିଧାନସଭାର ଆଜିର ଦିନକୁ କଳା ଦିବସ ବୋଲି ବୋଲି କହିଛନ୍ତି। ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିଲ୍ ପାରିତ […]
ଭୁବନେଶ୍ୱର: ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ଘଣ୍ଟଘଣ୍ଟା ବଜା ଯାଇଛି। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି। ଲକ୍ଡାଉନ୍ ଓ ପରେ ଅନ୍ଲକ୍ରେ ମନ୍ଦିର ବନ୍ଦ ରହିଛି। ଶ୍ରଦ୍ଧାଳୁ ନ ଆସିବାରୁ ପୂଜକ ସିଧାସଳଖ ଏଥିରେ ପ୍ରଭାବିତ ହୋଇଛନ୍ତି। ପରିବାର ଚଳାଇବା କଷ୍ଟକର ହେବା ସହ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଖାଲି […]
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ reservation ଟିକେଟ୍। ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା ନିୟମ ଲାଗୁ ହେବାକୁ ଯାଉଛି। ଏ ନେଇ ଭାରତୀୟ ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଭାରତୀୟ ରେଲ୍ୱେ ପକ୍ଷରୁ ଦ୍ୱିତୀୟ reservation ଚାର୍ଟ ଜାରି କରାଯିବ। ଯାହା ଫଳରେ ତୁରନ୍ତ […]
ଭୁବନେଶ୍ୱର: ବଲିଉଡ୍ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ଆପଣ ଦେଖିଥିବେ। ୧୯୯୮ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏକ ପ୍ରେମ କାହାଣୀକୁ ନେଇ ଥିଲା। ଫିଲ୍ମରେ ଶାହାରୁଖ୍, କାଜୋଲ୍ ଏବଂ ରାଣୀ ମୁଖାର୍ଜୀ ମୁଖ୍ୟା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କାଜୋଲ୍ଙ୍କ ଅଭିନୟ ଯେତିକି ଦମ୍ଦାର୍ ଥିଲା ତାଙ୍କ ଲୁକ୍ ସେତିକି ନିଆରା ରହିଥିଲା। ଏଥିରେ ସେ ଛୋଟ୍ ଚୁଟିରେ ଏକଦମ୍ ବବ୍ଲି ଲୁକ୍ରେ ନଜର ଆସିଥିଲେ। ଠିକ୍ ସେମିତି ଏକ ଲୁକ୍ରେ ନଜର […]
ଦେବଗଡ଼: ପୂରା ପ୍ଲାନିଂରେ ଆସିଥିଲେ ବ୍ୟାଙ୍କ୍ରୁ ଲୁଟ୍ କରିବା ପାଇଁ। ହେଲେ ସବୁକିଛି ଫସର ଫାଟିଗଲା। ସାଇରନ୍ ବାଜିବା ଯୋଗୁ ଭୟଭୀତ ହୋଇ ପଳାଇଥିଲେ ଲୁଟେରା। ଦେବଗଡ଼ ଜିଲ୍ଲାରେ ଏଭଳି ଏକ ଲୁଟ୍ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମ ସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରେ ଲୁଟ୍ ପାଇଁ ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍ ସାଇରନ୍ ବାଜିବାରୁ […]
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। ଟ୍ୱିଟ୍ କରି କାଜଲ୍ ତାଙ୍କ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। କାଜଲ୍ ଟ୍ୱିଟ୍ରେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏଇଟା କହିବାକୁ ଯାଉଛି ଯେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ମୁଁ ଗୌତମ କିଚଲୁଙ୍କୁ ବିବାହ କରିବି। କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ହେବ। ଏହି କରୋନା ମହାମାରୀ ଆମ ଜୀବନରୁ କିଛି ଖୁସିକୁ ଦୂରେଇ ଦେଇଛି। […]
ମୁମ୍ବାଇ: ଲଭ୍ ଲାଇଫ୍କୁ ନେଇ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍ଅପ୍ ପରେ ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ନାମ ଯୋଡ଼ା ଯାଇଥିଲା। ଏପରିକି ଉଭୟ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଖାଲି ଏତିକି ନୁହେଁ ଉଦିତ୍ ଖୋଦ୍ ନିଜେ ନେହାଙ୍କ ସହ ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଶୋ’ରେ […]
ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଖୁସି ଖବର। ସାରା ବିଶ୍ୱ କରୋନା ସହ ଲଢୁଥିବାବେଳେ ଏବେ ଏଥିରୁ ମୁକ୍ତି ପାଇବାର ଆଶା ଉଜ୍ଜ୍ୱଳ ହୋଇଛି। କାରଣ ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ମିଳିବାର ସମ୍ଭାବନା ଦେଖା ଦେଇଛି। ଏ ନେଇ ଆଶ୍ୱାସନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୨୦୨୦ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ମହାମାରୀ କରୋନାକୁ ନେଇ ପରିଚାଳନା ବୋର୍ଡ ବୈଠକରେ ଉଦ୍ବୋଧନ ଦେଇଥିଲେ। ଏହି […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି ଆଜି ରିପୋର୍ଟ ପ୍ରଦାନ କରିବାର ଥିଲା। ପୂର୍ବରୁ ଏସଆଇଟିକୁ ସପ୍ତାହେ ମହଲତ ଦିଆଯାଇ ସାରିଛି । ତେବେ ମାମଲାର ପୂରା ଯାଞ୍ଚ ପାଇଁ ଅଧିକ ୧୦ ଦିନ ମାଗିଥିଲା […]
ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା। ଟୁଇଟ୍ କରି ହର୍ଷ ଲେଖିଛନ୍ତି, […]
ଭୁବନେଶ୍ୱର: ଏଣିକି ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା। ସମସ୍ତ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକରେ ଏହା ସ୍ଥିର ହୋଇଛି। ଏଥିସହ ପ୍ରତି […]
ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ସୁଗାନ ଅଞ୍ଚଳରେ ସେନାର ଅପରେସନ ‘ଅଲଆଉଟ’ରେ ନିପାତ ହୋଇଛନ୍ତି ୨ ଆତଙ୍କୀ। ସୁରକ୍ଷାବଳ ସହ ଗୁଳିବିନିମୟ ବେଳେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏବେ ବି ଅପରେସନ ଚାଲିଥିବା ସୂଚନା ରହିଛି ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଜୈନାପୋରା ଇଲାକାର ସୁଗାନ ଗ୍ରାମରେ ସୁରକ୍ଷାକର୍ମୀମାନେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। କାଶ୍ମୀର ଜୋନ ପୋଲିସର ଟ୍ୱିଟର ଆକାଉଣ୍ଟ ତଥ୍ୟ ଅନୁସାରେ, ତଲାସୀ ଅଭିଯାନବେଳେ ଆତଙ୍କୀମାନେ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୯୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୯୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୩୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୨୫୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୫୮ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱରରୁ ସର୍ବଧିକ ୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେହିପରି ପୁରୀରୁ୨, ନୟାଗଡରୁ ୨, ସୁନ୍ଦରଗଡରୁ ୨ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନା ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ […]
ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା। ସେହିପରି ରିୟା ଯଦି ଗ୍ରେଟର୍ ମୁମ୍ବାଇ […]
ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ […]