ବିଶ୍ୱବନ୍ଦିତା ସ୍ୱାଇଁ ଲଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ […]
ପିରାମିଡ ସାମ୍ନାରେ ‘ସେକ୍ସି’ ଫଟୋସୁଟ। ଫସିଲେ ମଡେଲଙ୍କ ସହ ଫଟୋଗ୍ରାଫର। ଏମିତିକି ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ। ଭାରତରେ ନୁହେଁ, ଏମିତି ଘଟଣା ଦେଖିବାକୁ ମିଲିଛି ମିଶରରେ। ବିଦେଶୀ ପୋଷାକ ପିନ୍ଧି ସଲମା-ଏଲ-ସିମି ପିରାମିଡ ଆଗରେ ଫଟୋସୁଟ କରିଥିଲେ। ଯାହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ସେଠାକାର ସରକାର। ବେଶଭୂଷା ସାଙ୍ଗକୁ ପ୍ରାଚୀନ ସ୍ଥଳରେ ଫଟୋସୁଟ କରିଥିବା ହୁସେନ ମହମ୍ମଦ ନାମକ ଫଟୋ ଗ୍ରାଫରଙ୍କୁ ମିଶର ପୋଲିସ ଗିରଫ […]
କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ। କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରୁନାହିଁ। ଏମିତିକି ଏହି ଦେଶର କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା […]
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଛି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ। ଚାଷୀ ନେତାଙ୍କ ସହ ଆଲୋଚନା କରୁଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଜି କଣ ରହିବ ? ଚାଷୀଙ୍କୁ ମନାଇବାକୁ କି ପଦକ୍ଷେପ ନେବେ କେନ୍ଦ୍ର ସରକାର ? ଏସବୁ ଦିଗ ଉପରେ ସାରା ଦେଶର ଚାଷୀଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଚାଷୀଙ୍କ ଦାବି ଅନୁସାରେ ଦର ଦେବା ପ୍ରସଙ୍ଗ ଉପରେ ସରକାର […]
ବ୍ରହ୍ମପୁର: ବ୍ରହ୍ମପୁରରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ଟଙ୍କା କାରବାର ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ ବା ଇଡି। ଆର୍ଥିକ ନେଣଦେଣ ତଦନ୍ତ ପାଇଁ ଭିଜିଲାନ୍ସର ସୁପାରିଶ ପରେ ଇଡି ତଦନ୍ତ ଆରମ୍ଭ କରିଛି। ଏ ନେଇ ସୂଚନା ଦେଇଛନ୍ତି ଇଡି ଯୁଗ୍ମ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ମିଶ୍ର। ଆର୍ଥିକ କାରବାରର ତଦନ୍ତ ପାଇଁ କାଲି ଭିଜିଲାନ୍ସ ଇଡିକୁ ଚିଠି କରିଥିଲା ଅନ୍ୟପଟେ ଅଭୟକାନ୍ତ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ […]
ଭୁବନେଶ୍ୱର: କରୋନା ମହାମାରୀ ବେଳେ ରାଜ୍ୟର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍ରେ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ କରିବା ସହ ମାର୍ଗଶୀର ଗୁରୁବାରରେ ମାଣ ବସାଇ ପ୍ରତିବାଦ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ। ନିଯୁକ୍ତିକୁ ସ୍ଥାୟୀ କରିବା ସହ ବକେୟା ଦରମା ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। କରୋନା ଦୂର ହୋଇନଥିବାବେଳେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ପୁଣିଥରେ ନିଯୁକ୍ତି ଦେଇ ଚାକିରୀକୁ ସ୍ଥାୟୀ […]
ଚେନ୍ନାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ନେତା ହେବାକୁ ଯାଉଛନ୍ତି ତାମିଲ୍ ଷ୍ଟାର୍ ରଜନୀକାନ୍ତ। ୨୦୨୧ ଜାନୁଆରିରେ ନିଜର ଦଳ ଗଠନ କରିବେ। ଏନେଇ ଡିସେମ୍ବର ୩୧ ତାରିଖରେ ଏ ବିଷୟରେ ସମସ୍ତ ସୂଚନା ଦେବେ। ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ରଜନୀକାନ୍ତ। କରୋନା ଭାଇରସ ପାଇଁ ଯୋଜନା ପ୍ରଭାବିତ ହୋଇଥିଲା। ଏବେ ତାମିଲନାଡୁକୁ ପରିବର୍ତ୍ତନ କରିବାର ସମୟ ଆସିଛି। ଯଥା ସମ୍ଭବ ଆମେ ଲୋକଙ୍କ ପାଇଁ କାମ କରିବୁ। ଯଦି ଏହି ସମୟରେ […]
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ସରକାରଙ୍କର ଗୋଟିଏ ପରେ ଗୋଟିଏ ମୁଖା ଖୋଲୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଆଜି ବି ତାଙ୍କ ତୂଣୀରରୁ ପୁଣି ଏକ ତୀର ଛାଡ଼ିଛନ୍ତି ପ୍ରଦୀପ। ଆଜି ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଖୁରେଇଛନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ଓ ଏହି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ। ଏଥିସହିତ ଡାଲି ଦୁର୍ନୀତି ମାମଲାର ବର୍ତ୍ତମାନ ଷ୍ଟାଟସ କ’ଣ […]
