• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

assam
ଉଛୁଳୁଛି ନଦୀ; ବନ୍ୟାରେ ଗଲାଣି ୯୫ ଜୀବନ

ଦିଶପୁର: ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ ସାଂଘାତିକ ରୂପ ନେଇଛି। ବିଶେଷକରି ଆସାମ ଓ ବିହାରରେ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବନ୍ୟାସ୍ଥିତି ସାଙ୍ଗକୁ ଲଗାଣ ବର୍ଷା ଦୁଇ ରାଜ୍ୟର ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି। ବନ୍ୟାରେ ଆସାମର୨୬ଟି ଜିଲ୍ଲାର ପ୍ରାୟ ଅଢେଇ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ୯୫ରେ ପହଞ୍ଚିଛି।  ଭୀଷଣ ରୂପ ଧରି ସବୁକିଛି ଗ୍ରାସି ଚାଲିଛି ବ୍ରହ୍ମପୁତ୍ର […]

aditya-dash
ରହସ୍ୟ ଘେରରେ ଆଦିତ୍ୟ ଦାସଙ୍କ ମୃତ୍ୟୁ: ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜେରା

ଭୁବନେଶ୍ୱର: ଏବେବି ରହସ୍ୟ ଘେରରେ ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ଜିଆର୍‌ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜିଆର୍‌ପି ଜେରା କରିଛି। ଆଦିତ୍ୟଙ୍କ ବନ୍ଧୁ ବିଶ୍ୱଙ୍କୁ ପ୍ରାୟ ଦେଢଘଣ୍ଟା ଧରି ଜେରା କରାଯାଇଛି। ବଲାଙ୍ଗିରରୁ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି ବିଶ୍ୱ। ତେବେ ପୋଲିସକୁ ଏଯାଏ କୌଣସି ତଥ୍ୟ ମିଳିପାରିନାହିଁ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୯ ଦିନ ବିତିଥିଲେ […]

ମୃତ୍ୟୁ ପରେ ଅଛୁଆଁ ହୋଇଗଲେ କରୋନା ଯୋଦ୍ଧା ASI

ଖଲ୍ଲିକୋଟ: ହଜିଗଲା ମାନବିକତା, ଭୁଲି ଗଲେ ମଣିଷପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧା। ଯିଏ ଦିନେ କରୋନା ଯୋଦ୍ଧା ସାଜି କରୋନା ମହାମାରୀ ସମୟରେ କାମ କରୁଥିଲେ, ଆଜି ହସ୍ପିଟାଲ୍‌ ବାହାରେ ପଡ଼ିଛି ତାଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। କୋଦଳା ମେଡିକାଲ୍ ବାହାରେ କରୋନା ଯୋଦ୍ଧା ପୋଲିସ୍ ଏଏସ୍‌ଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଗତ ୪ ଦିନ ଧରି ରବୀନ୍ଦ୍ର ଜ୍ୱର, […]

shivraj chauhan
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ନେଇ ଟ୍ୱିଟ୍‌ କରି ନିଜେ ଶିବରାଜ ଏହା ଜଣାଇଛନ୍ତି। ନିଜର ସହଯୋଗୀମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ସେ କହିଛନ୍ତି। “ମୋର କରୋନା ଲକ୍ଷଣ ଥିଲା, ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାନ୍ତୁ।  ନିକଟ ସଂପର୍କୀୟ କ୍ୱାରେଣ୍ଟିନ୍‌ରେ ଯାଆନ୍ତୁ”  ଶିବରାଜ ଟ୍ୱିଟ୍‌ କରି କହିଛନ୍ତି। ଶିବରାଜ ସିଂ ଆହୁରି କହିଛନ୍ତି, […]

accident
ସ୍ୱାମୀଙ୍କ ସହ ମେଡିକାଲ୍‌ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌

ବଲାଙ୍ଗିର: ମେଡିକାଲ୍‌ ଯାଉଥିବା ବେଳେ ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଲାଙ୍ଗିର ଥାଉନ୍‌ ଥାନା ସମ୍ମୁଖରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ସୌକୀ ସାହୁ ଓ ତାଙ୍କ ସ୍ତ୍ରୀ ରଜନୀ ବାଇକ୍‌ରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ପାଇଁ ଯାଉଥିଲେ। ଏହି ସମୟରେ ଥାଉନ୍‌ ଥାନା ସମ୍ମୁଖରେ […]

