ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ପି ଓ.ପି ସୋଲାଙ୍କି କହିଛନ୍ତି, ନାବାଳିକା ପୀଡ଼ିତା ଜଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୮, ଲୋକାଲ୍ କେସ୍ ୨୫୪ ରହିଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଜିଲ୍ଲାରୁ କେତେ:- ପଟିଆରୁ ୨୨, ନୟାପଲ୍ଲୀରୁ ୧୩, ଝାରପଡ଼ାରୁ ୧୦, ଚନ୍ଦ୍ରଶେଖରପୁରରୁ ୯, ୟୁନିଟ୍-୯ ଓ ୟୁନିଟ୍-୬ରୁ ୮ ଲେଖାଏଁ, ବାପୁଜୀ ନଗରରୁ ୭, ଶୈଳଶ୍ରୀ ବିହାରରୁ ୭, ସହିଦ୍ […]
ଭୁବନେଶ୍ୱର: ରାତି ଅଧରେ କାର୍ ଧରି ବୁଲୁଥିଲେ। ସୁଯୋଗ ପାଇବା ମାତ୍ରେ ଲକ୍ ଭାଙ୍ଗି ବାଇକ୍ ନେଇ ଯାଉଥିଲେ। ଏପରି ଏକ ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ। ବିଭିନ୍ନ ସିସିଟିଭିରୁ ଏମାନଙ୍କର ସୁରାଗ ସଂଗ୍ରହ କରି ୫ ଜଣିଆ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି। ସେମାନଙ୍କଠାରୁ ୧୯ଟି ବାଇକ୍ ଜବତ କରାଯାଇଛି। ଚୋରି ସମୟରେ ବ୍ୟବହାର କରାଯାଉଥିବା ଏକ କାର୍ ମଧ୍ୟ ଜବତ କରିଛି ପୋଲିସ। ଏହି ଲୁଟେରାମାନେ ଖୋର୍ଦ୍ଧା ସହିତ ନୟାଗଡ଼, ଭୁବନେଶ୍ୱର, ଫୁଲବାଣୀ […]
ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏପରି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ। ମୃତ ଜଣକ ହେଲେ ଗାଁର କଟିଆ ମୁର୍ମୁ। କଟିଆଙ୍କ ମାଆଙ୍କ କହିବା ଅନୁଯାୟୀ, ଗାଁର ଦୁଇ ଜଣ ବ୍ୟକ୍ତି ଆସି ତାଙ୍କ ପୁଅକୁ ପିଟିଛନ୍ତି। ଯେଉଁଥିପାଇଁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ […]
ଲକ୍ଷ୍ନୌ: ହାଥରସର ୧୯ ବର୍ଷୀୟା ଦଳିତ ଯୁବତୀ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ପଞ୍ଚାୟତ ବସାଇଲେ ଉଚ୍ଚ ବର୍ଗର ଲୋକେ। ଦୁଷ୍କର୍ମ ଅଭିଯୋଗରେ ଗିରଫ ଓ ପୋଲିସ କଷ୍ଟୁଡିରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟି ଟିମ୍ ପକ୍ଷପାତ ନ କରି ଏହାର ସଠିକ୍ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଜଣେ ଧାରଣାକାରୀ କହିଛନ୍ତି, […]
ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା। ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ପରେ ଏହି ଘଟଣାକୁ ନେଇ ମେଡିକାଲ କର୍ମଚାରୀଙ୍କ ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା। ସୂଚନା ଅନୁଯାୟୀ, ଧୂଷୁରୀ ଥାନା ଠାକୁରପାଟଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସତ୍ୟେନ୍ଦୁ ମଲିକ ଗାଡ଼ିଆରେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଧୂଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: କୋଭିଡ୍ ସମୟରେ ରିୟଲ ହିରୋ ସାଜିଥିବା ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଭାରତୀୟ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷର ଏହି ସମ୍ମାନ ପାଇବେ ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର। ଏନେଇ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ଅଭିନେତା ସବ୍ୟସାଚୀଙ୍କ ଭୂମିକା ଅତୁଳନୀୟ। ଏଭଳି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ […]
ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ ଟ୍ୱିଟର ଘାତକ ବୋଲି କହୁଛନ୍ତି । ଅଭିଯୋଗ ଅନୁସାରେ ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲେ। ଯେଉଁମାନେକି ଅନଲାଇନରେ ସେମାନଙ୍କ ଜୀବନ […]
ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ ମାସେ ହେବ ସେ ଶ୍ରୀଲଙ୍କାରେ ଥିଲେ। ଅନୁରାଗ ଏସମ୍ପର୍କରେ ସମସ୍ତ ଦରକାରୀ ତଥ୍ୟ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ଏସମ୍ପର୍କରେ ପଚରାଉଚରା ପାଇଁ ସେପ୍ଟେମ୍ବର ୩୦ […]
ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍ ନୁହେଁ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି, ରାଜା, ଭୀମ ଆର୍ମୀ […]
ଭୁବନେଶ୍ୱର: କରୋନାକୁ ପିଠି କରି କଟକଣା ସହ ଧିରେ ଧିରେ ସବୁ ଖୋଲୁଛି। ହାଟ ବଜାରରେ ଗହଳି ବଢୁଛି। ହେଲେ ସିନେମା ହଲ୍ ଏବେ ବି ବନ୍ଦ। ଭୁବନେଶ୍ୱରର କେଶରୀ ଟକିଜ୍ରେ ଲାଗିଥିବା ଏ ପୋଷ୍ଟର। ୧୩ ମାର୍ଚ୍ଚରେ ଏଠି ରିଲିଜ୍ ହେବାର ଥିଲା ଏ ସିନେମା ଅଂଗ୍ରେଜି ମିଡିୟମ୍। ହେଲେ ମହାମାରୀ କରୋନା ପାଇଁ ସେଇ ଦିନଠୁ ରାଜ୍ୟର ସବୁ ସିନେମା ହଲ୍ ବନ୍ଦ ଯେ କେବେ ଖୋଲିବ ସେ ଖବର କାହା ପାଖରେ ନାହିଁ। […]
ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି ମିଡିଆ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ପୀଡ଼ିତାଙ୍କ ଘରକୁ ପୋଲିସ ଛାଉଣୀ କରି ରଖିଛି। ଏହି ଘଟଣାରେ ବିରୋଧୀ ତ ବିରୋଧୀ ଏବେ ନିଜ ଦଳର ନେତା […]
ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ
ଲକ୍ଷ୍ନୌ: ହାଥରସ ଘଟଣାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ସରକାରଙ୍କର। ଏହି ମାମଲାରେ ୫ ଜଣଙ୍କ ନିଲମ୍ବିତ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ହାଥରସ ଏସ୍ପି, ଡିଏସ୍ପି, ଷ୍ଟେସନ ଇନସ୍ପେକ୍ଟର ଏବଂ ଦୁଇ ଅନ୍ୟ ଅଫିସର୍ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତା ମାନେ ହେଲେ ଏସ୍ପି ବିକ୍ରାନ୍ତ ଭୀ, ଡିଏସ୍ପି ରାମ ଶବ୍ଦ, ଇନସ୍ପେକ୍ଟର ଦିନେଶ ବର୍ମା, ସବ ଇନସ୍ପେକ୍ଟର ଜଗଭୀର ସିଂହ ଏବଂ ହେଡ୍ କନଷ୍ଟେବଲ ମହେଶ ପାଲ। ଏହି ୫ […]
ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩, କଟକ- ୪୬୬, ଷ୍ଟେଟ୍ ପୁଲ୍- ୩୧୩, ପୁରୀ- ୧୯୫, ଯାଜପୁର-୧୭୬, ଅନୁଗୁଳ- ୧୬୭, କନ୍ଧମାଳ- ୧୪୬, କେନ୍ଦ୍ରାପଡ଼ା- ୧୪୨, ନବରଙ୍ଗପୁର- […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହେବା ପରେ ଦେଶ ବିଦେଶରୁ ବହୁ ନେତା ଓ ସେଲିବ୍ରେଟି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି “ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି।” ମୋଦିଙ୍କ ପରେ ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋର ବ୍ୟାଟ୍ସମ୍ୟାନ୍ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ଏବଂ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୧୫ ଓ ୪୯ର ମରାମତି ସହ ଉନ୍ନତୀକରଣ କାମକୁ ଯୁଦ୍ଧକାଳୀନ ଭିତ୍ତିିରେ ଶେଷ କରିବା ପାଇଁ କୁହାଯାଇଛି। ଯଦି ଏହି କାର୍ଯ୍ୟ ତୁରନ୍ତ ଶେଷ ନ ହୁଏ ତେବେ ରାସ୍ତାରେ ଯଦି ଧନଜୀବନ ହାନି ହୁଏ ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଏଥିସହ କର୍ତ୍ତୃୃପକ୍ଷଙ୍କ ବିରୋଧରେ କୋର୍ଟ ଆଇନଗତ କାର୍ଯ୍ୟାନୁଷ୍ଠାନ […]
