• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

asssam
ଆସାମରେ ପ୍ରକୃତିର ତାଣ୍ଡବ; ପ୍ରଳୟଙ୍କରୀ ବନ୍ୟାରେ ୧୦୨ ମୃତ

ଦିଶପୁର:ଆସାମରେ ପ୍ରକୃତିର ତାଣ୍ଡବ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା । ବହୁ ସଂଖ୍ୟାରେ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି । ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ ଲହଡି ଭାଙ୍ଗୁଛି ବନ୍ୟାଜଳ। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢିବାରେ ଲାଗିଛି।  ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି । ୨୬ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଲୋକ […]

Actress Vijayalakshmi
ଭିଡିଓ କରି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କହିଲେ- ଏଇଟା ମୋର ଶେଷ ଭିଡିଓ

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ। ଏସବୁ ଭିତରେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନ୍ସମାନଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ତାମିଲ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଠିକ୍‌ ସମୟରେ ତାଙ୍କୁ ବଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ହସ୍ପିଟାଲ୍‌ରେ ତାଙ୍କର […]

friend
ଜିତିଲେ ୧୬୫ କୋଟି, ହେଲେ ମନେ ପଡ଼ିଗଲା ବନ୍ଧୁଙ୍କୁ ଦେଇଥିବା କଥା....

ଅପୂର୍ବ ବନ୍ଧୁତ୍ୱ । କେଉଁ ପିଲାବେଳେ ପରସ୍ପରକୁ କଥା ଦେଇଥିଲେ ଆଉ ବାର୍ଦ୍ଧକ୍ୟରେ ସେହି କଥା ରଖିଛନ୍ତି। ପ୍ରମାଣିତ  କରି ଦେଇଛନ୍ତି ପ୍ରତିଶ୍ରୁତି କେମିତି ପାଳନ କରାଯାଏ । ଆଉ ଏକଥା ମଧ୍ୟ କହି ଯାଇଛନ୍ତି ସବୁ ମୂଲ୍ୟବାନ ସମ୍ପତ୍ତିଠାରୁ ବନ୍ଧୁତ୍ୱର ମୂଲ୍ୟ କେତେ ଅଧିକ !  ଲଟେରୀରେ ପାଇଥିବା ୧୬୫ କୋଟି ଟଙ୍କାରୁ ସାଙ୍ଗକୁ ଅଧା ଦେଇ ବନ୍ଧୁତ୍ୱର ଅପୂର୍ବ ନିଦର୍ଶନ ଦେଖାଇଛନ୍ତି ଟମ୍‌ କୁକ୍‌। ଏଠି ଆମେ କହିବାକୁ ଯାଉଛୁ ଦୁଇ ସାଙ୍ଗ ଟମ୍‌ […]

Sanjay Bansode
ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Nationalist Congress Party (NCP)ର ନେତା ସଞ୍ଜୟ ବଂଶୋଡେଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ମୁମ୍ବାଇର ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଶନିବାର ଦିନ ଜ୍ୱର ଓ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ସେ କରୋନା ଟେଷ୍ଟ୍‌ କରିଥିଲେ ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନାରେ ଆକ୍ରାନ୍ତ ନେଇ ଜଣାପଡ଼ିବା ପରେ ସଞ୍ଜୟ […]

ଓଡ଼ିଶାରେ ଆଉ ୭ ଜୀବନ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ଜଣ, କଟକରୁ ଜଣେ, ଭୁବନେଶ୍ୱରରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଓ ମାଲକାନଗିରିରୁ ଜଣେ ଆକ୍ରାନ୍ତ ଅଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।

coronavirus
୨୪ ଘଣ୍ଟାରେ ଓଡ଼ିଶାରୁ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୦୧  ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

