• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

OTVର ଡକ୍ୟୁମେଣ୍ଟ୍‌ ଗ୍ରହଣ କଲାନି ପୋଲିସ୍‌

ଭୁବନେଶ୍ୱର: ନିଜେ ଡକ୍ୟୁମେଣ୍ଟ୍‌ ମାଗିଲେ କିନ୍ତୁ ରଖିଲେ ନାହିଁ। ଭାଇରାଲ୍ ଅଡିଓ ମାମଲାରେ CrPC ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ୍ ଦାଖଲ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକ ସଂପର୍କ ଅଧିକାରୀ ଏ ସମ୍ପର୍କିତ ଡକ୍ୟୁମେଣ୍ଟ୍ ଓ କଭରିଂ ଲେଟର୍‌ ନେଇ ଆଜି ଥାନାକୁ ଯାଇଥିଲେ। କମିଶନରେଟ୍ ପୋଲିସ୍ କଭରିଂ ଲେଟର ଗ୍ରହଣ କରିଥିବାବେଳେ ଡକ୍ୟୁମେଣ୍ଟ୍‌କୁ ଗ୍ରହଣ କରି ନ ଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ୍‌ ରଖିଲେ ନାହିଁ ତାହାର କାରଣ ମଧ୍ୟ ଦର୍ଶାଇ ନାହାନ୍ତି। […]

baby333
ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି। My son one year old, feeding sparrows and watching them feed, hope the curiosity will stay with him 4ever, at least 20 sparrows 2 […]

corona 33
୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୫ ହୋଇଛି । ସେହିପରି ମୃତ୍ୟୁସଂଖ୍ୟା ୪୪ ହଜାର ୩୮୬ ଜଣ ବୋଲି ଜଣାପଡ଼ିଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧୫ ଲକ୍ଷ ୩୫ ହଜାର ୭୪୪ […]

sushant singh
ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଓ ତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍‌ କରିଛନ୍ତି। ଏଥିରେ ଅନେକ କଥାର ଖୁଲାସା ହୋଇଛି। ଭଉଣୀ ପ୍ରିୟଙ୍କାଙ୍କ ବ୍ୟବହାରକୁ ନେଇ ସୁଶାନ୍ତ ଚିନ୍ତା ପ୍ରକଟ କରିଥିବା ରିୟା ଶେଆର୍‌ କରିଥିବା ଏହି ବାର୍ତ୍ତାଳାପ‌ରେ ଜଣାପଡ଼ିଛି। ରିୟା କହିଛନ୍ତି, ସୁଶାନ୍ତ ଭାବୁଥିଲେ ଯେ, ତାଙ୍କ ଭଉଣୀ ‘ସିଦ୍ ଭାଇ’ଙ୍କ ସହ ଚାଲ୍‌ବାଜି କରୁଛନ୍ତି। ହୁଏତ୍‌ ଏହି କଥା ସେ ତାଙ୍କ ଭଉଣୀଙ୍କ […]

123451233245
ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ନୂଆଦିଲ୍ଲୀ: ଚୀନ୍‌ରୁ ଆସୁଛି  ମହାବିନାଶକାରୀ ବିହନ ପ୍ୟାକେଟ୍ ! ଏହାକୁ ବ୍ୟବହାର କଲେ ଅମଳ ତ ହେବନି, ତେବେ ଆଖପାଖ ଅଞ୍ଚଳରେ ରୋଗପୋକ ବୃଦ୍ଧି, ଜମିର ଉର୍ବରତା ନଷ୍ଟ ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପ଼ଡିବ। ଆମେରିକା, କାନାଡ଼ା ଓ ଜାପାନ ଭଳି କିଛି ଦେଶରେ ଏଧରଣର ବିହନ ପ୍ୟାକେଟ ପହଞ୍ଚିବା ପରେ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି। ସୂଚନା ଅନୁସାରେ,  ବିହନ ନାଁରେ  ଘରେ ପହଞ୍ଚୁଛି ବିଷ। […]

two
ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି। Double danger😳😳 Two headed Russell’s Viper rescued in Maharashtra. Genetic abnormality and hence low survival rates in the wild. The Russell’s […]

farmer
'କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ସ୍ଥଗିତ ନୁହେଁ, ଛାଡ଼ କର'