ବ୍ରହ୍ମପୁର: ଉପରେ ଖାଲି ଡାଲା, ଡାଲା ତଳେ ଗୁପ୍ତ ଚାମ୍ବର, ଆଉ ଚାମ୍ବର ଭିତରେ ପକେଟ ପକେଟ ଗଞ୍ଜେଇ। ଗାଡ଼ି ନମ୍ବର ବି ଫେକ୍। ଝାଡ଼ଖଣ୍ଡ ଗାଡ଼ିରେ ଲାଗିଛି ଓଡ଼ିଶା ନମ୍ବର। ଏମିତି ଗୁପ୍ତ ଭାବେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ଏକ ଗାଡ଼ିକୁ କାବୁ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଆଜି ସକାଳ ୯ଟାରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଛକି ରହିଥିଲା। ଜାତୀୟ ରାଜପଥ ୧୬ର […]
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଥିବା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୁଜାତାଙ୍କ ସୂଚନା ଅନୁସାରେ, ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ପ୍ରଦୀପଙ୍କୁ ଉଠାଇ ନେଇଛନ୍ତି। ଗାଡ଼ିରେ ଆସିଥିବା ଲୋକମାନେ ଇଓଡବ୍ଲୁ କହି ପ୍ରଦୀପଙ୍କୁ ନେଇ ଆସିଥିଲେ। କିନ୍ତୁ ପ୍ରଦୀପ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଫିସରେ […]
ଭୁବନେଶ୍ୱର: ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ପତ୍ନୀ ସୁଜାତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଓଡବ୍ଲୁ ଅଫିସକୁ ଆଣି ଆସୁଥିବା କହି ପ୍ରଦୀପଙ୍କୁ ଘରୁ ଉଠାଇ ଆଣିଲେ। କିନ୍ତୁ ଏଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି […]
ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ। ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ଟ୍ୱିଟ୍ କରି ଜଣାଇଛି କ୍ରାଇମବ୍ରାଞ୍ଚ। ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ସୂଚନା ଦିଆଯାଇଛି। କିଛି ସମୟ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ତାଙ୍କ ପତ୍ନୀ ସୂଜାତା ପାଣିଗ୍ରାହୀ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ […]
ଭୁବନେଶ୍ୱର: ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ କଲା କ୍ରାଇମ୍ବ୍ରାଞ୍ଚ। ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା। ସାଇବର ଥାନାରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, […]
ନୂଆଦିଲ୍ଲୀ: ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୌଣସି ନିଷ୍କର୍ଶ ବାହାରି ପାରିଲା ନାହିଁ। ୭ ଘଣ୍ଟାର ବୈଠକ ପରେ ଏମ୍ଏସ୍ପିରେ କୌଣସି ପରିବର୍ତ୍ତନ ହେବନି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ସତ୍ତ୍ୱେ, ଅନ୍ୟ ସବୁ ଦାବି ପୂରଣ ଜିଦ୍ରେ ଅଟଳ ରହିଥିଲେ ଚାଷୀ। ଫଳରେ ସମସ୍ୟାର ସମାଧାନ ପାଇଁ କୌଣସି ବାଟ ବାହାରି ପାରିନଥିଲା। ଆସନ୍ତା ଶନିବାର ପୁଣି ବୈଠକ ବସିବ ବୋଲି ସୂଚନା ମିଳିଛି। ଆଜି କେନ୍ଦ୍ର […]
ଭୁବନେଶ୍ୱର: SDJM କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର SDJM ହାଜର କରାଇଲା କ୍ରାଇମ୍ବ୍ରାଞ୍ଚ। SDJM କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି ମୁଁ ଯାହା କହିଥିଲି ସେୟା ହେଲା। ଏହା ପୂର୍ବରୁ ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ […]
ଭୁବନେଶ୍ୱର: ଦିନକରେ ରାଜ୍ୟରେ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩୧୪୦୨୩ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜି ଅନୁଗୋଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ୬୫, ଖୋର୍ଦ୍ଧା ୬୦, ମୟୂରଭଞ୍ଜ ୪୪, ନୂଆପଡ଼ା ୩୯, ଝାରସୁଗୁଡ଼ା ୩୬, ବଲାଙ୍ଗିରି ୩୧, କଟକ ୨୯, ଜଗତସିଂହପୁର ୨୮, କେନ୍ଦୁଝର ୨୬, ବାଲେଶ୍ୱର ୨୫ ଓ […]