cilpla
ଅଗଷ୍ଟରେ ବଜାରକୁ ଆସିବ କରୋନା ଔଷଧ

ନୂଆଦିଲ୍ଲୀ: ବଜାରକୁ ଆସିବ କରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ। ଫାର୍ମା କମ୍ପାନି ସିପଲ୍ ପକ୍ଷରୁ ଫାଭିପିରାଭିର୍ ମେଡିସିନକୁ ଖୁବ୍ ଶୀଘ୍ର ବଜାରକୁ ଛଡ଼ାଯିବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ମିଳିଛି।  ସିପଲ୍ ପକ୍ଷରୁ ଏହାକୁ ସିପଲେନ୍ଞ୍ଜା ନାଁରେ ବଜାରରେ ଉପଲବ୍ଧ କରାଯିବ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହା ବଜାରକୁ ଆସିବ। ପ୍ରତି ଟାବଲେଟର ଦର ୬୮ ଟଙ୍କା ରହିବ। କୋଭିଡ୍ ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିବା ବେଳେ ଏହି […]

plazma bank
ରାଜ୍ୟର ଏଇସବୁ ହସ୍ପିଟାଲ୍‌ରେ ପ୍ରତିଷ୍ଠା ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର: କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜ୍‌ମା ଥେରାପି । ଏଥିଲାଗି ପ୍ଲାଜ୍‌ମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି  ରାଜ୍ୟରେ ଆଉ ୩ଟି ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି ସରକାର। କଟକ ଏସ୍‌ସିବି ମେଡିକାଲ କଲେଜ୍ ଏବଂ ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମ୍ସାରରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ […]

bbsr airport
ଲକ୍‌ଡାଉନ୍‌ ଆଣିଲା ଭୁବନେଶ୍ୱର ବିମାନ ବନ୍ଦର କର୍ମଚାରୀଙ୍କ ପାଇଁ ନୂଆ ଅନୁଭୂତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଅନେକଙ୍କ ପାଇଁ ନକରାତ୍ମକ ଅନୁଭୂତି ଆଣିଥିବାବେଳେ ଭୁବନେଶ୍ୱର ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏକ ନୂଆ ଅନୁଭୂତି ସୃଷ୍ଟି କରିଛି। ଲକ୍‌ଡାଉନ୍‌ ବେଳେ ବିମାନ ବନ୍ଦରର କର୍ମଚାରୀମାନେ ବିଭିନ୍ନ ଦେଶରୁ ବିଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ସହ କାମ କରିବାର ସୁଯୋଗ ପାଇଛନ୍ତି। ବିଶ୍ୱର ୧୬ଟି ପ୍ରାନ୍ତରୁ ଆସିଥିବା ବିମାନକୁ ଏ ପର୍ଯ୍ୟନ୍ତ ସଠିକ୍‌ ଭାବେ ପରିଚାଳନା କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ। ଦୁବାଇ, ଆବୁଧାବି, କଲମ୍ବୋ, ଚିକାଗୋ, ମସ୍କୋ, ମସ୍କାଟ, କୁଏତ, […]

sushant singh
ସୁଶାନ୍ତଙ୍କୁ ମିଳିବ ନ୍ୟାୟ ! ପ୍ରଧାନମନ୍ତ୍ରୀ ମୋଦି ଦେବେ କି ସଙ୍କେତ ?

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଲାଗି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ମନରେ ଏକ ପ୍ରକାର ବିଶ୍ୱାସ ସୃଷ୍ଟି ହୋଇଛି ଯେ, ସୁଶାନ୍ତଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ।  ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ ଧ୍ୟାନ ଦେବା ସହ ସଠିକ୍‌ ତଦନ୍ତ ଲାଗି ଲକ୍ଷାଧିକ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି […]

encounter
ଏନ୍‌କାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର: ସୀମାନ୍ତରେ  ସେନା-ସୁରକ୍ଷାବାହିନୀ ମଧ୍ୟରେ ଆଜି ଚାଲିଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀର ଶ୍ରୀନଗର ଉପକଣ୍ଠ ରଣବୀରଗଡ଼ ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ । ସକାଳ ୮ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟରେ ୨ଆତଙ୍କୀ ନିହତ ହୋଇଥିବାବେଳେ CRPFର ଜଣେ ଯବାନ ଆହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୋଜିଥ୍ ଗାଁର ବାସିନ୍ଦା ଓ ତାଙ୍କ ନାମ  ଇଶାଫ ରସିଦ।  ସେ […]

ଏଇ ମାସରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଦିନେ ଦୁଇଦିନ ଭିତରେ ଜଣାଇ ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି। ସୂଚନାଥାଉ କି, ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ୨,୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା […]

gehalat
ରାଜସ୍ଥାନ ରାଜନୀତି: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାହିଁ କହି ବିଧାନସଭା ଅଧିବେଶନକୁ ଏଡ଼ାଇଲେ ରାଜ୍ୟପାଳ