corona
କରୋନାରେ ଆଖି ବୁଜିଲେ ଯୁବ ଡାକ୍ତର

ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନା ପ୍ରଭାବ। କରୋନା କବ୍‌ଜାରେ ଦିନକୁ ଦିନ ହଜି ଯାଉଛି ଅନେକ ଜୀବନ। କରୋନାର କରାଳ ରୂପ ନୂଆଦିଲ୍ଲୀକୁ ଥରାଇ ଦେଇଛି।  କରୋନାଭାଇରସ୍ ସଂକ୍ରମଣରେ ରାଜଧାନୀ ଦିଲ୍ଲୀର ଜଣେ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ୨୭ ବର୍ଷୀୟ ଡାକ୍ତର ଜୋଗିନ୍ଦର ଚୌଧରୀ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜୋଗିନ୍ଦର ଦିଲ୍ଲୀର ବାବାସାହେବ ଆମ୍ବେଦକର ହସ୍ପିଟାଲରେ କୋଭିଡ -19 […]

chambal
ପୁଣି ଫୋକସରେ ଚମ୍ପଲ ଉପତ୍ୟକା

ନୂଆଦିଲ୍ଲୀ: ଦୁର୍ଗମ ଚମ୍ବଲ ଉପତ୍ୟକା।  ଡକାୟତ ଏବଂ ଅପରାଧୀଙ୍କ ଗର୍ଜନରେ ଦିନେ କମ୍ପୁଥିଲା ଏହି ଭୂଖଣ୍ଡ। ଚମ୍ବଲ ନାଁ କହିଲେ ଥରି ଯାଉଥିଲା ଛାତି। ଆଜି ଆଉ ସେଠି ଡାକୟତ ବା ଅପରାଧୀ ଆଡ୍ଡାସ୍ଥଳୀ ନାହିଁ। ତଥାପି ପରିତ୍ୟକ୍ତ ହୋଇ ପଡ଼ିଛି। ଏହି ପରିତ୍ୟକ୍ତ ଜାଗାରେ  ଚାଷ କାର୍ଯ୍ୟ କରିବାକୁ ମୋଦୀ ସରକାର (ମୋଦୀ ସରକାର) ଯୋଜନା କରିଛନ୍ତି। ଏଥି ପାଇଁ ସହାୟତା କରିବ ବିଶ୍ୱ ବ୍ୟାଙ୍କ।। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, […]

national updates
୨୪ ଘଣ୍ଟାରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ବଢୁଛି ସୁସ୍ଥ ଲୋକଙ୍କ ହାର

ନୂଆଦିଲ୍ଲୀ: ଭାରତରେ ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ  ୭୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି । ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର […]

uma
ଆସିଲା ଉମା ଭାରତୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି। ଏ ନେଇ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ ହେବା ପରେ ଉମା ଭାରତୀ ନିଜର ନମୂନା ପରୀକ୍ଷା କରାଇଥିଲେ। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି। ଗୋଟିଏ ପରେ ଗୋଟିଏ ୩ଟି ଟ୍ୱିଟ କରି ଉମା ଭାରତୀ […]

matric-exam
ଜୁଲାଇ ୨୯ରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି, ୨୯ ତାରିଖ ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରୁ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖି ପାରିବେ। ବୋର୍ଡର ୨ ୱେବ୍‌ସାଇଟ୍ www.bseodisha.ac.in; www.bseodisha.nic.in‌ ଓ 5676750ରେ SMS କଲେ ବି ରେଜଲ୍ଟ ପାଇପାରିବେ […]

students
ଅଗଷ୍ଟରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର: ଅଗଷ୍ଟ ତୃତୀୟ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ +୨ ରେଜଲ୍ଟ । +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ୩ୟ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ। ସେହିପରି ଅଗଷ୍ଟ ମାସ ଶେଷ ସୁଦ୍ଧା +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର […]

naveen-patnaik
ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ IAS ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଦାୟିତ୍ୱ ମିଳିଛି। ଅନୁ ଗର୍ଗଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି […]

odisha
ବିଜେଡି ନେତାଙ୍କ ଦାଦାଗିରି: ବୃଦ୍ଧଙ୍କୁ ମାଡ଼ ମାରିଲେ, ଠେଲିଦେଲେ

କଟକ: ସାମାନ୍ୟ ଡ୍ରେନ୍‌ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ବିଜେଡି ନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  କଟକ ନଗର ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ତାପସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି ଯେ, ଗତକାଲି ଅପରାହ୍ନରେ ତାପସଙ୍କ ସମେତ କିଛି […]