ଭୁବନେଶ୍ୱର: କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ଏହାକୁ ସ୍ଥଗିତ ନୁହେଁ ଛାଡ଼ କରାଯାଉ। ଲୋକେ ଟଙ୍କା ମାଗିନଥିଲେ, ନିର୍ବାଚନ ପାଇଁ ରାଜ୍ୟ ସରକାର ଟଙ୍କା ଜାଚି କି ଚାଷୀଙ୍କୁ ଦେଇଥିଲେ। ତତ୍କାଳୀନ କୃଷି ମନ୍ତ୍ରୀ ସମସ୍ତଙ୍କୁ ଯୋଗ୍ୟ ବୋଲି ଦର୍ଶାଇଥିଲେ। ଏବେ ଅଯୋଗ୍ୟ ଆସିଲେ କେଉଁଠୁ ବୋଲି ପ୍ରଶ୍ନ […]

exam
୧୨ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୧୨ରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ। ମଧ୍ୟାହ୍ନ ୧୨.୩୦ରେ CHSE ଅଫିସରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେହିପରି ତୃତୀୟ ସପ୍ତାହରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ […]

PATANJALI
ଚାଇନିଜ୍ କମ୍ପାନୀ 'ଭିଭୋ'ର ସ୍ଥାନ ନେବ ବାବା ରାମଦେବଙ୍କ 'ପତଞ୍ଜଳି'!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍‌ କମ୍ପାନୀ ‘ଭିଭୋ’ ହଟିବା ପରେ ଏବେ ନୂଆ ପ୍ରାୟୋଜକ ପାଇଁ ବାଟ ଫିଟିଛି। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବଙ୍କ ‘ପତଞ୍ଜଳି’ ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି। ତେବେ ଏ ନେଇ ବିସିସିଆଇ […]

odisha
ଭାଇରାଲ ଅଡିଓ ଘଟଣା: ୨ ଅଭିଯୁକ୍ତଙ୍କୁ ୩ଦିନ ରିମାଣ୍ଡ

ଭୁବନେଶ୍ୱର: ଭାଇରାଲ ଅଡିଓ ଘଟଣାରେ ଗିରଫ ୨ ଜଣ ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟଙ୍କ ଅନୁମତି। କୋଭିଡ୍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଦୁଇ ଜଣ ଫୋନ୍‌ରେ କଥା ହେଉଥିବା ବାର୍ତ୍ତାଳପର ଅଡିଓ ଭାଇରାଲ ହୋଇଥିଲା। ଏହି ଅଡିଓରେ କଥା ହେଉଥିବା ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେବ ପୋଲିସ୍। ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ […]

dokan
ଦୋକାନଗୁଡ଼ିକ A, B ଓ C ବର୍ଗରେ ବିଭକ୍ତ, ଗାଇଡଲାଇନ୍ ଜାରି

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି । ଯାହାଫଳରେ ଦିନେ ଛଡ଼ା ଦିନେ ଔଷଧ ଦୋକାନ ସକାଳ ୭ରୁ ଦିନ ୩ ଯାଏ ଖୋଲିବ । ସେହିପରି ଅନ୍ୟସବୁ ଦୋକାନ ପର୍ଯ୍ୟାୟକ୍ରମେ ସକାଳ ୭ରୁ […]

drown
ପୋଖରୀରେ ବୁଡିଗଲେ ଭାଇଭଉଣୀ

ବ୍ରହ୍ମପୁର: ପୋଖରୀରେ ବୁଡିଗଲେ ଭାଇଭଉଣୀ।  ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ।ସେହି ଗ୍ରାମର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା  ଦିନ ୨ଟା ୩୦ ଯାଏଁ ଉଭୟ ଘର ଦାଣ୍ଡରେ ଖେଳୁଥିଲେ। କିନ୍ତୁ ହଠାତ କୁଆଡେ ଚାଲିଯାଇଥିଲେ। କିଛି ସମୟ ପରେ ସେମାନେ ପୋଖରୀରେ ବୁଡି ଭାସୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆଣି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର […]

sanju
ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭତ୍ତି ହୋଇଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇ ଘରେ ପହଞ୍ଚିଛନ୍ତି। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଖୋଦ୍ ସଞ୍ଜୟ ଦତ୍ତ କହିଥିଲେ। ଏହା ପରେ ତାଙ୍କୁ ଅଣ-କୋଭିଡ୍‌ ୱାର୍ଡରେ ରଖାଯାଇଥିଲା। ତେବେ ଆଜି ତାଙ୍କୁ […]

