ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍। ହେଲେ ରିୟଲ୍ ଲାଇଫ୍ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍। ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା। ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଓ ଚନ୍ଦନା […]
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଆଜି ଆଇଆରସି ଭିଲେଜ୍ର ଏନ୍4 କ୍ୱାଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ ଲୁଟି ନେଇଛନ୍ତି। ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍ପି ତନୁଜା ମହାନ୍ତିଙ୍କ ବେକରୁ ସୁନା ଚେନ୍ ସହ କାନଫୁଲ ଲୁଟି ନେଇଥିଲେ ଦୁଇ ଲୁଟେରା । ସେ ଘର ଝାଡ଼ୁ କରୁଥିବା ସମୟରେ ଦୁଇ ଲୁଟେରା ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଅଳଙ୍କାର ଲୁଟି ନେଇଥିଲେ । […]
ଭଦ୍ରକ: ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତ ଓହାସପୁର ଗ୍ରାମର ରାଜେଶ ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷର ପୁଅ ସହ ପୂରା ପରିବାର ୨୦ ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା । ତେବେ […]
କଟକ: କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ସୂଚନା ଦେଲେ ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ୩୦ ବୋତଲ ପ୍ଲାଜମା ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜମା ସଂରକ୍ଷିତ ଅଛି। ଆଜି ୨ ଜଣ ପ୍ଲାଜମା ଦେବେ। ପ୍ଲାଜମା ଥେରାପୀରୁ ସୁଫଳ ମିଳିଛି। ଆଗକୁ ପ୍ଲାଜମା ସଂଗ୍ରହ […]
ଭୁବନେଶ୍ୱର: ରାଜଧାନୀରେ ଜଟିଳ ରୂପ ଧାରଣ କଲାଣି କରୋନା। ଚିନ୍ତା ବଢାଉଛି ଲୋକାଲ କେସ୍। ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ଆଉ ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Update on newly detected & cured #COVID19 cases in the last 24 […]
ନୂଆଦିଲ୍ଲୀ: ସାଉଥ୍ ଷ୍ଟାର୍ ନୀତିନ ରେଡ୍ଡୀ ଆରମ୍ଭ କରିଛନ୍ତି ନୂଆ ଜୀବନ। ରବିବାର ହାଇଦ୍ରାବାଦର ତାଜ୍ଫାଲକନୁମା ପ୍ୟାଲେସରେ ସାଉଥ ସୁପରଷ୍ଟାର ନୀତିନ ରେଡ୍ଡୀ ତାଙ୍କ ମଙ୍ଗେତର ଶାଲିନୀ କାଣ୍ଡୁକୁରିଙ୍କୁ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଛନ୍ତି। ନିତିନ ଓ ଶାଲିନୀଙ୍କ ବିହାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଛି। ଅଭିନେତାଙ୍କ ପ୍ରଶଂସକଙ୍କ ସହିତ ସେଲିବ୍ରିଟୀମାନେ ମଧ୍ୟ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। କରୋନାଭାଇରସ ଯୋଗୁ ନୀତିନ ଓ ଶାଲିନୀ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ […]
ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ ଅଭିନୟ କରି ସେ ଚର୍ଚ୍ଚିତ ଥିଲେ। କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା, ଯେଉଁ କାରଣରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ଧରି ସେ କ୍ୟାନ୍ସରରେ ପୀଡ଼ିତ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ଜେରା ଜାରି ରହିଛି। ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଆଜି ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ବୟାନ୍ ରେକର୍ଡ ହୋଇଛି। ସୋମବାର ସକାଳ ୧୧ଟା ବେଳେ ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ଜେରା କରାଯାଇଥିଲା। ପୂର୍ବରୁ ମହେଶ ଭଟ୍ଟଙ୍କୁ ଜେରା କରିବାକୁ ସମନ ଜାରି କରାଯାଇଥିଲା। ମହେଶ ଭଟ୍ଟଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ […]
ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ତଥା କୋଭାକ୍ସିନ୍ ଟୀକା ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟରାଓ। ଓଡ଼ିଶାରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମନ୍ ଟ୍ରାଏଲ। ଭୁବନେଶ୍ୱର ସମ୍ ହସ୍ପିଟାଲ୍ରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲ ସମେତ ଦେଶର ୧୨ଟି ହସ୍ପିଟାଲ୍ରେ ଆରମ୍ଭ ହୋଇଛି ଏହି ହ୍ୟୁମନ୍ ଟ୍ରାଏଲ୍। ଭାରତର ପ୍ରଥମ କରୋନା ଟିକା ହୋଉଛି କୋଭାକ୍ସିନ। କୋଭାକ୍ସିନ୍ […]
ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି ରହିବ। ବାଚସ୍ପତିଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ଯେହେତୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ତେଣୁ ଆମେ ଆବେଦନ ପ୍ରତ୍ୟାହାର କରିବାକୁ […]
କଟକ: କଟକ ସହରରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନ, ୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍ସି। କେଉଁ ଅଞ୍ଚଳରୁ କେତେ:- ଖଟବିନ ସାହିରୁ ଆଜି ଆଉ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ ୨, ଦେୱାନ ବଜାରରୁ ୨, ସେଲଟର ଛକରୁ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଦୁହିଁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏନେଇ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଅଭିଷେକ କହିଛନ୍ତି ଯେ ସେ ଏବଂ ତାଙ୍କ ବାପା ଅମିତାଭ ବଚ୍ଚନ ଏବେ ଡାକ୍ତରଖାନାରେ ମେଡିକାଲ କର୍ମଚାରୀଙ୍କ ଅବଜରଭେସନ୍ରେ ରହିବେ। Mumbai: Aishwarya Rai […]