rafel
ଫ୍ରାନ୍ସରୁ ଆସିଲା ରାଫେଲ ଫାଇଟର୍ ଜେଟ୍

ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍।  ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍‌ ଖୁବ୍‌ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି।  ମେରିଗନାକ୍‌ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା ପରେ ଏହି ୧୦ ଜଣ ପାଇଲଟ୍ ରାଫେଲ୍‌କୁ ନେଇ ଭାରତ ଆସୁଛନ୍ତି। ଜୁଲାଇ ୨୯ରେ ଏହା ଅମ୍ବାଲାରେ ଏୟାରଫୋର୍ସରେ ସାମିଲ ହେବ ରାଫେଲ । ସୀମାନ୍ତରେ ଚୀନ-ପାକିସ୍ତାନ […]

magar
ଜାଲରେ ଧରା ପଡ଼ିଲା ବିଶାଳକାୟ ମଗର ମାଛ

ଜଳେଶ୍ୱର: ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦୀଘା ମୁହାଣରେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହାର ଓଜନ ୭୮୬ କେଜି ଜଣାପଡ଼ିଛି। ଏହି ମାଛକୁ ଦେଖିବାକୁ ପାଇଁ ଦୀଘାରେ ଭିଡ଼ ଜମିଛି। ଲମ୍ୱା ଆକୃତିର ଏହି ମାଛରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ମାଛ ମିଳିବା ପରେ ଏହାକୁ ନିଲାମ କରାଯାଇଛି। ପଶ୍ଚିମବଙ୍ଗ ରାଣାଘାଟର କମ୍ପାନୀ ଏହି ମାଛକୁ ୫୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।

corona
ଓଡ଼ିଶାରେ କରୋନା ସ୍ଥିତି: ସରକାରଙ୍କ ପାଇଁ ଚିନ୍ତା ବଢ଼ାଉଛି ଏହି ୩ ଜିଲ୍ଲା

ଭୁବନେଶ୍ୱର: କରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକ୍‌ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହି ହେବ ନାହିଁ। ରାଜ୍ୟରେ ପ୍ରତ୍ୟେକ ଦିନ ଯେତେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ବିଶେଷ କରି ୩ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ୬୦ରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏସବୁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦି ଏସବୁ […]

baliuda
ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ବିଷୋୟୀ ସାହିରେ ପୂର୍ବତନ ସରପଞ୍ଚଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାଁ ବ୍ରଜରାଜ ବିଷୋୟୀ। ଗତକାଲି ସଂଧ୍ୟାରେ ତାଙ୍କୁ ଘରୁ ଡାକିନେଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ବ୍ରଜରାଜଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସାରଙ୍ଗଡ଼ ପୋଲିସ ମୃତଦେହ […]

corona
କରୋନାରୁ ରକ୍ଷା ପାଇଁ ନିୟମଗିରି ରାଜାଙ୍କୁ ପୂଜାକଲେ ଡଙ୍ଗରିଆ କନ୍ଧ

ରାୟଗଡ଼: ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ନିୟମଗିରି ରାଜାଙ୍କୁ ପୂଜାପାଠ।  ରାୟଗଡ଼ ବିଷମକଟକ ବ୍ଲକ କୁରିଲି ଗାଁରେ ନିୟମଗିରି ରାଜାଙ୍କୁ ପୂଜା କରୁଛନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ। ଲୋକଙ୍କୁ ସୁରକ୍ଷା ଲାଗି ନିୟମଗିରି ପାହାଡରେ ଥିବା ନିୟମଗିରି ରାଜାଙ୍କୁ ପୂଜା କରିଛନ୍ତି ଡଙ୍ଗରିଆ କନ୍ଧ।  ସେମାନଙ୍କ ବିଶ୍ୱାସ ନିୟମଗିରି ରାଜାଙ୍କୁ ସନ୍ତୁଷ୍ଟ କଲେ କରୋନା ଦାଉରୁ ରକ୍ଷା ମିଳିବ ବୋଲି କହିଛନ୍ତି ଲୋକେ । ବର୍ତ୍ତମାନ ଦେଶରେ ମହାମାରୀ କରୋନା ଯେଉଁଭଳି ଭାବେ କାୟାବିସ୍ତାର […]