ୱାଶିଂଟନ: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।ଆସନ୍ତା ମାସ ୩ ତାରିଖରେ ଆମେରିକାରେ […]
ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ପକ୍ଷରୁ ସୋନୁ ସୁଦ୍ଙ୍କୁ ସମ୍ମାନିତ କରାଯାଇଛି। ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ତାଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ମିଳିଛି। ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍ କନ୍ଫରେନ୍ସର ପ୍ରଥମ ଦିନରେ ହିଁ ସୋନୁଙ୍କୁ ସମ୍ମାନିତ କରାଯାଇଛି। ଏହି କନ୍ଫରେନ୍ସର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦର ଅଧ୍ୟକ୍ଷ ଗୁଥା ସୁଖେନ୍ଦ୍ର ରେଡ୍ଡି କରିଛନ୍ତି। ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ପ୍ରସ୍ତାବ ଦେଇଛନ୍ତି […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶା ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୨ ଦିନ ଧରି ବର୍ଷା ଜାରି ରହିଛି। ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା-କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏପରି ପାଗ ଆସନ୍ତା ୫ ତାରିଖ ଯାଏ […]
ନୟାଗଡ଼: ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ବେଳେ ସାବଧାନ ! କାରଣ ଲୋକମାନଙ୍କ ଆଖିରେ ଧୂଳି ଦେଇ ପେଟ୍ରୋଲ ବଦଳରେ ପାଣି ମିଶାଯାଉଛି। ନୟାଗଡ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଶରଣକୂଳ ଥାନା ଅନ୍ତର୍ଗତ ଶିଖରପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ମିଶା ଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ତାଙ୍କର ଗାଡ଼ି ଆଉ ଷ୍ଟାର୍ଟ ହେଲାନାହିଁ। ଟାଙ୍କି ଫୁଲ୍ […]
ଭୋପାଳ: ହାଥରସ ଗ୍ୟାଙ୍ଗରେପ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଉଠୁଛି। ହେଲେ ଦେଶରେ ମହିଳାଙ୍କ ସହ ଅପରାଧ କମିବାର ନାଁ ଧରୁନାହିଁ। ଉତ୍ତରପ୍ରଦେଶ ଗୋରଖପୁର ନିକଟ ମହାରାଜଗଞ୍ଜ ଜିଲ୍ଲାରେ ଜଣେ ୨୨ ବର୍ଷିୟ ଯୁବତୀ ଗୁରୁବାର ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି, ପଡୋଶୀ ପରିବାରର ୪ ଜଣ ଯୁବକ ତାଙ୍କୁ […]
ଦୁବାଇ: ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ(CSK Vs SRH) ମଧ୍ୟରେ ଶୁକ୍ରବାର ହୋଇଥିବା ଆଇପିଏଲ୍ ମୁକାବିଲାରେ କ୍ରିକେଟପ୍ରେମୀ ମାନେ ଜଣେ ନୂଆ ଯୁବ କ୍ରିକେଟ୍ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି। ସେ ହେଉଛନ୍ତି ସନ୍ରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କର ଦମ୍ଦାର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା। ସନ୍ରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ସବୁଠାରୁ ବଡ଼ କଥା, ଗର୍ଗ ଏପରି […]
ସମ୍ବଲପୁର: ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ଗତକାଲି ସମ୍ବଲପୁରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ ‘ଅଶାନ୍ତଗ୍ରହ’ର ପ୍ରଯୋଜକ ଥିଲେ। ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ‘ସାଧନା’ ଚଳଚ୍ଚିତ୍ର ଆଞ୍ଚଳିକ ଫିଲ୍ମଭାବେ ଜାତୀୟ ପୁରସ୍କାର ପାଇଥିଲା।