ଜୟପୁର: ରୋଚକ ମୋଡ ନେଉଛି ରାଜସ୍ଥାନ ରାଜନୀତି। ବିଧାନସଭା ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାହୁଁଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଇ ନାହାନ୍ତି।  ଏ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଗେହଲଟ। ସେ କହିଛନ୍ତି  ‘ମୋ ସୁରକ୍ଷା ପାଇଁ ମୁଁ କାହାକୁ କହିବି ? ସୋମବାରରୁ ଜରୁରୀ ବିଧାନସଭା ଡକା ନଗଲେ ଲୋକେ ଯଦି ରାଜଭବନ ଘେରାଉ କରନ୍ତି ସେଥିପାଇଁ ଯାହା ସ୍ଥିତି ଉପୁଜିବ ସରକାର […]

unline
PhonePe ବ୍ୟବହାର କରୁଥିଲେ ସାବଧାନ, ଫୋନ କରି ଟଙ୍କା ଲୁଟି ନେଉଛନ୍ତି ଲୁଟେରା, ଶୁଣନ୍ତୁ ଅଡିଓ

ଭୁବନେଶ୍ୱର: ଫୋନ ପେ‘ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ। ନଚେତ୍‌ ଅନ୍‌ଲାଇନ୍‌ରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଯିବେ ଲୁଟେରା। ଏମିତି ଜଣେ ପେ’ ପେନ ବ୍ୟବହାରକାରୀଙ୍କୁ ଚକ୍‌ମା ଦେଇ ଟଙ୍କା ଲୁଟିନେବାକୁ ଯାଉଥିବାବେଳେ ଧରାପଡ଼ିଛନ୍ତି  ଅନ୍‌ଲାଇନ୍‌ ଲୁଟେରା। ଏଇ ଠକ ଜଣକ ପ୍ରଥମେ ଗ୍ରାହକଙ୍କୁ ଫୋନ କରି ନିଜକୁ ଫୋନ ପେ’‌ର କର୍ମଚାରୀ ବୋଲି କହିଥିଲେ। ଫୋନ ପ’ରେ  ତାଙ୍କର କିଛି ଅଫର ଆସିଥିବା ସୂଚନା ଦେଇଥିଲା। କହିଥିଲେ, ଆପଣଙ୍କର ଆକାଉଣ୍ଟକୁ ବୋନସ ଟଙ୍କା […]

ପୋଲିସ୍‌ ହାତରେ ଧରାପଡ଼ିଲେ ରାଜଧାନୀର ରୋଡ୍‌ ରୋମିଓ

ଭୁବନେଶ୍ୱର: ପୋଲିସ୍‌ ହାତରେ ଧରାପଡ଼ିଲେ ରାଜଧାନୀର ରୋମିଓ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟ ଫୁଟ୍ ଓଭର ବ୍ରିଜ୍ ଉପରେ ବେପରୁଆ ଭାବେ ବାଇକ୍ ଚଲାଉଥିବା ରୋଡ୍‌ ରୋମିଓଙ୍କୁ ପୋଲିସ୍‌ ଧରିଛି। ସୂଚନା ଅନୁସାରେ, ଦୁଇ ଯୁବକ ଫୁଟ୍ ଓଭର ବ୍ରିଜ୍ ଉପରେ ବେପରୁଆ ଭାବେ ବାଇକ୍‌ ଚଲାଉଥିବା ବେଳେ ଟ୍ରାଫିକ୍‌ ପୋଲିସ୍‌ ସେମାନଙ୍କୁ ଧରିଥିଲା। ଏହି ଫୁଟ୍ ଓଭର ବ୍ରିଜ୍‌ରେ ଅନେକ ଦିନ ଧରି ନିଶା କାରବାର ସହ ଅନେକ ଅମାନିଆ ଲୋକ ବେପରୁଆ ଭାବେ ବାଇକ […]

sushant
ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା କେତେ ସତ ? ରହସ୍ୟର ପରଦା ହଟାଇଲେ ଓଡ଼ିଆ ପାରାନର୍ମାଲ୍‌ ଏକ୍ସପର୍ଟ

ଭୁବନେଶ୍ୱର: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେରରେ। ଏସବୁ ଭିତରେ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଲାଉଥିବା  Paranormal ଏକ୍ସପର୍ଟ ଷ୍ଟିଭ୍‌ ହଫ୍‌ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି ଦାବି କରିଥିଲେ, ଯାହାକୁ ନେଇ […]

deadboady
କରୋନା ଯୋଦ୍ଧାଙ୍କୁ ପ୍ରଥମେ ଅସମ୍ମାନ ପରେ ସମ୍ମାନ; ଏସ୍‌ପି କହିଲେ ସେ ଆମ ଭାଇ

ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ; ଆମେ ସମସ୍ତେ ଆସିଛୁ ଏଠାକୁ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ […]

corona
ଭୁବନେଶ୍ୱରରୁ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୬୨ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୪୯ ରହିଛି। ଏଯାଏ ସହରରୁ ୧୮୨୮ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୯୫୨ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ  ହେଉଛନ୍ତି। ଆଜି ଆଉ ୨୯ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- […]