policeee
ପୋଲିସଙ୍କୁ ଅଟକ ରଖି ବନ୍ଧା ହେଲେ ୨୨

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନାର ପୋଲିସଙ୍କୁ ଅଟକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୋଲିସ କର୍ମଚାରୀଙ୍କୁ ଅଟକ ଘଟଣାରେ ୧୫ ମହିଳା ସମେତ ବନ୍ଧା ହେଲେ ୨୨ ଜଣ। ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋପ ଥାନା ରେଢ଼ୁଆ ଗାଁକୁ ଯାଇଥିଲା ପୋଲିସ। କିନ୍ତୁ ଅଭିଯୁକ୍ତଙ୍କୁ ନଛାଡ଼ି ୨ଏସ୍‌ଆଇଙ୍କ ସମେତ ୧୦ ପୋଲିସ କର୍ମୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ। ଖବର ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତ […]

cuttack
କଟକ ସହରରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ମହାନଗର ଅଞ୍ଚଳରୁ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜାଲୁଆ ସାହିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ସାମନ୍ତ ସାହିରୁ ୭, ଚୌଧୁରୀବଜାରରୁ ୬, ପଟ୍ଟାପୋଲରୁ ୨ ଚିହ୍ନଟ ହୋଇଛି। ଫ୍ରେଣ୍ଡ କଲୋନୀରୁ ଜଣେ, ରାଜା ବଗିଚାରୁ ଜଣେ କୋଭିଡ୍‌ […]

baijayant
'ଗିରଫ ୨ ଜଣଙ୍କ ଅପରାଧ କଣ'

ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ୨ ଜଣଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍  ସେ କହିଛନ୍ତି ଯେ, ଫୋନ କଥାବାର୍ତ୍ତାକୁ ଅନଲାଇନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି। ସେମାନଙ୍କ ଅପରାଧ କଣ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ଜାଲ ଚିକିତ୍ସା ନାଁରେ ବିପୁଳ ସରକାରୀ ଅର୍ଥ ଖର୍ଚ୍ଚ କଥା […]

police
'ପାଖକୁ ଆସନି; ମୁଁ ମରିବି.... ମୋ ମାଆକୁ ମାରିବି'

ପିପିଲି: ଗିରଫ ଭୟରେ ମାକୁ ଅଟକ ରଖିଲା ପୁଅ। ଗିରଫ କରିବାକୁ ଆସିଥିବା ପୋଲିସ୍‌କୁ ଦେଉଥିଲା ହତ୍ୟା ଓ ଆତ୍ମହତ୍ୟା କରିବାର ଧମକ। ଶେଷରେ କାବୁ କଲା ପୋଲିସ୍। ଘଟଣାଟି ଥିଲା ଏମିତି:- ପୁରୀ ଜିଲ୍ଲା ପିପିଲି ଅଂଚଳର ଏ ଘଟଣା  ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଅନ୍ତର୍ଗତ ରଥସାହିରେ ଗତକାଲି ରାତିରେ ଦିଲୀପ ରଥ ନାମକ ଯୁବକ ତାଙ୍କ ଭାଇ ଓ ଭାଉଜଙ୍କୁ ଛୁରା ମାଡ଼ କରିଥିଲା  ଏଥିରେ ଉଭୟ ଭାଇ ଓ ଭାଉଜ ଗୁରୁତର ହୋଇ ପଡିଥିଲେ  […]

parsha
୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା...

ମୁମ୍ୱାଇ: ୧୪ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଜି ଯାଇଥିବା ପର୍ସରେ ସେତେବେଳେ ଯେତିକି ଟଙ୍କା ଥିଲା, ମିଳିବା ପରେ ମଧ୍ୟ ସେତିକି ଟଙ୍କା ରହିଛି। ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ୱାଇର। ୧୪ ବର୍ଷ ପୂର୍ବେ ଅର୍ଥାତ ୨୦୦୬ ମସିହାରେ ମୁମ୍ୱାଇର ଏକ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ବ୍ୟକ୍ତିଙ୍କର ପର୍ସଟି ହଜି ଯାଇଥିଲା। ସେତେବେଳେ ପର୍ସରେ ୯୦୦ଟଙ୍କା ଥିଲା। ସେହି ବ୍ୟକ୍ତିଙ୍କ […]

modi
ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା ୧୦ ଗୁଣ ହୋଇଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି କେବୁଲର ଦୈର୍ଘ୍ୟ ହେଉଛି ୨ ହଜାର ୩୧୨ କିଲୋମିଟର। ୨୦୧୮ […]